Today is October 28, 2020

ତେଲନଦୀକୁ ଡେଇଁ ପଡିଥିବା ଦୁଇ ଭଉଣୀଙ୍କ ଘଟଣା : ୩ଦିନ ପରେ ୨ଭଉଣୀଙ୍କ ମୃତଦେହ ଉଦ୍ଧାର କଲା ପୋଲିସ ; ଗତ ୧୫ତାରିଖରେ ତେଲନଦୀକୁ ଡେଇଁ ପଡିଥିଲେ ୨ ଯୁବତୀ I

Balangir : 17 October 2020 : ବଲାଙ୍ଗିର ଜିଲ୍ଲା ତୁସୁରା ଥାନା ତେଲ ନଦୀ ବ୍ରିଜ୍‌ରୁ ନଦୀକୁ ଡେଇଁ ପଡ଼ି ନିଖୋଜ ଥିବା ଦୁଇ ଭଉଣୀଙ୍କ  ମୃତଦେହ ଉଦ୍ଧାର ହୋଇଛି।

ଆଜି ପ୍ରଥମେ ସାନ ଭଉଣୀ ଓ ପରେ ବଡ଼ ଭଉଣୀର ମୃତଦେହ ଉଦ୍ଧାର ହୋଇଛି। ଦୁଇ ଦିନ ପରେ ଆଜି ସୋନପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ବଡତେଣ୍ଡା ଗାଁ ନିକଟସ୍ଥ ନଦୀ କୂଳରୁ ସାନ ଭଉଣୀ ଆଞ୍ଚଲ ଅଗ୍ରୱାଲଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏହାପରେ ବଡ଼ଭଉଣୀ ଅନମୋଲ ଅଗ୍ରୱାଲଙ୍କ ମୃତଦେହ ବୌଦ୍ଧ ଜିଲ୍ଲା ଜୁହ୍ନାପଙ୍କ ନିକଟ ମହାନଦୀ ଘାଟରୁ ଅନମୋଲଙ୍କ ମୃତଦେହ ଉଦ୍ଧାର ହୋଇଛି।

ସୂଚନାଥାଉ କି, ଗତ ୧୫ ତାରିଖ ଦିନ ଗୁଡଭେଲା ଗାଁର ବ୍ୟବସାୟୀ ରାମତୋର ଅଗ୍ରଓ୍ୱାଲଙ୍କ ଦୁଇ ଝିଅ ଅନମୋଲ୍‌ ଓ ଆଞ୍ଚଲ୍‌ ନିଖୋଜ ହୋଇଯାଇଥିଲେ। ତୁସୁରା ଥାନା ତେଲ ନଦୀ ବ୍ରିଜ୍‌ ଉପରେ ସ୍କୁଟି ଓ ଚପଲ ରଖି ଦୁଇ ଭଉଣୀକୁ ନଦୀକୁ ଡେଇଁ ପଡ଼ିଥିବା ସନ୍ଦେହ କରାଯାଉଥିଲା।

ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ ବହୁ ଖୋଜାଖୋଜି ପରେ ମଧ୍ୟ ସେମାନଙ୍କର କୌଣସି ଖୋଜ ଖବର ପାଇନଥିଲେ। ଆଜି ୨ ଦିନ ପରେ ଦୁଇ ଭଉଣୀଙ୍କ ମୃତଦେହ ଉଦ୍ଧାର ହୋଇଛି।

Previous ArticleNext Article
( M.Com, LLB, PG DLL & PM, PG DB & IM, PG DCS ) Founder cum Editor-in-Chief of Social Reform.

Leave a Reply

Your email address will not be published. Required fields are marked *