ବଲାଙ୍ଗିର : 03 ଅକ୍ଟୋବର 2025 : ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ଠାରୁ ଆରମ୍ଭ କରି ଅନଙ୍ଗ ଉଦୟ ସିଂହଦେଓ ତଥା କଲିକେଶ ନାରାୟନ ସିଂହଦେଓଙ୍କ ପର୍ଯ୍ୟନ୍ତ ରାଜପରିବାର ବଂଶାନୁକ୍ରମେ ତିନୋଟି ପିଢ଼ି ବଲାଙ୍ଗିର ଲୋକସଭା ଅଞ୍ଚଳରେ ଅଖଣ୍ଡ କ୍ଷମତାର ଉପଭୋଗ କରି ଚାଲିଛନ୍ତି l ଯାହାକି ବର୍ତ୍ତମାନ ଜନସାଧାରଣଙ୍କ ପାଇଁ ଅଭିଶାପ ପାଲଟି ଯାଇଛି l
ରାଜପରିବାର ବର୍ଷକୁ କେବଳ ଅତିକଷ୍ଟରେ ସମୁଦାୟ ଗୋଟିଏ ମାସ ବଲାଙ୍ଗିରରେ ରହୁଥିବେ l ଏମାନେ ସ୍ଵାଧୀନତା ପରଠାରୁ ଦୀର୍ଘ ପ୍ରାୟ 75 ବର୍ଷ ସମୟ ଧରି ଅଞ୍ଚଳକୁ ଅବହେଳିତ କରି ଏକଛତ୍ରବାଦୀ ଭାବରେ ଲୋକଙ୍କୁ ଗୋଲାମ ଭଳିଆ ନିଜର ଚାକର ମାନଙ୍କ ମାଧ୍ୟମରେ ଶାସନ କ୍ଷମତାକୁ ପରିଚାଳିତ କରିଆସୁଛନ୍ତି l
1951 ମସିହା : ରାଜେନ୍ଦ୍ର ନାରାୟଣ ସିଂହଦେଓ କଳାହାଣ୍ଡି-ବଲାଙ୍ଗିର ଲୋକସଭl ଆସନରୁ ଗଣତନ୍ତ୍ର ପରିଷଦର ପ୍ରାର୍ଥୀ ଭାବରେ ପ୍ରଥମ ଲୋକସଭାକୁ ନିର୍ବାଚିତ ହୋଇଥିଲେ l
1957 ମସିହା : ରାଜେନ୍ଦ୍ର ନାରାୟଣ ସିଂହଦେଓ ଟିଟିଲାଗଡ଼ ବିଧାନସଭା ଆସନରୁ ନିର୍ବାଚିତ ହୋଇ ରାଜ୍ୟ ବିରୋଧୀ ଦଳ ନେତା ଭାବରେ ଅବସ୍ଥାପିତ ହୋଇଥିଲେ l
ସେସମୟର କଂଗ୍ରେସ ସରକାରର ପତନ ପରେ ଗଣତନ୍ତ୍ର ପରିଷଦ ଓ କଂଗ୍ରେସ ପାର୍ଟି ଦ୍ଵାରା ମିଳିତ ସରକାର ଗଠିତ ହୋଇଥିଲI I ରାଜେନ୍ଦ୍ର ନାରାୟଣ ସିଂହଦେଓ 22 ମେ 1959 ତାରିଖ ଦିନ ଅର୍ଥ ମନ୍ତ୍ରୀ ଭାବରେ ଦାୟିତ୍ଵ ଗ୍ରହଣ କରିଥିଲେ l
1961 ମସିହା : ରାଜେନ୍ଦ୍ର ନାରାୟଣ ସିଂହଦେଓ କଣ୍ଟାବାଞ୍ଜି ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ l
1967 ମସିହା : ରାଜେନ୍ଦ୍ର ନାରାୟଣ ସିଂହଦେଓ ବଲାଙ୍ଗିର ବିଧାନସଭା ଆସନରୁ ସ୍ଵତନ୍ତ୍ର ପାର୍ଟିର ପ୍ରାର୍ଥୀ ଭାବରେ ନିର୍ବାଚିତ ହୋଇ ସ୍ଵତନ୍ତ୍ର ଓ ହରେକୃଷ୍ଣ ମହତାବଙ୍କ ଓଡିଶା ଜନ କଂଗ୍ରେସ ପାର୍ଟିର ମିଳିତ ସରକାରରେ 8 ମାର୍ଚ୍ଚ 1967 ତାରିଖ ଦିନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ସପଥ ଗ୍ରହଣ କରିଥିଲେ l
