ନକଲି ସାମ୍ବାଦିକ ଦ୍ୱାରା ବଲାଙ୍ଗୀର ପ୍ରସ୍ତାବିତ ବାଇପାସ ରାସ୍ତାର ବିସ୍ଥାପିତ ଲୋକଙ୍କ ଜମି ଠକାଇକରି ହଡପ କରାଯାଇଛି l Published:15th October 2020Published In:Feature NewsAuthor:Shantanu Kumar NaikDiscussion:0 CommentsTime to read:1 minute ବଲାଙ୍ଗିିର : 15 October 2020 : ବଲାଙ୍ଗୀର ବାଇପାସ ରାସ୍ତା ନିର୍ମାଣ ପାଇଁ ବିସ୍ଥାପିତ ଲୋକମାନଙ୍କ ଏକ ତାଲିକା ଜ଼ୀଲ୍ଲାପ୍ରଶାସନ ଙ୍କ ତରଫରୁ ଗଣମାଧ୍ୟମରେ ପ୍ରକାଶ କରାଯାଇଥିଲା l ନକଲି ସାମ୍ବାଦିକ ବିସ୍ଥାପିତ ପରିବାର ସଦସ୍ୟ ମାନଙ୍କ ପାଖକୁ ଯାଇ ଜମି କିଣିବା ପାଇଁ ନାନା ପ୍ରକାର ପ୍ରଲୋଭନ ଦେଖାଇଥିଲା l କେତେକ ଗରିବ ଲୋକ ଜମିଅଧିଗ୍ରହଣ ତାଲିକାରେ ତାଙ୍କ ନାମ ଥିବା ଜାଣିନପାରି ଅତିକମ ମୂଲ୍ୟରେ ନିଜ ଜମି ବିକ୍ରିକରିଦେଲେ । ଅନେକ ପରିବାର ଲୋକଙ୍କୁ ରାସ୍ତା ପାଇଁ ଅଧିଗ୍ରହଣ ହେଉଥିବା ଜମିକୁ ଛାଡ଼ିଦେଇ ଅନ୍ୟ ଜମି କିଣିବାପାଇଁ ରାଜିକରlଗଲା l ଜମି ରେଜେଷ୍ଟ୍ରି କଲlସମୟରେ ପରିବାର ଲୋକଙ୍କ ଅଜାଣତlରେ ଅଧିଗ୍ରହଣ ହେଉଥିବା ଜମିର ପ୍ଲଟ ନମ୍ବର ଲେଖି ଠକାଇ କରି ଜମି ହଡପ କରାଯାଇଛି l ଜମିବିକ୍ରି ନକରିବା ପାଇଁ ଅନେକ ପରିବାର ନିଜ ମଧ୍ୟରେ ମନାନ୍ତର ହୋଇଥିଲା ମାତ୍ର ଜଣେ ସଦସ୍ୟକୁ ପ୍ରଲୋଭିତ କରି ଅନ୍ୟ ପରିବାରର ସଦସ୍ୟ ମାନଙ୍କ ବିନା ଦସ୍ତଖତରେ ଜମି ବେଆଇନି ରେଜେଷ୍ଟ୍ରି କରାଯାଇ ମଧ୍ୟ ହଡପ କରାଯାଇଛି l ଜମିବିକ୍ରି କରିଥିବା ପରିବାରର ଲୋକମାନଙ୍କୁ ଚୁକ୍ତିମୁଲ୍ୟର ଅଧାଟଙ୍କା ପ୍ରଦାନକରି ବକେୟା ଟଙ୍କା ପରେ ଦିଆଜିବକହି ଠକାଇ କରାଯାଇଛି l ନକଲି ସାମ୍ବାଦିକ ଦ୍ୱାରା ଠକାଇ ରେ ପଡିଥିବା ପରିବାରର ସଦସ୍ୟ ମାନେ ସମସ୍ତ ଘଟଣା ଜାଣିଲା ପରେ ପ୍ରତିବାଦ କଲlରୁ ସେମାନଙ୍କୁ ଜୀବନରେ ମାରି ଦେବା ପାଇଁ ଧମକ ଦିଆଯାଇଛି l ନକଲି ସାମ୍ବାଦିକ ଦ୍ୱାରା ଠକାଇ କରିଥିବା ଜମିର ସରକାରୀ ଅଧିଗ୍ରହଣ ଆକଳନ ମୂଲ୍ୟ ପ୍ରାୟ ସାତ କୋଟି ରୁ ଅଧିକ ହେବ l ଠକାଇ ହୋଇଥିବା ଜମି ମଧ୍ୟରୁ ପ୍ରାୟ 3.350 ଏକର ଜମି ଯାହାର ସରକାରୀ ଜମିଅଧିଗ୍ରହଣ ମୂଲ୍ୟ ଚାରିକୋଟିରୁ ଅଧିକ ହେବ ତଥାକଥିତ ” ବଲାଙ୍ଗୀର ବନ୍ଧୁ ” ଙ୍କ ନାମରେ ରେଜେଷ୍ଟ୍ରି କରାଯାଇଛି l ଉପରୋକ୍ତ ବିଷୟବସ୍ତୁ ଉପରେ ଉଚ୍ଚସ୍ଥରୀୟ ତଦନ୍ତ କରାଗଲେ ଅନେକ ତଥ୍ୟ ଲୋକଲୋଚନକୁ ଆସିପାରିବ l Previous Articleବଲାଙ୍ଗୀର ଜିଲ୍ଲା କ୍ରୀଡା ସଂଘ ତରଫରୁ ନକଲି ସମ୍ବାଦିକକୁ ସୁରକ୍ଷା ପ୍ରଦାନ କରିବା ପାଇଁ ଖବରକାଗଜ ମାଧ୍ୟମରେ ଜନସାଧାରଣଙ୍କୁ ବିଭ୍ରାନ୍ତିକର ତଥ୍ୟ ପରିବେଷଣ କରାଯାଉଛି lNext Articleବଲାଙ୍ଗିର ପ୍ୟାଲେସଲାଇନ୍ ସ୍ଥିତ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ସେବା ଓ ପ୍ରଶିକ୍ଷଣ ଶିବିର ନାମରେ କରାଯାଉଥିବା ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ କରାଯାଉ I