ବଲାଙ୍ଗିର : ୦7 ନଭେମ୍ବର 2026 : ତ୍ରିବାଙ୍କୁର୍ ରାଜ୍ୟରେ (ବର୍ତ୍ତମାନ ମୁଖ୍ୟତଃ କେରଳ ରାଜ୍ୟର ଦକ୍ଷିଣ ଭାଗରେ ଅବସ୍ଥିତ) ୧୯ ଶ ଶତାବ୍ଦୀରେ ବ୍ରାହ୍ମଣବାଦୀ ଶାସନର ଅମାନବୀୟ ଜାତିଗତ ପାଶବିକ ଅତ୍ୟାଚାରର ବିକଟାଲ ରୂପ ଦେଖିବାକୁ ମିଳିଥିଲା, ଯାହାକି ମାନବିକତାର ସମସ୍ତ ସୀମା ଉଲଂଘନ କରିଦେଇଥିଲା।
( a ) ବ୍ରାହ୍ମଣବାଦୀଙ୍କ ସମ୍ମୁଖରେ ନିମ୍ନ ଜାତିର ମହିଳା ମାନଙ୍କୁ ସେମାନଙ୍କର ବକ୍ଷସ୍ଥଳକୁ ଘୋଡାଇବା ବା ଲୁଗା ପିନ୍ଧି ଶରୀରର ଉପରିଭାଗକୁ ଘାଙ୍କିବା ପାଇଁ ଅନୁମତି ନଥିଲା। ଯଦି କୌଣସି ନିମ୍ନ ଜାତିର ମହିଳା ସମ୍ମାନର ସହ ନିଜ ଶରୀରକୁ ଢାଙ୍କିବାକୁ ଚାହୁଁଥିଲେ, ତେବେ ତାଙ୍କୁ ରାଜକୋଷରେ ମୂଲକ୍କରମ୍ ନାମକ ଏକ ସ୍ୱତନ୍ତ୍ର ସ୍ତନକର (Tax for covering breasts) ଦେବାକୁ ପଡ଼ୁଥିଲା।
( b ) ଏହି କରର ପରିମାଣ ମହିଳାମାନଙ୍କର ସାମାଜିକ ସ୍ଥିତି ଏବଂ ସେମାନଙ୍କ ସ୍ତନର ଆକାର ଉପରେ ନିର୍ଭର କରି ଧାର୍ଯ୍ୟ କରାଯାଉଥିଲା। ଗରିବ ନିମ୍ନ ଜାତିର ମହିଳା ମାନଙ୍କ ପାଇଁ ଏହି କର ପରିଶୋଧ କରିବା ଅତ୍ୟନ୍ତ କଷ୍ଟକର ଥିଲା, ଯାହାକୀ ସେମାନଙ୍କୁ ଆର୍ଥିକ ଦାସତ୍ୱ ଏବଂ ଶାରୀରିକ ଶୋଷଣ ଭଳିଆ ଅସହ୍ୟ ଯନ୍ତ୍ରଣା ଭିତରକୁ ଠେଲି ଦେଇଥିଲା।
( c ) ନାଙ୍ଗେଲି (Nangeli) ନାମକ ଜଣେ ସାହସୀ ଦଳିତ ମହିଳା ବ୍ରlହ୍ମଣବାଦୀଙ୍କ ଅତ୍ୟାଚାରରେ ଅସହ୍ୟ ହୋଇପଡି ଏହି ଅନ୍ୟାୟ କର ଦେବାକୁ ମନା କରିଦେଇଥିଲେ ଏବଂ ପ୍ରତିବାଦ ସ୍ୱରୂପ ନିଜେ ନିଜର ସ୍ତନ କାଟି ଏକ କଦଳୀ ପତ୍ରରେ ରାଜାଙ୍କର ଆଦାୟକାରୀଙ୍କ ଆଗରେ ରଖିଦେଇ ନିଜ ଜୀବନର ବଳିଦାନ ଦେଇଥିଲେ।
