Today is October 28, 2020

ବଲାଙ୍ଗିର ଜିଲ୍ଲାରେ ସରକାରୀ ବାବୁ ମାନଙ୍କ ଦ୍ଵାରା ଫସଲ କ୍ଷୟକ୍ଷତି ରିପୋର୍ଟ୍ ତିଆରି କଲା ସମୟରେ ବ୍ୟାପକ ହେରଫେର କରାଯାଉଛି l

ବଲାଙ୍ଗିର : 14 October 2020 : ବଲାଙ୍ଗିର ଜିଲ୍ଲାର 90% (ଶତକଡ଼ା ନବେ) ଲୋକ ଚାଷ ଉପରେ ନିର୍ଭର କରି ପରିବାର ପୋଷଣ କରୁଛନ୍ତି l ଚାଷ କରିବା ପାଇଁ ଅନେକ ଚାଷୀ ମହାଜନୀ କରଜ, Bank Loan, ମୂଲ୍ୟବାନ୍ ଜିନିଷ ଗହଣା ଆଦି କରିଥାନ୍ତି l ଅଳ୍ପ କିଛି ଜମି ଛାଡିଦେଲେ କେବଳ କାଗଜ କଲମରେ ଜିଲ୍ଲାରେ ଜଳସେଚନର ସୁବିଧା ଉପଲବ୍ଧ ରହିଛି ଏବଂ ଚାଷ କାମ ସମ୍ପୂର୍ଣ୍ଣ ରୂପେ ବର୍ଷା ପାଣି ଉପରେ ନିର୍ଭର କରିବାକୁ ପଡିଥାଏ l

ଗତ କିଛିବର୍ଷ ହେଲା ବର୍ଷାପାଣି ଅଭାବରୁ ଲଗାତାର ମରୁଡି ପରିସ୍ଥିତି ଦେଖାଦେଇଛି I ଚାଷୀମାନେ ମରୁଡି ପରିସ୍ଥିତି ରୁ ରକ୍ଷl ପାଇବା ପାଇଁ ଧାର କରଜ କରି ତଥା ନିଜ ଘର ଜିନିଷ ଗହଣା ଦେଇ ବଡ କଷ୍ଟରେ ଫସଲ ବୀମା କରିଆସୁଛନ୍ତି l

ସରକାରୀ ସଂସ୍ଥା ଦ୍ଵାରା କାର୍ଯ୍ୟକାରୀ ହେଉଥିବା ରାଷ୍ଟ୍ରୀୟ କୃଷି ବୀମା ଯୋଜନା ଅନୁଯାଇ ସରକାର ମରୁଡି ଘୋଷାଣ କଲେ ଉଚିତ୍ କ୍ଷତିପୂରଣ ମିଳି ପାରୁଥିଲା l ବର୍ତ୍ତମାନ 2016 ମସିହାରୁ ଷସ୍ୟ ବୀମା ଯୋଜନା କେନ୍ଦ୍ର ସରକାରଙ୍କ ଦ୍ବାରା ଘରୋଇ କରଣ କରିଥିବାରୁ କମ୍ପାନୀ ମାନଙ୍କ ହାତକୁ ଚାଲିଯାଇଛି l

ବଲାଙ୍ଗୀର ଜିଲ୍ଲା ରେ 2016 ଖରିଫ ଚାଷ ଠାରୁ 2020 ମସିହା ପର୍ଯ୍ୟନ୍ତ ଫସଲ ବୀମା କରିବାକୁ ରିଲାଏନ୍ସ କମ୍ପାନୀ, ଚୋଳlମଣ୍ଡଳମ, ରୋୟାଲ ସୁନ୍ଦରମ୍ ଙ୍କୁ ମନୋନୀତ କରାଯାଇଛି l

