ବଲାଙ୍ଗିର : 22 ଅକ୍ଟୋବର 2026 : ସାଧାରଣ ସମାଜ ଯେତେବେଳେ ବିଜୟାଦଶମୀ ବା ଦୁର୍ଗାପୂଜାକୁ ଆନନ୍ଦ, ଉତ୍ସବ ଓ ବିଜୟର ପର୍ବ ଭାବେ ପାଳନ କରେ, ସେତେବେଳେ ଭାରତର ବହୁଜନ, ଆଦିବାସୀ ଏବଂ ମୂଳନିବାସୀ ସଂପ୍ରଦାୟ ଏହି ଦିନକୁ ‘ମହିଷାସୁର ଶହୀଦ ଦିବସ’ ବା ‘ମହୀଷ ଦସରା’ ଭାବେ ପାଳନ କରିଥାଆନ୍ତି।
ଏହି ପାଳନ ମାଧ୍ୟମରେ ସେମାନେ କେବଳ ନିଜର ହଜିଯାଇଥିବା ଇତିହାସକୁ ପୁନଃପ୍ରତିଷ୍ଠା କରନ୍ତି ନାହିଁ, ବରଂ ପ୍ରଚଳିତ ବ୍ରାହ୍ମଣବାଦୀ ସାଂସ୍କୃତିକ ପ୍ରଭାବ ଏବଂ ଏକପାଖିଆ ପୌରାଣିକ ବର୍ଣ୍ଣନା ବିରୁଦ୍ଧରେ ଏକ ଦୃଢ଼ ପ୍ରତିବାଦ ମଧ୍ୟ ଜଣାଇଥାଆନ୍ତି।
ବିଜୟାଦଶମୀ ବା ଦୁର୍ଗାପୂଜାକୁ କାହିଁକି ଭାରତର ମୂଳନୀବାସୀ ମହିଷାସୁର ଶହୀଦ ଦିବସ’ ବା ‘ମହୀଷ ଦସରା’ ଭାବେ ପାଳନ କରିଥାଆନ୍ତି, ତାହାର ପ୍ରଚ୍ଛଦ ପଟରେ ରହିଥିବା ଲୋକକଥା ଓ କିମ୍ବଦନ୍ତୀକୁ ବିସ୍ତୃତ ଭାବରେ ନିମ୍ନରେ ଉପସ୍ଥାପିତ କାରାଯାଇଛି l
( 1 ) ବୈଦିକ ସଂସ୍କୃତି ଓ ବ୍ରାହ୍ମଣବାଦର ସ୍ଥାପନା :
ମଧ୍ୟ -ଏସିଆରୁ ଆର୍ଯ୍ୟନ ଜାତିର ବିଦେଶୀ ଆକ୍ରମଣ କାରୀମାନେ ଶିଳ୍କ ରୋଡ଼ରେ ରହିଥିବା ଖାଇବରପାସ ରାସ୍ତା ଦେଇ 2000-1800 BCE ରେ ସିନ୍ଧୁ ଉପତ୍ୟକରେ ପହଞ୍ଚିଥିଲେ l କିଛିମାସ ସେଠାରେ ଅବସ୍ଥାନ କଲାପରେ ଭାରତ ମହାଦେଶର ସର୍ବପୁରାତନ ଇନ୍ଦୁସ ଉପତ୍ୟକା ସଭ୍ୟତା ଉପରେ ଆକ୍ରମଣ କରି ନିଜ ଦଖଲକୁ ନେଇଯାଇଥିଲେ l
ଭାରତ ମହାଦେଶର ପୁରାତନ ସଭ୍ୟତା ଓ ସଂସ୍କୃତିକୁ ବିଧ୍ୟାଂଶ କରିଦେଇ ସାଙ୍ଗରେ ନେଇ ଆସିଥିବା ରିକ ବେଦ ଆଧାରରେ ବୈଦିକ ସଂସ୍କୃତି ଓ ଜାତିପ୍ରଥାକୁ ଦେଶରେ ସର୍ବପ୍ରଥମେ ୧୫ ୦୦-୧୦୦୦ BCE ରେ ପ୍ରଚଳିତ କରି ଆର୍ଯ୍ୟନ ଜାତିର ଲୋକେ ବ୍ରାହ୍ମଣ ପାଲଟି ଯାଇଥିଲେ l
