ବଲାଙ୍ଗିର : 23 ନଭେମ୍ବର 2025 : ବୈଦିକ କାଳରୁ ଅସତ୍ୟ ତଥା କାଳ୍ପନିକ ବିଷୟବସ୍ତୁ ଆଧାରରେ ଭଗବାନ ଓ ଧର୍ମର ଦ୍ୱାହି ଦେଇ ଅଖଣ୍ଡ ଭାରତ ବର୍ଷରେ ବ୍ରାହ୍ମଣବlଦ ସ୍ଥାପନ କରାଯାଇ ଭାରତୀୟଙ୍କୁ ଧାର୍ମିକ ଗୋଲମୀରେ ଆବଦ୍ଧ କରି ଶୋଷଣ ଓ ଅତ୍ୟାଚାର ବର୍ତ୍ତମାନ ପର୍ୟ୍ୟନ୍ତ କରାଯାଇ ଆସୁଛି l
( 1 ) ପୁରାତନ କାଳରେ ଜାତିପ୍ରଥା ଦେଶରେ ଉଗ୍ରରୂପ ଧାରଣ କରି ମାନବ ସମାଜକୁ ଖଣ୍ଡ ବିଖାଣ୍ଡିତ କରିଦେଇଥିଲା l ବିଦେଶୀ ଆକ୍ରମଣକାରୀ ମାନେ ଏହାର ସୁଯୋଗ ଉଠାଇ ଦେଶକୁ ଆକ୍ରମଣ କରି ସହସହ ବର୍ଷଧରି ଗୋଲାମ କରି ରଖିଥିଲେ l
( a ) ବିଦେଶୀ ଆକ୍ରମଣକରୀ ମାନେ କେବଳ ଦେଶକୁ ଲୁଣ୍ଠନ କରିବା ପାଇଁ ଆସିଥିଲେ l ସେମାନେ କିଛି ମାତ୍ରାରେ ମଧ୍ୟ ଧର୍ମାନ୍ତିକରଣ କରିଥିଲେ ମାତ୍ର ଲୋକେ ଜାତିବାଦ ବିଚାରଧାରା ଅତ୍ୟାଚାରରୁ ମୁକ୍ତି ପାଇବା ପାଇଁ ବ୍ୟାପକ ଭାବରେ ଧର୍ମାନ୍ତିକରଣ ହେବାରୁ ଦେଶରେ ମୁସଲମାନ ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ତିଆରି ହୋଇଯାଇଥିଲା l
( b ) ଅଖଣ୍ଡ ଭାରତ ବର୍ଷରେ ( ଭାରତ , ପାକିସ୍ତାନ ଓ ବାଂଲାଦେଶ ) ରହିଥିବା ପ୍ରାୟ 95,% ପ୍ରତିଶତ ମୁସଲମାନ ଓ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଜନସାଧାରଣ ଜାତିପ୍ରଥା ଅତ୍ୟାଚାରର ଶିକାର ହୋଇ SC ,ST ଓ OBC ସମାଜରୁ ଧର୍ମାନ୍ତିକରଣ ହୋଇଛନ୍ତି l
( 2 ) ଇଂରେଜ ସରକାରଙ୍କ ଅଧିନକୁ ଭାରତ 1858 ମସିହାରେ ଚାଲିଯାଇଥିଲା l

( a ) ମହାତ୍ମା ଗାନ୍ଧୀଙ୍କ ନେତୃତ୍ଵରେ 10 ଏପ୍ରିଲ 1917 ତାରିଖରେ ବିହାରର ଚମ୍ପାରlନ ଠାରେ ଇଂରେଜ ସରକାରଙ୍କ ଦ୍ୱାରା କରାଯାଉଥିବା ଚାଷୀ ମାନଙ୍କ ଉପରେ ଶୋଷଣ ଓ ଅତ୍ୟାଚାର ବିରୁଦ୍ଧରେ ସର୍ବ ପ୍ରଥମେ ଅହିଂସା ଆନ୍ଦୋଳନ କରିଥିଲେ l
