ବଲାଙ୍ଗୀର : 07 ନଭେମ୍ବର 2025 : ଅତୀତ କାଳରେ ସମାଜରେ ଜାତିପ୍ରଥା ଉଗ୍ରରୂପ ଧାରଣ କରି ସାରିଥିଲା l ବ୍ରାହ୍ମଣ ସମାଜରେ ବାଲ୍ୟ ବିବାହର ପ୍ରଚଳନ ରହିଥିଲା ଓ ବିଧବା ବିବାହକୁ କଡାକଡି ଭାବରେ ନିଷିଦ୍ଧ କରି ଦିଆଯାଇଥିଲା l
ବ୍ରାହ୍ମଣ ସମାଜରେ ଅନେକ ଝିଅ ବାଲ୍ୟ ବିବାହ କିମ୍ବା ସାଧରଣ ବିବାହ ପରେ ଅତି କମ ବୟସରେ ବିଧବା ହୋଇଯାଉଥିଲେ l ବିଧବା ହେଲାପରେ ସମାଜରେ ସେମାନଙ୍କୁ କେହି ଗ୍ରହଣ କରୁନଥିଲେ l ଅନେକ ସମୟରେ ବିଧବା ଝିଅ ଅନ୍ୟ ଜାତିର ପୁଅ ସହିତ ପଳାୟନ କରୁଥିଲେ l ବିଧବା ଝିଅ ଅନ୍ୟ ଜାତିର ପୁଅ ସହିତ ପଳାୟନ କଲେ ଝିଅକୁ ତାର ପରିବାର ଲୋକଙ୍କ ସହିତ ସମାଜରେ ଶୂଦ୍ର ଭାବରେ ପରିଗଣିତ କରାଯାଇ ସମାଜରେ ସେମାନଙ୍କୁ ଏକ ପ୍ରକାର ବାଛନ୍ଦ କରି ଦିଆଯାଉଥିଲା l
ସମାଜରେ ଏଭଲିଆ ପରିସ୍ଥିତି ଧୀରେ ଧୀରେ ଜଟିଳ ହେବାରେ ଲାଗିବାରୁ ସବୁ ବୟସର ମହିଳା ମାନଙ୍କୁ ବିଧବା ହେଲା ପରେ ପରିବାର ଲୋକେ ଧର୍ମର ଦ୍ୱାହି ଦେଇ ତାଙ୍କ ମୃତ ସ୍ୱାମୀଙ୍କ ସହିତ ଚିତାଗ୍ନିରେ ସତୀପ୍ରଥା ନାମରେ ନିଆଁରେ ପୋଡ଼ି ମାରି ଦେଉଥିଲେ l
ସତିପ୍ରଥ ଉପରେ ସବିଶେଷ ତଥ୍ୟ ଜାଣିବାକୁ ହେଲେ ନିମ୍ନଲିଖିତ କେତୋଟି ପ୍ରଶ୍ନର ସଠିକ ଉତ୍ତର ଆପଣମାନଙ୍କୁ ବିଷଦ ଭାବରେ ଜାଣିବାକୁ ପଡିବ :
( 1 ) ସତୀଦାହ ପ୍ରଥା କଣ ?
( 2 ) ସତୀଦାହ ପ୍ରଥାର ଧାର୍ମିକ ପୃଷ୍ଠଭୂମି କଣ ରହିଥିଲା ?
( 3 ) ସତୀଦାହ ପ୍ରଥାକୁ କିଭଳି ଭାବରେ ଆଇନ୍ ପ୍ରଣୟନ କରାଯାଇ ବନ୍ଦ କରିଦିଆଗଲା ?