ସେମାନେ ସପ୍ତସିନ୍ଧୁ, ସରସ୍ବତୀ, ଝେଲୁମ, ଚେନlବ, ରବି, ବେଆସ, ସତଲେଜ ନଦୀ ଉପତ୍ୟକରେ ଓ ତାପରବତ୍ତି ସମୟରେ ଲୋକ ସଂଖ୍ୟା ବୃଦ୍ଧି ହେଲାପରେ ୧୦୦୦ – ୫୦୦ BCE ରେ ଗଙ୍ଗା ଓ ଯମୁନା ନଦୀ ଉପତ୍ୟକl ଇତ୍ୟାଦି ଉତ୍ତର ଭାରତର ବିରାଟ ଭୂଖଣ୍ଡ ଉପରେ ଆକ୍ରମଣ କରି ଭାରତୀୟ ମୂଳନୀବାସୀଙ୍କ ଉର୍ବର ଜମି ଓ, ଘରଦ୍ୱାର ଇତ୍ୟାଦି ନିଜ ଦଖଲକୁ ନେଇ ବସବାସ କରିଥିଲେ l
( 2 ) ଆର୍ଯ୍ୟ ଆକ୍ରମଣ ଏବଂ କପଟ ନୀତିର ଐତିହାସିକ କାହାଣୀ :
ଆର୍ଯ୍ୟନ ଆକ୍ରମଣକାରୀ ମାନେ ଉତ୍ତର ଭାରତର ମୂଳନିବାସୀ ମାନଙ୍କର ସମ୍ପଦପୂର୍ଣ୍ଣ ଏବଂ ସମୃଦ୍ଧ ଜମିକୁ ଅକ୍ତିଆର କରିସାରିଲା ପରେ ଦକ୍ଷିଣ ଭାରତ ଉପରେ ଆକ୍ରମଣ କରିଥିଲେ l କର୍ଣ୍ଣାଟକ ରାଜ୍ୟର ଅତ୍ୟାଧୁନିକ ମହୀଶୂର ମହାନଗରର ଲୋକକଥl ଓ କିମ୍ବଦନ୍ତୀ ଅନୁଯାୟୀ ତତ୍କାଳୀନ ଆଦିବାସୀ ମହାରାଜା / ସର୍ଦ୍ଧlର ମହିଷାସୁର ପ୍ରବଳ ପରାକ୍ରମ ଦେଖାଇ ଆର୍ଯ୍ୟନଙ୍କ ବିଜୟ ଯାତ୍ରାର ଗତିରୋଧ କରିଥିଲେ l
( a ) ମହିଷାସୁରଙ୍କ ଅପରାଜେୟ ଶକ୍ତି: ଆଦିବାସୀ ରାଜା ମହିଷାସୁରଙ୍କ ଅପରାଜେୟ ଶକ୍ତି, ଦୃଢ଼ ସାମରିକ ପ୍ରତିରୋଧ ଏବଂ ସାହସିକତା ଯୋଗୁଁ ଆର୍ଯ୍ୟନ ଆକ୍ରମଣକାରୀ ମାନେ ସିଧାସଳଖ ଯୁଦ୍ଧରେ ବାରମ୍ବାର ମୁହଁମାଡ଼ି ପଡ଼ୁଥିଲେ ଏବଂ ପରାସ୍ତ ହେଉଥିଲେ। ସାମରିକ ଶକ୍ତିରେ ରାଜା ମହିଷାସୁରଙ୍କୁ ପରାସ୍ତ କରିବାରେ ସମ୍ପୂର୍ଣ୍ଣ ବିଫଳ ହେବା ପରେ, ସେମାନେ ଏକ କପଟପୂର୍ଣ୍ଣ ସାଂସ୍କୃତିକ ରଣନୀତିର ଆଶ୍ରୟ ନେବାକୁ ଚିନ୍ତା କରିଥିଲେ।