( d ) ନାଙ୍ଗେଲିଙ୍କ ଏହି ମର୍ମାନ୍ତୁକ ବଳିଦାନ ସମଗ୍ର ଦକ୍ଷିଣ ଭାରତରେ ଏକ ବିପ୍ଳବର ସୂତ୍ରପାତ କରିଥିଲା, ଯାହା ପରବର୍ତ୍ତୀ ସମୟରେ ଚନ୍ନାର ସମର’ (Channar Revolt) ବା ବସ୍ତ୍ର ପରିଧାନର ଅଧିକାର ଆନ୍ଦୋଳନକୁ ଜନ୍ମ ଦେଇଥିଲା।
( e ) ମାଡ୍ରାସ ପ୍ରେସିଡେନ୍ସିର ଗଭର୍ଣ୍ଣର ହସ୍ତାକ୍ଷେପ କରି ଏହି ପ୍ରଥାକୁ ସମ୍ପୂର୍ଣ୍ଣ ରୂପେ ଉଛେଦ କରିଦେଇ ନିମ୍ନ ଜାତିର ମହିଳାମାନଙ୍କୁ ଉପର ବସ୍ତ୍ର ପିନ୍ଧିବାର ଅଧିକାର ପ୍ରଦାନ କରିଥିଲେ।
ଉପରୋକ୍ତ ବିଷୟବସ୍ତୁ ସମ୍ବନ୍ଧୀୟ ସବିଶେଷ ତଥ୍ୟ ବିସ୍ତୃତ ଭାବରେ ନିମ୍ନରେ ଉପସ୍ଥାପନା କାରାଯାଇଛି l
( 1 ) ମୂଲକ୍କରମ୍ (Breast Tax) ଏବଂ ଜାତିଗତ ଅତ୍ୟାଚାର :
୧୯ ଶ ଶତାବ୍ଦୀରେ ଦକ୍ଷିଣ ଭାରତର ତ୍ରିବାଙ୍କୁର୍ (Travancore) ରାଜ୍ୟରେ ବ୍ରାହ୍ମଣବାଦୀଙ୍କ ଦ୍ୱାରା ପରିଚାଳିତ ଶାସନ ବ୍ୟବସ୍ଥା ଅବସ୍ଥାପିତ ହୋଇ ରହିଥିଲା। ସେଠାରେ ସାମାଜିକ ଅସମାନତା ଏବଂ କଠୋର ଜାତିପ୍ରଥା ଏହାର ଚରମ ସୀମାରେ ରହିଥିଲା। ସେ ସମୟରେ ଲୋକଙ୍କ ଉପରୁ ପ୍ରାୟ ୧୧୦ ପ୍ରକାରର କର ଆଦାୟ କରାଯାଉଥିଲା।
ଗୁରୁତ୍ୱପୁର୍ଣ ବିଷୟଟି ହେଲା ନିମ୍ନ ଜାତିର ମହିଳା ମାନଙ୍କ (ଯଥା ନାଦାର ଓ ଇଝଭା ସମ୍ପ୍ରଦାୟ) ଉପରେ ମୂଲକ୍କରମ୍ (Mulakkaram) ବା ସ୍ତନକର ଲାଗୁ କରାଯାଇଥିଲା, ଯାହାକୀ ମହିଳାମାନଙ୍କ ସମ୍ମାନ, ସ୍ୱାଧୀନତା ଏବଂ ଅସ୍ମିତାକୁ ସମ୍ପୂର୍ଣ୍ଣ ଭାବରେ ଧୂଳିସାତ୍ କରିଦେଇଥିଲା।
