ବଲାଙ୍ଗିର : 12 ନଭେମ୍ବର 2025 : ମୋର୍ଯ୍ୟ ରାଜବଂଶର ନବମ ସମ୍ରାଟ ବ୍ରିହାଦ୍ରତ ମୌର୍ଯ୍ୟଙ୍କୁ 185 BCE ରେ ତାଙ୍କର ବ୍ରାହ୍ମଣ ସେନାପତି ପୁଷ୍ୟମିତ୍ର ଶୃଙ୍ଗ ହତ୍ୟା କଲାପରେ ମୌର୍ଯ୍ୟ ସାମ୍ରାଜ୍ୟର ସବୁଦିନ ପାଇଁ ପତନ ହୋଇଯାଇଥିଲା l
ଶୃଙ୍ଗ ସାମ୍ରାଜ୍ୟର ପ୍ରଥମ ସମ୍ରାଟ ଭାବରେ ପୁଷ୍ୟମିତ୍ର ଶୃଙ୍ଗ ଶାସନ ଗାଦିରେ ଅବସ୍ଥାପିତ ହେଲାପରେ ବ୍ରହ୍ମନବlଦର ସ୍ଥାପନ କରିବା ପାଇଁ ମାନୁସ୍ମୃତିକୁ ଦେଶର ସମ୍ବିଧାନ ଭାବରେ ଓ ମତ୍ସ୍ୟ ପୁରାଣକୁ ଜାତିପ୍ରଥାର ପୁନଃ ପ୍ରଚଳନ କରିବା ପାଇଁ ସଂରଚନା କରାଯାଇଥିଲା l
ତlପରବର୍ତ୍ତି ସମୟରେ ତଥାକଥିତ ବ୍ରାହ୍ମଣ ଧର୍ମଶାସ୍ତ୍ର ଯଥା ଉପନିଷଦ, ସ୍ମୃତି, ପୁରାଣ, ମହାଭାରତ, ରାମାୟଣ, ଭାଗବତ ଗୀତା ଇତ୍ୟାଦିର ରଚନା କରାଯାଇଥିଲା l
ବ୍ରାହ୍ମଣ ଧର୍ମଶାସ୍ତ୍ର ଅନୁଯାୟୀ ପୃଥିବୀକୁ ଚାରୋଟି ଯୁଗରେ ବିଭକ୍ତ କରାଯାଇଛି l ସତ୍ୟ ଯୁଗ 17 28 000 , ତ୍ରେତୟା ଯୁଗ 12 96 000, ଦ୍ଵାପର ଯୁଗ 8 64 000, କଳି ଯୁଗ 4 32 000 ବର୍ଷ ପରେ ପୃଥିବୀରେ ପ୍ରଳୟ ଆସି ପ୍ରତ୍ୟେକ ଯୁଗର ପରିସମାପ୍ତି ଘଟିଥାଏ l
କଳି ଯୁଗର 21 60 000 ବର୍ଷ ପୂର୍ବେ ରହିଥିବା ତ୍ରେତୟା ଯୁଗରେ ମହାରାଜା ରାମଚନ୍ଦ୍ର ଜନ୍ମ ଗ୍ରହଣ କରିଥିଲେ l ତ୍ରେତୟା ଓ ଦ୍ଵାପର ଯୁଗରେ ପ୍ରଳୟ ଆସି ପରିସମlପ୍ତି ଘଟିଲା ପରେ କଳି ଯୁଗ ଆରମ୍ଭ ହୋଇଛି l
ବୈଜ୍ଞାନିକ ମାନଙ୍କ ମତରେ 300 000 ବର୍ଷ ପୂର୍ବେ ଆଫ୍ରିକାରେ ସର୍ବପ୍ରଥମେ ବଣ ମଣିଷ ଦେଖିବକୁ ମିଳିଥିଲେ l ବଣ ମଣିଷ ମାନଙ୍କୁ ଚିନ୍ତା କରିବା ଓ ବୁଝି ପରିବା କ୍ଷମତା 70 000 ବର୍ଷତଳେ ମିଳିଥିଲା l ମଣିଷକୁ ଲେଖିବାର କ୍ଷମତା 5000 ବର୍ଶ ତଳେ ମିଳିଛି l
