Today is October 28, 2020

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଘରୋଇ କମ୍ପାନୀ ଗୁଡ଼ିକ ଚାଷୀ ମାନଙ୍କୁ ବୀମା କ୍ଷତିପୂରଣ ପ୍ରଦାନ କ୍ଷେତ୍ରରେ ବ୍ୟାପକ ଠକେଇ କରୁଛନ୍ତି l

ବଲାଙ୍ଗିର : 14 ଅକ୍ଟୋବର 2020 : ଭlରତ ସରକାରଙ୍କ ରାଷ୍ଟ୍ରୀୟ କୃଷି ବୀମା ଯୋଜନା ଅନୁଯାୟୀ ଚାଷୀ ମାନଙ୍କର ଫସଲବୀମା କରାଯାଉଥିଲା l ଏହି ବୀମା ଅନୁଯାୟୀ ମରୁଡି ପରିସ୍ଥିତି ସୃଷ୍ଟି ହେଲେ ବୀମାଭୁକ୍ତ ଚାଷୀ ମାନେ ସରକାରଙ୍କ ଠାରୁ ଉଚିତ କ୍ଷତିପୂରଣ ପାଇପାରୁଥିଲେ l

ଭlରତ ସରକାର ରାଷ୍ଟ୍ରୀୟ କୃଷିବୀମା ଯୋଜନା କୁ ବାତିଲ କରି, ଫସଲ ବୀମା ଯୋଜନା କୁ ଘରୋଇ କରଣ କରାଯାଇ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା 2016 ଖରିଫ ଚାଷ ରୁ ଲାଗୁ କରାଗଲା l

ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଭlରତ ସରକାର ପ୍ରାୟ 12 ଜଣ ଘରୋଇ କମ୍ପାନୀର ଏକ ତାଲିକା ରାଜ୍ୟ ସରକାର ମାନଙ୍କୁ ପ୍ରଦାନ କରି ରାଜ୍ୟରେ ଫସଲ ବୀମା କରିବା ପାଇଁ ତାଲିକା ମଧ୍ୟରୁ ଗୋଟିଏ କମ୍ପାନୀ କୁ ମନୋନୀତ କରିବା କୁ ନିର୍ଦ୍ଦେଶନାମା ଜାରିକଲେ I

ବଲାଙ୍ଗୀର ଜିଲ୍ଲା ରେ 2016 ଖରିଫ ଚାଷ ଠାରୁ 2020 ମସିହା ପର୍ଯ୍ୟନ୍ତ ଫସଲ ବୀମା କରିବାକୁ ରିଲାଏନ୍ସ କମ୍ପାନୀ, ICICI Lombard, ଚୋଳlମଣ୍ଡଳମ, ରୋୟାଲ ସୁନ୍ଦରମ୍ ଙ୍କୁ ମନୋନୀତ କରାଯାଇଥିଲା l

ଆଗାମୀ ଦିନରେ ଫସଲ ବୀମା ଯୋଜନା କୁ ଘରୋଇ କମ୍ପାନୀ ମାନଙ୍କ ହାତରେ ନଦେଇ ଆଗରୁ ଚାଲିଆସୁଥିବା ସରକାରଙ୍କ ରାଷ୍ଟ୍ରୀୟ କୃଷି ବୀମା ଯୋଜନା କାର୍ଯ୍ୟକାରୀ କରାନଗଲେ ଚାଷିମାନଙ୍କ ମେରୁଦଣ୍ଡ ସବୁଦିନ ପାଇଁ ଭାଙ୍ଗି ପଡ଼ିବ l

ପ୍ରତ୍ୟେକ ବର୍ଷ ମରୁଡି ଘୋଷାଣ ହେଲାପରେ ବୀମାଭୁକ୍ତ ଚାଷୀ ମାନଙ୍କୁ କ୍ଷତିପୂରଣ ପ୍ରଦାନ କ୍ଷେତ୍ରରେ ସମଗ୍ର ଜିଲ୍ଲାରେ ଉକ୍ତ ଘରୋଇ କମ୍ପାନୀ ଗୁଡ଼ିକ ବ୍ୟାପକ ଠକେଇ କରିଥିବା ଦେଖିବାକୁ ମିଳିଥିଲା l

ଏସମ୍ବନ୍ଧରେ ଚାଷୀ ମାନେ ଅନେକ ପ୍ରକାର ଆନ୍ଦୋଳନ କରି ଜିଲ୍ଲା ପ୍ରଶାସନ, ସରକାର ଓ ନିର୍ବାଚିତ ପ୍ରତିନିଧି ମାନଙ୍କର ଦୃଷ୍ଟି ଆକର୍ଷଣ କରିଆସୁଛନ୍ତି ମାତ୍ର ଘରୋଇ କମ୍ପାନୀ ମାନଙ୍କ ଠକେଇ ବଲାଙ୍ଗୀର ଜିଲ୍ଲା ତଥା ସମଗ୍ର ରାଜ୍ୟ/ଦେଶ ରେ ବ୍ୟାପକ ଭାବରେ ଚାଲିଆସୁଛି I
ଚୋଳlମଣ୍ଡଳମ କମ୍ପାନୀ 2017 ଖରିଫ ର ମରୁଡି କ୍ଷତିପୂରଣ ପ୍ରଦାନ କରିବା ପରିବର୍ତ୍ତେ ବଲାଙ୍ଗିର ଜିଲ୍ଲା ର ପ୍ରାୟ 10000 ରୁ ଉର୍ଦ୍ଧ୍ବ ଚାଷୀ ମାନଙ୍କର ବୀମାରlସି ଫେରାଇ ଦେଇଥିଲା I