ଓଡ଼ିଶାରେ ଘରୋଇ କମ୍ପାନୀ ମାନଙ୍କ କାର୍ଯ୍ୟାଳୟ କେବଳ ଭୁବନେଶ୍ବର ରେ ରହିଛି l ଷସ୍ୟ ବୀମା ଯୋଜନା ରେ କୌଣସି ଅବ୍ୟବସ୍ଥା ହେଲେ ଚାଷୀ ମାନଙ୍କ ସମସ୍ୟା ସମାଧାନ କରିବା ପାଇଁ କୌଣସି ଜିଲ୍ଲରେ ଅଫିସ କିମ୍ବା କର୍ମଚାରୀ ନାହାନ୍ତି l

ମରୁଡି ପରିସ୍ଥିତି ଦେଖାଦେଲେ ଫସଲ କ୍ଷୟକ୍ଷତି ଆକଳନ କରିବା ଦାୟିତ୍ବରେ ଥିବା କୃଷି ଅଧିକାରୀ, Statistical Officer, ତହସିଲଦାର, RI, Amin, VAW, VLW ମାନଙ୍କ ସହିତ ବୀମା କମ୍ପାନୀ ର ଅଫିସମାନେ ହାତ ମିଳାଇ ଅତି କମ୍ କ୍ଷୟକ୍ଷତି ହୋଇ ଥିବା ରିପୋର୍ଟ୍ ତିଆରି କରିଥାନ୍ତି l ଯାହାଦ୍ୱାରା ଚାଷୀ ପ୍ରକୃତ ବୀମା କ୍ଷତିପୂରଣ ପାଇପାରୁନାହାନ୍ତି l

ଜିଲ୍ଲା ପ୍ରଶାସନ ରାଜ୍ୟ ସରକାରଙ୍କୁ ଚାଷ ଜମି ର କ୍ଷୟକ୍ଷତି ଆକଳନ କରି ରିପୋର୍ଟ୍ ପ୍ରଦାନ କରିଥାନ୍ତି l ଦରକାର ପଡିଲେ କମ୍ପାନୀ ଏହି ରିପୋର୍ଟ କୁ ମଧ୍ୟ ନିଜ ଫାଇଦା ମୁତାବକ ପରିବର୍ତ୍ତନ କରିଥାଏ l

ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଅନେକ ପଞ୍ଚାୟତର କ୍ଷୟକ୍ଷତି ଅlକଳନ ରିପୋର୍ଟ୍ 2018 ମସିହାରେ ଭୁବନେଶ୍ଵର ଠାରେ ସରକାରୀ ବାବୁଙ୍କ ଦ୍ଵାରା ପରିବର୍ତ୍ତନ କରାଯାଇଥିବା ଦେଖିବାକୁ ମିଳିଥିଲା l ଏସମ୍ପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କଲାପରେ କୌଣସି ସନ୍ତୋଷ ଜନକ ଉତ୍ତମ କିମ୍ବା ପଦକ୍ଷେପ ଗ୍ରହଣ କରାଯାଇନଥିଲା l ଯାହାଦ୍ୱାରା ଚାଷୀମାନେ ବୀମା କ୍ଷତିପୂରଣ ପାଇବାରେ ବଞ୍ଚିତ ହୋଇଥିଲେ l

ଏସମ୍ବନ୍ଧରେ ଅନେକ ଚାଷୀ ଆନ୍ଦୋଳନ କରାଯାଇଛି ମାତ୍ର ଆଜି ପର୍ଯ୍ୟନ୍ତ ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ l

ତତ୍କାଳୀନ ଟିଟିଲାଗଡ଼ ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ସୁଧାକର ନାଏକ ସମସ୍ୟାର ସମାଧାନ କରିବାପାଇଁ ସରକାରୀ ଅଧିକାରୀ ଓ ଚାଷୀ ମାନଙ୍କ ମଧ୍ୟରେ ଅନେକ ଥର ବୈଠକ ଡାକି ଆଲୋଚନା କରାଯାଇଥିଲା l ବୈଠକରେ ବିଭାଗୀୟ ଅଧିକାରୀ ମାନେ କିଭଲି ଭାବରେ ଫସଲ କ୍ଷୟକ୍ଷତି ରିପୋର୍ଟ୍ ତିଆରି କରାଯାଉଛି କେହି ଠିକ୍ ଭାବରେ କହି ପାରୁନଥିଲେ l

