Today is November 21, 2026

HEADLINES

LATEST NEWS

ଡ଼ ଆମ୍ବେଦକରଙ୍କୁ ଅପମାନିତ କରିବା ପାଇଁ ତାଙ୍କର ଜନ୍ମ ଜୟନ୍ତୀ ଦିନ ହନୁମାନ ଜୟନ୍ତୀ ପାଳନ କରାଯାଉଛି l

ବଲାଙ୍ଗିର : 21 ଏପ୍ରିଲ 2026 : ଡ଼ ବାବାସାହେବ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପ୍ରତ୍ୟେକ ବର୍ଷ ଏପ୍ରିଲ 14 ତାରିଖରେ ହର୍ଷ ଉଲ୍ଲାସର ସହିତ ସମଗ୍ର ଭାରତ ମହାଦେଶ ସମେତ ପୃଥିବୀର ଅନେକ ଦେଶରେ ପାଳନ କରlଯାଉଛି l

ଆର୍ଯ୍ୟନ ଜାତିର ବିଦେଶୀ ଆକ୍ରମଣକାରୀଙ୍କ ଦ୍ୱାରା ଡ଼ ବାବାସାହେବ ଆମ୍ବେଦକରଙ୍କୁ ଅପମାନିତ କରବା ଓ ତାଙ୍କର ଜନ୍ମ ଜୟନ୍ତୀ ପାଳନ କରାଇ ନଦେବା ଉଦ୍ଧେଶ୍ୟରେ ଉକ୍ତ ଦିନରେ ହନୁମାନ ଜୟନ୍ତୀ ପାଳନ କରିବା ନାମରେ ହାତରେ ବିଭିନ୍ନ ପ୍ରକାରର ମରଣାସ୍ତ୍ର ଧରି ଚାରିଆଡେ ଶୋଭାଯାତ୍ରା ବାହାର କରି ଦେଶରେ ଅପ୍ରିତିକାର ପରିସ୍ଥିତି ଓ ଭୟର ବାତାବରଣ ତିଆରି କରାଯାଉଛି l

ସେମାନଙ୍କର ଏଭଳିଆ ଅମାନବୀୟ କାର୍ଯ୍ୟକଳାପ କରିବାର ଅନ୍ତର୍ନିହିତ ଉଦ୍ଧେଶ୍ୟ କଣ ରହିଁଛି ତତ୍ସମ୍ବନ୍ଧୀୟ ସବିଶେଷ ତଥ୍ୟ ଜାଣିବାକୁ ହେଲେ ନିମ୍ନଲିଖିତ କେତୋଟି ପ୍ରଶ୍ନର ସଠିକ ଉତ୍ତର ଆପଣ ମାନଙ୍କୁ ଜାଣିବାକୁ ପଡିବ :

( ୧ ) ଭାରତ ମହାଦେଶର ପୁରାତନ ସଭ୍ୟତା କଣ ରହିଥିଲା ?

ଉତ୍ତର ପଶ୍ଚିମ ଭାରତ, ବର୍ତମାନର ପାକିସ୍ତାନ ଓ ଉତ୍ତର ପୂର୍ବ ଆଫଗାନିସ୍ତାନ ଅଞ୍ଚଳରେ ପ୍ରବାହିତ ହେଉଥିବା ସିନ୍ଧୁ ନଦୀର ପାଦ ଦେଶରେ ଭାରତ ମହାଦେଶର ସର୍ବପୁରାତନ ଅତ୍ୟାଧୁନିକ ଇନ୍ଦୁସ ଉପତ୍ୟକା ସଭ୍ୟତା 3300-1300 BCE ରେ ଗଢି ଉଠିଥିଲା ଯାହାକୁ ହରପ୍ପାନ ସଭ୍ୟତା ମଧ୍ୟ କୁହାଯାଉଥିଲା l