ଦୁଇଟି ଯୁଗର ପରିସମାପ୍ତି ଘଟିଲା ପରେ କଳିଯୁଗରେ ଅଯୋଧ୍ୟାର ରାମମନ୍ଦିର ଠାରେ ଭଗବାନ ରାମଚନ୍ଦ୍ର ଜନ୍ମ ଗ୍ରହଣ କରିଥିଲେ ବୋଲି ଦର୍ଶାଇବା ଘଟଣାଟି ବ୍ରାହ୍ମଣ ବାଡିଙ୍କ ଦ୍ୱାରା କରାଯାଇଥିବା ଏକ ବଡଧରଣର ସାମାଜିକ ପ୍ରତାରଣା l ଇତିହାସ କାର ମାନଙ୍କ ମତରେ ରାମାୟଣ କାଳ୍ପନିକ ବିଷୟବସ୍ତୁ ଉପରେ ଆଧାରିତ ଏକ ମହାକାବ୍ୟ l
ଏଠାରେ ଉଲ୍ଲେଖଯୋଗ୍ୟ ଅଯୋଧ୍ୟାର ପୁରାତନ ନାମ ହେଉଛି ସlକେତ , ସମ୍ରାଟ ଅଶୋକ ବୁଦ୍ଧଦେବ ତାଙ୍କ ଜୀବନର ଛଅବର୍ଷ କାଳ ଅବସ୍ଥାନ କରି ରହିଥିବା ସ୍ଥଳୀକୁ ସ୍ମରଣୀୟ କରିବା ପାଇଁ ଏକ ବିରାଟ ଭବ୍ୟ ବୁଦ୍ଧ ବିହାର ନିର୍ମାଣ କରିଥିଲେ l ଯାହାକୁ 185 BCE ରେ ବ୍ରାହ୍ମଣବାଦି ମାନେ ବିଧ୍ୟାଂଶ କରିଦେଇ ସlକେତର ନାମ ପରିବର୍ତ୍ତନ କରି ଅଯୋଧ୍ୟା ରଖିଥିଲେ l
ତପରବର୍ତ୍ତି ସମୟରେ ଭାରତକୁ ମୋଗଲ ମାନେ ଦଖଲ କଲାପରେ ଅଯୋଧ୍ୟା ଅବଧ ରାଜ୍ୟର ମୁସଲିମ ନିଜାମ ହାତକୁ ଚାଲିଯାଇଥିଲl l ମୁସଲମାନ ମାନେ ବୁଦ୍ଧ ବିହାରର ଭଗ୍ନାଂଶରେ ରହିଥିବା ପ୍ରାୟ 10 ଟି କଳା ମୁଗୁନି ପଥରର ଖମ୍ବରେ ନିର୍ମିତ କାନ୍ଥ ଉପରେ ତଥାକଥିତ ବାବ୍ବ୍ରି ମସଜିଦର ଗମ୍ବୁଜ ନିର୍ମାଣ କରିଦେଇଥିଲେ l
ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କଲାପରେ କେନ୍ଦ୍ର ସରକାର ହିନ୍ଦୁ ମହସଭlକୁ ବ୍ୟାନ କରିଦେଇଥିଲେ l ଏହି ବ୍ୟାନକୁ 01 ଜୁଲାଇ 1949 ତାରିଖରେ ଉଠାଇ ଦିଆଯାଇଥିଲା l