( b ) ତାପରବର୍ତ୍ତୀ ସମୟରେ ଦେଶରେ ଅନେକ ଆନ୍ଦୋଳନ କଲାପରେ 8 ଅଗଷ୍ଟ 1942 ତାରିଖରେ ଭାରତୀୟ ଜାତୀୟ କଂଗ୍ରେସର ବମ୍ୱେ ଅଧିବେଶନରେ ଇଂରେଜ ସରକାରଙ୍କ ବିରୁଦ୍ଧରେ କର ବା ମର ଆହ୍ବାନ ଦେଇ ଭାରତ ଛୋଡୋ ଆନ୍ଦୋଳନ ଡାକରା ଦେଇଥିଲେ l ଏହି ଆନ୍ଦୋଳନ କିଛି ବର୍ଷ ଚାଲିଲା ପରେ ଇଂରେଜ ସରକାର ଭାରତ ଛାଡ଼ି ଚାଲିଯିବା ପାଇଁ ବାଧ୍ୟ ହୋଇ ଯାଇଥିଲେ l
ମହାତ୍ମା ଗାନ୍ଧୀଙ୍କ ଆନ୍ଦୋଳନ ମାନଙ୍କୁ ଭାରତୀୟ ଜାତୀୟ କଂଗ୍ରେସ ଓ ଅଖିଳ ଭାରତୀୟ ମୁସଲିମ ଲିଗ୍ ମଧ୍ୟ ସମର୍ଥନ ଜଣାଉଥିଲେ l
(3 ) ଏଠାରେ ଉଲ୍ଲେଖ ଯୋଗ୍ୟ ସେସମୟରେ ଭାରତ ବର୍ଷରେ ଉଗ୍ର ବ୍ରାହ୍ମଣବଦ୍ ରହିଥିଲା l ନୱାବ ଆଗା ଖାନଙ୍କ ନେତୃତ୍ୱରେ ଅଳ୍ପସଂକ୍ଷକ ମୁସଲମାନ ସମ୍ପ୍ରଦାୟର ସ୍ବାର୍ଥ ରକ୍ଷା କରିବା ପାଇଁ ଢ଼lକା ଠାରେ 30 ଡିସେମ୍ବର 1906 ମସିହାରେ ଅଖିଳ ଭାରତୀୟ ମୁସଲିମ ଲିଗ୍ ଗଠନ କରାଯାଇଥିଲା l
( a ) ଆହ୍ଲାବାଦ ଠାରେ ଅନୁଷ୍ଠିତ ହୋଇଥିବା ଅଧିବେଶନରେ ଅଖିଳ ଭାରତୀୟ ମୁସଲିମ ଲିଗର ସଭାପତି ଭାବରେ 30 ଡିସେମ୍ବର 1930 ମସିହାରେ ମହମ୍ମଦ ଇକବାଲ ମନୋନୀତ ହେଲାପରେ , ଭାରତ ସ୍ଵାଧିନତା ପାଇଲେ ସ୍ଵତନ୍ତ୍ର ମୁସଲମାନ ରାଜ୍ୟ ଗଠନ କରାଯିବ ବୋଲି ଘୋଷଣା କରିଥିଲେ l
( b ) ମୁସଲିମ ଲିଗର ତତ୍କାଳୀନ ସଭାପତି ମହମ୍ମଦ ଅଲି ଜିନ୍ନlଙ୍କ ଅଧ୍ୟକତାରେ 22-23 ମାର୍ଚ୍ଚ 1940 ତାରିଖରେ ଅନୁଷ୍ଠିତ ହୋଇଥିବା ଲୋହୋର ଅଧିବେଶନରେ ସର୍ବ ପ୍ରଥମେ ମୁସଲମାନ ରାଷ୍ଟ୍ର ପାକିସ୍ତାନ ଗଠନ କରିବା ପାଇଁ ଇଂରେଜ ସରକାରଙ୍କ ପାଖରେ ଦାବୀ ଉପସ୍ଥାପନ କରିବା ପାଇଁ ପ୍ରସ୍ତାବ ପାରିତ ହୋଇଥିଲା l
( c ) ମହମ୍ମଦ ଅଲି ଜିନ୍ନlଙ୍କ ଆହ୍ବାନ କ୍ରମେ 16 ଅଗଷ୍ଟ 1946 ତାରିଖରେ ବେଙ୍ଗlଲ ପ୍ରୋଭିନ୍ସରେ ସିଧାସଳଖ ମୁସଲମାନ ରାଷ୍ଟ୍ର ପାକିସ୍ତାନ ଗଠନ କରିବା ପାଇଁ ଆନ୍ଦୋଳନ ଆରମ୍ଭ ହୋଇ ସମଗ୍ର ଦେଶରେ ବ୍ୟାପି ଯାଇଥିଲା l ଚାରିଆଡେ଼ ସାଂପ୍ରଦାୟିକ ଦଙ୍ଗା ଅନୁଷ୍ଠିତ ହୋଇ ହଜାର ହଜାର ଲୋକ ମୃତ୍ୟୁ ବରଣ କରିଥିଲେ l
