Today is November 20, 2026

HEADLINES

LATEST NEWS

କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଭଳିଆ ଜଣେ କିମ୍ବଦନ୍ତୀ ପୁରୁଷ କାହିଁକି ଅସମୟରେ ମୃତ୍ୟୁ ବରଣ କରିଥିଲେ ?

ବଲାଙ୍ଗିର : 12 ଡିସେମ୍ବର 2025 : କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଭଳିଆ ଜଣେ କିମ୍ବଦନ୍ତୀ ପୁରୁଷ ଓଡ଼ିଶା ମାଟିରେ ଜନ୍ମଗ୍ରହଣ କରିବl ବୋଧହୁଏ ଆଉ ସମ୍ଭବପର ହୋଇ ପାରିବ ନାହିଁ l ଟିଟିଲାଗଡ ମାଟିର ପୁଅ ତଥା ଓଲିଉଡ଼ ସିନେମା ଜଗତର ସର୍ବଶ୍ରେଷ୍ଠ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଅକାଳ ବିୟୋଗରେ ସମଗ୍ର ଓଡ଼ିଶାର ଅlବlଳ ବୃଦ୍ଧ ବନିତା ହୃଦୟର ସହିତ ଗଭୀର ଦୁଃଖ ପ୍ରକାଶ କରୁଛନ୍ତି l

ଜାତିବାଦୀ ମାନେ ନିଜର ବିକୃତ ମାନସିକତା କାରଣରୁ ଜଣେ ସରଳ ଓ ନିଷ୍ପପ ମଣିଷ ହ୍ୟୁମାନ ସlଗରଙ୍କୁ ବିଭିନ୍ନ ପ୍ରକାରର ମିଥ୍ୟା ଅପବାଦରେ ଚରିତ୍ର ଚିତ୍ରଣ କରି ତାଙ୍କୁ ଗଭୀର ମାନସିକ ଯନ୍ତ୍ରଣା ଦେଇ ଗୋଟିଏ ପ୍ରକାର ପରୋକ୍ଷରେ ହତ୍ୟା କରିଦେଇଛନ୍ତି l

ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀ ଶ୍ରୀୟା ମିଶ୍ରଙ୍କ ପରିବାର ନିଜ ଭିତରେ ରହିଥିବା ସମସ୍ତ ମନୋମଲିନ୍ୟ ତ୍ୟାଗକରି ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଉଥିବା ସମୟରେ ମିଳିତ ହୋଇ ଉପକୁକ୍ତ ଚିକିତ୍ସl ଯୋଗlଇ ଦେଇ ତାଙ୍କର ଯତ୍ନ ନେଇଥିଲେ ସଙ୍ଗୀତ ଜଗତର ଗୋଟିଏ ମୂଲ୍ୟବାନ ହିରା ନିଶ୍ଚିତ ଭାବରେ ବଞ୍ଚି ଯାଇଥାନ୍ତେ ବୋଲି ସମସ୍ତଙ୍କ ମନରେ ଘୋର ପଶ୍ଚlତାପ ରହିଛି l

କଣ୍ଠଶିଳ୍ପୀ ହ୍ୟୁମାନ ସାଗର କାହିଁକି ଅସମୟରେ ମୃତ୍ୟୁ ବରଣ କରିଥିଲେ ? ତତ୍ ସମ୍ବନ୍ଧୀୟ ସବିଶେଷ ତଥ୍ୟ ନିମ୍ନରେ ଉପସ୍ଥlପିତ କରାଯାଇଛି l

( 1 ) ଖ୍ରୀଷ୍ଟିଆନ୍ ପରିବାରର ହ୍ୟୁମାନ ସାଗର ଓ ପୁରି ବ୍ରାହ୍ମଣ ପରିବାରରେ ଶ୍ରୀୟା ମିଶ୍ର କିଭଳି ଭାବରେ ବିବାହ ବନ୍ଧନରେ ଆବଦ୍ଧ ହୋଇ ଯାଇଥିଲେ ?

