ଡିଲିଟ୍ ହୋଇଯାଇଛି ହାଥରସ୍ ପୀଡ଼ିତା ପ୍ରଥମେ ଭର୍ତ୍ତି ହୋଇଥିବା ହସ୍ପିଟାଲ୍ର ସିସିଟିଭି ଫୁଟେଜ୍ । Published:15th October 2020Published In:Human RightsAuthor:Shantanu Kumar NaikDiscussion:0 CommentsTime to read:1 minute ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି ବହୁଚର୍ଚ୍ଚିତ ହାଥ୍ରସ ଗଣଦୁଷ୍କର୍ମ ଓ ହତ୍ୟା ମାମଲା। ଏହି ମାମଲାର ତଦନ୍ତ କରୁଥିବା ସେଣ୍ଟ୍ରାଲ୍ ଇନ୍ଭେଷ୍ଟିଗେସନ୍ ବ୍ୟୁରୋ(ସିବିଆଇ) ଘଟଣାର ତଦନ୍ତ ଲାଗି ପହଞ୍ଚିଥିଲା ଜିଲ୍ଲା ହସ୍ପିଟାଲ୍ରେ। ମାତ୍ର ଦୁର୍ଭାଗ୍ୟକୁ ସିବିଆଇ ଅଧିକାରୀମାନେ ଯେଉଁ ଜିନିଷକୁ ଖୋଜିବାକୁ ଯାଇ ହସ୍ପିଟାଲ୍ରେ ପହଞ୍ଚିଥିଲେ, ତାହା ସେଠାରୁ ସେମାନଙ୍କୁ ମିଳିଲା ନାହିଁ। ସେପ୍ଟେମ୍ବର ୧୪ ତାରିଖରେ ଗଣଦୁଷ୍କର୍ମର ଶିକାର ହୋଇ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ହସ୍ପିଟାଲ୍ର ସିସିଟିଭି ଫୁଟେଜ୍ ପାଇଁ ସିବିଆଇ ଅଧିକାରୀମାନେ ହସ୍ପିଟାଲ୍ରେ ପହଞ୍ଚିଥିଲେ। ମାତ୍ର ସେଦିନର ଫୁଟେଜ୍ର ବ୍ୟାକ୍ଅପ୍ ସେମାନଙ୍କୁ ମିଳିପାରି ନାହିଁ। ଏ ନେଇ ଡାକ୍ତରଖାନାର ମୁଖ୍ୟ ସୁପରିଟେଣ୍ଡେଣ୍ଟ୍ ଇନ୍ଦ୍ରବୀର ସିଂ କହିଛନ୍ତି, ‘ଜିଲ୍ଲା ପ୍ରଶାସନ ଓ ପୁଲିସ୍ ସେତେବେଳେ ଫୁଟେଜ ମାଗିନଥିଲେ। ବର୍ତ୍ତମାନ ଏକ ମାସ ପରେ ଆମେ ଏହାକୁ ଦେଇ ପାରିବୁ ନାହିଁ। ଆଗରୁ କହିଥିଲେ ଆମେ ଏହାକୁ ସୁରକ୍ଷିତ ଭାବେ ରଖିଥାନ୍ତୁ। ପ୍ରତ୍ୟେକ ୭ ଦିନରେ ପୁରୁଣା ଫୁଟେଜ୍ ଡିଲିଟ୍ ହୋଇଯାଏ। ଫୁଟେଜ୍ କଥା ପୂର୍ବରୁ କହିଥିଲେ ଆମେ ତାହାକୁ ଡିଲିଟ୍ ହେବା ପୂର୍ବରୁ ସେଭ୍ କରି ରଖିଥାନ୍ତୁ।’ ସିବିଆଇ ଟିମ୍ ଡାକ୍ତରମାନଙ୍କ ବୟାନ ରେକର୍ଡ କରିବା ସହ କିଛି ପ୍ରମାଣ ହାତେଇବାକୁ ହସ୍ପିଟାଲ୍ରେ ପହଞ୍ଚିଥିଲା। ପ୍ରଥମ ଦିନର ଫୁଟେଜ୍ ଅତ୍ୟନ୍ତ ଆବଶ୍ୟକୀୟ ହୋଇଥିବା ବେଳେ ଏହା ଏବେ ଆଉ ମିଳିପାରିବ ନାହିଁ ବୋଲି ଜଣେ ପୁଲିସ୍ ଅଧିକାରୀ କହିଛନ୍ତି। ସିବିଆଇ ହାତରେ ସିସିଟିଭି ଫୁଟେଜ୍ ଲାଗିଥିଲେ ପୀଡ଼ିତା କେତେବେଳେ ଡାକ୍ତରଖାନାକୁ ଆସିଥିଲେ, କେତେବେଳେ ଯାଇଥିଲେ, ସେ ଡାକ୍ତରଖାନାରେ ଥିବା ବେଳେ କେଉଁମାନେ ତାଙ୍କ ସହ ଉପସ୍ଥିତ ଥିଲେ ଓ କିଏ ସବୁ ତାଙ୍କୁ ଭେଟିବାକୁ ଆସିଥିଲେ ତାହା ସ୍ପଷ୍ଟ ହୋଇଯାଇଥାଆନ୍ତା। Previous Articleମାନ୍ୟବର ଓଡିଶା ଉଚ୍ଚନ୍ୟାୟାଳୟ ଏବଂ ବଲାଙ୍ଗିର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ନାମା କୁ ଗୋଲା ବାରୁଦ କାରଖାନା କର୍ତ୍ତୃପକ୍ଷ କାର୍ଯ୍ୟକାରୀ କରୁ ନଥିବାରୁ ବିସ୍ଥାପିତ ପରିବାର ସଦସ୍ୟ ମାନଙ୍କ କାରଖାନା ଗେଟ ସମ୍ମୁଖ ରେ ଧାରଣା lNext Articleବଲାଙ୍ଗୀର ଜିଲ୍ଲା କ୍ରୀଡା ସଂଘ ତରଫରୁ ନକଲି ସମ୍ବାଦିକକୁ ସୁରକ୍ଷା ପ୍ରଦାନ କରିବା ପାଇଁ ଖବରକାଗଜ ମାଧ୍ୟମରେ ଜନସାଧାରଣଙ୍କୁ ବିଭ୍ରାନ୍ତିକର ତଥ୍ୟ ପରିବେଷଣ କରାଯାଉଛି l