1971 ଓ 1974 ମସିହା : ରାଜେନ୍ଦ୍ର ନାରାୟଣ ସିଂହଦେଓ ବଲାଙ୍ଗିର ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ l
1990, 1995, 2000, 2004 ଓ 2009 ମସିହା : ଅନଙ୍ଗ ଉଦୟ ସିଂଦେଓଙ୍କ ବଲାଙ୍ଗିର ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ l
2000 ଓ 2004 ମସିହା : ବିଜେଡି ଓ ବିଜେପି ମିଳିତ ସରକାରରେ ଅନଙ୍ଗ ଉଦୟ ସିଂଦେଓଙ୍କ ପ୍ରଥମେ ପୂର୍ତ୍ତ ବିଭାଗ ଓ ତାପରେ ଅବକାରୀ ଓ ଖଣି ବିଭାଗର କ୍ୟାବିନେଟ ମନ୍ତ୍ରୀ ଭାବରେ ଦାୟିତ୍ଵ ଗ୍ରହଣ କରିଥିଲେ l
2014 ରୁ 2018 ମସିହା : ଅନଙ୍ଗ ଉଦୟ ସିଂହଦେଓ ରାଜ୍ୟସଭା ସାଂସଦ ଭlବରେ ଓଡିଶାରୁ ମନୋନୀତ ହୋଇଥିଲେ l
2004 ମସିହାରେ କଳିକେଶ ନାରାୟଣ ସିଂହଦେଓ ସଇଁତଳା ବିଧାନସଭା ତଥା 2009 ଓ 2014 ମସିହାରେ ବଲାଙ୍ଗିର ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ l
ଯଦିଓ ଅନଙ୍ଗ ଉଦୟ ସିଂଦେଓଙ୍କ 1990 ମସିହାରୁ 2018 ମସିହା ପର୍ଯ୍ୟନ୍ତ ନିର୍ବାଚିତ ହୋଇ ବିଭିନ୍ନ ପଦପଦବୀରେ ଅବସ୍ଥାପିତ ହୋଇ ରହିଥିଲେ ସୁଦ୍ଧା ଜନସାଧାରଣଙ୍କ ପାଇଁ ତାଙ୍କ ପାଖରେ ସମୟ ନଥିଲା l ସଦାବେଳେ ତାଙ୍କର ଘରେ କାମ କରୁଥିବା ହରେକୃଷ୍ଣ ଷଡଙ୍ଗୀଙ୍କ ମାଧ୍ଯମରେ କାର୍ଯ୍ୟ ତୁଲାଉଥିଲେ l
ଏହା ସହିତ କଲିକେଶ ନାରାୟନ ସିଂହଦେଓ ସଇଁତଳା ବିଧାୟକ ଓ ବଲାଙ୍ଗିର ସାଂସଦ ରହିଥିବା କାର୍ଯ୍ୟକାଳ ସମୟରେ ଦେଶ ବିଦେଶରେ ରହି ବିଳାସପୂର୍ଣ୍ଣ କାର୍ଯ୍ୟକଳାପରେ ସମୟ ବିତାଇ ଦେଇଥିଲେ l
ଯାହାର ପରିଣତି 2014 ମସିହାରେ ଅନଙ୍ଗ ଉଦୟ ସିଂହଦେଓ ତଥା 2019 ମସିହାରେ ଅର୍କେଶ ନାରାୟନ ସିଂହଦେଓଙ୍କୁ ବଲାଙ୍ଗିର ନିର୍ବାଚନ ମଣ୍ଡଳୀରେ ଓ କଲିକେଶ ନାରାୟନ ସିଂହଦେଓଙ୍କୁ ବଲାଙ୍ଗିର ଲୋକସଭା ଅଞ୍ଚାଲରେ ଜନସାଧାରଣ ପ୍ରତ୍ୟlକ୍ଷିତ କରିଦେଇଥିଲେ l