ମରୁଡି କ୍ଷୟକ୍ଷତି ଆକଳନ କଲା ସମୟରେ ଘରୋଇ କମ୍ପାନୀ ସହିତ ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ ମିଳିତ ଭବରେ ଭୁଲ ରିପୋର୍ଟ୍ ତିଆରି କରି କମ୍ପାନୀ କୁ ଲାଭବାନ୍ କରିବା ସହିତ ନିଜେ ମୋଟା ଅଙ୍କର ଫାଇଦା ଉଠାଉଥିବା ଅଭିଯୋଗ ହେଉଛି l

ଏହି କାମରେ ଜିଲ୍ଲା କୃଷି ଅଧିକାରୀ, Statistical Officer, ତହସିଲର, RI, Amin, VLW, VAW ତଥା କ୍ଷୟକ୍ଷତି ଅକଳନ ପାଇଁ ନିୟୋଜିତ ଅଧିକାରୀ ମାନଙ୍କ ଦାୟିତ୍ବହୀନତା ଓ ସ୍ୱାର୍ଥପର କାମ ଯୋଗୁଁ କମ୍ପାନୀ ର ପ୍ରରୋଚନାରେ ଭୁଲ ତଥ୍ୟ ସରକାରଙ୍କୁ ପ୍ରଦାନ କରାଯାଉଥିବା ଦେଖିବାକୁ ମିଲୁଛି l

ଜିଲ୍ଲା/ରାଜ୍ୟ/କେନ୍ଦ୍ର ସରକାରଙ୍କ ପ୍ରାଶାସନିକ ଅଧିକାରୀମାନେ ତଥା ଲୋକସଭା/ରାଜ୍ୟସଭା/ବିଧାନସଭା ର ନିର୍ବାଚିତ ପ୍ରତିନିଧି ମାନେ କମ୍ପାନୀ ମାନଙ୍କ ସହିତ ନିଜ ସ୍ୱାର୍ଥ ପାଇଁ ଭିତରି ବୁଝାମଣା ରଖୁଥିବାରୁ କମ୍ପାନୀ ବିରୋଧରେ ରହୁଥିବା ଠକେଇ ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଶୁଣିବାକୁ ମିଳୁଛି l

ଲୋକସଭା/ରାଜ୍ୟସଭା/ବିଧାନସଭା ରେ ଆଜି ପର୍ଯ୍ୟନ୍ତ କୌଣସି ନିର୍ବାଚିତ ପ୍ରତିନିଧି ମାନଙ୍କ ଦ୍ଵାରା ଏସମ୍ବନ୍ଧରେ ଆଲୋଚନା କରାଯାଇ ନଥିବାରୁ କମ୍ପାନୀ ଦ୍ଵାରା କିଭଳି ଭାବରେ ସମସ୍ତେ ପରିଚାଳିତ ହେଉଛନ୍ତି ତାହା ଏମାନଙ୍କ କାର୍ଯ୍ୟକଳାପ ରୁ ପ୍ରତିଫଳିତ ହେଉଛି l

ଭlରତର ପ୍ରାୟ 85% ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି l ମରୁଡି ପରିସ୍ଥିତି ରେ ଗରିବ ଚାଷୀ ବଡ କଷ୍ଟରେ ଫସଲ ବୀମା କରିଥାଏ l ମରୁଡି ହେଲେ ବୀମା କ୍ଷତିପୂରଣ ଟଙ୍କା ପ୍ରାଶାସନିକ ଅଧିକାରୀ ତଥା ନିର୍ବାଚିତ ପ୍ରତିନିଧି ମାନଙ୍କ ସହାୟତାରେ ଘରୋଇ କମ୍ପାନୀ ଆତ୍ମସାତ୍ କରୁଥିବାରୁ ଚାଷୀ ମାନଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଛି l

ଆଗାମୀ ଦିନରେ ଫସଲ ବୀମା ଯୋଜନା କୁ ଘରୋଇ କମ୍ପାନୀ ମାନଙ୍କ ହାତରେ ନଦେଇ ଆଗରୁ ଚାଲିଆସୁଥିବା ସରକାରଙ୍କ ରାଷ୍ଟ୍ରୀୟ କୃଷି ବୀମା ଯୋଜନା କାର୍ଯ୍ୟକାରୀ କରାନଗଲେ ଚାଷିମାନଙ୍କ ମେରୁଦଣ୍ଡ ସବୁଦିନ ପାଇଁ ଭାଙ୍ଗି ପଡ଼ିବ l

Previous ArticleNext Article
( M.Com, LLB, PG DLL & PM, PG DB & IM, PG DCS ) Founder cum Editor-in-Chief of Social Reform.

Leave a Reply

Your email address will not be published. Required fields are marked *