୧୪ ବର୍ଷ ବୟସ ହେବା ମାତ୍ରେ ଏହି ବର୍ଗର ବାଳିକା ଏବଂ ମହିଳା ମାନଙ୍କୁ ରାଜ୍ୟକୁ ଏହି କର ଦେବାକୁ ବାଧ୍ୟ କରାଯାଉଥିଲା। ସେ ସମୟର ନିୟମ ଅନୁସାରେ, ନିମ୍ନ ଜାତିର ମହିଳାମାନେ ବ୍ରାହ୍ମଣ ଓ ରାଜପରିବାର ସାମ୍ନାରେ ଉପର ଶରୀର ଖୋଲା (bare-chested) ରଖିବା ବାଧ୍ୟତାମୂଳକ ଥିଲା। କେବଳ ଉଚ୍ଚ ଜାତିର ମହିଳାମାନଙ୍କୁ ଛାତି ଘୋଡାଇ ହେବାର ଅଧିକାର ଥିଲା।
( 2 ) ମୂଲକ୍କରମ୍’ (Mulakkaram) ବା ସ୍ତନକର ପ୍ରଚଳନ ପଛରେ ବ୍ରାହ୍ମଣବାଦ ଶାସନ ବ୍ୟବସ୍ଥା :
ରାଜକୀୟ ପ୍ରଶାସନ ଏବଂ ସାମାଜିକ ପ୍ରଭାବ: ଲୋକକଥା ଏବଂ ସବ୍ଲ୍ଟର୍ଣ୍ଣ (ନିମ୍ନବର୍ଗ) ଇତିହାସ ଅନୁଯାୟୀ, ୧୯ ଶ ଶତାବ୍ଦୀରେ ତ୍ରିବାଙ୍କୁର୍ (Travancore) ରାଜ୍ୟର ପ୍ରଶାସନ ଦ୍ୱାରା ଏହି କର ଲାଗୁ କରାଯାଇଥିଲା।
ବ୍ରାହ୍ମଣମାନଙ୍କ ଭୂମିକା: ସେ ସମୟର ରାଜଦରବାର ଏବଂ ଶାସନ ବ୍ୟବସ୍ଥା ଉପରେ ଉଚ୍ଚଜାତି, ବିଶେଷକରି ଜନ୍ମଗତ ଶ୍ରେଷ୍ଠତା ଦାବି କରୁଥିବା ବ୍ରାହ୍ମଣ ଏବଂ ନାୟାର (Nair) ସମ୍ପ୍ରଦାୟର ଗଭୀର ପ୍ରଭାବ ଓ କ୍ଷମତା ରହିଥିଲା। ରାଜ୍ୟ ଶାସନ କଳକୁ ପ୍ରଭାବିତ ଓ ପରିଚାଳିତ କରି ବ୍ରାହ୍ମଣବାଦୀଙ୍କ ଦ୍ୱାରା ଉଚ୍ଚ ଜାତିର ସ୍ୱାର୍ଥ ଏବଂ ସାମାଜିକ ଆଧିପତ୍ତ୍ୟ ରକ୍ଷା କରିବା ପାଇଁ ମୂଲକ୍କରମ୍’ (ସ୍ତନକର) ଭଳିଆ ଅମାନବୀୟ ଓ ନିନ୍ଦନୀୟ କର ବ୍ୟବସ୍ଥା ମହିଳା ମାନଙ୍କ ଉପରେ ଲଦାଯାଇଥିଲା।
( 3 ) ବ୍ରାହ୍ମଣବାଦୀଙ୍କ ଦ୍ୱାରା ସ୍ତନକର ଲାଗୁ କରାଇବାର ଅନ୍ତର୍ନିହିତ ଉଦ୍ଦେଶ୍ୟ :
( a ) ଜାତିଗତ ଅଧିକାର ଓ ସାମାଜିକ ସ୍ତରୀକରଣ (Caste Hierarchy):
ସେ ସମୟର କଠୋର ଜାତି ବ୍ୟବସ୍ଥାରେ ଶରୀରର କେଉଁ ଅଙ୍ଗ ଘୋଡାଯିବ ଏବଂ କେଉଁଟି ଖୋଲା ରହିବ, ତାହା ଜାତି ଦ୍ୱାରା ନିର୍ଦ୍ଧାରିତ ହେଉଥିଲା। ନିମ୍ନ ଜାତିର ଲୋକମାନେ (ଯଥା ନାଦାର ଏବଂ ଇଝଭା ସମାଜ) ଉଚ୍ଚ ଜାତିର ଲୋକଙ୍କ ସମ୍ମୁଖରେ ନିଜର ଉପର ଶରୀର କିମ୍ବା ଛାତି ଘୋଡାଇ ହେବାର ବାର୍ଣ ଥିଲା।
