Today is February 25, 2021

ମଣିଷ ଚର୍ମରେ କେତେ ସମୟ ଯାଏ ଆକ୍ଟିଭ୍‌ ରହିଥାଏ କରୋନା ଭାଇରସ୍‌ ? ସାମ୍ନାକୁ ଆସିଲା ତଥ୍ୟ

Balangir : 18 October 2020 : ସାରା ବିଶ୍ୱରେ ମହାମାରୀ କରୋନା ଏହାର କାୟା ବିସ୍ତାର କରିସାରିଛି। କରୋନାର ମୁକାବିଲା କରିବା ଲାଗି ଅନେକ ଦେଶ  ଭ୍ୟାକ୍‌ସିନ୍‌ ବାହାର କରିବାରେ ମଧ୍ୟ ଲାଗି ପଡ଼ିଛନ୍ତି। ଏସବୁ ଭିତରେ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଛି। ଯେଉଁଥିରେ କରୋନା ଭାଇରସ୍‌ ସମ୍ପର୍କରେ ନୂଆ ନୂଆ ତଥ୍ୟ ଜଣାପଡ଼ୁଛି।

ଏକ ଷ୍ଟଡିରେ ଖୁଲାସା ହୋଇଛି ଯେ, କରୋନା ଭାଇରସ୍‌ ମଣିଷ ଚର୍ମରେ ୯ ଘଣ୍ଟା ପର୍ଯ୍ୟନ୍ତ ଆକ୍ଟିଭ୍‌ ରହିଥାଏ।  କରୋନା ଭାଇରସ୍‌କୁ ନେଇ ଜାପାନର ରିସର୍ଚ୍ଚରମାନେ ଷ୍ଟଡି କରି ଏଭଳି କିଛି ତଥ୍ୟ ଜାଣିବାକୁ ପାଇଛନ୍ତି। ତେଣୁ ଏଥିରୁ ବର୍ତ୍ତିବା ପାଇଁ ବାରମ୍ବାର ହାତ ଧୋଇବା ପାଇଁ ପରାମର୍ଶ ଦେଇଛନ୍ତି।

Clinical Infectious Diseases ଜର୍ଣ୍ଣାଲ୍‌ରେ ପ୍ରକାଶିତ ଷ୍ଟଡି ଅନୁସାରେ, କରୋନା ଭାଇରସ୍‌ ତୁଳନାରେ ଫ୍ଲ୍ୟୁ ଭାଇରସ୍‌ ମଣିଷ ଚର୍ମରେ ପାଖାପାଖି ୧.୮ ଘଣ୍ଟା ପର୍ଯ୍ୟନ୍ତ ଆକ୍ଟିଭ୍‌ ରହିଥାଏ।

ଷ୍ଟଡିରେ ଆହୁରି ମଧ୍ୟ କୁହାଯାଇଛି ଯେ, ଇନ୍‌ଫ୍ଲ୍ୟୁଏଞ୍ଜା ଏ ଭାଇରସ୍ (‌Influenza A virus) ତୁଳନାରେ SARS-CoV-2 ମଣିଷ ଚର୍ମରେ ୯ ଘଣ୍ଟା ପର୍ଯ୍ୟନ୍ତ ଆକ୍ଟିଭ୍‌ ରହିବା ଯୋଗୁ କଣ୍ଟାକ୍ଟ୍‌ ଟ୍ରାନ୍ସମିଶନ୍‌ର ବିପଦ ବଢ଼ିବାର ଆଶଙ୍କା ରହିଛି। ଫଳରେ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି। ଷ୍ଟଡି ଅନୁସାରେ, ethanol ପ୍ରୟୋଗ କରିବାର ୧୫ ସେକେଣ୍ଡ ମଧ୍ୟରେ ଉଭୟ କରୋନା ଭାଇରସ୍‌ ଓ ଫ୍ଲ୍ୟୁ ଭାଇରସ୍‌ ନିଷ୍କ୍ରିୟ ହୋଇଯାଇଥାଏ। ହ୍ୟାଣ୍ଡ୍‌ ସାନିଟାଇଜରରେ ethanolର ବ୍ୟବହାର ହୋଇଥାଏ।

ଷ୍ଟଡିରେ ଆହୁରି ମଧ୍ୟ କୁହାଯାଇଛି ଯେ, ଯେହେତୁ SARS-CoV-2 ଚର୍ମରେ ଅଧିକ ସମୟ ସକ୍ରିୟ ରହିବା ଯୋଗୁ କଣ୍ଟାକ୍ଟ ଟ୍ରାନ୍ସମିଶନ୍‌ ମାଧ୍ୟମରେ ସଂକ୍ରମଣ ବଢ଼ିବାର ଆଶଙ୍କା ସୃଷ୍ଟି ହୋଇଥାଏ ତେଣୁ ସବୁବେଳେ ହାତକୁ ସଫାସୁତୁରା ରଖିଲେ ଏହି ସଂକ୍ରମଣର ବିପଦକୁ ଏଡ଼ାଇ ଦିଆଯାଇପାରେ।

Previous ArticleNext Article
( M.Com, LLB, PG DLL & PM, PG DB & IM, PG DCS ) Founder cum Editor-in-Chief .

Leave a Reply

Your email address will not be published. Required fields are marked *