Today is February 25, 2021

ହାଥରସ୍‌ ଘଟଣା ପରେ ଧର୍ମ ପରିବର୍ତ୍ତନ କଲେ ବାଲ୍ମିକୀ ସମାଜର ୫୦ ପରିବାର

ଗାଜିଆବାଦ: 20 ଅକ୍ଟୋବର 2020 : ଗାଜିଆବାଦ ହାଥରସ୍‌ ଘଟଣାରେ ମର୍ମାହତ ବାଲ୍ମିକୀ ସମାଜର ୫୦ ପରିବାର ଧର୍ମ ପରିବର୍ତ୍ତନ କରିଛନ୍ତି। ପରିବାରର ପ୍ରାୟ ୨୩୬ ଜଣ ସଦସ୍ୟ ବୌଦ୍ଧ ଧର୍ମ ଗ୍ରହଣ କରି ନେଇଛନ୍ତି। ଏହି ଘଟଣା ଗାଜିଆବାଦର କରହେଡ଼ା ଇଲାକାରେ ଘଟିଛି। ବାବା ସାହେବ ଆମ୍ବେଦକର ନାତି (Great-grandson) ଉପସ୍ଥିତିରେ ସେମାନେ ଏହି ଧର୍ମ ପରିବର୍ତ୍ତନ କରିଛନ୍ତି।

ଏହି ପରିବାର ଲୋକେ ଅଭିଯୋଗ କରିଛନ୍ତି, ସମାନେ ହାଥରସ ଘଟଣାରେ ସେ ଅତ୍ୟନ୍ତ ମର୍ମାହତ। ଏହା ସହିତ ସେମାନେ ଅଭିଯୋଗ କରିଛନ୍ତି, ଆର୍ଥିକ ସ୍ଥିତି ସହ ଦୀର୍ଘଦିନ ଧରି ଯୁଦ୍ଧ କରିବା ପରେ ବି କେହି ସେମାନଙ୍କ ସମସ୍ୟା ଶୁଣି ନ ଥିଲେ। ସବୁସ୍ଥାନରେ ସେମାନେ ଅବହେଳିତ ହେଉଛନ୍ତି। ଏହି ପରିବାରର ସଦସ୍ୟମାନେ ଅକ୍ଟୋବର ୧୪ ତାରିଖ ଧର୍ମ ପରିବର୍ତ୍ତନ କରିଛନ୍ତି ଯାହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏହାବ୍ୟତୀତ ଭାରତୀୟ ବୌଦ୍ଧ ମହାସଭା ତରଫରୁ ଏମାନଙ୍କୁ ପ୍ରମାଣପତ୍ର ମଧ୍ୟ ଜାରି କରାଯାଇଛି।

ଧର୍ମ ପରିବର୍ତ୍ତନ କରିଥିବା ବୀର ସିଂହ କହିଛନ୍ତି, ତାଙ୍କ ଗାଁର ୫୦ ପରିବାରର ୨୩୬ ସଦସ୍ୟ ବୌଦ୍ଧ ଧର୍ମ ପରିବର୍ତ୍ତନ କରିଛନ୍ତି। ଏମାନଙ୍କ ମଧ୍ୟରେ ମହିଳା ଏବଂ ଶିଶୁ ମଧ୍ୟ ଅଛନ୍ତି। ଏଥିପାଇଁ ସେମାନଙ୍କଠାରୁ କୌଣସି ଅର୍ଥ ନିଆଯାଇ ନାହଁ। କେବେଳ ଏହି ଧର୍ମକୁ ଗ୍ରହଣ କରିଥିବାରୁ ସମାଜ ସେବା ପରି ଭଲ କାମ କରିବାକୁ କୁହାଯାଇଛି।

Previous ArticleNext Article
( M.Com, LLB, PG DLL & PM, PG DB & IM, PG DCS ) Founder cum Editor-in-Chief .

Leave a Reply

Your email address will not be published. Required fields are marked *