( 4 ) ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଇଂରେଜ ସରକାରଙ୍କ ଶେଷ ବଦଲlଟ ଭାବରେ ଲୁଇସ୍ ମାଉଣ୍ଟବେଟେନ୍ 01 ମାର୍ଚ 1947 ମସିହାରେ ଦାୟିତ୍ଵ ଗ୍ରହଣ କଲାପରେ 03 ଜୁନ 1947 ତାରିଖରେ ଖୁବଶୀଘ୍ର ଭାରତକୁ ସ୍ଵାଧୀନତା ଦିଆଯିବ ବୋଲି ଘୋଷଣା କରିଥିଲେ l
ବ୍ରିଟିଶ ପାର୍ଲିଆମେଣ୍ଟରେ 18 ଜୁଲାଇ 1947 ତାରିଖରେ ‘ ଇଣ୍ଡିଆନ ଇଣ୍ଡିପେନ୍ଦେନ୍ସ ଆକ୍ଟ ‘ ପାସ କରାଯାଇ ଭାରତକୁ 15 ଅଗଷ୍ଟ 1947 ତାରିଖରେ ସ୍ଵାଧୀନତା ଦିଆଯିବl ପାଇଁ ଆଇନ ପ୍ରଣୟନ କରାଯାଇଥିଲା l
( 5 ) ବ୍ରାହ୍ମଣବାଦି ସଂଗଠନ ଗୁଡ଼ିକ ହିନ୍ଦୁରାଷ୍ଟ୍ର ନାମରେ ଦେଶରେ ପୁଣିଥରେ ବ୍ରାହ୍ମଣବାଦ ସ୍ଥାପନା କରିବା ଲାଗି ଜୋରଦାର ପ୍ରାୟାସ ଆରମ୍ଭ କରି ଦେଇଥିଲେ l
(a ) ମୁସଲମାନ ସମ୍ପ୍ରଦାୟ କୌଣସି ପରିସ୍ଥିତରେ ମଧ୍ୟ ବ୍ରାହ୍ମଣବାଦକୁ ପୁଣିଥରେ ଗ୍ରହଣ ନକରିବାରୁ ଅଖଣ୍ଡ ଭାରତବର୍ଷର ବିଭାଜନ ହୋଇ ମଧ୍ୟରାତ୍ର 14-15 ଅଗଷ୍ଟ 1947 ତାରିଖରେ ଭାରତ ଓ ପାକିସ୍ତାନ ଭାବରେ ଦୁଇଟି ରାଷ୍ଟ୍ର ସ୍ଵାଧୀନତା ପାଇଥିଲା l
( b ) ବ୍ରାହ୍ମଣବାଦ ବିଚାରଧାରା କାରଣରୁ ଦେଶ ବିଭାଜନ ହେଲାପରେ ଉଗ୍ର ସାମ୍ପ୍ରଦାୟିକ ଦଙ୍ଗା ଓ ତାପରବର୍ତୀ ସମୟରେ ମହାମାରୀ ଅନୁଷ୍ଠିତ ହୋଇ ପାଖପାଖି 20 00 000 ଲକ୍ଷ ଜନସାଧାରଣଙ୍କ ଜୀବନ ଚାଲିଯାଇଥିଲା l
( 6 ) ଭାରତ ସ୍ଵାଧିନତା ପାଇଲା ପରେ ପଣ୍ଡିତ ଜବାହlରଲାଲ ନେହେରୁଙ୍କ ସରକାରରେ ଡ଼ ଭୀମରାଓ ରାମଜୀ ଆମ୍ବେଦକର ଦେଶର ପ୍ରଥମ ଆଇନ ମନ୍ତ୍ରୀ ଭାବରେ 15 ଅଗଷ୍ଟ 1947 ମସିହାରେ ଦାୟିତ୍ଵ ଗ୍ରହଣ କରିଥିଲେ l ତାଙ୍କୁ ‘ ସମ୍ବିଧାନ ଡ୍ରାଫ୍ଟିଂ କମିଟିର ‘ ଚେୟାରମେନ ଭାବରେ 29 ଅଗଷ୍ଟ 1947 ତାରିଖରେ ସରକାରଙ୍କ ତରଫରୁ ଦାୟିତ୍ଵ ଅର୍ପଣ କରାଯାଇଥିଲା l