( b ) ସମ୍ମାନର ନିୟମ: ସେତେବେଳେ ସ୍ଥାନୀୟ ଆଦିବାସୀ ପରମ୍ପରା ଏବଂ ମୂଳନିବାସୀଙ୍କ ମହାନ ସଂସ୍କୃତି ଅନୁଯାୟୀ କୌଣସି ପରିସ୍ଥିତିରେ ମଧ୍ୟ ନାରୀମାନଙ୍କ ବିରୁଦ୍ଧରେ ଅସ୍ତ୍ର ଧାରଣ କରିବା, ଯୁଦ୍ଧ କରିବା କିମ୍ବା ସେମାନଙ୍କୁ କ୍ଷତି ପହଞ୍ଚାଇବା ଉପରେ କଡ଼ା କଟକଣା ଓ ନୈତିକ ବନ୍ଧନ ଥିଲା। ସେମାନେ ନାରୀକୁ ସମ୍ମାନ ଦେବାର ଏହି ପବିତ୍ର ନୀତିକୁ ନିଜର ସର୍ବୋଚ୍ଚ ସମ୍ମାନ ମାନୁଥିଲେ।
( c ) ରଣନୀତି ଓ ବିଶ୍ୱାସଘାତକତା: ଶତ୍ରୁପକ୍ଷ ଏହି ପରମ୍ପରା ଏବଂ ସମ୍ମାନର କଟକଣାକୁ ଜାଣିଶୁଣି ଏକ ଅସ୍ତ୍ର ଭାବେ ବ୍ୟବହାର କରିଥିଲେ। ଏକ ସୁଚିନ୍ତିତ ରଣନୀତି ଅଧୀନରେ ଜଣେ ସୁନ୍ଦର ନାରୀଙ୍କୁ ମହିଷାସୁରଙ୍କ ରାଜ୍ୟ ଏବଂ ରାଜପ୍ରାସାଦ ଭିତରକୁ ଗୁପ୍ତ ଭାବେ ପ୍ରବେଶ କରାଇ, ମୂଳନିବାସୀଙ୍କ ପ୍ରତିରୋଧ ବ୍ୟବସ୍ଥାକୁ ଭିତରୁ ଭୁଶୁଡ଼ାଇ ଦିଆଗଲା।
( d ) ହତ୍ୟାକାଣ୍ଡ: ସାମରିକ ଯୁଦ୍ଧରେ ବିଜୟ ଲାଭ କରିବାରେ ଅସମର୍ଥ ହେଲାପରେ ତାଙ୍କର ଷଡଯନ୍ତ୍ର ଅନୁଯାୟୀ, ଉକ୍ତ ମହିଳା ମହିଷାସୁରଙ୍କ ବିଶ୍ୱାସ ଜିତିଥିଲେ ଏବଂ ପରିସ୍ଥିତିର ଚାପରେ ଜଣେ ବିଶ୍ୱସ୍ତ ଅନୁଗତ ଭାବରେ ସେଠାରେ ରହିଥିଲେ ।
ସୁଯୋଗ ଅପେକ୍ଷାରେ ଆଠଦିନ ଅବସ୍ଥାନ କଲାପରେ ଶେଷରେ, ନବମ ରାତ୍ରୀର ଅନ୍ଧକାରରେ ଯେତେବେଳେ ମହିଷାସୁର ସମ୍ପୂର୍ଣ୍ଣ ନିରସ୍ତ୍ର ହୋଇ ଗଭୀର ନିଦ୍ରାରେ ଶୋଇଥିଲେ, ସେତେବେଳେ ମହିଳାଙ୍କ ଛଳନା ଓ ବିଶ୍ୱାସଘାତକତା ଦ୍ୱାରା ତାଙ୍କୁ ନିର୍ଦ୍ଦୟ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣାକୁ ଆଦିବାସୀ ସଂପ୍ରଦାୟ ଏକ ଐତିହାସିକ ଛଳନା ଏବଂ ଜଣେ ମହାନ୍ ନାୟକଙ୍କ ଅନ୍ୟାୟପୂର୍ଣ୍ଣ ଅନ୍ତ ଭାବେ ଦେଖିଥାଆନ୍ତି।