କୃଷି ଜାତ ଦ୍ରବ୍ୟର ଉତ୍ପାଦନ ଓ ପଶୁପାଳନ କରି ଲୋକେ ଜୀବିକା ନିର୍ବାହ କରୁଥିଲେ l ସମସ୍ତ ସହର ମାନଙ୍କ ମଧ୍ୟରେ ହରପ୍ପା ଓ ମହେଞ୍ଜୋଦାରୋ ନାମକ ଦୁଇଟି ସହର ଅତିମାତ୍ରରେ ବିକଶିତ ହୋଇ ରହିଥିଲା l

( ୨ ) ଆର୍ଯ୍ୟନ ଜାତିର ବିଦେଶୀ ଆକ୍ରମଣ କାରୀମାନେ କିଭଳି ଭାବରେ ଭାରତ ମହାଦେଶର ମୂଳ ସଭ୍ୟତକୁ ବିଧ୍ୟାଂଶ କରି ବୈଦିକ ସଭ୍ୟତାକୁ ପ୍ରଚଳିତ କରିଥିଲେ ?

( a ) ଆର୍ଯ୍ୟନ ଜାତିର ଯାଯାବର ଶ୍ରେଣୀୟ ଲୋକେ ମଧ୍ୟ -ଏସିଆରେ ବସବାସ କରି ରହିଥିଲେ l ଜଳବାୟୁ ପରିବର୍ତ୍ତନ ହୋଇ ବର୍ଷlର ଘୋର ଅଭାବ ହେଵା କାରଣରୁ ସେଠାରେ ମରୁଭୂମି ସଦୃଶ ପରିସ୍ଥିତି ପାଲଟି ଯାଇଥିଲା l

ବସବାସ କରିବା ସେମାନଙ୍କ ପାଇଁ ସମ୍ଭବ ପର ହୋଇ ନପାରିବାରୁ ଦେଶଛାଡି ମଧ୍ୟ -ଏସିଆର ( a ) ଦକ୍ଷିଣାଞ୍ଚଳରେ ରହିଥିବା ଭାରତ ମହାଦେଶ, ନେପାଳ, ଭୁଟାନ, ଶ୍ରୀଲଙ୍କା ( b ) ପଶ୍ଚିମାଞ୍ଚଳରେ ରହିଥିବା ଇରାନ, ସିରିୟl, ତୁର୍କୀ ( c ) ଆଫଗାନିସ୍ତାନ ଓ ମଧ୍ୟ -ଏସିଆ ପାଖରେ ରହିଥିବା ବିଭିନ୍ନ ଦେଶକୁ ପଳାୟନ କରିଥିଲେ l

ଶିଳ୍କ ରୋଡ଼ରେ ରହିଥିବା ଖାଇବର ପାସ ରାସ୍ତା ଦେଇ ଏମାନେ ରଥ, ଘୋଡା, ତମ୍ବା ଓ କଂସାରେ ତିଆରି କରାଯାଇଥିବା ଅସ୍ତ୍ରଶସ୍ତ୍ର , ବିଭିନ୍ନ ପ୍ରକାରର ପଶୁ, ପକ୍ଷୀ ଓ ରିକ ବେଦ ସାଙ୍ଗରେ ଆଣି ସର୍ବ ପ୍ରଥମେ 2000-1800 BCE ରେ ସିନ୍ଧୁ ଉପତ୍ୟକରେ ପହଞ୍ଚିଥିଲେ l

( b ) ସେଠାରେ ରହିଥିବା ଭାରତ ମହାଦେଶର ସର୍ବପୁରାତନ ଇନ୍ଦୁସ ଉପତ୍ୟକା ସଭ୍ୟତା ଉପରେ ଆକ୍ରମଣ କରି ଶାନ୍ତିପ୍ରିୟ ଦେଶର ମୂଳନିବାଦୀଙ୍କୁ ବର୍ବରତlର ସହିତ ନରସଂହାର କରିବାରୁ ଲୋକେ ପ୍ରାଣ ଭୟରେ ଦେଶର ଦକ୍ଷିଣାଞ୍ଚଳକୁ ( ଦକ୍ଷିଣା ଭାରତ ) ପଳାୟନ କରିଥିଲେ l