( 1 ) ସତୀଦାହ ପ୍ରଥା କଣ ? ସେସମ୍ବନ୍ଧୀୟ ସବିଶେଷ ତଥ୍ୟ ଆପଣମାନଙ୍କ ଅବଗତି ନିମନ୍ତେ ନିମ୍ନରେ ଉପସ୍ଥାପନ କରାଯାଇଛି l
( a ) ସତୀପ୍ରଥା ଅନୁଯାଇ ସ୍ଵାମୀ ମୃତ୍ୟୁବରଣ କଲାପରେ ସ୍ତ୍ରୀକୁ ବିବାହ ସମୟରେ ପରିଧାନ କରୁଥିବା ବେଶଭୂଷାରେ ସଜାଇ ପରିବାର ଓ ସମାଜର ଲୋକେ ବାଦ୍ୟ ବଜାଇ ଏକ ବିରାଟ ଶୋଭାଯାତ୍ରାରେ ମଶାଣିକୁ ନେଇ ଚିତାଗ୍ନିରେ ମୃତ ସ୍ଵାମୀର ମୁଣ୍ଡକୁ ସ୍ତ୍ରୀର କୋଳରେ ରଖି ନିଆଁରେ ପୋଡ଼ି ଦିଆଯାଉଥିଲା l
କେତେକାଂଶରେ ନିଆଁରେ ପୋଡିବା ବଦଳରେ ମାଟିରେ ପୋତି ଦିଆଯାଉଥିଲା l ଏଭଲି ପରିସ୍ଥିତିରେ ଗୋଟିଏ ଗାତ ଖୋଳି ମୃତ ସ୍ଵାମୀର ମୁଣ୍ଡକୁ ସ୍ତ୍ରୀର କୋଳରେ ରଖି ପୋତି ଦିଆଯାଉଥିଲା l
କେତେକ କ୍ଷେତ୍ରରେ ସ୍ତ୍ରୀର ସ୍ବରାଜୀ ରହୁଥିଲା ମାତ୍ର ଅନେକ ପରିସ୍ଥିତିରେ ସ୍ତ୍ରୀକୁ ବାଧ୍ୟତାମୂଳକ ଭାବରେ ସତୀ କରାଯାଉଥିଲା l କିମ୍ବଦନ୍ତୀ ଅନୁଯାୟୀ ଶ୍ମଶାନକୁ ନେବା ପୂର୍ବରୁ ସ୍ତ୍ରୀକୁ ଏକାନ୍ତରେ ରଖି ପଳାୟନ କରିନପାରିବ ବୋଲି ପରିବାର ଲୋକେ ଜଗି ରହୁଥିଲେ ଓ ନିଶାଦ୍ରବ୍ୟ ସେବନ କରାଇ ନିସ୍ତେଜ ଓ ଅଚେତ ଭଲିଆ ଅବସ୍ଥା କରି ଦିଆଯାଉଥିଲା ଯଦ୍ୱାରା ପୋଡିବା ସମୟରେ ସ୍ତ୍ରୀ ଚାହିଁଲେ ସୁଦ୍ଧା କୌଣସି ପ୍ରତିବାଦ କରିପାରୁନଥିଲା l
କେତେକ ସ୍ଥାନରେ ସ୍ତ୍ରୀ ଚିତାଗ୍ନିରୁ ଉଠି ପଳାୟନ କରିବା ପାଇଁ ଚେଷ୍ଟା କରୁଥିଲା ମାତ୍ର ପରିବାର ଲୋକେ ପୁଣିଥରେ ଜୋରଜବରଦସ୍ତି ତାକୁ ଚିତାଗ୍ନି ଭିତରକୁ ଠେଲିଦେଇ ଜାଳି ଦେଉଥିବାର ଦୃଷ୍ଟାନ୍ତ ମଧ୍ୟ ରହିଛି l

( b) ସେସମୟରେ ସତୀପ୍ରଥା ପ୍ରାୟତଃ ଦୁଇ ପ୍ରକାର ଦେଖିବାକୁ ମିଳୁଥିଲା l
