ବଲାଙ୍ଗିର ପ୍ୟାଲେସଲାଇନ୍ ସ୍ଥିତ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ସେବା ଓ ପ୍ରଶିକ୍ଷଣ ଶିବିର ନାମରେ କରାଯାଉଥିବା ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ କରାଯାଉ I

ବଲାଙ୍ଗିର : 20 ସେପ୍ଟେମ୍ବର 2020 : ବଲାଙ୍ଗିର ପୌରାଞ୍ଚଳରେ ସ୍ଥିତ ପ୍ୟାଲେସଲାଇନ୍ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ଵାରା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯାଇଛି l
ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜୁଲାଇ 2016 ମସିହାରୁ ନ୍ୟାଶନାଲ ପିସ୍ ୟୁନିଶାନ ନାମକ ଏକ ଘରୋଇ ସଂସ୍ଥା ଚଳାଇ ଆସୁଛି l ପ୍ରଥମ ବର୍ଷ କେବଳ ଟେଣ୍ଡର କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ହାତ ମିଳାଇ ଗୋପନୀୟ ଭାବରେ ଟେଣ୍ଡର କରାଯାଇ ପରିଚାଳନା ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଉଛି l
ନିୟମ ଅନୁଯାୟୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଶିଶୁରୋଗ, ଦାନ୍ତ/ଆଖି, ପ୍ରସୂତି/ସ୍ତ୍ରୀ ରୋଗ ଓ ଔଷଧ ବିଶେଷଜ୍ଞ ରହିବେ l ଏହାସହିତ ପାଥୋଲୋଜି ରେ ମଳ , ମୂତ୍ର, ସୁଗାର ଇତ୍ୟାଦି ଦରକାର ପଡୁଥିବା ସମସ୍ତ ପ୍ରକାର ପରୀକ୍ଷା ମାଗଣାରେ କରାଯିବ l ଅନେକ ପ୍ରକାର ଔଷଧ ମଧ୍ୟ ମାଗଣାରେ ବଣ୍ଟନ କରାଯିବ l
ସ୍ୱାସ୍ଥ୍ୟ କେନ୍ଦ୍ର ସକାଳ 8 AM ରୁ 12 AM ଏବଂ ସନ୍ଧ୍ଯା 5 PM ରୁ 8 PM ଖୋଲା ରହିବ l ଅଞ୍ଚଳର ଲୋକଙ୍କୁ ନେଇ ରୋଗୀ କଲ୍ଯାଣ ସମିତି ଗଠନ କରାଯାଇ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜନସାଧାରଣଙ୍କ ସହଭାଗିତା କରାଯାଇ ପରିଚାଳନା କରାଯିବ l
ଏହି ସ୍ୱାସ୍ଥ୍ୟକେନ୍ଦ୍ର ରେ ସରକାରଙ୍କ କୌଣସି ପ୍ରକାର ନିୟମ କାର୍ଯ୍ୟକlରି କରାଯାଉନାହିଁ l କେବଳ କାଗଜ କଲମରେ ବିଶେଷଜ୍ଞ ନିଯୁକ୍ତି କରାଯାଇ ରୋଗୀସେବା ଯୋଗାଇ ଦେବା ସଙ୍ଗେସଙ୍ଗେ, ପାଥୋଲୋଜି ପରିକ୍ଷା ଓ ମାଗଣାରେ ଔଷଧ ଯୋଗାଇ ଦିଆଯାଉଛି l ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ଦ୍ଧାରିତ ସମୟରେ ଖୋଲାଯାଉ ନାହିଁ ଓ ଅନେକ ଦିନ ବନ୍ଦ ରହୁଛି l
ସ୍ୱାସ୍ଥ୍ୟସେବା ବାବଦରେ 2016 ମସିହାରୁ ଆଜି ପର୍ଯ୍ୟନ୍ତ ସରକାର କୋଟି ଟଙ୍କା ଖର୍ଚ୍ଚ କରିସାରିଛନ୍ତି ମାତ୍ର ଉକ୍ତ ଘରୋଇ ସଂସ୍ଥା ବିଭାଗୀୟ ଅଧିକାରୀ ମାନଙ୍କ ସହିତ ହାତ ମିଳାଇ ରୋଗୀ ସେବା ବାବଦରେ କାଗଜ କଲମରେ ଖର୍ଚ ଦେଖାଇ ବ୍ୟାପକ ଦୁର୍ନୀତି ଚଳାଇଥିବା ଅଭିଯୋଗ ହେଉଛି l