ଆର୍ଯ୍ୟନ ଜାତିର ଲୋକେ ଇନ୍ଦୁସ ଉପତ୍ୟକାକୁ ନିଜ ଅଧୀନକୁ ନେଲାପରେ ଭାରତ ମହାଦେଶର ପୁରାତନ ସଭ୍ୟତା ଓ ସଂସ୍କୃତିକୁ ବିଧ୍ୟାଂଶ କରିଦେଇ ରିକ୍ ବେଦର 7 ପଦ୍ୟାଂଶର 10-୯୦ ଛନ୍ଦରେ ରହିଥିବା ପୁରୁଷସୂକ୍ତ ନାମକ ଶ୍ଲୋକ ଆଧାରରେ ବୈଦିକ ସଂସ୍କୃତି ଓ ଜାତିପ୍ରଥାକୁ ଦେଶରେ ସର୍ବପ୍ରଥମେ ୧୫ ୦୦-୧୦୦୦ BCE ରେ ପ୍ରଚଳିତ କରି ସେମାନେ ବ୍ରାହ୍ମଣ ପାଲଟି ଯାଇଥିଲେ l

ତାପରବର୍ତ୍ତୀ ସମୟରେ ବ୍ରହ୍ମା, ବିଷ୍ନୁ, ମହେଶ୍ୱର,, ରାମ, ପର୍ଶୁରାମ, ହନୁମାନ, କୃଷ୍ଣ, ବଳରାମ, ତେତିଶ କୋଟି ଦେବାଦେବୀ ଇତ୍ୟାଦି ଅନେକ କାଳ୍ପନିକ ଭଗବାନ ତିଆରି କରି ଲୋକଙ୍କ ମନରେ ଅନ୍ଧ ବିଶ୍ୱାସ ଓ କୁସଂସ୍କାର ଭରିଦେଇ ଭାରତ ମହାଦେଶର ପ୍ରକୃତ ଅଧିବାସୀ ମାନଙ୍କୁ ମିଥ୍ୟା ଧାର୍ମିକ ଗୋଲାମୀରେ ଅବଦ୍ଧ କରିଦେଇଥିଲେ ଯାହାକି ବର୍ତମାନ ପର୍ଯ୍ୟନ୍ତ ବଳବତ୍ତର ହୋଇ ରହିଁଛି l

( ୩ ) ଆର୍ଯ୍ୟନ ଜାତିର ବିଦେଶୀ ଆକ୍ରମଣକାରୀ ( ବ୍ରାହ୍ମଣବାଦୀ ) ମାନେ ଡ଼ ବାବାସାହେବ ଆମ୍ବେଦକରଙ୍କୁ ଅପମାନିତ କରିବା ପାଇଁ ତାଙ୍କର ଜନ୍ମ ଜୟନ୍ତୀ ଦିନରେ କାହିଁକି ହନୁମାନ ଜୟନ୍ତୀ ପାଳନ କରନ୍ତି ?

( a ) ଇଂରେଜ ସରକାରଙ୍କ ଅଧିନକୁ ଭାରତ ମହାଦେଶ 1858 ମସିହାରେ ଚାଲିଯାଇଥିଲା l ଜାତିର ପିତା ମହାତ୍ମା ଗାନ୍ଧୀ 10 ଏପ୍ରିଲ 1917 ତାରିଖରେ ଇଂରେଜ ସରକାରଙ୍କ ବିରୁଦ୍ଧରେ ସର୍ବ ପ୍ରଥମେ ଅହିଂସା ଆନ୍ଦୋଳନର ଡାକରା ଦେଇଥିଲେ l ମହାତ୍ମା ଗାନ୍ଧୀଙ୍କ ଆନ୍ଦୋଳନ ମାନଙ୍କୁ ଭାରତୀୟ ଜାତୀୟ କଂଗ୍ରେସ ଓ ଅଖିଳ ଭାରତୀୟ ମୁସଲିମ ଲିଗ୍ ସମର୍ଥନ ଯୋଗାଇ ଦେଇଥିଲେ l