ବ୍ୟନ ହଟିଗଲl ପରେ କଲିକତା ଠାରେ ହିନ୍ଦୁ ମହାସଭା ଅଧିବେଶନ ଦକାଯାଇ ରାମ ମନ୍ଦିର ଓ ବାବ୍ରୀ ମସଜିଦ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବା ପାଇଁ କେତେକ ଜରୁରୀ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା l
ସେସମୟରେ ଦିଗlମ୍ବରି ଆଖଡ଼ାର ମହନ୍ତ ରାମଚନ୍ଦ୍ର ଦାସ ପରମହଂସ ହିନ୍ଦୁ ମହାସଭାର ଅଯୋଧ୍ୟା ଦାୟିତ୍ୱରେ ରହିଥିଲେ l
ତାଙ୍କ ତତ୍ୟlବଧlନରେ ଅଖିଳ ଭାରତୀୟ ରାମାୟଣ ସଭାର ଗଠନ କରାଯାଇ ହନୁମାନ ଗଡିର ମୁଖ୍ୟ ବୈରାଗୀ ଅଭିରାମ ଦାସଙ୍କୁ ସଂଗଠନ ସମ୍ପାଦକ ଦାୟିତ୍ଵ ଅର୍ପଣ କରଯାଇଥିଲା l
ଅଯୋଧ୍ୟାର ଚାରିଆଡେ଼ ଜନଜାଗରଣ ତିଆରି କରିବା ପାଇଁ କମିଟି ମାନ ଗଠନ କଲାପରେ ସଭା ସମିତିର ଆୟାଜନ କରି ରାମଚରିତ ମାନସ ପଠନ କରାଯାଉଥିଲl l
ବୈରାଗୀ ରାମ ଚନ୍ଦ୍ର ଦାସଙ୍କ ନେତୃତ୍ୱରେ ପାଖାପାଖି 50-60 ଜଣ ସାଧୁସନ୍ଥ 22 ଡିସେମ୍ବର 1949 ତାରିଖ ରାତ୍ର 10 PM ରେ ବlବ୍ରି ମସଜିଦ ନିକଟସ୍ଥ ରlମଚବୁତରl ଠାରେ ଏକତ୍ରିତ ହୋଇଥିଲେ l ତାର କିଛି ସମୟ ପରେ ହନୁମାନ ଗଡିର ଆଉଜଣେ ବୈରାଗୀ ବୃନ୍ଦାବନ ଦାସ ଭଗବାନ ରାମଙ୍କର ଏକ ଛୋଟ ପିତ୍ତଳର ମୂର୍ତ୍ତିଧରି ସେଠାରେ ପହଞ୍ଚିଥିଲେ l
ତାପରେ ସମସ୍ତେ ରାତ୍ର ପ୍ରାୟ 11 PM ସମୟରେ ବlବ୍ରୀ ମସଜିଦର ତାଲାଭାଙ୍ଗି ଭିତରେ ପ୍ରବେଶ କରି ରାମଲାଲl ମୂର୍ତ୍ତିକୁ ସ୍ଥାପନ କରି ପୂଜାର୍ଚ୍ଚନା କଲାପରେ ଚାରିଆଡେ ସିନ୍ଦୂର ଓ ଗୌରୀକ ପତକା ଲଗାଇ ଦେଇଥିଲେ l
ତାପରଦିନ ସକାଳୁ ଅଖିଳ ଭାରତୀୟ ରାମାୟଣ ସଭା ତରଫରୁ ପୌଷ ଶୁକ୍ଳ ତୃତୀୟା ତିଥିରେ ଭଗବାନ ରାମଚନ୍ଦ୍ର ବlବ୍ରୀ ମସଜିଦ ଭିତରେ ସ୍ଵୟଂ ଆବିର୍ଭାବ ହୋଇଛନ୍ତି ବୋଲି ଚାରିଆଡେ଼ ଘୋଷଣା କରି ଦିଆଯାଇଥିଲା l ହଜାର ହଜାର ଶ୍ରଦ୍ଧାଳୁ ସେଠାରେ ପହଞ୍ଚି ମସଜିଦ ଭିତରେ ପ୍ରବେଶ କରି ରାମଲାଲlଙ୍କୁ ପୂଜାର୍ଚ୍ଚନା ଆରମ୍ଭ କରିଦେଇଥିଲେ l