( 1 ) ଅନୁମରଣ : ଅନୁମରଣ ସତୀପ୍ରଥା ଅନୁଯାଇ ଅନେକ ସମୟରେ ସ୍ଵାମୀ କୌଣସି ଦୂର ସ୍ଥାନରେ ରହିଥିବା ସମୟରେ ମୃତ୍ୟୁବରଣ କଲାପରେ ସ୍ତ୍ରୀର ଅନୁପସ୍ଥିତରେ ସେଠାରେ ତାର ଅନ୍ତେଷ୍ଟିକ୍ରିୟା କରିଦିଆଯାଉଥିଲା l ଏଭଲିଅl ପରିସ୍ଥିତିରେ ପରବର୍ତ୍ତୀ ସମୟରେ ସ୍ଵାମୀର ଚିତାଭଷ୍ମ କିମ୍ବା ପାଦୁକା ସ୍ତ୍ରୀର କୋଳରେ ରଖି ନିଆଁରେ ପୋଡ଼ି ଦିଆଯାଉଥିଲା l
( 2 ) ସହମରଣ : ସହମରଣ ସତୀପ୍ରଥା ଅନୁଯାୟୀ ସ୍ଵାମୀର ଚିତାଗ୍ନିରେ ସ୍ତ୍ରୀକୁ ପୋଡ଼ି ଦିଆଯାଉଥିଲା l
( c ) ଉପରୋକ୍ତ ଦୁଇ ପ୍ରକାର ସତୀପ୍ରଥା ବାହାରେ ‘ ଯଉହାର ‘ ନାମକ ଆଉ ଏକ ପ୍ରକାରର ସତୀପ୍ରଥା ସେସମୟରେ ରାଜପୁତ ସମାଜରେ ଦେଖିବାକୁ ମିଳିଥିଲା l ରାଜପୁତ ରାଜା ଓ ସୈନ୍ୟବାହିନୀ ବିଦେଶୀ ଆକ୍ରମଣକାରୀ ଯଥା ମୋଗଲ ଇତ୍ୟାଦିଙ୍କ ସହିତ ଯୁଦ୍ଧ କଲା ସମୟରେ ମୃତ୍ୟୁବରଣ କଲେ ଶତ୍ରୁ କବଳରେ ନପଡ଼ିବା ଭୟରେ ସେମାନଙ୍କର ରାଣୀ ଦାସ ଦାସୀ ତଥା ସୈନିକମାନଙ୍କର ସ୍ତ୍ରୀ ଏକ ବିରାଟ ଅଗ୍ନିକୁଣ୍ଡ ତିଆରିକରି ସାମୁହିକ ଭାବରେ ଝାସ ଦେଇ ମୃତ୍ୟୁବରଣ କରୁଥିଲେ l
( d ) ବ୍ରାହ୍ମଣ ମାନେ ଯେକୌଣସି ଜାତିର ଲୋକ ମୃତ୍ୟୁବରଣ କଲେ ସମସ୍ତ ପ୍ରକାର କର୍ମକାଣ୍ଡ କରୁଥିଲେ l ସତୀଦାହ କଲେ ସମସ୍ତ ପାପ ଦୂର ହେବା ସଙ୍ଗେ ସଙ୍ଗେ ଉଭୟ ସ୍ଵାମୀ ଓ ସ୍ତ୍ରୀ ସ୍ୱର୍ଗକୁ ଯିବେ କହି ଏହି ପ୍ରଥାକୁ ବ୍ୟାପକ ଭାବରେ ସମାଜର ସବୁ ବର୍ଗର ଲୋକଙ୍କ ମଧ୍ୟରେ ପ୍ରଚଳିତ କରିଦେଇଥିଲେ l
( 2 ) ସତୀଦାହ ପ୍ରଥାର ଧାର୍ମିକ ପୃଷ୍ଠଭୂମି କଣ ରହିଥିଲା ? ସେ ସମ୍ବନ୍ଧୀୟ ସବିଶେଷ ତଥ୍ୟ ଆପଣମାନଙ୍କ ଅବଗତି ନିମନ୍ତେ ନିମ୍ନରେ ଉପସ୍ଥାପନ କରାଯାଇଛି l