ନିୟମ ଅନୁଯାୟୀ ଫସଲ କ୍ଷୟକ୍ଷତି ଆକଳନ କରିବାପାଇଁ ପ୍ରତ୍ୟେକ ପଞ୍ଚାୟତର ପାଞ୍ଚଗୋଟି ଜମିର ଫସଲ ବିଭାଗୀୟ ଅଧିକାରୀ, ଜମିମାଲିକ ତଥା ଅନ୍ୟ କେତେକ ଚାଷିଙ୍କ ଉପସ୍ଥିତ ରେ କଟାଯାଇ କ୍ଷୟକ୍ଷତି ଅକଳନ କରାଯାଇ.ରିପୋର୍ଟ୍ ରେ ଉପସ୍ଥିତ ଚାଷିଙ୍କ ଦସ୍ତଖତ ନିଆଯାଇଥାଏ l

ଉପ ଜିଲ୍ଲାପାଳଙ୍କ ବୈଠକରେ ଏହି ସବୁ.ରିପୋର୍ଟ୍ କୁ ତର୍ଜମା କଲାପରେ ଜଣାପଡ଼ିଲା ଅନେକ ଜମିରେ ଫସଲ କଟାଯାଇ କ୍ଷୟକ୍ଷତି ଆକଳନ କଲାପରେ ଜମି ମାଲିକ ମାନଙ୍କ ଉପସ୍ଥିତି ଦର୍ଶାଇ ଦସ୍ତଖତ କରାଯାଇଛି, ଯେଉଁମାନେ ବହୁବର୍ଷ ପୂର୍ବେ ମୃତ୍ୟୁ ବରଣ କରିସାରିଛନ୍ତି I

ମୃତ୍ୟୁ ବରଣ କରିଥିବା ଲୋକଙ୍କ ଦସ୍ତଖତ କିପରି କରାଗଲା ବୋଲି ଉକ୍ତ ପଞ୍ଚାୟତ ମାନଙ୍କ ଦାୟିତ୍ଵ ରେ ଥିବା ରାଜସ୍ୱ ଅଧିକାରୀ , Amin, VAW, VLW ମାନଙ୍କୁ ପଚାର ଯିବାରୁ ସେମାନେ ଅଫିସ ରେ ବସି ରିପୋର୍ଟ ତିଆରି କରି ଚାଷୀ ମାନଙ୍କ ନାମରେ ଜାଲ ଦସ୍ତଖତ କରାଯାଇଥିବା ସ୍ୱୀକାର କଲେ l ଏମାନଙ୍କ କାର୍ଯ୍ୟକଳାପ ରୁ କମ୍ପାନୀ ପ୍ରରୋଚନାରେ ରିପୋର୍ଟ ତିଆରି କରାଯାଇଥିବା ପ୍ରତିଫଳିତ ହେଉଥିଲା l

ସରକାରୀ ବାବୁଙ୍କ ଭୁଲ ଯୋଗୁଁ ଅଞ୍ଚଳର ଚାଷୀମାନେ କ୍ଷତିପୂରଣ ପାଇପାରିଲେ ନାହିଁ ଏହା ସହିତ ବିଭାଗୀୟ ଅଧିକାରୀ ମାନଙ୍କ ବିରୁଦ୍ଧରେ ମଧ୍ୟ କୋଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ l

