Today is October 28, 2020

ମତ୍ସଜୀବି ପରିବାରରୁ ମିସାଇଲ୍‌ ମ୍ୟାନ୍ I

Balangir : 17 October 2020 : ଭାରତର ମିସାଇଲ୍‌ ମ୍ୟାନ୍‌ ଭାବରେ ଲୋକପ୍ରିୟ ଡକ୍ଟର ଏପିଜେ ଅବଦୁଲ କଲାମଙ୍କର ୧୯୩୧ ମସିହା ଅକ୍ଟୋବର ୧୫ତାରିଖରେ ରାମେଶ୍ୱରମ୍‌ରେ ଜନ୍ମଗ୍ରହଣ କରିଥିଲେ। ବେଶ୍‌ ସରଳ ସ୍ୱାଭାବ ଏବଂ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେଉଥିବାରୁ ଅବଦୁଲ୍‌ଙ୍କୁ ‘ଲୋକଙ୍କ ରାଷ୍ଟ୍ରପତି’ କୁହାଯାଉଥିଲା। ସମାଜର ସମସ୍ତ ବର୍ଗ ଏବଂ ବିଶେଷକରି ଯୁବକମାନଙ୍କର ପ୍ରେରଣା ଥିବା ଡକ୍ଟର କଲାମଙ୍କ ପାଇଁ ଆଜି ବି ଭାରତବାସୀଙ୍କ ହୃଦୟରେ ରହିଯାଇଛି ଏକ ସ୍ୱତନ୍ତ୍ର ସ୍ଥାନ।

ରାମେଶ୍ୱରମ୍‌ର ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ଅବଦୁଲ୍‌। ତାଙ୍କ ବପା ଡଙ୍ଗା ଚାଳନ କରୁଥିଲେ ଏବଂ ମାଛ ଧରୁଥିଲେ। ଅବ୍‌ଦୁଲ୍‌ଙ୍କ ମାଆ ଜଣେ ଗୃହିଣୀ ଥିଲେ। ପିରବାରର ଅର୍ଥିକ ସ୍ଥିତି ଭଲ ନଥିଲା ଯେଉଁଥିପାଇଁ ଅବଦୁଲ୍‌ ପେପର୍‌ ବିକି ପାଠ ପଢୁଥିଲେ।

ଡକ୍ଟର ଏପିଜେ ଅବଦୁଲ କଲାମ ୨୦୦୨ରେ ଦେଶର ପ୍ରଥମ ଅବିବାହିତ, ଏକାଦଶ ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ୧୯୯୨ରୁ ୧୯୯୯ ପର୍ଯ୍ୟନ୍ତ କଲାମ ମଧ୍ୟ ପ୍ରତିରକ୍ଷା ମନ୍ତ୍ରୀଙ୍କ ପ୍ରତିରକ୍ଷା ପରାମର୍ଶଦାତା ଥିଲେ। ଏହି ସମୟ ମଧ୍ୟରେ ବାଜପେୟୀ ସରକାର ମଧ୍ୟ ଦ୍ୱିତୀୟ ଥର ପାଇଁ ପୋଖରାନରେ ପରମାଣୁ ପରୀକ୍ଷଣ କରିଥିଲେ ଏବଂ ଭାରତ ପରମାଣୁ ଅସ୍ତ୍ର ତିଆରି କରୁଥିବା ଦେଶମାନଙ୍କରେ ଯୋଗ ଦେଇଥିଲେ। କଲାମ ଭିଜନ ୨୦୨୦ ଦେଇଥିଲେ। ଏହା ଅଧୀନରେ କଲାମ ବିଜ୍ଞାନର ଅଗ୍ରଗତି ମାଧ୍ୟମରେ ୨୦୨୦ ସୁଦ୍ଧା ଭାରତକୁ ଅତ୍ୟାଧୁନିକ କରିବା ପାଇଁ ବିଶେଷ ଚିନ୍ତା କରିଥିଲେ। କଲାମ ମଧ୍ୟ ଭାରତ ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ଥିଲେ।

କଲାମଙ୍କୁ ୧୯୯୦ରେ ପଦ୍ମବିଭୂଷଣ ଏବଂ ୧୯୯୭ରେ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା। ଭାରତର ସର୍ବୋଚ୍ଚ ପଦବୀରେ ନିଯୁକ୍ତ ହେବା ପୂର୍ବରୁ ଭାରତ ରତ୍ନ ଗ୍ରହଣ କରିଥିବା କଲାମ ଦେଶର ତୃତୀୟ ରାଷ୍ଟ୍ରପତି ଅଟନ୍ତି। ଏହାପୂର୍ବରୁ ସର୍ବପାଲ୍ଲୀ ରାଧାକ୍ରିଷ୍ଣନ୍ ଏବଂ ଜାକିର ହୁସେନ୍ ଏହାକୁ ହାସଲ କରିଥିଲେ।

ଅବଦୁଲ୍‌ କଲାମ୍‌ ସବୁବେଳେ କହୁଥିଲେ ପ୍ରଥମ ଉପଲବ୍ଧି ପରେ କେବେ ଆରାମ କରନି। ନହେଲେ ଲୋକେ କହିବେ ଯାହା କିଛି ମିଳିଛି ସେ ସବୁ ଭାଗ୍ୟରେ ଥିଲା। ୨୦୧୫ ଜୁଲାଇ ୨୭ରେ ସିଲଙ୍ଗରେ ପ୍ରାଣ ହରାଇଥିଲେ କଲାମ୍‌।

Previous ArticleNext Article
( M.Com, LLB, PG DLL & PM, PG DB & IM, PG DCS ) Founder cum Editor-in-Chief of Social Reform.

Leave a Reply

Your email address will not be published. Required fields are marked *