ବଲାଙ୍ଗୀର ଜିଲ୍ଲା କ୍ରୀଡା ସଂଘ ତରଫରୁ ନକଲି ସମ୍ବାଦିକକୁ ସୁରକ୍ଷା ପ୍ରଦାନ କରିବା ପାଇଁ ଖବରକାଗଜ ମାଧ୍ୟମରେ ଜନସାଧାରଣଙ୍କୁ ବିଭ୍ରାନ୍ତିକର ତଥ୍ୟ ପରିବେଷଣ କରାଯାଉଛି l

ବଲାଙ୍ଗିର : 15 October : 2020 : ଗାନ୍ଧୀ ଷ୍ଟାଡିୟମ କୁ 2006 ମସିହାରୁ ନକଲି ସାମ୍ବାଦିକ ନିଜ କବଜାରେ ରଖି କଲ୍ୟାଣ ମଣ୍ଡପ ଭାବରେ ତଥା ଖେଳାଳି ମାନଙ୍କ ପାଇଁ ଉଦ୍ଧିଷ୍ଟ ଘର ମାନଙ୍କୁ ଭଡାରେ ପ୍ରଦାନ କରି ଆତ୍ମସାତ କରିଚାଲିଛି l ସରକାରଙ୍କ ନିର୍ଦ୍ଦେଶ ନାମା ଅନୁଯାଇ ଗାନ୍ଧୀ ଷ୍ଟାଡିୟମକୁ ଖେଳକୁଦ ଛଡା ଅନ୍ୟ କୌଣସି କାର୍ଯ୍ୟରେ ବ୍ୟବହାର କରାଯାଇ ପାରିବ ନାହିଁ l
ଏସମ୍ବନ୍ଧରେ ଅନେକ ଥର ଲେଖା ଗଲା ପରେ ଗତ 11 ଫେବ୍ରୁଆରି 2020 ରେ ଜ଼ୀଲ୍ଲା କ୍ରୀଡା ସଂଘର ବରିଷ୍ଠ ସଦସ୍ୟମାନେ ନକଲି ସମ୍ବାଦିକକୁ ସୁରକ୍ଷା ପ୍ରଦାନ କରିବା ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ର ଆୟୋଜନ କରିଥିଲେ l
ଜ଼ୀଲ୍ଲା କ୍ରୀଡା ସଂଘ ସହିତ ତତ୍କାଳୀନ ଜ଼ୀଲ୍ଲାପାଳ ଏକ ଚୁକ୍ତିନାମା 11 ଜୁଲାଇ 1973 ତାରିଖରେ କରି ଗାନ୍ଧୀ ଷ୍ଟାଡିୟମ ର ଜମିକୁ 99 ପର୍ଯ୍ୟନ୍ତ ଲିଜ ଆକାରରେ ପ୍ରଦାନ କରାଯାଇଛି ବୋଲି ପ୍ରକାଶ କରି ଏକ ଲେଖା ସାମ୍ବାଦିକ ସମ୍ମିଳନୀରେ ପରିବେଷଣ କରାଯାଇଥିଲା l
ଏଠାରେ ପ୍ରକାଶ ଥାଉକି ଓଡିଶା ସରକାରଙ୍କ ଯୁଗ୍ମ ସଚିବ ପତ୍ର ନମ୍ବର 23/79 ତାରିଖ 15 ଜାନୁଆରୀ 1973 ରେ ଜ଼ୀଲ୍ଲାପାଳ ଓ ଜ଼ୀଲ୍ଲା କ୍ରୀଡା ସଂଘ ମଧ୍ୟରେ ଗାନ୍ଧୀ ଷ୍ଟାଡିୟମ ର ଜମି ହସ୍ତାନ୍ତର କୁ ନେଇ 6 ମାସ ମଧ୍ୟରେ ଏକ ଚୁକ୍ତିନାମା କରାନଗଲେ ସରକାରଙ୍କ ନିର୍ଦ୍ଦେଶନାମା ବାତିଲ ହୋଇଯିବ ବୋଲି ଜଣାଇ ଦେଇଥିଲେ l
ପରବର୍ତ୍ତୀ ସମୟରେ ଏଭଳି କୌଣସି ଚୁକ୍ତିନାମା ସ୍ୱାକ୍ଷରିତ କରାଯାଇନଥିଲା l ଯଦି ଚୁକ୍ତିନାମା କରାଯାଇଛି ଜନସାଧାରଣଙ୍କ ଅବଗତି ନିମନ୍ତେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଏହି ଚୁକ୍ତିନାମା ପ୍ରକାଶ କରାଯାଉ ।
ଆହୁରିମଧ୍ୟ ରାଜ୍ୟ ସରକାର ଗାନ୍ଧୀ ଷ୍ଟାଡିୟମ ନିର୍ମାଣ କରିବା ପାଇଁ 10 ଏକର ଜମି ପ୍ରଦାନ କରିଥିଲେ l ଷ୍ଟାଡିୟମ 7.768ଏକର ଜମିରେ ନିର୍ମାଣ କରାଯାଇଛି ଓ ବକେୟା 2.232 ଏକର ଜମି ଯାନବାହନ ରଖିବା ପାଇଁ ଖାଲି ଛାଡି ଦିଆଯାଇଥିଲା l
ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଷ୍ଟାଡିୟମ ବାହାରେ ଥିବା 2.232 ଏକର ଜମି ଦୁଇ ମାସ ମଧ୍ୟରେ ଜ଼ୀଲ୍ଲାପ୍ରଶାସନ ଙ୍କୁ ଅବଗତ କରାଇ ଦଖଲରେ ନେବୁବୋଲି ଘୋଷଣା କରିଥିଲେ l ବର୍ତ୍ତମାନ ପର୍ଯ୍ୟନ୍ତ କେଉଁ କାରଣରୁ ଏହାକୁ ଦଖଲରେ ନେବା ପାଇଁ ପଦକ୍ଷେପ ଗ୍ରହଣ କରୁନାହାନ୍ତି l
ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇଦିଆଯାଉଛି ନକଲି ସାମ୍ବାଦିକ କୋଟି ଟଙ୍କାର ଭିତରୀ ବୁଝାମଣlକରି ବାହାରେ ଥିବା 2.232 ଏକର ଜମିକୁ ଅନେକ ଲୋକଙ୍କୁ ହସ୍ତାନ୍ତର କରିସାରିଛି l ବର୍ତ୍ତମାନ ଉକ୍ତ ଜମିରେ ନକଲି ପାର୍ଚ୍ଚl ତିଆରି କରଯାଇ ବଡ଼ବଡ଼ କୋଠା ନିର୍ମାଣ ହୋଇସାରିଛି l
ଗତ 11 ଜାନୁଆରୀ 2020 ତାରିଖ ସମ୍ବାଦିତ ସମ୍ବିଳନୀରେ ଉକ୍ତ ଚୁକ୍ତିନାମା କୁ ପ୍ରଦର୍ଶନ କରାଯାଇନଥିଲା କେବଳ ଏକ ଲେଖା ଜ଼ୀଲ୍ଲା କ୍ରୀଡ଼ା ସଙ୍ଘ ତରଫରୁ ସଭାପତି ଙ୍କ ଦସ୍ତଖତ କରାଯାଇ ସାମ୍ବାଦିକ ମାନଙ୍କୁ ପ୍ରଦାନ କରାଯାଇଥିଲା l
ଉକ୍ତ ଲେଖାକୁ ଆଧାର କରି କେତେକ ସାମ୍ବାଦିକ ଜ଼ୀଲ୍ଲା କ୍ରୀଡା ସଂଘ ଓ ଜ଼ୀଲ୍ଲାପାଳ ଙ୍କ ମଧ୍ୟରେ ଗାନ୍ଧୀ ଷ୍ଟାଡିୟମର ଜମି 99 ବର୍ଷ ପର୍ଯ୍ୟନ୍ତ ହସ୍ତାନ୍ତର କୁ ନେଇ ଏକ ଚୁକ୍ତିନାମା କରାଯାଇଛି ବୋଲି ନିଜ ସମ୍ବାଦପତ୍ରରେ ବଡ଼ବଡ଼ ଅକ୍ଷରରେ ପ୍ରକାଶ କରିଥିଲେ l ଆହୁରିମଧ୍ୟ କଲ୍ୟାଣ ମଣ୍ଡପ ଆକାରରେ ଓ ଷ୍ଟାଡିୟମ ଭିତରେ ଥିବା ଘରକୁ ବାହାରଲୋକଙ୍କୁ ଭଡାରେ ଦିଆଯାଉନାହିଁ ବୋଲି ନିଜ ଖବରକାଗଜରେ ଲେଖିଥିଲେ l
ନକଲି ସମ୍ବାଦିକର ଭ୍ରଷ୍ଟାଚାର କୁ ଲୁଚାଇବା ପାଇଁ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଜ଼ୀଲ୍ଲା କ୍ରୀଡା ସଂଘ ଭୁଲ ତଥ୍ୟ ପ୍ରଦାନ କରି ଖବରକାଗଜ ମାଧ୍ୟମରେ ଜନସାଧାରଣଙ୍କୁ ବିଭ୍ରାନ୍ତିକର ତଥ୍ୟ ପରିବେଷଣ କରାଯାଇଥିଲା ।
ଲେଖା ଯାଇଥିବା କୌଣସି ତଥ୍ୟ ଯଦି ଭୁଲ ରହିଛି ଜ଼ୀଲ୍ଲା କ୍ରୀଡା ସଂଘ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଜନସାଧାରଣଙ୍କ ଅବଗତି ନିମନ୍ତେ ପ୍ରକୃତ ତଥ୍ୟ ପରିବେଷଣ କରନ୍ତୁ l