ଶତ୍ରୁ ପାଖରେ ବି ମହନୀୟତା ଦେଖାଇଲେ ଭାରତୀୟ ଯବାନ; ଧରାପଡ଼ିଥିବା ଚୀନ ସେନାଙ୍କୁ ଫେରାଇ ଦେଲେ Published:21st October 2020Published In:Latest News2Author:Shantanu Kumar NaikDiscussion:0 CommentsTime to read:1 minute ନୂଆଦିଲ୍ଲୀ/ ବେଜିଂ: 21 ଅକ୍ଟୋବର 2020 : ଭାତର-ଚୀନ ସୀମାରେ ଦୀର୍ଘମାସ ଧରି ଲାଗି ରହିଥିବା ଉତ୍ତେଜନା ଲାଗି ରହଛି । ଏହା ସତ୍ତ୍ୱେ ଭାରତୀୟ ସେନା ତାଙ୍କର ମହନୀୟତା ଭୁଲି ନାହାନ୍ତି। ସୀମା ନିକଟରେ ଧରାପଡ଼ିଥିବା ଜଣେ ଚୀନୀ ଯବାନଙ୍କୁ ଭାରତୀୟ ସେନା ଫେରାଇ ଦେଇଛି। ଚୀନର ପିପୁଲ୍ସ ଲିବରେଶନ ଆର୍ମି (PLA) ଏକ ବୟାନ ଜାରି କରି ଯବାନଙ୍କୁ ଫେରାଇ ଦେବାକୁ ଅନୁରୋଧ କରିଥିଲା। ଚୀନ ସେନାଙ୍କ କହିବା ଅନୁଯାୟୀ, ଏହି ଯବାନ ଜଣକ କିଛି ଗୋପାଳକଙ୍କୁ ରାସ୍ତା ବତାଉ ବତାଉ ନିଜେ ଭୁଲ୍ରେ LAC ପାର କରି ଭାରତୀୟ ସୀମାରେ ପ୍ରବେଶ କରି ଯାଇଥିଲେ। ଭାରତୀୟ ସେନା ପକ୍ଷରୁ ସୋମବାର ଏ ନେଇ ସୂଚନା ଦିଆଯାଇ କୁହାଯାଇଥିଲା ଯେ, ପିପୁଲ୍ସ ଲିବରେଶନ ଆର୍ମିର ଜଣେ ଯବାନଙ୍କୁ ଲଦାଖର ଡେମ୍ଚୋକ ସେକ୍ଟରରେ ସୋମବାର ଧରାଯାଇଛି। ସେ LAC ନିକଟରେ ଇତଃସ୍ତତଃ ଭାବେ ବୁଲୁଥିଲେ। ବୁଧବାର ସକାଳେ ତାଙ୍କୁ ଛାଡି ଦିଆଯାଇଥିବା ମିଡିଆ ସୂତ୍ରରୁ ଜଣାପଡ଼ିଛି। ଅନ୍ୟପକ୍ଷେ ଭାରତୀୟ ସେନାର ଏହି ସକାରାତ୍ମକ ବ୍ୟବହାର ପାଇଁ ଚୀନ ସେନା ଧନ୍ୟବାଦ ଜଣାଇଛନ୍ତି। ଦୀର୍ଘ ମାସ ଧରି ଦୁଇ ଦେଶର ଯବାନ ମୁହାଁମୁହିଁ ସ୍ଥିତିରେ ଥିବାବେଳେ ଭାରତୀୟ ସେନାର ଏପରି ବ୍ୟବହାର ଏକ ଭଲ ସଙ୍କେତ ଭାବେ ଗ୍ରହଣ କରଯାଉଛି। ଭାରତୀୟ ସେନା ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି, ଧରାପଡ଼ିଥିବା ଏହ ଯବାନଙ୍କୁ ସମସ୍ତ ଔପଚାରିକତା ଶେଷ ହେବା ପରେ ଚୁଶୁଲ ମୋଲ୍ଡୋ ସୀମା ପଏଣ୍ଟରେ ଚୀନ ସେନାକୁ ହସ୍ତାନ୍ତର କରାଯାଇଛି। ପିଏଲଏର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଚୀନର ଜଣେ ଯବାନ ଅକ୍ଟୋବର ୧୮ ତାରିଖ ସନ୍ଧ୍ୟାରେ ଚୀନ-ଭାରତ ସୀମାରୁ ନିଖୋଜ ହୋଇ ଯାଇଥିଲେ । ଏହି ସୂଚନା ଭାରତୀୟ ସେନାକୁ ଦିଆ ଯାଇଥିଲା। ଭାରତୀୟ ସେନା ଚୀନ ଯବାନଙ୍କୁ ଖୋଜିବାରେ ସହାୟତା କରିଥିଲେ ଏବଂ ଫେରାଇ ଦେବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। Previous Articleହାଥରସ୍ ଘଟଣା ପରେ ଧର୍ମ ପରିବର୍ତ୍ତନ କଲେ ବାଲ୍ମିକୀ ସମାଜର ୫୦ ପରିବାରNext Articleମହାରାଷ୍ଟ୍ରରେ ବିଜେପିକୁ ବଡ ଝଟକା, ଦଳ ଛାଡିଲେ ପୂର୍ବତନ ମନ୍ତ୍ରୀ ଏକନାଥ ଖଡସେ