Today is November 20, 2026

HEADLINES

LATEST NEWS

ବୈଦିକ କାଳରେ ଧର୍ମ ନାମରେ ବ୍ରାହ୍ମଣବାଦୀ ମାନେ ଗୋମାଂସା ଭକ୍ଷ୍ୟଣ କରିବାରୁ ବ୍ରାହ୍ମଣବାଦର ବିନାଶ ଘଟିଥିଲା ?

ବଲାଙ୍ଗିର : 11ଏପ୍ରିଲ 2026 : ଗାଈ ଦେହରେ ତେତିଶ କୋଟି ଦେବା ଦେବୀ ବାସ କରିଥାନ୍ତି ବୋଲି ବ୍ରାହ୍ମଣ ବାଦୀଙ୍କ ଅନେକ ଧର୍ମଶାସ୍ତରେ ଲିପିବଦ୍ଧ ହୋଇ ରହିଁଛି l ଏହାସହିତ ଧାର୍ମିକ ଆସ୍ଥା ରହିଥିବାରୁ ଭାରତରେ ଗାଈକୁ ଗୋମାତା ଭାବରେ ପୂଜା କରାଯାଉଛି l ତାସତ୍ୟେ ପୂରାତନ କାଳରେ ବ୍ରାହ୍ମଣବାଦି ମାନେ ଧର୍ମ ନାମରେ ଗୋମାଂସ ଭକ୍ଷଣ କରିବାରୁ ବ୍ରାହ୍ମଣବlଦର ବିନାଶ ଘଟିଥିଲା l

ହିନ୍ଦୁ, ହିନ୍ଦୁରାଷ୍ଟ୍ର ଓ ସନାତନ ଧର୍ମ ନାମରେ ଜନସାଧାରଣଙ୍କୁ ଭ୍ରମିତ କରି 2014 , 2019 , 2024 ମସିହାର ନିର୍ବାଚନରେ ବ୍ରାହ୍ମଣବlଦି ମାନେ ଭାରତର ଶାସନ କ୍ଷମତା ହାତେଇ ନେବାରେ ସଫଳତା ପାଇଲା ପରେ କେଵଳ ନିଜର ସ୍ୱାର୍ଥ ସାଧନ କରିବା ପାଇଁ ପୁଣିଥରେ ଗୋବଂଶକୁ ଭାରତରୁ ବିଲୋପ କରିଦେବା ପାଇଁ ଜୋରଦାର ପ୍ରୟାସ ଚଳାଇଛନ୍ତି l

( 1 ) ପୁରାତନ କାଳରେ କିଭଳି ଭାବରେ ଧର୍ମନାମରେ ଗୋମାଂସାର ଭକ୍ଷ୍ୟଣ କରିବାରୁ ବ୍ରାହ୍ମଣବାଦର ବିନାଶ ଘଟିଥିଲା ? ଓ ( 2 ) ଭାରତରେ ବ୍ରାହ୍ମଣ ବାଦୀ ମାନେ ଶାସନ କ୍ଷମତା ଦଖଲ କଲାପରେ ଲକ୍ଷ ଲକ୍ଷ ଗୋମାତାଙ୍କୁ ହତ୍ୟା କରୁଥିବାରୁ କିଭଳି ଭାବରେ ପୁଣିଥରେ ବ୍ରାହ୍ମଣବାଦର ବିନାଶ ଘଟିବାକୁ ଯାଉଛି ? ତତ୍ସସମ୍ବନ୍ଧୀୟ ସବିଶେଷ ତଥ୍ୟ ନିମ୍ନରେ ଉପସ୍ଥାପନା କାରାଯାଇଛି l

( 1 ) ପୁରାତନ କାଳରେ କିଭଳି ଭାବରେ ଧର୍ମନାମରେ ଗୋମାଂସାର ଭକ୍ଷ୍ୟଣ କରିବାରୁ ବ୍ରାହ୍ମଣବାଦର ବିନାଶ ଘଟିଥିଲା ?