ଆର୍ଯ୍ୟନ ଜାତିର ବିଦେଶୀ ଆକ୍ରମଣକାରୀଙ୍କ ଦ୍ୱାରା ଗଠନ କରଯାଇଥିବା ହିନ୍ଦୁ ସଂଗଠନ ଗୁଡିକ ଇଂରେଜ ସରକାରଙ୍କ ବିରୁଦ୍ଧରେ କରାଯାଇଥିବା ସ୍ୱାଧୀନତା ସଂଗ୍ରାମରେ କୋୖଣସି ପ୍ରକାରର ଭାଗ ନେଇନଥିଲେ l

( b ) ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଇଂରେଜ ସରକାରଙ୍କ ଶେଷ ବଡ଼ଲlଟ ଭାବରେ ଲୁଇସ୍ ମାଉଣ୍ଟବେଟେନ୍ 01 ମାର୍ଚ 1947 ମସିହାରେ ଦାୟିତ୍ଵ ଗ୍ରହଣ କଲାପରେ 03 ଜୁନ 1947 ତାରିଖରେ ଖୁବଶୀଘ୍ର ଭାରତକୁ ସ୍ଵାଧୀନତା ଦିଆଯିବ ବୋଲି ଘୋଷଣା କରିଥିଲେ l

ବ୍ରିଟିଶ ପାର୍ଲିଆମେଣ୍ଟରେ 18 ଜୁଲାଇ 1947 ତାରିଖରେ ‘ ଇଣ୍ଡିଆନ ଇଣ୍ଡିପେନ୍ଦେନ୍ସ ଆକ୍ଟ ‘ ପାସ କରାଯାଇ ଭାରତକୁ 15 ଅଗଷ୍ଟ 1947 ତାରିଖରେ ସ୍ଵାଧୀନତା ଦିଆଯିବl ପାଇଁ ଆଇନ ପ୍ରଣୟନ କରାଯାଇଥିଲା l

( c ) ଆର୍ଯ୍ୟନ ଜାତିର ହିନ୍ଦୁ ସଂଗଠନ ଗୁଡ଼ିକ ହିନ୍ଦୁରାଷ୍ଟ୍ର ନାମରେ ଦେଶରେ ପୁଣିଥରେ ବ୍ରାହ୍ମଣବାଦ ସ୍ଥାପନା କରିବା ଲାଗି ଜୋରଦାର ପ୍ରାୟାସ ଆରମ୍ଭ କରି ଦେଇଥିଲେ l

ମୁସଲମାନ ସମ୍ପ୍ରଦାୟ କୌଣସି ପରିସ୍ଥିତରେ ମଧ୍ୟ ବ୍ରାହ୍ମଣବାଦକୁ ଗ୍ରହଣ ନକରିବାରୁ ଅଖଣ୍ଡ ଭାରତବର୍ଷର ବିଭାଜନ ହୋଇ ମଧ୍ୟରାତ୍ର 14-15 ଅଗଷ୍ଟ 1947 ତାରିଖରେ ଭାରତ ଓ ପାକିସ୍ତାନ ଭାବରେ ଦୁଇଟି ରାଷ୍ଟ୍ର ସ୍ଵାଧୀନତା ପାଇଥିଲା l

ଏଠାରେ ପ୍ରକାଶ ଥାଉକି ଅଖଣ୍ଡ ଭାରତ ବର୍ଷରେ ( ଭାରତ , ପାକିସ୍ତାନ ଓ ବାଂଲାଦେଶ ) ରହିଥିବା ପ୍ରାୟ 95,% ପ୍ରତିଶତ ମୁସଲମାନ ଓ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଜନସାଧାରଣ ଆର୍ଯ୍ୟନ ଜାତିର ଅତ୍ୟାଚାରର ଶିକାର ହୋଇ SC ,ST ଓ OBC ସମାଜରୁ ଧର୍ମାନ୍ତିକରଣ ହୋଇଛନ୍ତି l

