ବଲାଙ୍ଗିର : 25 ଜାନୁୟାରୀ 2026 : ଶାନ୍ତି, କରୁଣା ଓ ଅହିଂସାର ବାର୍ତ୍ତା ବିଶ୍ୱବାସୀଙ୍କୁ ଦେବା ପାଇଁ ଆମେରିକାରେ ବୌଦ୍ଧଭିକ୍ଷୁ ମାନଙ୍କର ପଦଯାତ୍ରା 26 ଅକ୍ଟୋବର 2025 ତାରିଖ ଠାରୁ ଆରମ୍ଭ ହୋଇଯାଇଛି l
ବିଶ୍ୱ ଶାନ୍ତି ପଦଯାତ୍ରା 2300 ମାଇଲ ( 3700 KM ) ପର୍ୟ୍ୟନ୍ତ ଚାଲିଲା ପରେ ୱାଶିଂଟନ୍ ଡି ସି ଠାରେ ଫେବୃଆରୀ 2026 ମସିହାରେ ପରିସମାପ୍ତି ଘଟିବ l ବୌଦ୍ଧ ଭିକ୍ଷୁ ମାନଙ୍କ ସହିତ କୁକୁର ଆଲୋକ ସାମିଲ ହୋଇ ଚାଲିବା ପଦଯାତ୍ରାର ମୁଖ୍ୟ ଆକର୍ଷଣୀୟ ବିଷୟବସ୍ତୁ ପାଲଟି ଯାଇଛି l
ଦୁଃଖର ବିଷୟ ହେଲା ପଦଯlତ୍ର ଟେକ୍ସାସ ଠାରେ ଚାଲିଥିବା ସମୟରେ 19 ନଭେମ୍ବର 2025 ତାରିଖରେ ଗୋଟିଏ ଟ୍ରକ ଭାରସାମ୍ୟ ହରାଇ ଦୁଇଟି ବୁଦ୍ଧ ଭିକ୍ଷୁଙ୍କୁ ଧକ୍କା ଦେଇଥିଲା l ତନ୍ମଧ୍ୟରୁ ଜଣଙ୍କର ଗୋଟିଏ ଗୋଡ କାଟିବାକୁ ପଡ଼ିଥିଲା ଓ ଆଉ ଜଣଙ୍କୁ ସାମାନ୍ୟ ଚିକିତ୍ସା କଲାପରେ ଠିକ ହୋଇ ଯାଇଥିଲେ l
ଗୋଡ କଟାଯାଇଥିବା ବୌଦ୍ଧଭିକ୍ଷୁ ଠିକ ହେଲାପରେ ଜାନୁୟାରୀ 2026 ପ୍ରଥମ ସପ୍ତାହରୁ ୱିଲ ଚେୟାରରେ ବସି ବିଶ୍ୱଶାନ୍ତି ପଦଯାତ୍ରାରେ ସାମିଲ ହୋଇଛନ୍ତି l