Today is October 28, 2020

ସଞ୍ଜୟ କୁମାର ମିଶ୍ରଙ୍କ ମହିଳା କର୍ମଚାରୀଙ୍କୁ କରିଥିବା ଅସଧାଚରଣ ମାମଲା ପୋଲିସକୁ ହସ୍ତାନ୍ତର କରାଗଲେ ଘଟଣାର ସତ୍ୟାସତ୍ୟ ଲୋକଲୋଚନକୁ ଆସିପାରିବ I

ବଲାଙ୍ଗିର : 14 October 2020 : ବଲାଙ୍ଗିରର ତତ୍କାଳୀନ ଉପଜ଼ୀଲ୍ଲାପାଳ ଜଣେ ମହିଳା କର୍ମଚାରୀ ଙ୍କୁ ଅସଦାଚରଣ କରିଥିବା ମାମଲାରେ ଅବିଯୁକ୍ତ ହୋଇଥିବା ସଞ୍ଜୟ କୁମାର ମିଶ୍ର ଙ୍କ ବିରୁଦ୍ଧରେ ଜ଼ୀଲ୍ଲାପ୍ରଶାସନ ତରଫରୁ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଜାଣିବା ପାଇଁ ରାଜ୍ୟ/ବଲାଙ୍ଗିର ବାସୀ ଉତକଣ୍ଠlର ସହ ଅପେକ୍ଷା କରିରହିଛନ୍ତି l

ଘଟଣା ଦିନ ପିଡିତା ମହିଳା କର୍ମଚାରୀ ସଞ୍ଜୟ କୁମାର ମିଶ୍ର ଙ୍କ ବିରୁଦ୍ଧରେ ଏକ ଲିଖିତ ଅଭିଯୋଗ ଜ଼ୀଲ୍ଲାପାଳ ଙ୍କୁ ପ୍ରଦାନ କରିଥିଲେ l ଜ଼ୀଲ୍ଲାପାଳଙ୍କ ଦ୍ୱାରା ଗଠିତ ଅନୁସନ୍ଧାନକାରୀ କମିଟି ପାଖରେ ଉଭୟ ପକ୍ଷ ନିଜର ମତାମତ ଲିଖିତ ଭାବରେ ଦାଖଲ କରିସାରିଛନ୍ତି l

ଅନୁସନ୍ଧାନକାରୀ କମିଟି ର ରିପୋର୍ଟକୁ ଜ଼ୀଲ୍ଲାପାଳ ନିଜର ମତାମତ ସହିତ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ ଏବଂ ରାଜ୍ୟ ସରକାର ଉପଜ଼ୀଲ୍ଲାପାଳ ଙ୍କ ବିରୁଦ୍ଧରେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନିର୍ଦ୍ଧାରଣ କରିବେ l

ବର୍ତ୍ତମାନ ରାଜ୍ୟରେ ସରକାରୀ ଅନୁଷ୍ଠାନରେ ସ୍ୱଚ୍ଛତା ଆଣିବା ପାଇଁ 5T ଲାଗୁ କରାଯାଇଛି ତେଣୁ ସରକାର ଏହି ମାମଲାରେ କଡା ଆଭିମୁଖ୍ୟ ଗ୍ରହଣ କରବେ ବୋଲି ଜନସାଧାରଣ ଅଶାବାନ୍ଧି ରଖିଛନ୍ତି l

ସରକାରୀ କର୍ମଚାରୀ କୌଣସି ମାମଲାରେ ନିଜ ଉପରିସ୍ଥ ଅଧିକାରୀ ନାମରେ ସିଧାସଳଖ ଥାନାରେ ମାମଲା ଦାୟlର ନକରି ଜ଼ୀଲ୍ଲାପାଳ ଙ୍କୁ ଅବଗତି କରାଇଥାନ୍ତି l ନିୟମ ଅନୁଯାୟୀ ତତ୍କାଳୀନ ଉପଜ଼ୀଲ୍ଲାପାଳ ସଞ୍ଜୟ କୁମାର ମିଶ୍ର ଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗ ଏକ ଅପରାଧିକ ମାମଲା ତେଣୁ ବିଭାଗୀୟ ଅଧିକାରୀ ଏହା ଉପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ପୋଲିସ ମାଧ୍ୟମରେ ଅନୁସନ୍ଧାନ କରାଇ ବିଚାର ବିଭାଗୀୟ ଆଇନ/ଅଦାଲତଙ୍କୁ ହସ୍ତାନ୍ତର କରାଯିବ l

ଏଠାରେ ପ୍ରକାଶ ଥାଉକି ପୀଡିତl ମହିଳା କର୍ମଚାରୀ ଙ୍କ ଅଭିଯୋଗ କରବାର ଗୋଟିଏ ମାସ ବିତିଯାଇଥିଲେ ମଧ୍ୟ ଏହାକୁ ଆଧାର କରି ଜ଼ୀଲ୍ଲାପାଳଙ୍କ ତରଫରୁ ପୋଲିସକୁ ଅନୁସନ୍ଧାନ କରିବା ସହିତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମମାଲଟିକୁ ହସ୍ତାନ୍ତର କରାଯାଇନାହିଁ l