ବ୍ରାହ୍ମଣବାଦ ବିଚାରଧାରା କାରଣରୁ ଦେଶ ବିଭାଜନ ହେଲାପରେ ଉଗ୍ର ସାମ୍ପ୍ରଦାୟିକ ଦଙ୍ଗା ଓ ତାପରବର୍ତୀ ସମୟରେ ମହାମାରୀ ଅନୁଷ୍ଠିତ ହୋଇ ପାଖପାଖି 2 00 000 ଲକ୍ଷ ଜନସାଧାରଣଙ୍କ ଜୀବନ ଚାଲିଯାଇଥିଲା l

( d ) ଭାରତ ସ୍ଵାଧିନତା ପାଇଲା ପରେ ପଣ୍ଡିତ ଜବାହlରଲାଲ ନେହେରୁଙ୍କ ସରକାରରେ ଡ଼ ଭୀମରାଓ ରାମଜୀ ଆମ୍ବେଦକର ଦେଶର ପ୍ରଥମ ଆଇନ ମନ୍ତ୍ରୀ ଭାବରେ 15 ଅଗଷ୍ଟ 1947 ମସିହାରେ ଦାୟିତ୍ଵ ଗ୍ରହଣ କରିଥିଲେ l ତାଙ୍କୁ ‘ ସମ୍ବିଧାନ ଡ୍ରାଫ୍ଟିଂ କମିଟିର ‘ ଚେୟାରମେନ ଭାବରେ 29 ଅଗଷ୍ଟ 1947 ତାରିଖରେ ସରକାରଙ୍କ ତରଫରୁ ଦାୟିତ୍ଵ ଅର୍ପଣ କରାଯାଇଥିଲା l

ଏଠାରେ ଉଲ୍ଲେଖ ଯୋଗ୍ୟ ଡା ଆମ୍ବେଦକର ଦଳିତ ସମାଜ ସକାଶେ ଲଢ଼ାଇ କରିବା ପାଇଁ ‘ ଇଣ୍ଡିପେନ୍ଦେଣ୍ଟ ଲେବର ପାର୍ଟି ‘ 1936 ମସିହାରେ ଓ ‘ ଅଲ ଇଣ୍ଡିଆ ସେଡୁଲ କlଷ୍ଟ ଫେଡେରେସନ ‘ 1942 ମସିହାରେ ଗଠନ କରିଥିଲେ l ଭାରତୀୟ ଜାତୀୟ କଂଗ୍ରେସ ସହିତ ଡା ଆମ୍ବେଦକର କୌଣସି ପ୍ରକାରରେ ଜଡ଼ିତ ନଥିଲେ କିମ୍ବା ସଦସ୍ୟତା ମଧ୍ୟ ଗ୍ରହଣ କରିନଥିଲେ l

ମହାତ୍ମା ଗାନ୍ଧୀଙ୍କ ହସ୍ତକ୍ଷେପ ଫଳରେ ଡା ଆମ୍ବେଦକରଙ୍କୁ ଆଇନ ମନ୍ତ୍ରୀ ଓ ‘ ସମ୍ବିଧାନ ଡ୍ରାଫ୍ଟିଂ କମିଟିର ‘ ଚେୟାରମେନ ଭାବରେ ପ୍ରଧାନମନ୍ତ୍ରୀ ନେହେରୁ ଦାୟିତ୍ଵ ଅର୍ପଣ କରିଥିଲେ ତେଣୁ ବ୍ରାହ୍ମଣବାଦୀ ସଂଗଠନ ଗୁଡ଼ିକ ବିକୃତ ମାନସିକତା ରଖି ଗାନ୍ଧୀଙ୍କ ଉପରେ ଉତ୍କ୍ଷିପ୍ତ ହୋଇପଡ଼ିଥିଲେ l