( b ) ଆଧ୍ୟାପତ୍ୟ ଏବଂ ଅପମାନର ମାଧ୍ୟମ (Subjugation and Humiliation):
ଉଚ୍ଚ ଜାତିର ଲୋକମାନେ ସାମାଜିକ ସ୍ତରରେ ନିମ୍ନ ଜାତିର ଲୋକମାନଙ୍କୁ ସର୍ବଦା ନିମ୍ନଗାମୀ, ଅନୁଗତ ଏବଂ ଅପମାନିତ ଅବସ୍ଥାରେ ରଖିବାକୁ ଚାହୁଁଥିଲେ। ଶରୀର ଘୋଡାଇ ହେବାର ଅଧିକାରକୁ ଏକ ‘ବିଶେଷାଧିକାର (Privilege) ଭାବରେ ବିବେଚନା କରାଯାଉଥିଲା, ଯାହା କେବଳ ଉଚ୍ଚ ଜାତିର ମହିଳାମାନଙ୍କ ପାଇଁ ସୀମିତ ଥିଲା।
( c ) ଦଳିତ ମହିଳା ମାନଙ୍କୁ ଆର୍ଥିକ ଓ ଶାରୀରିକ ଶୋଷଣ:
ଲୋକକଥା ଅନୁଯାୟୀ, ଯଦି ନିମ୍ନ ଜାତିର ମହିଳାମାନେ ସମ୍ମାନର ସହିତ ବଞ୍ଚିବା ପାଇଁ ନିଜର ଉପର ଶରୀରକୁ ଲୁଗାରେ ଘୋଡାଇ ହେବାକୁ ଚାହୁଁଥିଲେ, ତେବେ ତାଙ୍କୁ ରାଜକୋଷକୁ ସ୍ତନକର ବାବଦରେ ଅର୍ଥ ଦେବାକୁ ପଡ଼ୁଥିଲା। ଏହା ମାଧ୍ୟମରେ ସେମାନଙ୍କର ସାମାଜିକ ସ୍ଥିତିକୁ ଦୁର୍ବଳ କରିବା ସହିତ ସେମାନଙ୍କ ଠାରୁ ଆର୍ଥିକ ଓ ଶାରୀରିକ ଶୋଷଣ ମଧ୍ୟ କରାଯାଉଥିଲା।
( 4 ) କର ନିର୍ଦ୍ଧାରଣ କରିବାର ଅମାନବୀୟ ପ୍ରଣାଳୀ
ଯଦି କୌଣସି ମହିଳା ନିଜର ଉପର ଶରୀରକୁ ଲୁଗା ବା ବସ୍ତ୍ର ଦ୍ୱାରା ଢାଙ୍କିବାକୁ ଚାହୁଁଥିଲେ, ତେବେ ତାଙ୍କୁ ରାଜ୍ୟ ପ୍ରଶାସନକୁ ଏକ ମୂଲକ୍କରମ୍ କର ବା ଟିକସ ଦେବାକୁ ପଡ଼ୁଥିଲା। କର ପରିମାଣ ସ୍ତନର ଆକାର ଉପରେ ନିର୍ଭର କରି ଧାର୍ଯ୍ୟ କରାଯାଉଥିଲା।