ସଞ୍ଜୟ କୁମାର ମିଶ୍ର ନିଜର କାର୍ଯ୍ୟକାଳ ସମୟରେ ଜମିଦଲlଲ ମାନଙ୍କ ସହିତ ହାତ ମିଳାଇ ବେଆଇନ ଭାବରେ ଅନେକ ST/SC ଜମି ମାନଙ୍କୁ ବିକ୍ରି କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି l ଏହାକୁ ଉଚ୍ଚସ୍ତରୀୟ ତଦନ୍ତ କରଗଲେ ତତ୍କାଳୀନ ଉପଜ଼ୀଲ୍ଲାପାଳ ଙ୍କ ଅସଲ ଚେହେରା ଲୋକଲୋଚନକୁ ଆସିପାରିବ l

ଉପଜ଼ୀଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ପାଞ୍ଚ ଗୋଟି CCTV କ୍ୟାମେରା ଲଗାଯାଇଛି l ଘଟଣାଟି ଉପଜ଼ୀଲ୍ଲାପାଳ ଙ୍କ ଅଫିସ କୋଠରୀ ଭିତରେ ଘଟିଥିଲା ତେଣୁ କାହିଁକି ସଞ୍ଜୟ କୁମାର ମିଶ୍ର ସେସମୟର Video ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶ କରୁନାହାନ୍ତି l

ମହିଳା କର୍ମଚାରୀ ଙ୍କ ଅଭିଯୋଗ କରିବାର ଅନେକ ଦିନ ପରେ ସଞ୍ଜୟ କୁମାର ମିଶ୍ର ଙ୍କୁ ନିଲମ୍ବନ କରାଯାଇଥିଲା ତେଣୁ ସମସ୍ତ ପ୍ରମାଣ ନଷ୍ଟ କରିବା ପାଇଁ CCTV କ୍ୟାମେରା କୁ ନିଜେ ତତ୍କାଳୀନ ଉପଜ଼ୀଲ୍ଲାପାଳ ଅଚଳ କରିଦେଇଛନ୍ତି ବୋଲି ଜନସାଧାରଣଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି l

କେତେକ ମହିଳା କର୍ମଚାରୀଙ୍କୁ ଛୁଟି ଦିନରେ ନିଜ ଘରକୁ ଡାକି ତଥା ଅନେକ ଲୋକଙ୍କୁ ପ୍ରବତ୍ତାୟୀ ସଞ୍ଜୟ କୁମାର ମିଶ୍ର ଘଟଣାଟିକୁ ଭିନ୍ନମୋଡ ଦେବା ପାଇଁ ପ୍ରୟାସ କରିବା ସର୍ବଜନବିଦିତ l

ବର୍ତ୍ତମାନ ସଞ୍ଜୟ କୁମାର ମିଶ୍ର ବଲାଙ୍ଗିର ଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ସମସ୍ତ ସରକାରୀ ସ୍ତରରେ ଘଟଣାଟିକୁ ଚପେଇ ଦେବାପାଇଁ ଜୋରଦାର ଉଦ୍ୟମ ଚଳାଇଛନ୍ତି l

ବିଭାଗୀୟ ଅଧିକାରୀ ପ୍ରକୃତରେ ପୀଡିତl ମହିଳାଙ୍କୁ ଆଇନ ଅନୁଯାୟୀ ନ୍ୟାୟ ପ୍ରଦାନ କରିବାକୁ ଚାହୁଁଛନ୍ତି, ମମାଲଟିକୁ ପୋଲିସ କୁ ହସ୍ତାନ୍ତର କରାଯାଇ ନିରପେକ୍ଷ ତଦନ୍ତ କରାଯିବା ପାଇଁ ଜନସାଧାରଣଙ୍କ ମତ ପ୍ରକାଶପାଉଛି l

ଯଦି ମମାଲlଟିକୁ ପୋଲିସ କୁ ହସ୍ତାନ୍ତର କରIନଯାଇ ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ଚପେଇ ଦିଆଯିବ ତାହେଲେ ପୀଡିତl ମହିଳା କର୍ମଚାରୀ ନ୍ୟାୟ ପାଇପାରିବ ନାହିଁ ଏହାସହିତ ସରକାରଙ୍କ 5T ନିୟମ କିଭଳି ଭାବରେ କାର୍ଯ୍ୟକାରିତା କରାଯାଉଛି ଜନସାଧାରଣ ଭଲ ଭାବରେ ଜାଣିପାରିବେ l

Previous ArticleNext Article
( M.Com, LLB, PG DLL & PM, PG DB & IM, PG DCS ) Founder cum Editor-in-Chief of Social Reform.

Leave a Reply

Your email address will not be published. Required fields are marked *