( e ) ତଥାକଥିତ ବ୍ରାହ୍ମଣବାଦି ସଂଗଠନ ଗୁଡ଼ିକ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରାଯିବାର ତିନିଦିନ ପୂର୍ବରୁ ଦିଲ୍ଲୀ ଠାରେ ଏକ ବଡ଼ଧରଣର ସଭାର ଆୟୋଜନ କରି ତାଙ୍କ ସମର୍ଥକ ମାନଙ୍କ ସହିତ ମହାତ୍ମା ଗାନ୍ଧୀଙ୍କୁ ପାକିସ୍ତାନ ଚାଲିଯିବାକୁ ଦାବୀ ଉପସ୍ଥାପନ କରିଥିଲେ l

ବିର୍ଲା ହାଉସ ଠାରେ ମହାତ୍ମା ଗାନ୍ଧୀ 30 ଜାନୁୟାରୀ 1948 ତାରିଖର ସଂଧ୍ୟା ସମୟରେ ପ୍ରାର୍ଥନା ସଭାକୁ ଯାଉଥିବା ସମୟରେ ତଥାକଥିତ ହିନ୍ଦୁବାଦି ସଂଗଠନ ତରଫରୁ ନlଥୁରମ ଗୋଦସେ ତାଙ୍କ ଛାତିରେ ଟିନି ରାଉଣ୍ଡ ଗୁଳି କରି ହତ୍ୟା କରିଥିଲେ l

( f ) ଏଭଳିଆ ଘଡିସନ୍ଧି ମୁହୂର୍ତ୍ତରେ ଡା. ବି ଆର୍ ଆମ୍ବେଦକର ମହାତ୍ମା ଗାନ୍ଧୀଙ୍କ ବିଚାରଧାରା ଅନୁଯାୟୀ ଭରତୀୟ ସଂବିଧାନର ରଚନା କରିଥିଲେ l

ଭାରତୀୟ ସମ୍ବିଧାନକୁ କେନ୍ଦ୍ର ସରକାର 26 ନଭେମ୍ବର 1949 ମସିହାରେ ସ୍ଵିକୃତି ଦେଇଥିଲେ ଓ ଦେଶରେ 26 ଜାନୁୟାରୀ 1950 ମସିହାରେ କାର୍ଯ୍ୟକାରୀ କରାଯାଇଥିଲା l

ସମ୍ବିଧାନରେ ଲେଖାଯାଇଥିବା ଧର୍ମନିରପେକ୍ଷ ରାଷ୍ଟ୍ର ତଥା SC, ST, ଓ OBC ସମାଜକୁ ଦିଆଯାଇଥିବା ଆରକ୍ଷଣକୁ ନିରୋଧ କରି ବ୍ରାହ୍ମଣବlଦୀଙ୍କ ଦ୍ବାରା ସମଗ୍ର ଦେଶରେ ଭାରତୀୟ ସମ୍ବିଧାନକୁ ପୋଡ଼ା ଯାଇଥିଲା l ଏହା ସହିତ ଗୟୀରିକ ପତାକା ବଦଳରେ ତ୍ରିରଙ୍ଗା ପତାକାକୁ ଦେଶର ଜାତୀୟ ପତାକା କରାଯାଇଥିବାରୁ ପତାକାକୁ ମଧ୍ୟ ପରୋକ୍ଷରେ ନିରୋଧ କରାଯାଇଥିଲା l

ଆର୍ଯ୍ୟନ ଜାତିର ଲୋକେ ହିନ୍ଦୁରାଷ୍ଟ୍ର ନାମରେ ଦେଶରେ ବ୍ରାହ୍ମଣବାଦ ସ୍ଥାପନା କରିବାରେ ବିଫଳ ହୋଇଯିବାରୁ ଡା ଆମ୍ବେଦକାରଙ୍କ ଜନ୍ମ ଜୟନ୍ତୀ ପାଳନ କରାଇନଦେବା ଓ ଅପମାନିତ କରିବା ପାଇଁ ତାଙ୍କର ଜନ୍ମ ଦିନରେ ସମଗ୍ର ଦେଶରେ ହନୁମାନ ଜୟନ୍ତୀ ପାଳନ କରି ଚାରିଆଡେ ଭୟର ବାତାବରଣ ତିଆରି କରିଥାନ୍ତି l