ଏହା ନିର୍ଦ୍ଧାରଣ କରିବା ପାଇଁ ‘ପାର୍ବତୀୟାର୍’ (Parvatiyaar) ପଦବୀ ବ୍ରାହ୍ମଣ ଅଧିକାରୀ ମାନେ ମହିଳାଙ୍କ ଘରେ ପହଞ୍ଚି ତାଙ୍କ ସ୍ତନର ଆକାର ଓ ଆକୃତି ପରୀକ୍ଷା କଲାପରେ କରର ପରିମାଣ ନିର୍ଦ୍ଧାରିତ କରୁଥିଲେ, ଯାହାକୀ ବାଧ୍ୟତାମୂଳକ ଓ ଅତ୍ୟନ୍ତ ଅପମାନଜନକ ଥିଲା। ଏହି ନିୟମ ଅମାନ୍ୟ କଲେ ସେମାନଙ୍କୁ କଠିନ ଶାରୀରିକ ଦଣ୍ଡ ଦିଆଯାଉଥିଲା।
( 5 ) ନାଙ୍ଗେଲୀଙ୍କ ପ୍ରତିବାଦ , ଆତ୍ମତ୍ୟାଗ ଓ ଚନ୍ନାର ବିଦ୍ରୋହ
( a ) ସ୍ତନକର ଦେବାକୁ ପ୍ରତ୍ୟାଖ୍ୟାନ: ୧୯ ଶ ଶତାବ୍ଦୀର ପ୍ରାରମ୍ଭରେ (୧୮୦୩ ମସିହା ଆଖ ପାଖରେ) ଚେର୍ଥଲା ଅଞ୍ଚଳର ଜଣେ ନିମ୍ନ ଜାତିର (ଇଝଭା) ମହିଳା ନାଙ୍ଗେଲି ଏହି ଅନ୍ୟାୟ କର ଦେବାକୁ ମନା କରିଦେଇଥିଲେ। କୁହାଯାଏ ଯେ, ରାଜକୀୟ ସଂଗ୍ରହକାରୀ ମାନେ ଯେତେବେଳେ ତାଙ୍କ ଘରକୁ କର ଆଦାୟ କରିବାକୁ ଆସିଥିଲେ, ସେତେବେଳେ ସେ ଏହି ଅନ୍ୟାୟ ପ୍ରଥା ବିରୁଦ୍ଧରେ ଏକ ଅଭୂତପୂର୍ବ ପ୍ରତିବାଦ କରିଥିଲେ।
( b ) ନାଙ୍ଗେଲିଙ୍କ ଆତ୍ମତ୍ୟାଗ: ସେ ଘର ଭିତରକୁ ଯାଇ ଏକ ଧାରୁଆ କଟୁରୀରେ ନିଜର ଦୁଇଟି ସ୍ତନ କାଟି ଏକ କଦଳୀ ପତ୍ର ଉପରେ ରଖି ରାଜସ୍ୱ କର୍ମଚାରୀଙ୍କୁ ପ୍ରଦାନ କରିଥିଲେ। ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା। ଯେତେବେଳେ ତାଙ୍କ ସ୍ୱାମୀ ଏହି ଦୁଃଖଦ ଖବର ପାଇଲେ, ସେ ମଧ୍ୟ ନାଙ୍ଗେଲୀଙ୍କ ଚିତାଗ୍ନିରେ ଜୀବନ ବିସର୍ଜନ କରିଥିଲେ। ଯେଉଁ ସ୍ଥାନରେ ଏହି ଘଟଣା ଘଟିଥିଲା, ତାହାକୁ ‘ମୁଳଚିପାରମ୍ବୁ (Mulachiparambu) ବା ସ୍ତନ ମହିଳାଙ୍କ ଭୂମି କୁହାଯାଏ।
( c ) ଚନ୍ନାର ବିଦ୍ରୋହ (Channar Revolt): ନାଙ୍ଗେଲୀ ଏବଂ ତାଙ୍କ ସ୍ୱାମୀଙ୍କ ଏହି ବଳିଦାନ ସ୍ଥାନୀୟ ଅଞ୍ଚଳରେ ଏକ ବିରାଟ ବିଦ୍ରୋହ ସୃଷ୍ଟି କରିଥିଲା। ପରବର୍ତ୍ତୀ ସମୟରେ ୧୮୧୩ ରୁ 1859 ମସିହା ମଧ୍ୟରେ ଏହି ଅନ୍ୟାୟ ନିୟମ ବିରୁଦ୍ଧରେ ବ୍ୟାପକ ବିଦ୍ରୋହ ଓ ହିଂସା ଦେଖାଦେଇଥିଲା, ଯାହାକୁ ଚନ୍ନାର ବିଦ୍ରୋହ (Channar Revolt) କୁହାଯାଏ।
