Today is October 28, 2020

ମାନ୍ୟବର ଓଡିଶା ଉଚ୍ଚନ୍ୟାୟାଳୟ ଏବଂ ବଲାଙ୍ଗିର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ନାମା କୁ ଗୋଲା ବାରୁଦ କାରଖାନା କର୍ତ୍ତୃପକ୍ଷ କାର୍ଯ୍ୟକାରୀ କରୁ ନଥିବାରୁ ବିସ୍ଥାପିତ ପରିବାର ସଦସ୍ୟ ମାନଙ୍କ କାରଖାନା ଗେଟ ସମ୍ମୁଖ ରେ ଧାରଣା l

ବଲାଙ୍ଗିର : 14 October 2020 : ଗୋଳlବାରୁଦ କାରଖାନା, ବଡ଼ମାଳ 1984 ମସିହାରେ ସ୍ଥାପନ କରାଯାଇଥିଲା l ବାସଚ୍ୟୁତ ହୋଇଥିବା 1030 ପରିବାର ର ଏକ ତାଲିକା ରାଜ୍ୟ ଗୃହ ବିଭାଗ ପ୍ରତିରକ୍ଷା ମନ୍ତ୍ରାଳୟକୁ ପ୍ରଦାନ କରିଥିଲେ l

ପ୍ରତିରକ୍ଷା ମନ୍ତ୍ରାଳୟ ଏହି ତାଲିକାକୁ ଅନୁମୋଦନ କରି ପ୍ରତ୍ୟେକ ବାସଚ୍ୟୁତ ପରିବାରର ଜଣେ ସଦସ୍ୟଙ୍କୁ ଗୋଲାବାରୁଦ କାରଖାନାରେ ନିଯୁକ୍ତି କରିବା ପାଇଁ କୋଲକତା ସ୍ଥିତ ଗୋଲା ବାରୁଦ କାରଖାନା ବୋର୍ଡ କୁ ପ୍ରଦାନ କରିଥିଲେ l

ଗୋଲାବାରୁଦ କାରଖାନା ବୋର୍ଡ ଉକ୍ତ ତାଲିକାର ନକଲ ବଲାଙ୍ଗିର ଜିଲ୍ଲାପାଳ ଏବଂ ଗୋଲା ବାରୁଦ କାରଖାନା, ବଡ଼ମାଲ କୁ ପ୍ରଦାନ କରିଥିଲେ l ବର୍ତ୍ତମାନ ପର୍ଯ୍ୟନ୍ତ ଉକ୍ତ ତାଲିକାରୁ ପ୍ରାୟ 1012 ଜଣ ବିସ୍ଥାପିତ ପରିବାର ର ସଦସ୍ୟ କାରଖାନାରେ ନିଯୁକ୍ତି ପାଇସାରିଛନ୍ତି l

ବାକି ରହିଥିବା 18 ଜଣ ପରିବାରର ଉତ୍ତରାଧିକାରୀ ମାନଙ୍କ ସମ୍ବନ୍ଧରେ ତତ୍କାଳୀନ ଟିଟିଲାଗଡ଼ ଉପ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, IAS ଏକ ଭୁଲ ରିପୋର୍ଟ୍ ଗୋଲା ବାରୁଦ କାରଖାନା କର୍ତ୍ତୃପକ୍ଷ ଙ୍କ ଇଙ୍ଗିତରେ ତିଆରି କରି ଏମାନଙ୍କୁ ନିଯୁକ୍ତି ନଦେବା ପାଇଁ ବଲାଙ୍ଗିର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ l

ଏହି ରିପୋର୍ଟ ବିରୁଦ୍ଧରେ ମାନ୍ୟବର ଓଡିଶା ଉଚ୍ଚନ୍ୟାୟାଳୟ ଏକ ମାମଲା ରୁଜୁ କରାଯାଇଥିଲା l ମାନ୍ୟବର ହାଇକୋର୍ଟ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ପୁଣିଥରେ ଉକ୍ତ ରିପୋର୍ଟ ଉପରେ ତଦନ୍ତ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ l

ତତ୍କାଳୀନ ବଲାଙ୍ଗିର ଜିଲ୍ଲାପାଳ ମାନନୀୟ ଅରବିନ୍ଦ ଡାକୁଆ ଟିଟିଲାଗଡ଼ ଉପ ଜିଲ୍ଲାପାଳ ଙ୍କୁ ପୁଣିଥରେ 18 ଜଣ ବିସ୍ଥାପିତ ଙ୍କ ମଧ୍ୟରୁ 5 ଜଣ ପରିବାରର ଉତ୍ତରାଧିକାରୀ ଙ୍କ ସମ୍ବନ୍ଧରେ ତଦନ୍ତ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଥିଲେ l

ତତ୍କାଳୀନ ଟିଟିଲାଗଡ଼ ଉପ ଜିଲ୍ଲାପାଳ ଉକ୍ତ 5 ଜଣ ବିସ୍ଥାପିତ ପରିବାରର ଉତ୍ତରାଧିକାରୀ ମାନଙ୍କ ତାଲିକା ତତ୍କାଳୀନ ଜିଲ୍ଲାପାଳ ଙ୍କୁ ପ୍ରଦାନ କଲେ l

ଏହି ତଦନ୍ତ ରିପୋର୍ଟ ଉପରେ 5 ଜଣ ବିସ୍ଥାପିତ ପରିବାରଙ୍କ ଉତ୍ତରାଧିକାରୀ ମାନଙ୍କୁ କାରଖାନାରେ ଚାକିରି ଦେବା ପାଇଁ ତତ୍କାଳୀନ ଜିଲ୍ଲାପାଳ କାରଖାନା ଜେନେରାଲ ମ୍ୟାନେଜର ଙ୍କୁ ନିଦ୍ଦେର୍ଶ ଦେଇଛନ୍ତି l

ଉକ୍ତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶନାମା କୁ ଗୋଲା ବାରୁଦ କାରଖାନା କର୍ତ୍ତୃପକ୍ଷ କାର୍ଯ୍ୟକରି କରୁନଥିବାରୁ ଏହାର ପ୍ରତିବାଦରେ ଆଦ୍ୟ ତାରିଖ 30 ସେପ୍ଟେମ୍ବର 2020 ରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ କାରଖାନା ଫପସି ଗେଟ ସାମନାରେ ଧାରଣ ଦିଆଯାଇଥିଲା l

ଆଜି ଗୋଲା ବାରୁଦ କାରଖାନା କର୍ତ୍ତୃପକ୍ଷ ଧାରଣା ସ୍ଥାନକୁ ଆସି ସମସ୍ତ ବିଷୟରେ ଆଲୋଚନା କରି ସମାଧାନ କରାଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେଲା ପରେ ଧାରଣା କୁ ସ୍ଥଗୀତ ରଖାଯାଇଛି l

Previous ArticleNext Article
( M.Com, LLB, PG DLL & PM, PG DB & IM, PG DCS ) Founder cum Editor-in-Chief of Social Reform.

Leave a Reply

Your email address will not be published. Required fields are marked *