( a ) ସତୀଦାହ ପ୍ରଥାର ଧାର୍ମିକ ପୃଷ୍ଠଭୂମିରେ ରହିଥିବା ପୌରାଣିକ ଗାଥା ଅନୁଯାଇ “” ଦେବୀ ଶକ୍ତିମାତା ସତୀଙ୍କ ରୂପରେ ଦକ୍ଷ ପ୍ରଜାପତିଙ୍କ ପୁତ୍ରୀ ଭାବରେ ଜନ୍ମ ଗ୍ରହଣ କରିଥିଲେ l ଦେବୀ ସତୀ ଛୋଟ ସମୟରୁ ଭଗବାନ ଶିବଙ୍କ ପ୍ରତି ସଦାବେଳେ ଆକୃଷ୍ଟ ହୋଇ ରହୁଥିଲେ l ଯେତେବେଳେ ବିବାହ ବୟସ ଉପନୀତ ହେଲା ଶିବଙ୍କୁ ବିବାହ କରିବା ପାଇଁ ବାପାଙ୍କ ପାଖରେ ଜିଦ୍ କରିବସିଲେ l ଦକ୍ଷ ପ୍ରଜାପତି ଶିବଙ୍କୁ ପସନ୍ଦ କରୁନଥିଲେ ମାତ୍ର ଦେବୀ ସତୀଙ୍କ ଦୃଢମନl ଇଚ୍ଛାଶକ୍ତି ଆଗରେ ବିବଶ ହୋଇ ଶିବଙ୍କ ସହିତ ତାଙ୍କୁ ବିବାହ କରାଇଥିଲେ l
( b ) ଭଗବାନ ବିଷ୍ଣୁ ଦକ୍ଷ ପ୍ରଜାପତିଙ୍କୁ ଯେକୌଣସି ପରିସ୍ଥିତିରେ ମଧ୍ୟ ତାଙ୍କୁ ରକ୍ଷl କରିବେ ବୋଲି ବରଦାନ ଦେଇଥିଲେ l ସେଥିପାଇଁ ସେ ଅହଂକାରୀ ପlଲଟି ଯାଇ ଶିବଙ୍କୁ ଭଗବାନ ଭାବରେ ଗ୍ରହଣ କରୁନଥିଲେ l
ଦେବୀ ସତୀଙ୍କର ବିବାହର କିଛିଦିନ ପରେ ଦକ୍ଷ ପ୍ରଜାପତି ଏକ ବିରାଟ ଯଜ୍ଞର ଆୟୋଜନ କରି ଶିବଙ୍କୁ ଛାଡି ସମସ୍ତ ଦେବାଦେବୀଙ୍କୁ ନିମନ୍ତ୍ରଣ କରିଥିଲେ l ଦେବୀ ସତୀ ବିନା ନିମନ୍ତ୍ରଣରେ ଯଜ୍ଞ ସ୍ଥଳୀରେ ପହଞ୍ଚିଲା ପରେ ଦକ୍ଷ ପ୍ରଜାପତି ସର୍ବସମ୍ମୁଖରେ ଶିବଙ୍କୁ ଅପମାନିତ କଲାଭଳି ଅନେକ କଥା କହିଲେ l ଶିବଙ୍କ ଅପମାନ ସହ୍ୟ କରି ନପାରି ଦେବି ସତୀ ଦକ୍ଷ ପ୍ରଜାପତିଙ୍କୁ ତମର ସର୍ବବିନାଶ ହେବ ବୋଲି ଅଭିଶାପ ଦେଲାପରେ ଯଜ୍ଞ କୁଣ୍ଡରେ ଝାସ ଦେଇ ନିଜର ଆତ୍ମା ବିସର୍ଜନ କରିଦେଇଥିଲେ l