ବୈଦିକ କାଳରେ କୌଣସି ଦେବାଦେବୀ ମାନଙ୍କର ମନ୍ଦିର ଓ ମୂର୍ତ୍ତି ପୂଜାର ପ୍ରଚଳନ ନଥିଲା l ବ୍ରାହ୍ମଣବାଦୀଙ୍କ ଧର୍ମଶାସ୍ତ୍ର ଅନୁଯାୟୀ ଛୁଆଜନ୍ମ ହେବା , ଵିଵାହ କାର୍ଯ୍ୟ, ମୃତକାର୍ଯ୍ୟ , କୌଣସି ବିପଦ କିମ୍ବା ଶୁଭ କାର୍ଯ୍ୟ ପଡ଼ିଲେ ଦରକାର ପଡୁଥିବା ଧାର୍ମିକ କର୍ମକାଣ୍ଡ କାର୍ଯ୍ୟରେ ଗୋମେଧ ଯଜ୍ଞ କରାଯାଇ ଗାଇ ମାନଙ୍କୁ ଯଜ୍ଞରେ ପୂର୍ଣ୍ଣାହୁତି ଦିଆଯାଉଥିଲା l

ଭଗବାନଙ୍କ ନାମରେ ଗୋମାଂଶକୁ ଅର୍ପଣ କରାଯାଇ ଯଜ୍ଞକାଣ୍ଡ ସରିଲା ପାରେ ବ୍ରାହ୍ମଣ ତଥା ଅନ୍ୟମାନେ ପ୍ରସାଦ ଆକାରରେ ଭକ୍ଷଣ କରୁଥିଲେ l ଏଭଳି ଭାବରେ କର୍ମକାଣ୍ଡ ନାମରେ ଭାରତ ବର୍ଷରେ ବ୍ରାହ୍ମଣବାଦି ମାନଙ୍କ ଦ୍ୱାରା ଧର୍ମଶାସ୍ତ୍ରର ଦ୍ୱାହି ଦେଇ ଗୋମାଂସ ଭକ୍ଷ୍ଷଣର ପ୍ରଚଳନ ସର୍ବପ୍ରଥମେ କରାଯାଇଥିଲା l

ସେସମୟରେ ରାଜସୂୟଯଜ୍ଞର ଆୟୋଜନ କରାନଗଲେ ଦେଶରେ ରାଜା ମାନଙ୍କୁ ମାନ୍ୟତା ଦିଆଯାଉନଥିଲା l ସେଥିପାଇଁ ରାଜା ମାନଙ୍କୁ ରାଜସୂୟଯଜ୍ଞର ଆୟୋଜନ କରି ହଜାର ହଜାର ଗାଇ, ମଇଁଷି, ଘୋଡ଼ା ଓ ଓଟ ଇତ୍ୟାଦି ପଶୁ ମାନଙ୍କୁ ଯଜ୍ଞରେ ପୂର୍ଣ୍ଣାହୁତି ( ଅର୍ପଣ ) ଦେଇ ପ୍ରସାଦ ଆକାରରେ ବ୍ରାହ୍ମଣ ଓ ମୁନିଋଷି ମାନଙ୍କୁ ଭୋଜନ କରାଇ ସନ୍ତୁଷ୍ଟ କରିବାକୁ ପଡ଼ୁଥିଲା l

ବ୍ରାହ୍ମଣବାଦିଙ୍କ ଅନେକ ଧର୍ମଶାସ୍ତ୍ରରେ କର୍ମକାଣ୍ଡ ମାନଙ୍କରେ ଗୋହତ୍ୟା କରାଯାଇ ଗୋମାଂସ ଭକ୍ଷଣ କରିବାର ମାନ୍ୟତା ପ୍ରଦାନ କରାଯାଇଛି :

( 1 ) ରିକ୍ ବେଦ ଅଧ୍ୟାୟ 10 ଛନ୍ଦ 85 ପଦ 13 ଅନୁଯାୟୀ ଝିଅ ବିବାହ କର୍ମକlଣ୍ଡରେ ଗାଇ ଓ ମଇଁଷି ମାନଙ୍କୁ ଯଜ୍ଞରେ ଅର୍ପଣ କରିବାକୁ ପଡିବ l