( 4 ) ବ୍ରାହ୍ମଣବାଦୀ ମାନଙ୍କ ଦ୍ୱାରା ତିଆରି କରାଯାଇଥିବା କାଳ୍ପନିକ ଭଗବାନ ମାନଙ୍କ ଜନ୍ମ ଜୟନ୍ତୀ ତିଥି କିଭଳି ଭାବରେ ନିର୍ଣ୍ଣୟ କରାଯାଉଛି ?

( a ) ପୋପ ଗ୍ରେଗୋରୀ XIII ଙ୍କ ଦ୍ୱାରା ଏକ କ୍ୟାଲେଣ୍ଡର ଅକ୍ଟୋବର 1582 ମସିହାରେ ସର୍ବପ୍ରଥମେ ଖ୍ରୀଷ୍ଟିଆନ ଦେଶ ମାନଙ୍କରେ ପ୍ରଚଳିତ କରାଯାଇଥିଲା l ତେଣୁ ଏହlକୁ ଗ୍ରେଗୋରିଆନ କ୍ୟାଲେଣ୍ଡର ନାମରେ ସେସମୟରେ ଅଭିହିତ କାରାଯାଇଥିଲା l

ଭାରତ ବର୍ଷ ସମେତ ବିଶ୍ୱର ସମସ୍ତ ଦେଶ ଏହାର 300 ବର୍ଷ ପରେ ଗ୍ରେଗୋରିଆନ କ୍ୟାଲେଣ୍ଡରକୁ ନିଜନିଜ ଦେଶ ମାନଙ୍କରେ ପ୍ରଚଳିତ କରିଥିଲେ l ଏହା ପୂର୍ବରୁ ଜୁଲିଅlନ କ୍ୟାଲେଣ୍ଡର ବିଶ୍ୱରେ ପ୍ରଚଳିତ ହୋଇ ରହିଥିଲା l

( b ) ବ୍ରାହ୍ମଣ ବାଦୀଙ୍କ ମତରେ ଗ୍ରେଗୋରିଆନ କ୍ୟାଲେଣ୍ଡର ପ୍ରଚଳିତ ହେବାର 57 ବର୍ଷ ପୂର୍ବରୁ ତତ୍କାଳୀନ ଉ6ଜ୍ଜନର ସମ୍ରାଟ ଭିକ୍ରମlଦିତ୍ୟ ଯୁଦ୍ଧରେ ସlକ ରାଜାମାନଙ୍କୁ ପରାସ୍ତ କଲାପରେ ଏହାକୁ ସ୍ମରଣୀୟ କରି ରଖିବା ପାଇଁ ବିକ୍ରମ ସମ୍ଭତ ( ବିକ୍ରମ କ୍ୟାଲେଣ୍ଡର ) 57 BCE ର ଚୈତ୍ର ଶୁକ୍ଳ ପ୍ରତିପଦl ତିଥିରେ ପ୍ରଚଳିତ କରିଥିଲେ l

ବିକ୍ରମ ସମ୍ଭତ ( ବିକ୍ରମ କ୍ୟାଲେଣ୍ଡର ) ଅନୁଯାୟୀ ମାସ ଗୁଡିକର ନାମ ହେଉଛି ଚୈତ୍ର, ଭୈଶାକ, ଜୈଷ୍ଠ , ଆଷାଢ଼, ଶ୍ରାଭଣ, ଭାଦ୍ରବ, ଅଶ୍ୱିନ, କାର୍ତ୍ତିକ, ମାର୍ଗଶିର, ପୌଷ, ମାଘ, ଫାଲ୍ଗୁନ l