ଘଟଣା ପରେ ଭଗବାନ ଶିବ ବୀରଭଦ୍ର ଓ ଭଦ୍ରକାଳୀଙ୍କୁ ପଠାଇ ଦକ୍ଷ ପ୍ରଜାପତିଙ୍କୁ ହତ୍ୟା କଲାପରେ ଯଜ୍ଞସ୍ଥଳୀକୁ ବିଧ୍ଵଂସ କରିଦେଇଥିଲେ l ପରବର୍ତ୍ତୀ ସମୟରେ ଦେବୀ ସତୀ ପାର୍ବତୀଙ୍କ ରୂପରେ ପୁନର୍ଜନ୍ମ ଲାଭକରି ଶିବଙ୍କୁ ବିବାହ କରିଥିଲେ l
( c ) ଉପରୋକ୍ତ ପୌରାଣିକ ଗାଥାକୁ ଧାର୍ମିକ ପୃଷ୍ଠଭୂମି ଭାବରେ ଦର୍ଶାଇ ସତୀପ୍ରଥା ପାଳନ ସପକ୍ଷରେ ନିମ୍ନଲିଖିତ ଧାର୍ମିକ ଭାବନା ସମାଜରେ ଜାଗ୍ରତ କରାଯାଉଥିଲା l
” ଦେବୀ ସତୀ ନିଜର ସ୍ୱାମୀଙ୍କ ଅପମାନ ସହିନପାରି ଅଗ୍ନିକୁଣ୍ଡରେ ଝାସଦେଇ ଦେହ ବିସର୍ଜନ କରିଥିଲେ ତେଣୁ ପରବର୍ତ୍ତୀ ସମୟରେ ତାଙ୍କର ସତ୍ କର୍ମ କାରଣରୁ ପାର୍ବତୀ ରୂପରେ ପୁନର୍ଜନ୍ମ ଲାଭକରି ଶିବଙ୍କୁ ବିବାହ କରିଥିଲେ l “

ନାରୀ ଯଦି ପୂର୍ବ ଜନ୍ମରେ କିଛି ପାପକର୍ମ କରିଥିବ ତାହେଲେ ପତିର ମୃତ୍ୟୁବରଣ ହୋଇ ବିଧବା ହୋଇଥାଏ l ତେଣୂ ସତୀବ୍ରତl ଓ ପତିବ୍ରତା ନାରୀ ଯଦି ପତି ପରମେଶ୍ଵରଙ୍କ ମୁତ୍ୟୁ ପରେ ନିଜକୁ ପତିର ଚିତାଗ୍ନିରେ ବିସର୍ଜନ କରିବ ତାହେଲେ ନିଜର ଓ ପତିର ସମସ୍ତ ପାପ ଧୋଇ ହୋଇଯିବା ସଙ୍ଗେ ସଙ୍ଗେ ଉଭୟେ ସ୍ଵର୍ଗ ପ୍ରାପ୍ତି କରି ପରବର୍ତ୍ତୀ ସମୟରେ ସେମାନେ ପୁନଃଜନ୍ମ ଲାଭକରି ପୁଣିଥରେ ପତି ପତ୍ନୀ ହୋଇ ପାରିବେ ” l
( d ) କୌଣସି ପ୍ରଥା ଓ ପରମ୍ପରାକୁ ଧର୍ମସଙ୍ଗତ ବୋଲି ଜନମାନସରେ ବିଶ୍ୱାସ ଭାଜନ କରାଇବକୁ ହେଲେ ଧର୍ମଶାସ୍ତ୍ର ଓ ପୁରାଣ ମାନଙ୍କରେ ସେସମ୍ବନ୍ଧରେ ଯୁକ୍ତିସଙ୍ଗତ ଭାବରେ ଉପସ୍ଥାପନ କରାଯାଉଥିଲା l ତଦ ଅନୁଯାୟୀ ସତୀପ୍ରଥାକୁ ମଧ୍ୟ ଭାରତୀୟ ଧର୍ମଶାସ୍ତ୍ର ଓ ପୁରାଣରେ ଧର୍ମସଙ୍ଗତ ବୋଲି ଉପସ୍ଥାପନ କରାଯାଇଛି