( 2 ) ରିକ୍ ବେଦ ଅଧ୍ୟାୟ 6 ଛନ୍ଦ 17 ପଦ 1 ଅନୁଯାୟୀ ସ୍ୱର୍ଗପୁରିର ରାଜା ଇନ୍ଦ୍ର ଗାଇ, ବାଛୁରୀ, ଘୋଡ଼ା ଓ ମଇଁଷି ମାଂସ ଭୋଜନ କରୁଥିଲେ l

( 3 ) ରିକ୍ ବେଦ, ଐତାରେୟ ବ୍ରାହ୍ମଣ ଅଧ୍ୟାୟ 6 ଛନ୍ଦ 17 ଅନୁଯାୟୀ ସ୍ଵର୍ଗର ଦେବତା ମାନେ ଗୋମାଂସ ଭକ୍ଷଣ କରୁଥିଲେ l

( 4 ) ଅପଷ୍ଟମ୍ବ ଗ୍ରିହାସୁତ୍ରମ୍ ଅଧ୍ୟାୟ 1 ଛନ୍ଦ 3 ପଦ 10 ଅନୁଯାୟୀ ଘରକୁ ବ୍ରାହ୍ମଣ ଆସିଲେ, ପୂର୍ବ ପୁରୁଷଙ୍କ ଶ୍ରlଦ୍ଧ କରାଗଲେ ଓ ବିବାହ ଇତ୍ୟାଦି କର୍ମକାଣ୍ଡ ମାନଙ୍କରେ ଗୋମାଂସ ପ୍ରସାଦ ଆକାରରେ ଅର୍ପଣ କରାଯାଉଥିଲା l

( 5 ) ଶତ୍ପଥ ବ୍ରlହ୍ମୀନ ଅଧ୍ୟାୟ 1 ଛନ୍ଦ 3 ପଦ 10 ସୂତ୍ର 21 ରେ ମହର୍ଷି ୟ୍ଞ ଭଲକ୍ୟ ଗୋମାଂସ ଅତି ସ୍ଵାଦିଷ୍ଟ ହୋଇଥିବାରୁ ଖାଇବାରେ ମୋତେ ଆନନ୍ଦ ଅନୁଭବ ହୋଇଥାଏ ବୋଲି ପ୍ରକାଶ କରିଛନ୍ତି l

( 6 ) ଵଶିଷ୍ଟ ଧର୍ମସୂତ୍ର ଅଧ୍ୟାୟ 11 ଛନ୍ଦ 34 ଅନୁଯାୟୀ ଯଦି କୌଣସି ବ୍ରାହ୍ମଣ ଶ୍ରାଦ୍ଧ ଓ ଅନ୍ୟାନ୍ୟ କର୍ମକାଣ୍ଡର ଗୋମଂଶ ପ୍ରସାଦକୁ ଭକ୍ଷ୍ଷଣ କରିବା ପାଇଁ ମନାକଲେ ତାର ମୃତ୍ୟୁ ପରେ ନର୍କଲୋକକୁ ଗମନ କରେ l

( 7 ) ମାନୁସ୍ମୃତି ଅଧ୍ୟାୟ 11 ଛନ୍ଦ 34 ଅନୁଯାୟୀ ଯଜ୍ଞ କର୍ମକାଣ୍ଡର ମାଂସ ପ୍ରସାଦ ଯଦି କେହି ଭୋଜନ ନକରିବ ତାହେଲେ ତାର ମୃତ୍ୟୁ ପରେ 24 ଥର ଯଜ୍ଞରେ ଅର୍ପଣ କରାଯାଉଥିବା ପଶୁ ଭାବରେ ଜନ୍ମଗ୍ରହଣ କରିବ l

( 8 ) ସ୍ବାମୀ ବିବେକାନନ୍ଦ ତାଙ୍କ ପୁସ୍ତକର ଅଧ୍ୟାୟ 3 ପୃଷ୍ଠା 536 ଅନୁଯାୟୀ ପୁରାତନ କାଳରେ କର୍ମକାଣ୍ଡ କଲାପରେ ଗୋମାଂସ ପ୍ରସାଦକୁ ବ୍ରାହ୍ମଣ ମାନେ ଭୋଜନ କରୁଥିଲେ l

