Today is August 09, 2020

ବଙ୍ଗାଳି – ଓଡ଼ିଆ ଭାଷାଯୁଦ୍ଧ ଲାଗିଥିଵା ଵେଳେ ଓଡ଼ିଆ ଲୋକଙ୍କ ପାଖରେ କ’ଣ କ’ଣ ଥିଲା ?

―ଭାଷା―

୧) ଉଡ୍ର ବୋଲି ୨୪୦୦ ଵର୍ଷ ପୁରାତନ ଗୋଟିଏ ଜାତି ଓ ତହିଁର ଭାଷାର ପ୍ରାମାଣିକ ଐତିହାସିକ ସାକ୍ଷ୍ୟ ଥିଲା । ଵିଭିନ୍ନ ପୁରାଣ ଓ ଅନ୍ୟ ଗ୍ରନ୍ଥାଦିରେ ଏ ଜାତିର ଉଲ୍ଲେଖ ରହିଥିଵା ପ୍ରମାଣ କରାଯାଇଥିଲା ।

୨) ବଙ୍ଗାଳି ଅପେକ୍ଷା ଓଡ଼ିଆ ଭାଷାରେ ଅଧିକ ସମୃଦ୍ଧ ପ୍ରାଚୀନ ସାହିତ୍ୟ ରହିଥିଲା । ଓଡ଼ିଆ ଭାଷାର ଶବ୍ଦସମ୍ଭାର ଓ ଶୈଳୀ ଵିଵିଧତା ମଧ୍ୟ ବଙ୍ଗାଳି ଅପେକ୍ଷା ଶ୍ରେଷ୍ଠଥିଲା ।

୩) ଓଡ଼ିଶାରେ ସାରଳାଦାସ,ଜଗନ୍ନାଥ ଦାସ,ଅଚ୍ୟୁତାନନ୍ଦ,ଅର୍ଜୁନ ଦାସ, କଵିସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ କଵିରଵି ବଳଦେଵ ରଥଙ୍କ ଭଳି ଶ୍ରେଷ୍ଠ ସାହିତ୍ୟିକ ଜନ୍ମ ଲଭିସାରିଥିଲାଵେଳେ ବଙ୍ଗାଳିମାନଙ୍କ କ୍ଷେତ୍ରରେ ସେମନ୍ତ କିଛି ନଥିଲା ।

୪) ଓଡ଼ିଆ ଭାଷା ଆନ୍ଦୋଳନ ସମୟରେ ଓଡ଼ିଆ ଲୋକଙ୍କ ପାଖରେ ବଙ୍ଗାଳିମାନଙ୍କ ଅପେକ୍ଷା ଓଡ଼ିଆ ଭାଷାରେ ଅନେକ ପ୍ରାଚୀନ ପାଣ୍ଡୁଲିପି ପୋଥି ରହିଥିଲା । ଏ କ୍ଷେତ୍ରରେ ସଂସ୍କୃତ ପରେ ଓଡ଼ିଆ ଆଜି ବି ଦ୍ଵିତୀୟ ସ୍ଥାନରେ ରହିଛି ।

୫) ଓଡ଼ିଶାରେ ଶହ ଶହ ଶିଳାଲେଖ ମିଳିଥିଲା ଯେଉଁଥିରେ ଓଡ଼ିଆ ଭାଷା ଓ ଲିପି ରହିଥିଲା କେଉଁଠି ବି ବଙ୍ଗାଳି ଭାଷା କି ଲିପିର ଶିଳାଲେଖ ମିଳିନଥିଲା ।

୬) ଓଡ଼ିଆଭାଷା ଆନ୍ଦୋଳନ ସମୟରେ ଓଡ଼ିଆ ଓ ବଙ୍ଗାଳି ଉଭୟ ଭାଷାର ଭିନ୍ନ ଭିନ୍ନ ଲିପି ମଧ୍ୟ ଥିଲା ।

୭) ଓଡ଼ିଆ ଓ ବଙ୍ଗାଳି ଭାଷା ମଧ୍ୟରେ ଵାକ୍ଯଗଠନ, ଧ୍ଵନିଗତ ପାର୍ଥକ୍ୟ,କ୍ରିୟା, କ୍ରିୟାପଦ, ଅଵ୍ୟୟ,ସର୍ଵନାମ ଓ ପ୍ରତ୍ୟୟାଦି ଅନେକାଂଶରେ ଭିନ୍ନ ଓ ପ୍ରାୟ କେତେକ ପରସ୍ପର ଅସମଦ୍ଧୃତ ଥିଲା ।

Previous ArticleNext Article
I write demo articles for WordPress themes. Nunc vehicula, tellus vel sodales condimentum, urna ex tincidunt nisl, luctus gravida nunc nisi at risus. Nam eget bibendum odio. Nam dignissim odio quis ipsum tristique, at luctus exQ volutpat. Maecenas ullamcorper imperdiet ante non condimentum.

Leave a Reply

Your email address will not be published. Required fields are marked *