ବ୍ରାହ୍ମଣ ବାଦୀ ମାନେ ବିକ୍ରମ ସମ୍ଭତ ( ବିକ୍ରମ କ୍ୟାଲେଣ୍ଡର ) ଅନୁଯାୟୀ ସମସ୍ତ ପ୍ରକାର ଲଗ୍ନ କିମ୍ବା ତିଥି ନିରୂପଣ କରନ୍ତି l ଗ୍ରେଗୋରିଆନ କ୍ୟାଲେଣ୍ଡରକୁ ଖ୍ରୀଷ୍ଟିଆନ କ୍ୟାଲେଣ୍ଡର ବୋଲି ଅଭିହିତ କରି ଏହାକୁ ଗ୍ରହଣ କରନ୍ତି ନାହିଁ l

ବର୍ତମାନ ବିକ୍ରମ ସମ୍ଭତ 2083 ଚାଲିଛି ଓ ଏହାର ହିନ୍ଦୁ ନବବର୍ଷ ଚୈତ୍ର ଶୁକ୍ଳ ପ୍ରତିପଦl ତିଥି ଗ୍ରେଗୋରିଆନ କ୍ୟାଲେଣ୍ଡର ଅନୁଯାୟୀ 19 ମାର୍ଚ୍ଚ 2026 ରେ ପଡୁଛି ଓ ଚଳିତ ବର୍ଷରେ 13 ଟି ମାସ ରହିଁଛି l ଗତବର୍ଷ 2025 ମସିହାରେ ହିନ୍ଦୁ ନବବର୍ଷ ଚୈତ୍ର ଶୁକ୍ଳ ପ୍ରତିପଦl ତିଥି 30 ମାର୍ଚ୍ଚ 2025 ତାରିଖରେ ପଡିଥିଲା l

ଏଠାରେ ଉଲ୍ଲେଖ ଯୋଗ୍ୟ ବିକ୍ରମ ସମ୍ଭତ ( ବିକ୍ରମ କ୍ୟାଲେଣ୍ଡର ) ଅନୁଯାୟୀ ନିର୍ଦ୍ଧାରିତ କରାଯାଉଥିବା ହିନ୍ଦୁ ନବବର୍ଷ ଚୈତ୍ର ଶୁକ୍ଳ ପ୍ରତିପଦl ତିଥି , ରାମ ନବମୀ, ଜନ୍ମାଷ୍ଟମୀ, ପର୍ଶୁରାମ ଜୟନ୍ତୀ, ଦଶହରା, ଦିବାଲି, ହୋଲି ଇତ୍ୟାଦି ପର୍ବ ପର୍ବାଣି ପ୍ରତ୍ୟେକ ବର୍ଷ ଗ୍ରେଗୋରିଆନ କ୍ୟାଲେଣ୍ଡରର ବିଭିନ୍ନ ତାରିଖରେ ପଡୁଛି l

ଗୁରୁତ୍ୱପୂର୍ଣ୍ଣ ବିଷୟଟି ହେଉଛି ପ୍ରତ୍ୟେକ ଭଗବାନଙ୍କ ଜନ୍ମ ଜୟନ୍ତୀ ଗ୍ରେଗୋରିଆନ କ୍ୟାଲେଣ୍ଡରର ବିଭିନ୍ନ ତାରିଖରେ ପଡୁଥିବା ବେଳେ କେବଳ ହନୁମାନଙ୍କର ଜନ୍ମ ଜୟନ୍ତୀ ତିଥି ପ୍ରତ୍ୟେକ ବର୍ଷ ଏପ୍ରିଲ 14 ତାରିଖରେ ପଡୁଛି l ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଡ଼ ବାବାସାହେବ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀକୁ ଭଣ୍ଡୁର କରିବା ପାଇଁ ବ୍ରାହ୍ମଣ ବାଦୀଙ୍କ ଦ୍ୱାରା ଜାଣିଶୁଣି ଷଡଯନ୍ତ୍ର କରାଯାଉଛି l

MUST READ..

Share this post

Leave a Comment