( e ) ସତୀପ୍ରଥାକୁ ଧର୍ମସଙ୍ଗତ ବୋଲି ଉଲ୍ଲେଖ ରହିଥିବା ଧର୍ମ ଗ୍ରନ୍ଥାବଳୀ ଗୁଡିକ ସମ୍ବନ୍ଧରେ ଆପଣ ମାନଙ୍କ ଅବଗତି ନିମନ୍ତେ ନିମ୍ନରେ ଉପସ୍ଥାପନ କରାଯାଇଛି l
( 1 ) ଗରୂଡ ପୂରlଣ , କୂର୍ମl ପୁରାଣ , ଅଗ୍ନି ପୂରାଣ , ବ୍ରହ୍ମା ପୁରାଣ l
( 2 ) ବୃହସ୍ପତି ସ୍ମୃତି , ଦକ୍ଷ ସ୍ମୃତି , ପରାସର ସ୍ମୃତି , ଶ୍ଲୋକ 160 ଅଧ୍ୟାୟ 5 ମାନୁ ସ୍ମୃତି I
( 3 ) ରିଗ ବେଦର ଅଧ୍ୟାୟ 10.18.7 ଓ 10. 18.8 ରେ ରହିଥିବା ଶ୍ଲୋକ ମାନଙ୍କୁ ଭୁଲ ବ୍ୟାଖ୍ୟା କରାଯାଇ ସତୀପ୍ରଥା ବେଦରେ ମଧ୍ଯ ଉପାଖ୍ୟାନ ରହିଛି ବୋଲି ଯୁକ୍ତି ଦର୍ଶl ଯାଉଛି l
( 4 ) ଏହା ସହିତ ମହାଭାରତ ଓ ରାମାୟଣରେ ମଧ୍ୟ ସତୀପ୍ରଥା ସମ୍ବନ୍ଧରେ ଉଲ୍ଲେଖ କରାଯାଇଛି l
ଭାରତୀୟ ଧର୍ମଶାସ୍ତ୍ର ମାନଙ୍କରେ ରହିଥିବା ମୂଳରଚିତ ବ୍ୟାଖ୍ୟା ସହିତ ସତିପ୍ରଥା ପ୍ରସଙ୍ଗକୁ ଧର୍ମସଙ୍ଗତ କରିବା ପାଇଁ ପରବର୍ତ୍ତୀ ସମୟରେ ଯୋଡି ଦିଆଯାଇଥିବାର ଅପବାଦ ମଧ୍ୟ ରହିଛି l
( 3 ) ସତୀଦାହ ପ୍ରଥାକୁ କିଭଳି ଭାବରେ ଆଇନ୍ ପ୍ରଣୟନ କରାଯାଇ ବନ୍ଦ କରିଦିଆଗଲା ? ସେ ସମ୍ବନ୍ଧୀୟ ସବିଶେଷ ତଥ୍ୟ ଆପଣମାନଙ୍କ ଅବଗତି ନିମନ୍ତେ ନିମ୍ନରେ ଉପସ୍ଥାପନ କରାଯାଇଛି l
( a ) ସେସମୟରେ ସମାଜ ସୁଧାରକ ରାଜା ରାମମୋହନ ରାୟ ଓ କେତେକ ଖ୍ରୀଷ୍ଟିୟାନ ମେସିନାରୀ ଦେଶରେ ସତୀପ୍ରଥାକୁ ବନ୍ଦ କରିଦେବା ପାଇଁ ଆଗlଡ଼ ପ୍ରୟାସ ଜାରି ରଖିଥିଲେ l
ଏଠାରେ ଉଲ୍ଲେଖ ଯୋଗ୍ୟ ରାଜା ରାମ ମୋହନ ରାୟଙ୍କ ଶାଳୀଙ୍କୁ ( ସ୍ତ୍ରୀଙ୍କ ଭଉଣୀ ) 1811 ମସିହାରେ ଜୋରଜବରଦସ୍ତି ଭାବରେ ତାଙ୍କର ମୃତ ସ୍ୱାମୀଙ୍କ ଚିତାଗ୍ନିରେ ଜାଳି ଦିଅଯାଇଥିଲା ଯାହାକି ତାଙ୍କୁ ବହୁ ପରିମାଣରେ ଆକସ୍ମିତ ଆଘାତ ଦେଇଥିଲା l