( d ) ଧର୍ମାନ୍ତରୀକରଣ: ବ୍ରାହ୍ମଣବାଦୀଙ୍କ ଏଭଳିଆ ଅମାନବୀୟ ଅତ୍ୟାଚାରରୁ ମୁକ୍ତି ପାଇବା ଏବଂ ସମାଜରେ ସମ୍ମାନଜନକ ଜୀବନ ବଞ୍ଚିବା ପାଇଁ ଅନେକ ନାଦାର ମହିଳା ବ୍ୟାପକ ଭାବରେ ଖ୍ରୀଷ୍ଟିୟାନ ଧର୍ମ ଗ୍ରହଣ କରିଥିଲେ।
( 6 ) ବ୍ରିଟିଶ ସରକାରଙ୍କ ହସ୍ତକ୍ଷେପ ଓ ମୂଲକ୍କରମ୍ ପ୍ରଥାlର ଅନ୍ତ :
ସେ ସମୟରେ ତ୍ରିବାଙ୍କୁର୍ ରାଜ୍ୟରେ ବ୍ରାହ୍ମଣବାଦ ଶାସନ ବ୍ୟବସ୍ଥା ରହିଥିଲା। ସମାଜରେ ଜାତିଗତ ଶ୍ରେଣୀବିଭାଗ ଅତ୍ୟନ୍ତ କଠୋର ଏବଂ ଅମାନବୀୟ ଥିଲା। ରାଜ୍ୟରେ ଉଚ୍ଚବର୍ଗ ବ୍ରାହ୍ମଣବାଦୀ ଏବଂ ଜମିଦାର ଶ୍ରେଣୀର ଲୋକମାନେ ସାମାଜିକ ଓ ଧାର୍ମିକ କ୍ଷେତ୍ରରେ ସର୍ବୋଚ୍ଚ କର୍ତ୍ତା ଥିଲେ। ରାଜ୍ୟର ଶାସନକଳ ସମସ୍ତ ଶକ୍ତି ଚନ୍ନାର ବିଦ୍ରୋହକୁ ଦମନ କରିବାକୁ ଲଗାଇ ଦେଇଥିଲେ।
ମାଡ୍ରାସ ପ୍ରେସିଡେନ୍ସିର ଗଭର୍ଣ୍ଣର ଚାର୍ଲସ୍ ଟ୍ରେଭଲିଆନ୍ ତ୍ରିବାଙ୍କୁର୍ ଘଟଣା ଉପରେ ହସ୍ତକ୍ଷେପ କରି ମହିଳାମାନଙ୍କୁ ଉପର ବସ୍ତ୍ର ପିନ୍ଧିବାର ଅଧିକାର ଓ ମୂଲକ୍କରମ୍ (Breast Tax) କୁ ଉଛେଦ କରିବା ପାଇଁ ରାଜ୍ୟ ପ୍ରଶାସନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶେଷରେ ବାଧ୍ୟହୋଇ ରାଜା ଶ୍ରୀ ମୂଳମ୍ ଥିରୁନାଲ୍ (Sri Moolam Thirunal) ଏକ ଘୋଷଣାନାମା ଜରିଆରେ ଏହି ପ୍ରଥାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦେଇ ନିମ୍ନ ଜାତିର ମହିଳା ମାନଙ୍କୁ ଉପର ବସ୍ତ୍ର ପିନ୍ଧିବାର ଅଧିକାର ଦେଇଥିଲେ।