ମାଗଣା କୋଭିଡ-୧୯ ଭ୍ୟାକ୍ସିନ୍ ଦେବାକୁ ଘୋଷଣା କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ Published:22nd October 2020Published In:NewsAuthor:Shantanu Kumar NaikDiscussion:0 CommentsTime to read:1 minute ଚେନ୍ନାଇ: 22 ଅକ୍ଟୋବର 2020 : ରାଜ୍ୟବାସୀଙ୍କୁ ମାଗଣାରେ କରୋନା ଭ୍ୟାକ୍ସିନ୍ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇଡାପ୍ପାଡି କେ. ପାଲାନିସ୍ୱାମୀ। ସେ କହିଛନ୍ତି “କୋଭିଡ୍-୧୯ ଭ୍ୟାକ୍ସିନ୍ ପ୍ରସ୍ତୁତ ହେବା ପରେ ରାଜ୍ୟର ସମସ୍ତ ନାଗରିକଙ୍କୁ ମାଗଣାରେ ଭ୍ୟାକ୍ସିନ୍ ଦିଆଯିବ।” ପାଲାନିସ୍ୱାମୀଙ୍କୁ ପୂର୍ବରୁ ବିଜେପି ବିହାରରେ ମାଗଣା କୋଭିଡ-୧୯ ଭ୍ୟାକ୍ସିନ୍ ଯୋଗାଇ ଦେବାକୁ ଘୋଷଣା କରିଛି। ନିର୍ବାଚନୀ ଇସ୍ତାହାରରେ ମାଗଣା ଭ୍ୟାକ୍ସିନ୍ ବିତରଣକୁ ସାମିଲ କରିଛି ଦଳ। ନିର୍ବାଚନୀ ଇସ୍ତାହାରରେ କୁହାଯାଇଛି। “ କରୋନା ବିରୋଧୀ ଲଢ଼େଇରେ ଏନ୍ଡିଏ ସରକାର ଦେଶର ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଆମର ସଂକଳ୍ପ ଏହି କି ଯେ ଯଥାଶୀଘ୍ର କରୋନା ଭ୍ୟାକ୍ସିନ ICMR (ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ) ଦ୍ୱାରା ଅନୁମୋଦିତ ହେଲେ ରାଜ୍ୟବାସୀଙ୍କର ମାଗଣା ଟିକାକରଣ କରାଯିବ।” ବିଜେପି ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ନିର୍ମଳା ଶୀତାରମଣ ନିର୍ବାଚନୀ ଇସ୍ତାହାର ଜାରି କରି ବିହାରକୁ ମାଗଣା କରୋନା ଭ୍ୟାକ୍ସିନ ଦେବା ଇସ୍ତାହାରର ପ୍ରଥମ ପ୍ରତିଶ୍ରୁତି ବୋଲି କହିଛନ୍ତି। Previous Articleମହାରାଷ୍ଟ୍ରରେ ବିଜେପିକୁ ବଡ ଝଟକା, ଦଳ ଛାଡିଲେ ପୂର୍ବତନ ମନ୍ତ୍ରୀ ଏକନାଥ ଖଡସେNext Articleରାଜ୍ୟ ସରକାରଙ୍କ ବିନା ଅନୁମତିରେ ‘ସବିଆଇ’ ମହାରାଷ୍ଟ୍ରରେ କୌଣସି ମାମଲାର ତଦନ୍ତ କରି ପାରିବ ନାହିଁ