ଏଠାରେ ପ୍ରକାଶ ଥାଉକି ଡା ଆମ୍ବେଦକର ଦଳିତ ସମାଜ ସକାଶେ ଲଢ଼ାଇ କରିବା ପାଇଁ ‘ ଇଣ୍ଡିପେନ୍ଦେଣ୍ଟ ଲେବର ପାର୍ଟି ‘ 1936 ମସିହାରେ ଓ ‘ ଅଲ ଇଣ୍ଡିଆ ସେଡୁଲ କlଷ୍ଟ ଫେଡେରେସନ ‘ 1942 ମସିହାରେ ଗଠନ କରିଥିଲେ l ଭାରତୀୟ ଜାତୀୟ କଂଗ୍ରେସ ସହିତ ଡା ଆମ୍ବେଦକର କୌଣସି ପ୍ରକାରରେ ଜଡ଼ିତ ନଥିଲେ କିମ୍ବା ସଦସ୍ୟତା ମଧ୍ୟ ଗ୍ରହଣ କରିନଥିଲେ l
( 7 ) ମହାତ୍ମା ଗାନ୍ଧୀଙ୍କ ହସ୍ତକ୍ଷେପ ଫଳରେ ( 1 ) ଭାରତ ଧର୍ମନିରପେକ୍ଷ ରାଷ୍ଟ୍ରରେ ପରିଣତ ହୋଇଯାଇଥିଲl ଓ ( 2 ) ଡା ଆମ୍ବେଦକରଙ୍କୁ ଆଇନ ମନ୍ତ୍ରୀ ଓ ‘ ସମ୍ବିଧାନ ଡ୍ରାଫ୍ଟିଂ କମିଟିର ‘ ଚେୟାରମେନ ଭାବରେ ପ୍ରଧାନମନ୍ତ୍ରୀ ନେହେରୁ ଦାୟିତ୍ଵ ଅର୍ପଣ କରିଥିଲେ ବୋଲି ଅଭିଯୋଗ କରି ବ୍ରାହ୍ମଣବାଦୀ ସଂଗଠନ ଗୁଡ଼ିକ ବିକୃତ ମାନସିକତା ରଖି ଗାନ୍ଧୀଙ୍କ ଉପରେ ଉତ୍କ୍ଷିପ୍ତ ହୋଇ ପଡ଼ିଥିଲେ l
( a ) ଭାରତ ସ୍ୱାଧୀନତା ପାଇଲା ପରେ ମହାତ୍ମା ଗାନ୍ଧୀ 12 ଜାନୁୟାରୀ 1948 ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଉ ଦିଲ୍ଲୀ ଠାରେ ଆମରଣ ଅନଶନ କରିବାରୁ ଦେଖାଦେଇଥିବା ସାମ୍ପ୍ରଦାୟିକ ଦଙ୍ଗା ବନ୍ଦ ହୋଇଯାଇଥିଲl l ଅନଶନକୁ ନେଇ ବ୍ରାହ୍ମଣବାଦି ସଂଗଠନ ଗୁଡ଼ିକ ଘୋର ଅସନ୍ତୋଷ ପ୍ରକାଶ କରିଥିଲେ l
( b ) ହିନ୍ଦୁ ମହାସଭା ତରଫରୁ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିବା ପାଇଁ 20 ଜାନୁୟାରୀ 1948 ମସିହା ସଂଧ୍ୟା ସମୟରେ ବିର୍ଲା ହାଉସରେ ତାଙ୍କ ପ୍ରାର୍ଥନା ସଭା ଉପରକୁ ବୋମା ମାଡ଼ କରାଯାଇଥିଲା ମାତ୍ର ବୋମାଟି ଠିକ ଜାଗାରେ ନପଡ଼ିବାରୁ ବିଫଳ ହୋଇ ଯାଇଥିଲେ l ନlଥୁରାମ ଗୋଡସେ ତଥା ଅନ୍ୟାନ୍ୟ ମାନଙ୍କ ନାମରେ ଘଟଣାକୁ ନେଇ ପୋଲିସ ପକ୍ଷରୁ ମାମଲା ରୁଜୁ ମଧ୍ୟ କରାଯାଇଥିଲା l