( 9 ) ‘ History and Culture of Indian People’ ପୁସ୍ତକର ଲେଖକ R C Majumdar ଅଧ୍ୟାୟ 2 ପୃଷ୍ଠା 578 ରେ ଉଲ୍ଲେଖ କରିଛନ୍ତି, ମହାଭାରତ ପୁରାଣରେ ରାଜା ରନ୍ତିଦେବ ପତ୍ୟେକ ଦିନ 2000 ଗାଇ ଓ 2000 ଅନ୍ୟାନ୍ୟ ପଶୁମାଂସ ବ୍ରାହ୍ମଣ, ମୁନିଋଷି ଓ ପ୍ରଜା ମାନଙ୍କୁ ଖାଇବାକୁ ଦେଉଥିଲେ l

ବ୍ରାହ୍ମଣବlଦରେ ଗୋମାଂସ ଭକ୍ଷଣକୁ ଧାର୍ମିକ ସ୍ଵିକୃତି ଦିଆଯାଇଛି ବୋଲି ମନୁସ୍ମୃତି, ବେଦ, ଉପନିଷଦ, ପୁରାଣ , ଗ୍ରିହସୁତ୍ର, ଧର୍ମସୁତ୍ର, ମହାଭାରତ ଇତ୍ୟାଦି ଅନେକ ଧର୍ମ ଶାସ୍ତ୍ରରେ ଉଲ୍ଲେଖ କରଯାଇଛି l

ବୁଦ୍ଧଦେବ ଜ୍ଞାନ ପ୍ରାପ୍ତ କଲାପରେ ବ୍ଦେଶର ସମସ୍ତ ଜନସାଧାରଣ ତାଙ୍କ ବିଚାରଧାରାରେ ଅନୁପ୍ରାଣିତ ହୋଇ ବୌଦ୍ଧଧର୍ମ ଗ୍ରହଣ କରିଥିଲେ l ସେସମୟରେ ବୁଦ୍ଧଦେବ ଧାର୍ମିକ କର୍ମକାଣ୍ଡ ମାନଙ୍କରେ ଗୋହତ୍ୟା କରାଯାଇ ଗୋମାଂସା ଭକ୍ଷଣ କରିବା କଥାଟିକୁ ବିରୋଧ କରିଥିଲେ l ଲୋକେ ବ୍ରାହ୍ମଣ ମାନଙ୍କ ଗୋମାଂସା ଭକ୍ଷଣକୁ ଘୃଣା କରିବାରୁ ଦେଶରୁ ବ୍ରାହ୍ମଣବlଦ ଯୁଗର ପରିସମlପ୍ତି ଘଟିଥିଲା l

ସମ୍ରାଟ ଅଶୋକ ମୌର୍ଯ୍ୟ ସାମ୍ରାଜ୍ୟର ତୃତୀୟ ସମ୍ରାଟ ଭାବରେ 268 BCE ରୁ 232 BCE ପର୍ଯ୍ୟନ୍ତ 36 ବର୍ଷ ଅବସ୍ଥାପିତ ହୋଇ ରହିଥିଲେ l ତାଙ୍କ ଶାସନକାଳ ସମୟରେ ବୌଦ୍ଧଧର୍ମ ମୌର୍ଯ୍ୟ ସାମ୍ରାଜ୍ୟରୁ ପ୍ରବାହିତ ହୋଇ ସମଗ୍ର ଏସିଆ ମହାଦେଶକୁ ଆଚ୍ଛାଦିତ କରିଦେଇଥିଲା l ସେସମୟରେ ମଧ୍ୟ ଧାର୍ମିକ କର୍ମକାଣ୍ଡ ମାନଙ୍କରେ ଗୋହତ୍ୟା କରାଯାଇ ଗୋମାଂସା ଭକ୍ଷଣ କରିବା କଥାଟିକୁ ସମ୍ପୂର୍ଣ ଭାବରେ ବନ୍ଦ କରିଦିଆଯାଇଥିଲl l

( 2 ) ଭାରତରେ ବ୍ରାହ୍ମଣବାଦୀ ମାନେ ଶାସନ କ୍ଷମତା ଦଖଲ କଲାପରେ ଲକ୍ଷ ଲକ୍ଷ ଗୋମାତାଙ୍କୁ ହତ୍ୟା କରୁଥିବାରୁ କିଭଳି ଭାବରେ ପୁଣିଥରେ ବ୍ରାହ୍ମଣବାଦର ବିନାଶ ଘଟିବାକୁ ଯାଉଛି ?