( a ) କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କୁ 2012 ମସିହାରେ ଅନୁଷ୍ଟିତ ହୋଇଥିବା ” ଭଏସ ଅଫ ଓଡ଼ିଶା ” ର ସିଜନ୍ 2 କାର୍ଯ୍ୟକ୍ରମ ସର୍ବ ପ୍ରଥମେ ଓଡ଼ିଶାର ସଙ୍ଗୀତ ଜଗତରେ ତଥା ତାଙ୍କ ସ୍ତ୍ରୀ କଣ୍ଠ ଶିଳ୍ପୀ ଶ୍ରୀୟା ମିଶ୍ରଙ୍କ ସହିତ ପରିଚିତ କରାଇ ଦେଇଥିଲା l

ସେସମୟରେ ଉଭୟ ହ୍ୟୁମାନ ସାଗର ଓ ଶ୍ରୀୟା ମିଶ୍ର କେହି କାହାରି ସହିତ ପରିଚିତ ନଥିଲେ l ” ଭଏସ ଅଫ ଓଡ଼ିଶା ” କାର୍ଯ୍ୟକ୍ରମରେ ସେମାନେ କେବଳ ଜଣେ ଜଣେ ପ୍ରତିଦ୍ଵିନ୍ଦି ଭାବରେ ଯୋଗଦାନ କରିଥିଲେ l ପ୍ରତିଦ୍ୱାନ୍ତିତ ସମୟରେ ହ୍ୟୁମାନ ସାଗରଙ୍କ ଗୀତ ଶୁଣି ଶ୍ରୀୟା ମିଶ୍ର ତାଙ୍କ ପ୍ରତି ଆକର୍ଷିତ ହୋଇପଡ଼ିଥିଲେ l

ପ୍ରତିଦ୍ବନ୍ଦିତାରେ ଶ୍ରୀୟା ମିଶ୍ର ହlରି ଯାଇଥିଲେ ଶୁଦ୍ଧା ହ୍ୟୁମାନ ସାଗରଙ୍କ ସାଙ୍ଗରେ ରହି କିଭଳି କାର୍ଯ୍ୟକ୍ରମରେ ବିଜୟୀ ହୋଇ ପାରିବେ ସେଥିପାଇଁ ସମସ୍ତ ପ୍ରକାରର ପତ୍ସୋହନ ଯୋଗାଇ ଦେଉଥିଲେ l ” ଭଏସ ଅଫ ଓଡ଼ିଶା ” ର ସିଜନ୍ 2 କାର୍ଯ୍ୟକ୍ରମରେ ହ୍ୟୁମାନ ସାଗର ବିଜୟୀ ହେଲାପରେ ଓଡ଼ିଶା ସଙ୍ଗୀତ ଜଗତ ଓ ଓଲିଉଡ଼ ସିନେମା ଜଗତ ତାଙ୍କୁ କୋଳେଇ ନେଇଥିଲା l

( b ) ତାପରବର୍ତୀ ସମୟରେ ହ୍ୟୁମାନ ସାଗରଙ୍କ ସମସ୍ତ କାର୍ଯ୍ୟକ୍ରମରେ ଶ୍ରୀୟା ମିଶ୍ର ଉପସ୍ଥିତ ରହି ପ୍ରତ୍ସୋହିତ କରି ଆସୁଥିଲେ l ଉଭୟେ ମିଳିତ ହୋଇ ଅନେକ କାର୍ଯ୍ୟକ୍ରମରେ ଗୀତ ମଧ୍ୟ ଗାଇଛନ୍ତି l ସମୟlନୁକ୍ରମେ ହ୍ୟୁମାନ ସାଗର ଓ ଶ୍ରୀୟା ମିଶ୍ର ଜୀବନ ସାଥୀ ହେବା ପାଇଁ ଅତି ନିବିଡ଼ିତlର ସହିତ ଭଲ ପାଇ ବସିଲେ l

ହ୍ୟୁମାନ ସାଗର ଓ ଶ୍ରୀୟା ମିଶ୍ର ଦୁଇଟି ଭିନ୍ନ ସମ୍ପ୍ରଦାୟର ହୋଇଥିବାରୁ ଜାତିପ୍ରଥା ସେମାନଙ୍କ ପାଇଁ ଚିନ୍ତାର ବିଷୟ ପାଲଟି ଯାଇଥିଲା l କଣ କରିବେ ସେମାନେ କିଛି ଭାବି ପାରୁନଥିଲେ , ଏଭଲିଆ ପାଞ୍ଚ ବର୍ଷ ବିତିଯାଇଥିଲା l