2024 ବିଧାନସଭା ନିର୍ବାଚନରେ କଳିକେଶ ନାରାୟଣ ସିଂହଦେଓ ବଲାଙ୍ଗିର ଜିଲ୍ଲାରେ ଛିଡା ହୋଇଥିବା ନବିନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ସମସ୍ତ ଲୋକସଭା ଓ ବିଧାନସଭା ବିଜେଡି ପ୍ରାର୍ଥୀଙ୍କୁ ନିଜର ଅନୁଗତ ମାନଙ୍କ ମାଧ୍ଯମରେ ପରାଜିତ କରାଇ କେବଳ ନିଜେ ପୁଣିଥରେ ବିଜୟୀ ହୋଇଥିଲେ l
କ୍ଷମତାରେ ରହିବାର ଗୋଟିଏ ବର୍ଷରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ଶୁଦ୍ଧା ଲୋକଙ୍କ ହାରିଗୁହାରି ଶୁଣିବା ପାଇଁ ତାଙ୍କ ପାଖରେ ସମାୟ ନାହିଁ l ରାଜପରିବାରଙ୍କ ଅଭିଶପ୍ତ କାର୍ଯ୍ୟକଳାପ କାରଣରୁ :
( 1 ) ଦେଓଗାଁ ଚିନିକଳର ମାଲିକ ଏମାନଙ୍କ ଅପାରଗତା କାରଣରୁ କାନ୍ଦି କାନ୍ଦି ନିଜର ସ୍ୱପ୍ନର କାରଖାନାକୁ ଛାଡ଼ି ଚାଲିଯାଇଥିଲେ l
( 2 ) କଳିକେଶ ନାରାୟଣ ସିଂହଦେଓ ଲୋୟର ସୁକତେଲ ପ୍ରକଳ୍ପର ନାମ ଧରି ଗତ ନିର୍ବାଚନରେ ବିଜୟୀ ହୋଇଥିଲେ l ବଲାଙ୍ଗିର ସଦର ବ୍ଲକର ଅନେକ ଗ୍ରାମର ଜନସାଧାରଣଙ୍କୁ ଅକଥନୀୟ ଅତ୍ୟାଚାର କରାଯାଇ ବିସ୍ଥାପିତ କରି ଲୋୟର ସୁକତେଲ ପ୍ରକଳ୍ପକୁ ନିର୍ମାଣ କରାଯାଇଛି l ମାତ୍ରା ହାତ ଗଣତି କେତୋଟି ଗ୍ରାମକୁ ଛାଡିଦେଲେ ବଲାଙ୍ଗିର ନିର୍ବାଚନ ମଣ୍ଡଳୀର କୌଣସି ଜମିକୁ ଜଳସେଚିତ କରାଇବାର ସରକାରୀ ଯୋଜନା ନାହିଁ l
( 3 ) ଲକ୍ଷ ଲକ୍ଷ ଲୋକ ଖାଇବାକୁ ମପାଇ ବାହର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି l ସେଠାରେ ଅତ୍ୟାଚାରୀତ ଓ ହତ୍ୟା କରାଯାଉଛି , ଅନେକ ଲୋକ ସବ ହୋଇ ଘରକୁ ଫେରିବା ନିତିଦିନିଆ ଘଟଣାରେ ପରିଣତ ହୋଇଯାଇଛି l
( 4 ) ବଲାଙ୍ଗିର ଜିଲ୍ଲା ଓଡ଼ିଶାର ସବୁଠାରୁ ଦରିଦ୍ରତମ ଅଞ୍ଚଳରେ ପରିଣତ ହୋଇଯାଇଛି l
ରାଜପରିବାର ବଲାଙ୍ଗିର ମାଟି ପାଇଁ ଅଭିଶାପ ପାଲଟି ଯାଇଛନ୍ତି l ତେଣୂ ବର୍ତ୍ତମାନର ପରିସ୍ଥିତିରେ ଏମାନଙ୍କ ବିରୁଦ୍ଧରେ ଚାରିଆଡେ଼ ପ୍ରବଳ ଜନମତ ଟିଆରି କରାଯାଇ ଏକ ବଡଧରଣର ରାଜନୈତିକ ପରିବର୍ତ୍ତନର ବାତାବରଣ ତିଆରି କରିବାକୁ ପଡିବ l