ମର୍ସିଡିଜ୍ କାର୍ ଜାଳିଦେଇ ମିଖାଇଲ୍ ଲିଟ୍ଭିନ୍ ଏହାର ଭିଡିଓ ସୋସିଆଲ ମିଡିଆରେ ଶେଆର କରିଥିଲେ Published:28th October 2020Published In:Latest News2Author:Shantanu Kumar NaikDiscussion:0 CommentsTime to read:1 minute ନୂଆଦିଲ୍ଲୀ: 28 ଅକ୍ଟୋବର 2020 : ମିଖାଇଲ୍ ଲିଟ୍ଭିନ୍ ନାମକ ୟୁଟ୍ୟୁବର ନିଜର 2 କୋଟି 42 ଲକ୍ଷ ଟଙ୍କାର ମର୍ସିଡିଜ୍ କାର୍ରେ ନିଆଁ ଲଗାଇ ଏହାର ଭିଡିଓ କରି ନିଜେ ସୋସିଆଲ ମିଡିଆରେ ଶେଆର କରିଥିଲେ। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ମିଖାଇଲ୍ ଲିଟ୍ଭିନ୍ ନାମକ ଋଷର ଏହି ୟୁଟ୍ୟୁବରଙ୍କ ଫ୍ୟାନ୍ସ ସଂଖ୍ୟା ବହୁତ ଅଧିକ। ୟୁଟ୍ୟୁବରେ ତାଙ୍କର ୪.୯୭ ମିଲିୟନ ସବ୍ସ୍କ୍ରାଇବର ଥିବାବେଳେ ଇନ୍ଷ୍ଟାଗ୍ରାମରେ ମଧ୍ୟ ତାଙ୍କର ଫ୍ୟାନ୍ସଙ୍କ ସଂଖ୍ୟା ଅଧିକ। ତେବେ ତାଙ୍କ ପାଖରେ ଥିବା ଏକ ମର୍ସିଡିଜ୍ AMG GT63 କାର୍କୁ ସେ ନିଜ ହାତରେ ଜାଳି ଦେଇଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ମଧ୍ୟ ସେ ଶେଆର କରିଛନ୍ତି। ମିଖାଇଲ୍ ଶେଆର କରିଥିବା ଭିଡିଓରେ ଦେଖିବାକୁ ମିଳିଛି, ମିଖାଇଲ କଳା ରଙ୍ଗର ମର୍ସିଡିଜ୍ କାର୍ ଚଲାଇ ଆସି ଏହାକୁ ଏକ ଖାଲି ପଡ଼ିଆରେ ପାର୍କିଂ କରୁଛନ୍ତି। ଏହାପରେ ସେ କାର୍ରୁ ଓହ୍ଲାଇ ଗାଡ଼ି ଡିକିରେ ଥିବା ପେଟ୍ରୋଲ ଭର୍ତ୍ତି କ୍ୟାନ୍ ଗୁଡ଼ିକୁ ବାହାର କରି ଏହାକୁ ଗାଡ଼ି ଉପରେ ପକାଉଛନ୍ତି। କାର୍ରୁ କିଛି ମିଟର ଦୂରକୁ ଯାଇ ସେଠାରେ କିଛି ଖାଦ୍ୟ ଖାଉଛନ୍ତି। ଏହି ସମୟରେ ହଠାତ୍ ସେ ଉଠି କାର୍ରେ ନିଆଁ ଲଗାଇ ଦେଉଥିବା ଦେଖିବାକୁ ମିଳିଛି। ସବୁଠାରୁ ଆଶ୍ଚର୍ଯ୍ୟ କଥା, ମିଖାଇଲ୍ ନିଜେ ଏସବୁ ଘଟଣାର ଏକ ଭିଡିଓ କରି ଏହାକୁ ସେ ସୋସିଆଲ ମିଡିଆରେ ଶେଆର କରିଛନ୍ତି। ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୟୁଟ୍ୟୁବରେ ୧ କୋଟିରୁ ଅଧିକ ଲୋକ ଦେଖି ସାରିଥିବା ବେଳେ ୧୦ ଲକ୍ଷରୁ ଅଧିକ ଲୋକ ଏହାକୁ ଲାଇକ୍ କରି ସାରିଲେଣି। Previous Articleଜାମ୍ମୁ କାଶ୍ମୀରରେ ଏବେ ଯେକୌଣସି ବ୍ୟକ୍ତି ଜାଗା କିଣି ସେଠାରେ ବସବାସ କରିପାରିବେNext Articleଜେମ୍ସ ବଣ୍ଡ୍ ଫିଲ୍ମର ପ୍ରଥମ ଅଭିନେତା ସାର୍ ସିନ୍ କୋନ୍ନେରୀଙ୍କ ପରଲୋକ