ବିସ୍ଥାପିତ ପରିବାର ସଦସ୍ୟ ମାନେ ଆଗାମୀ 16 ନଭେମ୍ବର 2020 ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗୋଲାବାରୁଦ କାରଖାନା ଗେଟ( ଫପସି ) ସମ୍ମୁଖରେ ‘ଧାରଣା’ ଦେବେ l

ବଲାଙ୍ଗିର : 13 ନଭେମ୍ବର 2020 : ଗୋଳlବାରୁଦ କାରଖାନା, ବଡ଼ମାଳ 1984 ମସିହାରେ ସ୍ଥାପନ କରାଯାଇଥିଲା l ବାସଚ୍ୟୁତ ହୋଇଥିବା 1030 ପରିବାର ର ଏକ ତାଲିକା ରାଜ୍ୟ ଗୃହ ବିଭାଗ ପ୍ରତିରକ୍ଷା ମନ୍ତ୍ରାଳୟକୁ ପ୍ରଦାନ କରିଥିଲେ l
ପ୍ରତିରକ୍ଷା ମନ୍ତ୍ରାଳୟ ଏହି ତାଲିକାକୁ ଅନୁମୋଦନ କରି ପ୍ରତ୍ୟେକ ବାସଚ୍ୟୁତ ପରିବାରର ଜଣେ ସଦସ୍ୟଙ୍କୁ ଗୋଲାବାରୁଦ କାରଖାନାରେ ନିଯୁକ୍ତି କରିବା ପାଇଁ କୋଲକତା ସ୍ଥିତ ଗୋଲା ବାରୁଦ କାରଖାନା ବୋର୍ଡ କୁ ପ୍ରଦାନ କରିଥିଲେ l
ଗୋଲାବାରୁଦ କାରଖାନା ବୋର୍ଡ ଉକ୍ତ ତାଲିକାର ନକଲ ବଲାଙ୍ଗିର ଜିଲ୍ଲାପାଳ ଏବଂ ଗୋଲା ବାରୁଦ କାରଖାନା, ବଡ଼ମାଲ କୁ ପ୍ରଦାନ କରିଥିଲେ l ବର୍ତ୍ତମାନ ପର୍ଯ୍ୟନ୍ତ ଉକ୍ତ ତାଲିକାରୁ ପ୍ରାୟ 1012 ଜଣ ବିସ୍ଥାପିତ ପରିବାର ର ସଦସ୍ୟ କାରଖାନାରେ ନିଯୁକ୍ତି ପାଇସାରିଛନ୍ତି l
ବାକି ରହିଥିବା 18 ଜଣ ପରିବାରର ଉତ୍ତରାଧିକାରୀ ମାନଙ୍କ ସମ୍ବନ୍ଧରେ ତତ୍କାଳୀନ ଟିଟିଲାଗଡ଼ ଉପ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, IAS ଏକ ଭୁଲ ରିପୋର୍ଟ୍ ଗୋଲା ବାରୁଦ କାରଖାନା କର୍ତ୍ତୃପକ୍ଷ ଙ୍କ ଇଙ୍ଗିତରେ ତିଆରି କରି ଏମାନଙ୍କୁ ନିଯୁକ୍ତି ନଦେବା ପାଇଁ ବଲାଙ୍ଗିର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ l
ଏହି ରିପୋର୍ଟ ବିରୁଦ୍ଧରେ ମାନ୍ୟବର ଓଡିଶା ଉଚ୍ଚନ୍ୟାୟାଳୟ ଏକ ମାମଲା ରୁଜୁ କରାଯାଇଥିଲା l ମାନ୍ୟବର ହାଇକୋର୍ଟ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ପୁଣିଥରେ ଉକ୍ତ ରିପୋର୍ଟ ଉପରେ ତଦନ୍ତ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ l ତତ୍କାଳୀନ ବଲାଙ୍ଗିର ଜିଲ୍ଲାପାଳ ମାନନୀୟ ଅରବିନ୍ଦ ଡାକୁଆ ଟିଟିଲାଗଡ଼ ଉପ ଜିଲ୍ଲାପାଳ ଙ୍କୁ ପୁଣିଥରେ 18 ଜଣ ବିସ୍ଥାପିତ ଙ୍କ ମଧ୍ୟରୁ 5 ଜଣ ପରିବାରର ଉତ୍ତରାଧିକାରୀ ଙ୍କ ସମ୍ବନ୍ଧରେ ତଦନ୍ତ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଥିଲେ l
ତତ୍କାଳୀନ ଟିଟିଲାଗଡ଼ ଉପ ଜିଲ୍ଲାପାଳ ଉକ୍ତ 5 ଜଣ ବିସ୍ଥାପିତ ପରିବାରର ଉତ୍ତରାଧିକାରୀ ମାନଙ୍କ ତାଲିକା ତତ୍କାଳୀନ ଜିଲ୍ଲାପାଳ ଙ୍କୁ ପ୍ରଦାନ କଲେ l ଏହି ତଦନ୍ତ ରିପୋର୍ଟ ଉପରେ 5 ଜଣ ବିସ୍ଥାପିତ ପରିବାରଙ୍କ ଉତ୍ତରାଧିକାରୀ ମାନଙ୍କୁ କାରଖାନାରେ ଚାକିରି ଦେବା ପାଇଁ ତତ୍କାଳୀନ ଜିଲ୍ଲାପାଳ କାରଖାନା ଜେନେରାଲ ମ୍ୟାନେଜର ଙ୍କୁ ନିଦ୍ଦେର୍ଶ ଦେଇଛନ୍ତି l
ଉକ୍ତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶନାମା କୁ ଗୋଲା ବାରୁଦ କାରଖାନା କର୍ତ୍ତୃପକ୍ଷ କାର୍ଯ୍ୟକରି କରୁନଥିବାରୁ ଏହାର ପ୍ରତିବାଦରେ ତାରିଖ 30 ସେପ୍ଟେମ୍ବର 2020 ଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ କାରଖାନା ଫପସି ଗେଟ ସାମନାରେ ଧାରଣ ଦିଆଯାଇଥିଲା l
ଗୋଲା ବାରୁଦ କାରଖାନା କର୍ତ୍ତୃପକ୍ଷ 30 ସେପ୍ଟେମ୍ବର 2020 ତାରିଖରେ ଧାରଣା ସ୍ଥଳକୁ ଆସି ସମସ୍ତ ବିଷୟରେ ଆଲୋଚନା କରି ସମାଧାନ କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେଲା ପରେ ଧାରଣା କୁ ସ୍ଥଗୀତ ରଖାଯାଇଥିଲl I ସେମାନଙ୍କ ପ୍ରତିଶୃତି ଅନୁଯାୟୀ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ଆଗାମୀ 16 ନଭେମ୍ବର 2020 ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାରଖାନା ଗେଟ( ଫପସି ) ସମ୍ମୁଖରେ ବିସ୍ଥାପିତ ପରିବାର ସଦସ୍ୟ ମାନେ ‘ଧାରଣା’ ଦେବେ l