ଦେଶରେ ବ୍ରାହ୍ମଣବlଦ ସରକାର ଗଠନ କରିବା ପାଇଁ ସବୁଠାରୁ ଅଧିକ ଚାନ୍ଦା ଇଲେକ୍ଟ୍ରୋକlଲ ବଣ୍ଡ ମାଧ୍ଯମରେ ଲକ୍ଷ ଲକ୍ଷ ଗାଇଙ୍କୁ ହତ୍ୟା କରି ଗୋମାଂସ ତିଆରି କରୁଥିବା କଂସେଇଖାନl ମାନଙ୍କ ଠାରୁ ଆଦାୟ କରାଯାଇଥିଲା l

ବ୍ରାହ୍ମଣବାଦି ମାନଙ୍କ ହାତକୁ ଦେଶର ଶାସନ କ୍ଷମତା ଚାଲିଗଲା ପରେ କ୍ଷମତାରେ ଅନ୍ଧ ପାଲଟିଯାଇ ଲକ୍ଷ ଲକ୍ଷ ଗୋମାତାକୁ ହତ୍ୟାକରି ବିଦେଶକୁ ଗୋମାଂସ ରପ୍ତାନୀ କରିବାରେ ଭାରତ ପୃଥିବୀରେ ତୃତୀୟ ସ୍ଥାନରେ ରହିଛି l

ପୃଥିବୀର ସବୁଠାରୁ ଅଧିକ ଗୋମାଂସ ବିଦେଶକୁ ରପ୍ତାନି କରୁଥିବା ପାଞ୍ଚଟି ଦେଶ , 2025 ମସିହାରେ କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ ହେଉଛି ( 1 ) ବ୍ରାଜିଲ ( 2 ) ଅଷ୍ଟ୍ରେଲିଆ ( 3 ) ଭାରତ ( 4 ) ଆମେରିକା ( 5 ) ଅlର୍ଜେଣ୍ଟିନl l

ଭାରତ 1.57 ମିଲିୟନ ମାଟ୍ରିକ ଟନ ଗୋମାଂସ ବିଦେଶକୁ ରପ୍ତାନି କରି ଚତୁର୍ଥ ସ୍ଥାନରେ ରହିଛି l ଏହା ସହିତ ଦେଶ ଭିତରେ ପାଖାପାଖି ତିନି ମିଲିୟନ ମେଟ୍ରିକ ଟନ ଗୋମାଂସ ଭକ୍ଷଣ କରାଯାଉଛି l

ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ରାଜ୍ୟରେ ସବୁଠାରୁ ଅଧିକ ଗୋମାଂସ ଉତ୍ପାଦନ କରାଯାଇ ବିଦେଶକୁ ରପ୍ତାନି କରାଯାଉଛି l

କେରଳ, ଗୋଆ, ପଶ୍ଚିମବଙ୍ଗ, ଅରୁଣାଚଳ ପ୍ରଦେଶ, ମେଘାଳୟ, ନାଗାଲାଣ୍ଡ , ମିଜୋରାମ ଓ ତ୍ରିପୁରା ରାଜ୍ୟରେ ଗୋମାଂସ ଭକ୍ଷଣ ଗତ 10 ଜାନୁୟାରୀ 2025 ତାରିଖରୁ ଆଇନ ସମ୍ମତ କରି ଦିଆଯାଇଛି l ବିଦେଶକୁ ରପ୍ତାନି ଓ ଦେଶ ଭିତରେ ବିକ୍ରି କରାଯାଉଥିବା କଞ୍ଚା ଗୋମାଂସ ବ୍ୟବସାୟକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର 0% GST ଲଗାଇଛନ୍ତି l

ଭାରତରୁ ବିଦେଶକୁ ରପ୍ତାନୀ କରାଯାଉଥିବା ଗୋମାଂସର 82 % ( 1 ) ମାଲେସିଆ ( 2 ) ଇଜିପ୍ଟ ( 3 ) ଇଣ୍ଡୋନେସିଆ ( 4 ) ସାଉଦି ଆରବ ( 5 ) ୟୁନାଇଟେଡ ଆରବ ଏମିରlଟ ( 6 ) ଇରାକ ଇତ୍ୟାଦି ମୁସଲିମ ଦେଶ ମନଙ୍କୁ ପ୍ରେରଣା କରାଯାଉଛି l