( e ) ମୂଳନିବାସୀଙ୍କ ଉପରେ ଅତ୍ୟାଚାର: ରାଜାଙ୍କ ମୃତ୍ୟୁ ପରେ ମୂଳନିବାସୀଙ୍କ ପ୍ରତିରୋଧ ଭାଙ୍ଗି ପଡ଼ିଥିଲା। ଆକ୍ରମଣକାରୀମାନେ ନିରୀହ ଜନସାଧାରଣଙ୍କ ଉପରେ ଅତ୍ୟାଚାର ଚଳାଇଥିଲେ, ଯାହାଫଳରେ ଅନେକ ଆଦିବାସୀ ମଧ୍ୟଭାରତ ଏବଂ ପୂର୍ବ ଭାରତର ଗଭୀର ଜଙ୍ଗଲକୁ ପଳାଇବାକୁ ବାଧ୍ୟ ହୋଇଥିଲେ। ସାନ୍ତାଳ ଜନଜାତି ଦ୍ୱାରା ପାଳିତ ହେଉଥିବା ‘ଦାସାଇ ନୃତ୍ୟକୁ’ ଏହି ପରମ୍ପରାରେ ଶୋକର ଏକ ପ୍ରତୀକ ଭାବେ ଦେଖାଯାଏ, ଯେଉଁଥିରେ ସେମାନେ ନିଜର ହଜିଯାଇଥିବା ମହାନ ରାଜା ଏବଂ ପୂର୍ବପୁରୁଷଙ୍କୁ ଖୋଜୁଥିବାର ଭାବ ପ୍ରକାଶ କରନ୍ତି।
( 3 ) ଦର୍ଗାପୂଜା ତଥା ଦସରାର ପୌରାଣିକ କାହାଣୀ (Mythological Story ) :
( a ) ବିଜୟ ଦଶମୀର କାହାଣୀ: ହିନ୍ଦୁ ପୁରାଣ ଏବଂ ଧାର୍ମିକ ବିଶ୍ୱାସ ଅନୁଯାୟୀ, ଦର୍ଗାପୂଜା ଏବଂ ବିଜୟ ଦଶମୀର ମୁଖ୍ୟ କାହାଣୀ ମାଆ ଦୁର୍ଗା (ଚାମୁଣ୍ଡେଶ୍ୱରୀ) ଏବଂ ଅସୁରରାଜ ମହିଷାସୁର ମଧ୍ୟରେ ହୋଇଥିବା ଭୀଷଣ ଯୁଦ୍ଧ ସହିତ ଜଡିତ l ସେସମୟରେ ବ୍ରାହ୍ମଣ ବାଦୀଙ୍କ ଦ୍ୱାରା ମହିଷାସୁରଙ୍କୁ ଜଣେ ରାକ୍ଷସ ରୂପରେ ଚିତ୍ରଣ କରାଯାଇ ଅଣ-ଆର୍ଯ୍ୟ ମାନଙ୍କ ଉପରେ ଆର୍ଯ୍ୟ ମାନଙ୍କର ବିଜୟ ଉତ୍ସବ ପାଳନ କରିବା ପାଇଁ ଏହି ପୌରାଣିକ କାହାଣୀର ରଚନା କରାଯାଇଥିଲା l