( c ) ଉଭୟେ ମିଲୀତ ହୋଇ ଯାହାବି ପରିସ୍ଥିତି ତିଆରି ହେଲେ ମୁକାବିଲା କରିବା ପାଇଁ ଦୃଢ ସଂକଳ୍ପ ନେଲାପରେ ହ୍ୟୁମାନ ସାଗର ଓ ଶ୍ରୀୟା ମିଶ୍ର ନିଜ ନିଜ ପରିବାର ଲୋକଙ୍କୁ ବିବାହ କରିବା ପାଇଁ ମନସ୍ଥ କରିଥିବା ବିଷୟଟି ଜଣାଇ ଦେଇଥିଲେ l

ଉଭୟ ପରିବାର ଜାତିପ୍ରଥା ଭୟରେ ବିବାହକୁ ନିରୋଧ କରିଥିଲେ l
ହ୍ୟୁମାନ ସାଗରଙ୍କ ବାପା ଜଣେ ସରକାରୀ ସ୍କୁଲ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିଲେ l ପୁଅର ବ୍ରାହ୍ମଣ ପରିବାରରେ ବିବାହ କରିବାର ପ୍ରସ୍ତବ ଜାଣିବାପରେ , ଏଭଲିଆ ବିବାହକୁ ଯେକୌଣସି ପରିସ୍ଥିତିରେ ମଧ୍ୟ ସମାଜ ଗ୍ରହଣ କରିବ ନାହିଁ ଓ ଅନ୍ତିମ ପରିଣତି ହ୍ୟୁମାନ ସାଗରଙ୍କ ଜୀବନ ପ୍ରତି ବିପଦ ଆଣିବ ବୋଲି ଚିନ୍ତା ପ୍ରକଟ କରିଥିଲେ l

ଏଭଳିଆ ବିକଟାଳ ପରିସ୍ଥିତିରେ ଶ୍ରୀୟା ମିଶ୍ରଙ୍କ ଇଚ୍ଛାଶକ୍ତି ଆଗରେ ତାଙ୍କ ନିଜ ପରିବାର ତଥା ହ୍ୟୁମାନ ସାଗରଙ୍କ ପରିବାର ବିବାହ ପ୍ରସ୍ତପ ଉପରେ ମାନିବାକୁ ବାଧ୍ୟ ହୋଇ ଯାଇଥିଲେ l

ସଙ୍ଗୀତ ଜଗତର ପ୍ରେମୀ ଯୁଗଳ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ଶ୍ରୀୟା ମିଶ୍ର ସମାଜର ସମସ୍ତ ପ୍ରକାରର ବନ୍ଧନକୁ ଅତିକ୍ରମ କରି 2017 ମସିହାରେ ଉଭୟ ପରିବାରଙ୍କ ସମ୍ମତିରେ ବିବାହ ବନ୍ଧନରେ ଆବଦ୍ଧ ହୋଇଯାଇଥିଲେ l ବିବାହର ଗୋଟିଏ ବର୍ଷ ପରେ ଝିଅ ଏଞ୍ଜେଲ ତାଙ୍କ କୋଳକୁ ଆସିଯାଇଥିଲା l

( 2 ) କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସୁନାର ସଂସାର କିଭଳି ଭାବରେ ଧୂଳିସାତ ହୋଇଯାଇଥିଲl ?

( a ) ହ୍ୟୁମାନ ସାଗର ତାଙ୍କ ସ୍ତ୍ରୀ ଶ୍ରୀୟା ମିଶ୍ରଙ୍କୁ ହୃଦୟର ସହିତ ବହୁତ ଭଲ ପାଉଥିଲେ ଓ ସ୍ୱପ୍ନର ପରିବାରଟି ବହୁତ ଖୁସିରେ ଚାଲିଥିଲା l ” ମୋର ଭାଗ୍ୟ ବହୁତ ଭଲ ବୋଲି ଶ୍ରୀୟା ମିଶ୍ର ଭଳିଆ ଜଣେ ଜୀବନ ସାଥୀ ପାଇଲି ” ବୋଳି ଅନେକ ଗଣ ମାଧ୍ଯମରେ ମଧ୍ୟ ହ୍ୟୁମାନ ସାଗର ପ୍ରକାଶ କରିଥିଲେ l ଶ୍ରୀୟା ମିଶ୍ରଙ୍କ ପ୍ରତ୍ସୋହନରେ ହ୍ୟୁମାନ ସାଗର ଓଲିଉଡ଼ ସିନେମା ଜଗତ ଓ ଓଡ଼ିଶାର ସଂଗୀତ ଜଗତରେ ସର୍ବଶ୍ରେଷ୍ଠ କଣ୍ଠଶିଳ୍ପୀ ପାଲଟି ଯାଇଥିଲେ l

ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଅର୍ପିତା ଚୌଧୁରୀ ନାମକ ଜୈନେକ ମହିଳା କଣ୍ଠଶିଳ୍ପୀ ଓଡ଼ିଶା ସଙ୍ଗୀତ ଜଗତରେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ହ୍ୟୁମାନ ସାଗରଙ୍କ ପଛରେ ପଡ଼ିଯାଇଥିଲେ l ଅନେକ କାର୍ଯ୍ୟକ୍ରମରେ ଉଭୟଙ୍କୁ ଦେଖିବାକୁ ମଧ୍ୟ ମିଳିଥିଲା l

ହ୍ୟୁମାନ ସାଗରଙ୍କ ବିବାହକୁ ଜାତିବାଦୀ ମାନେ ସହଜରେ ଗ୍ରହଣ କରି ପାରିନଥିଲେ ଓ ତାଙ୍କର ଭବିଷ୍ୟତକୁ ନଷ୍ଟ କରିଦେବା ପାଇଁ ସେମାନଙ୍କ ଦ୍ୱାରା ପୈସାଚିକ ଷଡ଼ଯନ୍ତ୍ର ମଧ୍ୟ ଆରମ୍ଭ ହୋଇ ଯାଇଥିଲେ l ତଦ୍ ଅନୁଯାୟୀ ହ୍ୟୁମାନ ସାଗର ଓ ଅର୍ପିତା ଚୌଧୁରୀଙ୍କୁ ନେ଼ଇ ଜତିବlଦୀଙ୍କ ଦ୍ବାରା ଅନେକ ବିବାଦୀୟ ଖବର ଗଣ ମାଧ୍ୟମରେ ପ୍ରସାରିତ କରାଯାଇ ତାଙ୍କୁ ବଦନାମ କରି ଦିଆଯାଉଥିଲା l

( b ) ପରବର୍ତ୍ତୀ ସମୟରେ ଅର୍ପିତା ଚୌଧୁରୀଙ୍କୁ ନେଇ ହ୍ୟୁମାନ ସାଗରଙ୍କ ପରିବାର ଛାରଖାର ହୋଇଯାଇଥିଲl ଓ ଗୋଟିଏ ପ୍ରକାର ତାଙ୍କ ମୃତ୍ୟୁର କାରଣ ମଧ୍ୟ ପାଲଟି ଯାଇଥିଲେ l

ଚାରିଆଡେ଼ ଅର୍ପିତl ଓ ହ୍ୟୁମାନ ସାଗରଙ୍କ ନାମରେ ଚାଲିଥିବା ଆଲୋଚନା ଓ ଗଣ ମାଧ୍ୟମରେ ପ୍ରକାଶିତ ପାଉଥିବା ଖବରକୁ ନେଇ ଶ୍ରୀୟା ମିଶ୍ର ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ l ଶେଷରେ ହ୍ୟୁମାନ ସାଗରଙ୍କ ସହିତ ମନୋମାଲିନ୍ୟ ହୋଇ ଅଭିମାନ କରି ଘରଛାଡ଼ି ଝିଅ ସହିତ ନିଜ ବାପା ଘରକୁ ଚାଲିଯାଇଥିଲେ l

ବିବlଦଟି ଧୀରେ ଧୀରେ ଘନୀଭୂତ ହେବାରେ ଲlଗିଲା l କଟକର ନାରୀନେତ୍ରୀ ମାନେ ଶ୍ରୀୟା ମିଶ୍ରଙ୍କୁ ପ୍ରବର୍ତ୍ତାଇ ହ୍ୟୁମାନ ସାଗରଙ୍କ ବିରୋଧରେ ପୋଲିସ ଥାନାରେ ଅଭିଯୋଗ କରାଇଲେ l ହ୍ୟୁମାନ ସାଗର ‘ ଡାଉରୀ ଓ ଧର୍ମ ପରିବର୍ତନ ‘ କରିବା ପାଇଁ ଶ୍ରୀୟା ମିଶ୍ରଙ୍କୁ ନିଯ୍ୟାତନl ଦେଉଥିଲେ ବୋଲି ଗଣ ମାଧ୍ୟମରେ ମିଥ୍ୟା ଖବର ପ୍ରସାରଣ କରାଯାଇଥିଲା l