ହଲାଲ୍ କଲାପରେ ଗୋମାଂସ ପ୍ରସ୍ତୁତ କରlଯାଉଛି ବୋଲି ଭାରତ ସରକାର ଏକ ସାର୍ଟିଫିକେଟ ମଧ୍ୟ ଦେଉଥିବାରୁ ମୁସଲିମ ଦେଶ ମାନଙ୍କରେ ଭାରତୀୟ ଗୋମାଂସର ଚାହିଦା ଅଧିକ ରହୁଛି l

ଭାରତର ସମସ୍ତ କଂସେଇଖାନl ମାନଙ୍କରେ ଗାଈକୁ ମୁସଲିମ ରୀତିନୀତି ଅନୁଯାୟୀ ସର୍ବ ପ୍ରଥମେ ବେକକlଟି ହଲାଲ କଲାପରେ ଗାଇକୁ ମେସିନରେ କଟାଯାଇ ଗୋମାଂସ ପ୍ରସ୍ତୁତ କରାଯାଉଛି l

ଭାରତର 8000 ପଞ୍ଜୀକୃତ ଓ 25000 ଅଣ ପଞ୍ଜିକୃତ କଂସେଇ ଖାନl ମାନଙ୍କରେ ପ୍ରତ୍ୟେକ ବର୍ଷ 50 ଲକ୍ଷରୁ ଉର୍ଦ୍ଧ୍ବ ଗୋମାତାକୁ ସରକାରୀ ସଂରକ୍ଷଣରେ ମୁସଲିମ ରୀତିନୀତି ଅନୁଯାୟୀ ହଲାଲ କରି ହତ୍ୟା କରାଯାଉଛି l

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଲୋକସଭା ଓ ବିଧାନସଭା ମାନଙ୍କରେ ବିଲପାସ କରି ଭାରତରେ ଗୋହତ୍ୟକୁ ବେଆଇନ ଘୋଷଣା କରିବା ପରିବର୍ତ୍ତେ ପୃଥିବୀର ପାଖାପାଖି 50 ଟି ଦେଶକୁ ଗୋମାତାକୁ ଭକ୍ଷଣ କରିବା ପାଇଁ ଯୋଗାଇ ଦେଇ ଭାରତରୁ ଗୋବଂଶକୁ ସବୁଦିନ ପାଇଁ ଲୋପ କରି ଦିଆଯାଉଛି।

ଦେଶ ସ୍ବାଧୀନ ହେଲା ପରଠାରୁ କେନ୍ଦ୍ରରେ ଗଠିତ ହୋଇଥିବl ବିଭିନ୍ନ ଦଳର ସରକାର ମାନଙ୍କ ମଧ୍ୟରୁ ଚଳିତ କେନ୍ଦ୍ର ସରକାରଙ୍କ ଶାସନ କାଳ ସମୟରେ ସରକାରୀ ସଂରକ୍ଷଣ ଓ ପ୍ରତ୍ସୋହନ ଯୋଗାଇ ଦେଇ ଦେଶରେ ସବୁଠାରୁ ଅଧିକ ଗୋହତ୍ୟl କରାଯାଉଛି l

ଆଗାମୀ ଦିନରେ ଭାରତରେ ଗୋହାତ୍ୟକୁ ବ୍ରାହ୍ମଣବାଦି ମାନେ ନିଷିଦ୍ଧ ନକଲେ ଇତିହାସର ପୁନରାବୃତ୍ତି ଘଟିବ ଗୋମାତାଙ୍କ ଅଭିଶାପରୁ ଆଉ କିଛି ବର୍ଷ ପରେ ଭlରତର ଶାସନ କ୍ଷମତା ଏମାନଙ୍କ ହାତରୁ ଚାଲିଗଲା ପରେ ବ୍ରାହ୍ମଣବାଦର ସବୁଦିନ ପାଇଁ ଦେଶରେ ପତନ ଘଟିବ l

MUST READ..

Share this post

Leave a Comment