ଉକ୍ତ ଘରୋଇ ସଂସ୍ଥା କିଛି ବର୍ଷ ବଲାଙ୍ଗୀର ଜିଲ୍ଲାର ଜନନୀ ସୁରକ୍ଷା ଯୋଜନା ଓ IMNCI ଟ୍ରେନିଂ କାର୍ଯ୍ୟା ହାତକୁ ନେଇଥିଲେ l IMNCI ପ୍ରଶିକ୍ଷଣ ଶିବିରରେ ଜିଲ୍ଲାର ଡାକ୍ତର ତଥା ସମସ୍ତ ଡାକ୍ତର ଖାନା କର୍ମଚାରୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା I ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ବ୍ୟାପକ ସରକାରୀ ଟଙ୍କା ଆତ୍ମସାତ୍ କରିଥିବା ଅଭିଯୋଗ ହେଉଛି l
ଆହୁରି ମଧ୍ୟ ରୁଗୁଡ଼ିପରl ରୁ ତେଲିଗୋଟପରା ରାସ୍ତା ରେ ଥିବା ନିଜ ଘରେ ଆଶା କର୍ମି ମାନଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ କରାଯାଉଛି l ଶିବିର ପାଇଁ ଆସୁଥିବା ଟଙ୍କା ର ବ୍ୟାପକ ବାଟମାରଣା କରାଯାଉଥିବା ଅଭିଯୋଗ ହେଉଛି l
ଉପରୋକ୍ତ ଘରୋଇ ସଂସ୍ଥାର କାର୍ଯ୍ୟକଳାପ ଉପରେ ଏକ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ରୋଗୀସେବା ଓ ପ୍ରଶିକ୍ଷଣ ଶିବିର ନାମରେ କୋଟି କୋଟି ଟଙ୍କାର କିଭଳି ବ୍ୟାପକ ଦୁର୍ନୀତି କରାଯାଇଛି ଲୋକ ଲୋଚନକୁ ଆସିପାରିବ l
କୌଣସି ବିଭାଗୀୟ ଅଧିକାରୀ ଏମାନଙ୍କ କାର୍ଯ୍ୟକଳାପ ଉପରେ ପ୍ରତିବାଦ କଲେ ଉକ୍ତ ଘରୋଇ ସଂସ୍ଥା ମାଲିକର ବଡଭାଇ ହରି ନାରାୟଣ ପୂଜାରୀ , ସଭାପତି , ଜିଲ୍ଲା ସାମ୍ବାଦିକ ସଂଘ ସମସ୍ତ ଘଟଣାକୁ ଚପlଇ ଦେଉଥିବା ଅଭିଯୋଗ ହେଉଛି l
ଆହୁରି ମଧ୍ୟ ଶାସକ ଦଳର ନିର୍ବାଚିତ ନେତା/ ନେତ୍ରୀଙ୍କ ସମସ୍ତ ପ୍ରକାର ସହାୟତା ମିଳୁଥିବାରୁ ବିଭାଗୀୟ ଅଧିକାରୀମାନେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଭୟ କରୁଛନ୍ତି l
ଆଗାମୀ ଦିନରେ ଉକ୍ତ ଘରୋଇ ସଂସ୍ଥା ଦ୍ଵାରା କରାଯାଉଥିବା ସମସ୍ତ ପ୍ରକାର ଦୁର୍ନୀତି ଅଭିଯୋଗ ଉପରେ ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନଗଲେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ବିଭାଗୀୟ ଅଧିକାରୀ ମାନଙ୍କ ବିରୁଦ୍ଧରେ ଆଇନ୍ ଅନୁଯାୟୀ ଜନସାଧାରଣ ଙ୍କ ତରଫରୁ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ ଏବଂ ଏମାନଙ୍କ ସହିତ ଜଡିତ ଥିବା ନିର୍ବାଚିତ ଶାସକ ଦଳର ନେତା/ ନେତ୍ରୀ ମାନଙ୍କ ନାମ ସର୍ବ ସାଧାରଣରେ ପ୍ରକାଶ କରାଯିବ l