ଜେମ୍ସ ବଣ୍ଡ୍ ଫିଲ୍ମର ପ୍ରଥମ ଅଭିନେତା ସାର୍ ସିନ୍ କୋନ୍ନେରୀଙ୍କ ପରଲୋକ Published:1st November 2020Published In:Latest News2Author:Shantanu Kumar NaikDiscussion:0 CommentsTime to read:1 minute ଲଣ୍ଡନ : 01 ନଭେମ୍ବର 2020 : ହଲିଉଡ୍ର ବହୁ ଚର୍ଚ୍ଚିତ ଜେମ୍ସ ବଣ୍ଡ୍ ଫିଲ୍ମର ପ୍ରଥମ ଅଭିନେତା ସାର୍ ସିନ୍ କୋନ୍ନେରୀଙ୍କ ପରଲୋକ ହୋଇଯାଇଛି। ଦୀର୍ଘ ଦିନ ହେଲା ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ସେ ଶୁକ୍ରବାର ବିଳମ୍ବିତ ରାତିରେ କିମ୍ବା ଶନିବାର ପ୍ରାତଃ ସକାଳେ ଶୋଇ ଥିବାବେଳେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଜେମ୍ସ ବଣ୍ଡ୍ ସିରିଜ ଫିଲ୍ମରେ ସେ ପ୍ରଥମ ଅଭିନେତା ଭାବେ ଅଭିନୟ କରିଥିଲେ। ସେ ଜେମ୍ସ ବଣ୍ଡ୍ ଚରିତ୍ରରେ ଅଭିନୟ କରି ରାତାରାତି ଷ୍ଟାର ହୋଇଯାଇଥିଲେ। ଏହାପରେ ତାଙ୍କୁ ସମସ୍ତେ ଜେମ୍ସ ବଣ୍ଡ୍ ନାଁରେ ଡାକିବା ଆରମ୍ଭ କରିଥିଲେ। ୭ଟି ଯାକ ଜେମ୍ସ ବଣ୍ଡ୍ ସିରିଜରେ ସେ ଅଭିନୟ କରିଥିଲେ। ୧୯୬୨ରୁ ୧୯୮୩ ମଧ୍ୟରେ ଏହି ସିରିଜ୍ ରିଲିଜ ହୋଇଥିଲା। ନିଜ ୫୦ ବର୍ଷର ସ୍ବର୍ଣ୍ଣିମ ଅଭିନୟ ଜୀବନରେ ସେ ବହୁ ସମ୍ମାନଜନକ ପୁରସ୍କାରର ଅଧିକାରୀ ହୋଇଛନ୍ତି। ‘ଦ ଅନ୍ଟଚେବୁଲ୍ସ୍’ ଚଳଚ୍ଚିତ୍ର ପାଇଁ ସେ ଓସ୍କାର ସମ୍ମାନ ବି ପାଇଛନ୍ତି। ଏଥିସହ ୩ଟି ‘ଗୋଲ୍ଡେନ୍ ଗ୍ଲୋବ୍ସ୍’ ଓ ୨ଟି ବଫ୍ତା ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି। ମାରିନ(୧୯୬୪), ମର୍ଡର ଅନ ଦି ଓରିଏଣ୍ଟ ଏକ୍ସପ୍ରେସ୍(୧୯୭୪), ଦ ମ୍ୟାନ୍ ହୁ ଉଡ୍ ବି କିଙ୍ଗ (୧୯୭୫), A Bridge Too Far (୧୯୭୭), ହାଇଲ୍ୟାଣ୍ଡର(୧୯୮୬), ଦି ରକ୍(୧୯୯୬) ଓ ଫାଇଣ୍ଡିଂ ଫରେଷ୍ଟର୍(୨୦୦୦) ଭଳି ଅନେକ ଫିଲ୍ମରେ ସାର୍ ସିନ୍ ଅଭିନୟ କରିଛନ୍ତି। Previous Articleମର୍ସିଡିଜ୍ କାର୍ ଜାଳିଦେଇ ମିଖାଇଲ୍ ଲିଟ୍ଭିନ୍ ଏହାର ଭିଡିଓ ସୋସିଆଲ ମିଡିଆରେ ଶେଆର କରିଥିଲେNext Articleବିସ୍ଥାପିତ ପରିବାର ସଦସ୍ୟ ମାନେ ଆଗାମୀ 16 ନଭେମ୍ବର 2020 ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗୋଲାବାରୁଦ କାରଖାନା ଗେଟ( ଫପସି ) ସମ୍ମୁଖରେ ‘ଧାରଣା’ ଦେବେ l