( c ) ତଥାକଥିତ ହିନ୍ଦୁବାଦି ସଂଗଠନ ଗୁଡ଼ିକ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରାଯିବାର ତିନିଦିନ ପୂର୍ବରୁ ଦିଲ୍ଲୀ ଠାରେ ଏକ ବଡ଼ଧରଣର ସଭାର ଆୟୋଜନ କରି ତାଙ୍କ ସମର୍ଥକ ମାନଙ୍କ ସହିତ ମହାତ୍ମା ଗାନ୍ଧୀଙ୍କୁ ପାକିସ୍ତାନ ଚାଲିଯିବାକୁ ଦାବୀ ଉପସ୍ଥାପନ କରିଥିଲେ l
( d ) ବିର୍ଲା ହାଉସ ଠାରେ ମହାତ୍ମା ଗାନ୍ଧୀ 30 ଜାନୁୟାରୀ 1948 ତାରିଖର ସଂଧ୍ୟା ସମୟରେ ପ୍ରାର୍ଥନା ସଭାକୁ ଯାଉଥିବା ସମୟରେ ତଥାକଥିତ ହିନ୍ଦୁବାଦି ସଂଗଠନ ତରଫରୁ ନlଥୁରମ ଗୋଦସେ ତାଙ୍କ ଛାତିରେ ଟିନି ରାଉଣ୍ଡ ଗୁଳି କରି ହତ୍ୟା କରିଥିଲେ l
( 8 ) ଏଭଳିଆ ଘଡିସନ୍ଧି ମୁହୂର୍ତ୍ତରେ ଡା. ବି ଆର୍ ଆମ୍ବେଦକର ମହାତ୍ମା ଗାନ୍ଧୀଙ୍କ ବିଚାରଧାରା ଅନୁଯାୟୀ ଭରତୀୟ ସଂବିଧାନର ରଚନା କରିଥିଲେ l
( a ) ଭାରତୀୟ ସମ୍ବିଧାନକୁ କେନ୍ଦ୍ର ସରକାର 26 ନଭେମ୍ବର 1949 ମସିହାରେ ସ୍ଵିକୃତି ଦେଇଥିଲେ ଓ ଦେଶରେ 26 ଜାନୁୟାରୀ 1950 ମସିହାରେ କାର୍ଯ୍ୟକାରୀ କରାଯାଇଥିଲା l
( b ) ସମ୍ବିଧାନରେ ଲେଖାଯାଇଥିବା ଧର୍ମନିରପେକ୍ଷ ରାଷ୍ଟ୍ର ତଥା SC, ST, ଓ OBC ସମାଜକୁ ଦିଆଯାଇଥିବା ଆରକ୍ଷଣକୁ ନିରୋଧ କରି ବ୍ରାହ୍ମଣବlଦୀଙ୍କ ଦ୍ବାରା ସମଗ୍ର ଦେଶରେ ଭାରତୀୟ ସମ୍ବିଧାନକୁ ପୋଡ଼ା ଯାଇଥିଲା l ଏହା ସହିତ ଗୟୀରିକ ପତାକା ବଦଳରେ ତ୍ରିରଙ୍ଗା ପତାକାକୁ ଦେଶର ଜାତୀୟ ପତାକା କରାଯାଇଥିବାରୁ ପତାକାକୁ ମଧ୍ୟ ପରୋକ୍ଷରେ ନିରୋଧ କରାଯାଇଥିଲା l
( c ) ବର୍ତ୍ତମାନ ଯେକୌଣସି ପରିସ୍ଥିତିରେ ମଧ୍ୟ ଭରତୀୟ ସମ୍ବିଧାନରୁ ଧର୍ମନିରପେକ୍ଷ ରାଷ୍ଟ୍ର ନାମକୁ ହଟାଇବା ସହିତ ଆରକ୍ଷଣ ବ୍ୟବସ୍ଥକୁ ଉଚ୍ଛେଦ କରି ଦେଶରେ ହିନ୍ଦୁରାଷ୍ଟ୍ର ନାମରେ ବ୍ରାହ୍ମଣବାଦକୁ ସ୍ଥାପନ କରିବାର ଉଦ୍ଧେଶ୍ୟ ସମସ୍ତ ହିନ୍ଦୁବାଦି ସଂଗଠନ ମାନଙ୍କର ମୂଳଲକ୍ଷ୍ୟ ପାଲଟି ଯାଇଛି l