ମରୁଡି କ୍ଷୟକ୍ଷତି ଆକଳନ ରିପୋର୍ଟ୍ ତିଆରି ହେଲାପରେ ଅଞ୍ଚଳର ନିର୍ବାଚିତ ବିଧାୟକ/ବିଧାୟିକା ତଥା MP ଏହାକୁ ତର୍ଜମା କଲାପରେ ସରକାରଙ୍କୁ ପ୍ରଦାନ କରାଯାଇଥାଏ l

ବଲାଙ୍ଗିର ଜିଲ୍ଲାର ନିର୍ବାଚିତ ପ୍ରତିନିଧି ମାନେ ଏହା ଉପରେ ଧ୍ୟାନ ଦେଉନଥିବାରୁ ଚାଷୀମାନେ ବ୍ୟାପକ ଠକେଇର ଶିକାର ହେଉଛନ୍ତି l ଆହୁରି ମଧ୍ୟ ଏସମ୍ବନ୍ଧରେ ଜିଲ୍ଲା ପ୍ରଶାସନ/ବିଧାନସଭା/ଲୋକସଭା ରେ ମୁହଁ ଖୋଲୁ ନଥିବାରୁ ଏମାନଙ୍କ କାର୍ଯ୍ୟକଳାପ କମ୍ପାନୀ ଦ୍ଵାରା ପରିଚାଳିତ ହେଉଥିବା ସନ୍ଦେହ ଘେରକୁ ଆସୁଛି l

କେନ୍ଦ୍ର/ରାଜ୍ୟ ସରକାର ଙ୍କୁ କମ୍ପାନୀ ନିଜ ଫାଇଦା ଅନୁଯାଇ ବ୍ୟବହାର କରିପାରୁଥିବାରୁ ଏମାନଙ୍କ ଠକେଇ ବିରୁଦ୍ଧରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହି I

ବଲାଙ୍ଗିର ଜିଲ୍ଲାରେ ଦୀର୍ଘ 4 ବର୍ଷ ହେଲା ମରୁଡି ପରିସ୍ଥିତି ସାଙ୍ଗକୁ ଫସଲ ବୀମା କମ୍ପାନୀ ମାନଙ୍କ ଦ୍ୱାରା ଯେଉଁ ଭଲି ଭବରେ ଚାଷୀମାନେ ଠକେଇର ଶିକାର ହେଉଛନ୍ତି ତାର ପରିଣାମ ସ୍ୱରୂପ ଲକ୍ଷlଧିକ ଚାଷୀ ବାହାର ଜିଲ୍ଲା/ରାଜ୍ୟ କୁ ଦାଦନ ଖଟି ଯିବାକୁ ବାଧ୍ୟ ହେଉଛନ୍ତି l

ଏଭଳି ପରିସ୍ଥିତି ପାଇଁ ଉଭୟ କେନ୍ଦ୍ର/ରାଜ୍ୟ ସରକାର ତଥା ଅଞ୍ଚଳର ବିଧାୟକ/ବିଧାୟୀକା/MP ସମ୍ପୂର୍ଣ୍ଣ ରୂପେ ଦାୟି ରହିବେ l ଆଗାମୀ ଦିନରେ ଜିଲ୍ଲାର ଚାଷୀମାନଙ୍କୁ ସୁରକ୍ଷା ପ୍ରଦାନ କରିବା କ୍ଷେତ୍ରରେ ନିର୍ବାଚିତ ପ୍ରତିନିଧି ମାନେ କୋଣସି ସନ୍ତୋଷ ଜନକ ପଦକ୍ଷେପ ଗ୍ରହଣ ନକଲେ ନିଜ ଅଞ୍ଚଳରେ ସବୁଦିନ ପାଇଁ ଏମାନଙ୍କୁ ବିଲୋପ କରନ୍ତୁ l

Previous ArticleNext Article
( M.Com, LLB, PG DLL & PM, PG DB & IM, PG DCS ) Founder cum Editor-in-Chief of Social Reform.

Leave a Reply

Your email address will not be published. Required fields are marked *