Today is January 24, 2021

ଗୋଳାବାରୁଦ କାରଖାନା, ବଡ଼ମାଳରେ ପାଞ୍ଚ ଜଣ ବିସ୍ଥାପିତଙ୍କୁ ନିଯୁକ୍ତି ପ୍ରଦାନ କରାଯିବ

ବଲାଙ୍ଗିର : 16 ନଭେମ୍ବର 2020 : ଗୋଳାବାରୁଦ କାରଖାନା, ବଡ଼ମାଳର Conference Hall ( Admin Block ) ଠାରେ 11 ନଭେମ୍ବର 2020 ତାରିଖ ଦିବା 11 ଘଣ୍ଟା ସମୟରେ କାରଖାନା ଅତିରିକ୍ତ ମହାପ୍ରବନ୍ଧକଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବାସଚ୍ୟୁତ ସମସ୍ୟାର ସମାଧାନ କରିବା ପାଇଁ ଅନୁଷ୍ଠିତ ହୋଇଯାଇଛି lଉକ୍ତ ବୈଠକରେ ଶାନ୍ତନୁ କୁମାର ନାଏକ ବାସଚ୍ୟୁତ ସଦସ୍ୟ ମାନଙ୍କ ତରଫରୁ ଯୋଗଦାନ କରି ଆଇନ୍ ଅନୁଯାୟୀ କିଭଲି ଭାବରେ ବାକି ରହିଥିବା ବାସଚ୍ୟୁତ ମାନେ କାରଖାନାରେ ନିଯୁକ୍ତି ପାଇପାରିବେ ଏସମ୍ବନ୍ଧରେ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ l

ଏଠାରେ ପ୍ରକାଶ ଥାଉକି ବାକି ରହିଥିବା 18 ଜଣ ପରିବାରର ଉତ୍ତରାଧିକାରୀ ମାନଙ୍କ ସମ୍ବନ୍ଧରେ ତତ୍କାଳୀନ ଟିଟିଲାଗଡ଼ ଉପ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, IAS ଏକ ଭୁଲ ରିପୋର୍ଟ୍ ଗୋଲା ବାରୁଦ କାରଖାନା କର୍ତ୍ତୃପକ୍ଷ ଙ୍କ ଇଙ୍ଗିତରେ ତିଆରି କରି ଏମାନଙ୍କୁ ନିଯୁକ୍ତି ନଦେବା ପାଇଁ ବଲାଙ୍ଗିର ଜିଲ୍ଲାପାଳଙ୍କୁ 31 ଜାନୁଆରି 2015 ରେ ପ୍ରଦାନ କରିଥିଲେ l

ଏହି ରିପୋର୍ଟ ବିରୁଦ୍ଧରେ ମାନ୍ୟବର ଓଡିଶା ଉଚ୍ଚନ୍ୟାୟାଳୟରେ ଏକ ମାମଲା ରୁଜୁ କରାଯାଇଥିଲା l ମାନ୍ୟବର ହାଇକୋର୍ଟ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ପୁଣିଥରେ ଉକ୍ତ ରିପୋର୍ଟ ଉପରେ ତଦନ୍ତ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ l

ତତ୍କାଳୀନ ବଲାଙ୍ଗିର ଜିଲ୍ଲାପାଳ ମାନନୀୟ ଅରବିନ୍ଦ ଡାକୁଆ ଟିଟିଲାଗଡ଼ ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁଧାକର ନାୟକଙ୍କୁ ପୁଣିଥରେ 18 ଜଣ ବିସ୍ଥାପିତଙ୍କ ମଧ୍ୟରୁ 5 ଜଣ ପରିବାରର ଉତ୍ତରାଧିକାରୀଙ୍କ ସମ୍ବନ୍ଧରେ ତଦନ୍ତ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଥିଲେ l

ତତ୍କାଳୀନ ଟିଟିଲାଗଡ଼ ଉପ ଜିଲ୍ଲାପାଳ ଉକ୍ତ 5 ଜଣ ବିସ୍ଥାପିତ ପରିବାରର ଉତ୍ତରାଧିକାରୀ ମାନଙ୍କ ତାଲିକା ତତ୍କାଳୀନ ଜିଲ୍ଲାପାଳ ଙ୍କୁ ପ୍ରଦାନ କଲେ l ଏହି ତଦନ୍ତ ରିପୋର୍ଟ ଉପରେ 5 ଜଣ ବିସ୍ଥାପିତ ପରିବାରଙ୍କ ଉତ୍ତରାଧିକାରୀ ମାନଙ୍କୁ କାରଖାନାରେ ଚାକିରି ଦେବା ପାଇଁ ତତ୍କାଳୀନ ଜିଲ୍ଲାପାଳ ତାରିଖ 31 ଜାନୁଆରି 2020 ରେ କାରଖାନା ଜେନେରାଲ ମ୍ୟାନେଜର ଙ୍କୁ ନିଦ୍ଦେର୍ଶ ଦେଇଛନ୍ତି l

ଜିଲ୍ଲାପାଳଙ୍କ ତାରିଖ 31 ଜାନୁଆରି 2020 ନିର୍ଦ୍ଦେଶନାମାକୁ ଗୋଲାବାରୁଦ କାରଖାନା କର୍ତ୍ତୃପକ୍ଷ କାର୍ଯ୍ୟକରି ନକରି ତତ୍କାଳୀନ ଟିଟିଲାଗଡ଼ ଉପ ଜିଲ୍ଲାପାଳଙ୍କ 31 ଜାନୁଆରି 2015 ରିପୋର୍ଟ୍ ଅନୁଯାୟୀ କାରଖାନା କର୍ତ୍ତୃପକ୍ଷ ବାସଚ୍ୟୁତଙ୍କୁ ନିଯୁକ୍ତି ଦେବା ପାଇଁ ମନା କରିଦେଇଥିଲେ lଏସମ୍ବନ୍ଧରେ ଆଲୋଚନା କଲାପରେ ଜିଲ୍ଲାପାଳଙ୍କ 31 ଜାନୁଆରୀ 2020 ନିର୍ଦ୍ଦେଶନାମା ଅନୁଯାୟୀ ପାଞ୍ଚ ଜଣ ବାସଚ୍ୟୁତ ସଦସ୍ୟ ମାନଙ୍କୁ ନିଯୁକ୍ତି ପ୍ରଦାନ କରିବା ପାଇଁ କାରଖାନା କର୍ତ୍ତୃପକ୍ଷ ସମ୍ମତି ପ୍ରଦାନ କରିଛନ୍ତି I

Previous Article
( M.Com, LLB, PG DLL & PM, PG DB & IM, PG DCS ) Founder cum Editor-in-Chief .

Leave a Reply

Your email address will not be published. Required fields are marked *