ଘଟଣା ପରେ ସମଗ୍ର ଭାରତ ବର୍ଷରେ ସାମ୍ପ୍ରଦୟିକ ଉତ୍ତେଜାନା ଦେଖାଦେବାରୁ ବାବ୍ରି ମସଜିଦକୁ ସରକାରଙ୍କ ଦ୍ୱାରା ବିବାଦୀୟ ସ୍ଥଳ ଘୋଷଣା କରାଯାଇ 23 ଡିସେମ୍ବର 1949 ତାରିଖରେ ଫୈଜାବାଦ ଜିଲ୍ଲା ପ୍ରଶାସନ ତରଫରୁ ତାଲା ପକାଇ ଦିଆଯାଇଥିଲା l
ପୋଲିସ ପକ୍ଷରୁ ତତ୍କାଳୀନ ଥାନା ଅଧିକାରୀ ରାମ ଶଙ୍କର ଦୁବେ ବୈରାଗୀ ଅଭିରାମ ଦାସ , ବୃନ୍ଦାବନ ଦାସ, ସିଦ୍ଧେଶ୍ୱର ରାଓ, ଶିବଚରନ ଦାସ ତଥା ଅନ୍ୟାନ୍ୟ 60 ଜଣଙ୍କ ନାମରେ ବlବ୍ରି ମସଜିଦ ଭିତରକୁ ବିଆଇନ୍ ଭାବରେ ପ୍ରବେଶ କରି ରାମଲାଲlଙ୍କ ମୂର୍ତ୍ତି ସ୍ଥାପନ କରିଥିବା ଅଭିଯୋଗ ଦର୍ଶାଇ ଏକ ମାମଲା ରୁଜୁ କରିଥିଲେ l
ତାପରବର୍ତ୍ତି ସମୟରେ ଭାରତର ତଥାକଥିତ ସମସ୍ତ ହିନ୍ଦୁବlଦି ସଂଗଠନ ଓ ରାଜନୈତିକ ଦଳ ସଂଘବଦ୍ଧ ହୋଇ ଆନ୍ଦୋଳନ ମାଧ୍ଯମରେ ଅନେକ ବିଭ୍ରାନ୍ତିକର ତଥ୍ୟ ଦେଶରେ ପରିବେଷଣ କରି ହଜାର ହଜାର ଲୋକଙ୍କ ଜୀବନ ବିନିମୟରେ ବିବାଦୀୟ ସ୍ଥଳକୁ ଦଖଲ କରିନେବାରେ ସଫଲ ହୋଇଯାଇଥିଲେ l
ଏଠାରେ ଉଲ୍ଲେଖ ଯୋଗ୍ୟ ଅବସର ପ୍ରାପ୍ତ ବିଚାର ପତି ମନମୋହନ ସିଂ ଲିବରହlନଙ୍କ ଅଧ୍ୟକତlରେ 16 ଡିସେମ୍ବର 1992 ତାରିଖରେ ଗଠିତ ଲିବରହlନ କମିଶନ ରିପୋର୍ଟରେ ବlବ୍ରୀ ମସଜିଦକୁ ଦଖଲ କରିବା ପାଇଁ ହିନ୍ଦୁବାଦି ସଂଗଠନ ମାନଙ୍କ ଦ୍ୱାରା କିଭଳି ଷଡ଼ଯନ୍ତ୍ର କରାଯାଇଥିଲା ତତ୍ ସମ୍ବନ୍ଧୀୟ ସବିଶେସ ତଥ୍ୟ ଉପସ୍ଥାପନ କରାଯାଇଛି l