ହ୍ୟୁମାନ ସାଗର ସଦାବେଳେ ଶ୍ରୀୟା ମିଶ୍ରଙ୍କୁ ଘରକୁ ଫେରାଇ ଆଣିବାକୁ ଅନେକ ପ୍ରକାରର ଚେଷ୍ଟା କରିଥିଲେ l ଶ୍ରୀୟା ମିଶ୍ର ମଧ୍ୟ କିଭଳି ଭାବରେ ଗୋଟିଏ ଭଲ ଅପୋଷି ବୁଝାମଣା ହୋଇପାରିଲେ ହ୍ୟୁମାନ ସାଗରଙ୍କ ପାଖକୁ ଫେରି ଆସିବା ପାଇଁ ବ୍ୟାକୁଳ ହୋଇପଡ଼ିଥିଲେ l ମାତ୍ର ଉଭୟ ପରିବାରର ଲୋକେ ଜାତିବାଦି ମାନଙ୍କ ଷଡଯନ୍ତ୍ରର ଶିକାର ହୋଇ ଗଣମାଧ୍ୟମରେ ଅନେକ ପ୍ରକାରର ବିବାଦୀୟ ବୟାନ ବାଜିକରି ସମାଧାନର ସମସ୍ତ ରାସ୍ତାକୁ ଅବରୋଧ କରି ଦେଇଥିଲେ l

( c ) ଗଭୀର ମାନସିକ ଯନ୍ତ୍ରଣାରେ ଛନ୍ଦିହୋଇ ହ୍ୟୁମାନ ସାଗର ନିଶାସକ୍ତ ହୋଇପଡିଲେ l ଯଦ୍ୱାରା ତାଙ୍କର ଲିଭର ଓ କିଡନୀ ସଂକ୍ରମିତ ହୋଇ ଯାଇଥିଲା l ଏଭଳି ପରିସ୍ଥତିରେ ପରିବାର ବିଚ୍ଛେଦ କାରଣରୁ ହ୍ୟୁମାନ ସାଗର ବଞ୍ଚିବାର ଇଚ୍ଛାଶକ୍ତି ମଧ୍ୟ ତ୍ୟାଗ କରି ଦେଇଥିଲେ l

ତାଙ୍କ ଜୀବନର ମାନସିକ ଯନ୍ତ୍ରଣାକୁ ଅନେକ ଗୀତରେ ପରିପ୍ରକାଶ କରୁଥିଲେ କିନ୍ତୁ କେହି ବୁଝି ପାରିଲେ ନାହିଁ l ତାଙ୍କର ମ୍ୟାନେଜର ମାନେ ବିଗିଦି ଯାଇଥିବl ସ୍ବାସ୍ଥ୍ୟବସ୍ଥାକୁ ଚିକିତ୍ସିତ କରାଇବା ପରିବର୍ତ୍ତେ ହ୍ୟୁମାନ ସାଗରଙ୍କ ରୁଗ୍ନ ଶରୀରକୁ ଶେଷ ସମୟ ପର୍ୟ୍ୟନ୍ତ ଟଙ୍କା କମାଇବାରେ ନିୟୋଜିତ କରି ଅନେକ ପ୍ରକାରର ଫାଇଦା ଉଠାଇ ନେଇଥିଲେ l

ଶେଷରେ ଚିକିତ୍ସାର ଅବହେଳା କାରଣରୁ ତାଙ୍କର ଲିଭର ଓ ଦୁଇଟି କିଡନୀ କାମ କରିନଥିଲା l ହ୍ୟୁମାନ ସାଗର ସେଶ ମୁହୂର୍ତ୍ତ ପର୍ୟ୍ୟନ୍ତ ତାଙ୍କର ସ୍ତ୍ରୀ ଓ ଝିଅଙ୍କୁ ଦେଖା କରିବା ପାଇଁ ବ୍ୟାକୁଳ ଭାବରେ ଚାହୁଁଥିଲେ ମାତ୍ର ଦେଖା କରି ପାରିନଥିଲେ ଓ ଶେଷରେ ଭଗ୍ନ ହୃଦୟରେ 17 ନଭେମ୍ବର 2025 ତାରିଖରେ 34 ବର୍ଷ ବୟସରେ ମୃତ୍ୟୁ ବରଣ କରିଥିଲେ l

MUST READ..

Share this post

Leave a Comment