( b ) ତତ୍କାଳୀନ ଇଂରେଜ ସରକାର 1798 ମସିହାରେ ସତୀପ୍ରଥାକୁ ବେଆଇନ୍ ଘୋଷାଣ କରି ନିଷେଧାଜ୍ଞ କେବଳ କଲିକତା ପାଇଁ ଲାଗୁ କରାଯାଇଥିଲା l ମାତ୍ର ଉକ୍ତ ନିୟମ ବଳରେ ସତୀଦାହ ପ୍ରଥାକୁ କଲିକତାରେ ମଧ୍ୟ ରୋକାଯାଇ ପାରିନଥିଲା l
ପରବର୍ତ୍ତି ସମୟରେ ତତ୍କାଳୀନ ଗଭର୍ଣ୍ଣର୍ ଜେନେରାଲ ଲର୍ଡ ଉଇଲିୟମ ବେଣ୍ଟିକ ସତୀପ୍ରଥାକୁ 4 ଡିସେମ୍ବର 1829 ମସିହାରେ ବେଆଇନ ଘୋଷଣା କରି ସମଗ୍ର ଇଂରେଜ ସରକାରଙ୍କ ଅଧିନସ୍ଥ ଭାରତ ବର୍ଷରେ ନିଷେଧାଜ୍ଞ ଜାରିକରି ଏହି ଜଘନ୍ୟ ପ୍ରଥାକୁ ସବୁଦିନ ପାଇଁ ବନ୍ଦ କରିଦେଇଥିଲେ l
( c ) ଭାରତ ସ୍ଵାଧିନତା ପାଇଲା ପରେ ରାଜସ୍ଥାନର ଦେଓରlଲ ନାମକ ଗ୍ରାମରେ 4 ସେପ୍ଟେମ୍ବର 1987 ମସିହାରେ ବିବାହର ଅlଠ ମାସ ପରେ ବିଧବା ହୋଇଯାଇଥିବା ରୂପ କନୱାlର ନାମକ ଏକ 18 ବର୍ଷୀୟ ଯୁବତୀକୁ ତାର ମୃତ ପତି ମାଲ୍ ସିଂହ ଶେଖାୱତଙ୍କ ଚିତାଗ୍ନିରେ ହଜାର ହାଜର ଲୋକଙ୍କ ଉପସ୍ଥିତିରେ ଜାଳି ଦିଆଯାଇଥିଲା l
ସମଗ୍ର ଭାରତ ବର୍ଷରେ ଏହି ଘଟଣା ଉପରେ ପ୍ରବଳ ଜନଅସନ୍ତୋଷ ଦେଖାଦେବାରୁ ପ୍ରଥମେ ରାଜସ୍ଥାନ ସରକାର ସତୀପ୍ରଥାକୁ ବେଆଇନ ଘୋଷଣା କରିଥିଲେ ଓ ପରବର୍ତ୍ତୀ ସମୟରେ ଭାରତ ସରକାର The Commission of Sati ( Prevention ) Act 1987 ନାମକ ଆଇନ୍ ପ୍ରଣୟନ କରି ସତୀପ୍ରଥାକୁ ସମଗ୍ର ଦେଶରେ ବେଆଇନ ଘୋଷାଣ କରିଥିଲେ l
ଏଭଳି ଭାବରେ ଭାରତ ବର୍ଷରେ ଲକ୍ଷାଧିକ ନିରୀହ ମହିଳା ମାନଙ୍କୁ ତାଙ୍କ ନିଜ ପରିବାର ଲୋକେ ଧର୍ମର ଦ୍ୱାହି ଦେଇ ନିଆଁରେ ପୋଡ଼ି ମାରିଦେଇଥିବା ଜଘନ୍ୟ ପରମ୍ପରାର ଅନ୍ତ ଘଟିଥିଲା l