କେନ୍ଦ୍ର ସରକାରଙ୍କ ଦ୍ୱାରା ଆଯୋଧ୍ୟରେ ରାମଜନ୍ମ ଭୂମି ଉପରେ ପ୍ରମାଣ ଯୋଗାଡ଼ କରିବା ପାଇଁ ଆଉ ଚାରୋଟି ସର୍ବେକ୍ଷଣ କରାଯାଇଥିଲା l ପ୍ରତ୍ୟେକ ସର୍ବେକ୍ଷଣରେ ଭୂମିତଳେ ବୁଦ୍ଧ ବିହାରର ରହିଥିବାର ପ୍ରମାଣ ପାଇଲା ପରେ କଥାଟିକୁ ଚପାଇ ଦିଆ ଯାଇଥିଲା l
ମାଟି ତଳେ ଓ ଉପରେ ରହିଥିବା ବୁଦ୍ଧ ବିହାରର ଭଗ୍ନାଂଶକୁ ସଦାବେଳେ ରାମ ଜନ୍ମଭୂମି ମନ୍ଦିରର ଭଗ୍ନାଂଶ ଭାବରେ ଉପସ୍ଥାପିତ କରାଯାଇ ଆଇନ ଅଦାଲତରେ ତଥା ଜନମlନସରେ ଦେଶବାସୀଙ୍କ ଭାବାବେଗ ସହିତ ଭଗବାନ ଓ ଧର୍ମର ଦ୍ୱାହି ଦେଇ ସଦlସର୍ବଦା ଖେଳ ଖେଳା ଯାଉଥିଲା l
ଗତ କିଛିଦିନ ତଳେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ମାନନୀୟ ଧନଞ୍ଜୟ ୟଶଵନ୍ତ ଚନ୍ଦ୍ରଚୁଡ ବlବ୍ରୀ ମସଜିଦ ତଳେ ମନ୍ଦୀର ଥିବାର କୌଣସି ପ୍ରମାଣ ଅଦାଲତ ପାଇନଥିଲା ବୋଲି ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛନ୍ତି l ମାନ୍ୟବର ଅଦାଲତଙ୍କ ରାୟ କେବଳ ବିବାଦୀୟ ସ୍ଥଳୀ ହିନ୍ଦୁପକ୍ଷଙ୍କ ଦଖଲରେ ରହିଥିବା ଓ ଅସ୍ଥା ଉପରେ ଆଧାରିତ କରି ଦିଆଯାଇଥିଲା l
ମାନ୍ୟବର ଅଦାଲତଙ୍କ ରାୟ ପରେ ବିବାଦୀୟ ସ୍ଥଳରେ ରାମ ମନ୍ଦୀର ନିର୍ମାଣ କରିବା ପାଇଁ କରୋନା ମହାମାରୀ କାଳରେ ସମଗ୍ର ଭାରତ ବର୍ଷରେ ଲକ ଡାଉନ୍ ହୋଇ ମୃତ୍ୟୁ ଦେଶରେ ତାଣ୍ଡବଲୀଳା କରୁଥିବା ସମୟରେ ମାଟି ତଳେ ପୋତିହୋଇ ରହିଥିବା ବୁଦ୍ଧ ବିହାରର ଭଗ୍ନାଂଶଙ୍କୁ ଲୁକ୍କାୟିତ ଭାବରେ ଖୋଳି ଚୂରମାର କରି ଦିଆଯାଇଥିଲା l
ଏହିଭଳି ଭାବରେ ସମ୍ରାଟ ଅଶୋକଙ୍କ ଦ୍ୱାରା ନିର୍ମିତ ବୁଦ୍ଧଙ୍କର ଭବ୍ୟ ସ୍ମୃତିସ୍ଥଳୀ ଉପରେ ଅଯୋଧ୍ୟାର ରାମମନ୍ଦିର ନିର୍ମାଣ କରାଯାଇ ଦେଶର ଶାସନ କ୍ଷମତା ବ୍ରାହ୍ମଣବାଦୀଙ୍କ ହାତକୁ ଚାଲିଯାଇଛି l