Today is October 28, 2020

ସଂଜୟ କୁମାର ମିଶ୍ର ମାମଲା ର ପୀଡିତl ମହିଳା କର୍ମଚାରୀ ଙ୍କୁ ନ୍ୟାୟ ନ ମିଳିଲେ ବଲାଙ୍ଗିର ଜିଲ୍ଲାର ସମସ୍ତ ରାଜନୈତିକ ଦଳର ନେତା/ନିର୍ବାଚିତ ପ୍ରତିନିଧି ତାର ପରିଣାମ ଭୋଗ କରିବେ l

ବଲାଙ୍ଗିର : 13 ଅକ୍ଟୋବର 2020 : ବଲାଙ୍ଗିର ର ତତ୍କାଳୀନ ଉପ ଜିଲ୍ଲାପାଳ ସଂଜୟ କୁମାର ମିଶ୍ର ଜଣେ ମହିଳା କର୍ମଚାରୀ ଙ୍କୁ ଅସଦାଚାରଣ କରିଥିବା ମାମଲା ପାଖାପାଖି ଦୁଇ ମାସ ବିତିଗଲାଣି l ତଦନ୍ତକାରୀ କମିଟି ପାଖରେ ଉଭୟ ପକ୍ଷ ତଥା କେତେଜଣ ମହିଳା ଓ ପୁରୁଷ କର୍ମଚାରୀ ନିଜର ବୟlନ ଦାଖଲ କରିସାରିଛନ୍ତି l

ସଂଜୟ କୁମାର ମିଶ୍ର ନିଲମ୍ବିତ ହୋଇସାରିଛନ୍ତି ମାତ୍ର ବଲାଙ୍ଗୀର ସର୍କିଟ ହାଉସ ଠାରେ ଏକ ସରକାରୀ ବଙ୍ଗଳାରେ ବର୍ତ୍ତମାନ ପର୍ଯ୍ୟନ୍ତ ଅବସ୍ଥାନ କରୁଛନ୍ତି l ବଲାଙ୍ଗିର ର ସମସ୍ତ ରାଜନୈତିକ ଦଳର ପ୍ରମୁଖ ନେତା ମାନଙ୍କର ସଂଜୟ କୁମାର ମିଶ୍ର ଅତି ପ୍ରିୟ ଅଫିସର ତେଣୁ ଆଗରୁ ବଲାଙ୍ଗିର ପୌର ପାଳିକା ନିର୍ବାହୀ ଅଧିକାରୀ ଏବଂ ତହସିଲଦାର ଭାବରେ ଅବସ୍ଥାପିତ ହୋଇସାରିଛନ୍ତି l

ତେଣୁ ଆଜି ପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳର ନେତା/ନିର୍ବାଚିତ ପ୍ରତିନିଧିମାନେ ଏହି ମାମଲାରେ ମୁହଁ ଖୋଲୁ ନାହାନ୍ତି l ଆହୁରି ମଧ୍ୟ ବଲାଙ୍ଗିର ଠାରୁ ଭୁବନେଶ୍ବର ପର୍ଯ୍ୟନ୍ତ ସରକାରୀ ସ୍ତରରେ ଘଟଣାକୁ ଚପlଇ ଦେବାପାଇଁ ସମସ୍ତ ଦଳର ନେତା ସଂଜୟ କୁମାର ମିଶ୍ର ଙ୍କୁ ସହଯୋଗ କରୁଥିବା ଶୁଣିବାକୁ ମିଳୁଛି l

ତଦନ୍ତ ନାମରେ ଦୁଇ ମାସ ବିତି ଯାଇଥିଲେ ସୁଦ୍ଧା ଏହି ଅପରାଧିକ ଘଟଣାର ତଦନ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପୋଲିସ କୁ ମାମଲାଟିକୁ ହସ୍ତାନ୍ତର କରାଯାଇନାହିଁ l ଘଟଣାଟିକୁ ଭିନ୍ନ ମୋଡ ଦେବା ପାଇଁ ପ୍ରାଶାସନିକ ତଥା ରାଜନୈତିକ ସ୍ତରରେ ଜୋରଦାର୍ ଉଦ୍ୟମ କରାଯାଉଥିବା ଦେଖିବାକୁ ମିଲୁଛି l

ରାଜ୍ୟ/ବଲାଙ୍ଗିର ଜନସାଧାରଣ ତଥା ମହିଳା କର୍ମଚାରୀ ମାନେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ମାମଲାରେ କିଭଲି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଦେଖିବାକୁ ଉତ୍କଣ୍ଠାର ସହିତ ଅପେକ୍ଷା କରି ରହିଛନ୍ତି l

ବଲାଙ୍ଗିର ମାଟିରେ ସଂଜୟ କୁମାର ମିଶ୍ର ମହିଳା କର୍ମଚାରୀ ଙ୍କ ଅଭିଯୋଗ ଅନୁଯାୟୀ ଯେଉଁଭଳି ଅମାନୁଷିକ ଅପରାଧିକ କାର୍ଯ୍ୟ କରିଛି ଅତିଶୀଘ୍ର ମାମଲାଟିକୁ ପୋଲିସକୁ ହସ୍ତାନ୍ତର କରାଯାଇ ଗିରଫ କରିବା ପାଇଁ ବଲାଙ୍ଗିର ଜନସାଧାରଣ ଦାବି ଜଣାଉଛୁ l

ଯଦି ଘଟଣାଟିକୁ ତଦନ୍ତ ନାମରେ ଚପlଇ ଦିଆଯିବ ତାହେଲେ ସରକାର ତଥା ଜିଲ୍ଲାର ସମସ୍ତ ରାଜନୈତିକ ଦଳର ନେତା/ନିର୍ବାଚିତ ପ୍ରତିନିଧି ମାନେ ତାର ପରିଣାମ ଭୋଗ କରିବେ l

Previous ArticleNext Article
( M.Com, LLB, PG DLL & PM, PG DB & IM, PG DCS ) Founder cum Editor-in-Chief of Social Reform.

Leave a Reply

Your email address will not be published. Required fields are marked *