( b ) ମହିଷାସୁରର ଅତ୍ୟାଚାର: ପ୍ରାଚୀନ କାଳରେ ମହିଷାସୁର ନାମକ ଜଣେ ଶକ୍ତିଶାଳୀ ଅସୁର କଠିନ ତପସ୍ୟା କରି ବ୍ରହ୍ମାଙ୍କଠାରୁ ବର ପ୍ରାପ୍ତ କରିଥିଲା ଯେ କୌଣସି ପୁରୁଷ ବା ଦେବତା ତାଙ୍କୁ ପରାସ୍ତ କରିପାରିବେ ନାହିଁ। ଏହି ବର ପାଇବା ପରେ ସେ ଅହଙ୍କାରୀ ହୋଇପଡ଼ିଲା ଏବଂ ସ୍ୱର୍ଗ ଓ ମର୍ତ୍ତ୍ୟରେ ଆତଙ୍କ ସୃଷ୍ଟି କରି ଦେବତା ମାନଙ୍କୁ ସ୍ୱର୍ଗରୁ ବିତାଡ଼ିତ କଲା।
( c ) ଦେବୀଙ୍କ ଆବିର୍ଭାବ: ସମସ୍ତ ଦେବତା ମାନେ ଅସହାୟ ହୋଇ ଭଗବାନ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱର (ଶିବ)ଙ୍କର ଶରଣାପନ୍ନ ହେଲେ। ସେତେବେଳେ ସମସ୍ତ ଦେବତା ମାନଙ୍କର କ୍ରୋଧ ଏବଂ ତେଜରୁ ଏକ ଦିବ୍ୟ ଏବଂ ମହାନ୍ ଶକ୍ତିର ପ୍ରକାଶ ହେଲା, ଯିଏ ମାଆ ଦୁର୍ଗା ବା ଆଦିଶକ୍ତି ଭାବରେ ପରିଚିତ ହେଲେ। ସମସ୍ତ ଦେବତା ମାନେ ତାଙ୍କୁ ନିଜ ନିଜର ଶ୍ରେଷ୍ଠ ଅସ୍ତ୍ରଶସ୍ତ୍ର ପ୍ରଦାନ କଲେ।
( d ) ଯୁଦ୍ଧ ଏବଂ ବଧ: ଦେବୀ ଦୁର୍ଗା ଏବଂ ମହିଷାସୁର ମଧ୍ୟରେ କ୍ରମାଗତ ଭାବରେ ନଅ ଦିନ ଧରି ଏକ କଠିନ ଏବଂ ଭୟଙ୍କର ଯୁଦ୍ଧ ଚାଲିଥିଲା। ମହିଷାସୁର ବିଭିନ୍ନ ରୂପ ଧାରଣ କରି (ଯଥା ମଇଁଷି, ବାଘ, ଏବଂ ମନୁଷ୍ୟ) ଦେବୀଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରିଥିଲା। ଶେଷରେ, ଦଶମ ଦିନରେ ମାଆ ଦୁର୍ଗା ତାଙ୍କୁ ସଂପୂର୍ଣ୍ଣ ପରାସ୍ତ କରି ବଧ କଲେ।
( e ) ବ୍ରାହ୍ମଣ ବାଦୀ ଓ ମୂଳନୀବାସୀଙ୍କ ମତ: ଏହି କାରଣରୁ ଏହି ଦିନଟିକୁ ‘ବିଜୟଦଶମୀ’ କୁହାଯାଏ, ଯାହା ଅଧର୍ମ, ଅହଙ୍କାର ଏବଂ ମନ୍ଦତା ଉପରେ ଧର୍ମ, ଶକ୍ତି ଓ ସତ୍ୟର ଚରମ ବିଜୟକୁ ସୂଚାଏ ବୋଲି ବ୍ରାହ୍ମଣ ବାଦୀଙ୍କ ମତ ରହିଛି । ଅନ୍ୟପକ୍ଷରେ, ଦଳିତ, ଆଦିବାସୀ, ଏବଂ ବହୁଜନ ସଂପ୍ରଦାୟ (ଯେପରିକି ଝାରଖଣ୍ଡର ‘ଅସୁର’ ଜନଜାତି ଏବଂ ସାନ୍ତାଳ ସମାଜ) ଏହି ପୌରାଣିକ କାହାଣୀକୁ ଏକ ଆର୍ଯ୍ୟ-ଅନାର୍ଯ୍ୟ କିମ୍ବା ସ୍ୱଦେଶୀ-ବିଦେଶୀ ସଂଘର୍ଷର ରୂପାନ୍ତର ଭାବେ ଦେଖନ୍ତି।
( 4 ) ବିଜୟା ଦଶମୀ କାହାଣୀ ବର୍ଣ୍ଣିତ ଧାର୍ମିକ ଗ୍ରନ୍ଥ :
ମାର୍କଣ୍ଡେୟ ପୁରାଣ’ : ଏହି ପୌରାଣିକ ଆଖ୍ୟାନଟି ମୁଖ୍ୟତଃ: ‘ମାର୍କଣ୍ଡେୟ ପୁରାଣ’ (Markandeya Purana) ଅନ୍ତର୍ଗତ ‘ଦେବୀ ମାହାତ୍ମ୍ୟମ୍’ (Devi Mahatmyam) ଗ୍ରନ୍ଥରେ ବିସ୍ତୃତ ଭାବରେ ବର୍ଣ୍ଣିତ ହୋଇଛି।
ଅନ୍ୟାନ୍ୟ ନାମ: ଏହି ପବିତ୍ର ଗ୍ରନ୍ଥକୁ ‘ଦୁର୍ଗା ସପ୍ତଶତୀ’ (Durga Saptashati) କିମ୍ବା ‘ଚଣ୍ଡୀ ପାଠ’ ମଧ୍ୟ କୁହାଯାଏ, ଯେଉଁଥିରେ ମାଆ ଦୁର୍ଗଙ୍କର ମହିମା ଏବଂ ତାଙ୍କର ବିଭିନ୍ନ ଅସୁର (ଯଥା ମହିଷାସୁର, ଏବଂ ଶୁମ୍ଭ-ନିଶୁମ୍ଭ) ବଧର ସୁନ୍ଦର କାହାଣୀ ବର୍ଣ୍ଣିତ ୭୦୦ ଟି ଶ୍ଳୋକ ରହିଛି, ଯାହାକୁ ବିଶେଷ କରି ନବରାତ୍ରୀ ଏବଂ ଦୂର୍ଗାପୂଜା ସମୟରେ ପାଠ କରାଯାଇଥାଏ।

( 5 ) ମହୀଶୂର ନାମକରଣ ଏବଂ ରାଜା ମହୀଷ: ଏକ ମୂଳନିବାସୀ ଓ ସ୍ୱଦେଶୀ ଦୃଷ୍ଟିକୋଣ :
ଭାରତୀୟ ସାଂସ୍କୃତିକ ଇତିହାସରେ ମୁଖ୍ୟଧାରାର ପୌରାଣିକ କାହାଣୀଗୁଡ଼ିକ ସବୁବେଳେ ବିଜେତା କିମ୍ବା ଆକ୍ରମଣକାରୀଙ୍କ ଦୃଷ୍ଟିକୋଣକୁ ପ୍ରାଥମିକତା ଦେଇଆସିଛି। କିନ୍ତୁ ଯେତେବେଳେ ଆମେ ଏହାକୁ ମୂଳନିବାସୀ, ଆଦିବାସୀ ଏବଂ ବହୁଜନ (Dalit, Adivasi, and Bahujan) ଦୃଷ୍ଟିକୋଣରୁ ବିଚାର କରୁ, ସେତେବେଳେ ଅନେକ ଐତିହାସିକ ସତ୍ୟ ସାମ୍ନାକୁ ଆସେ।
କର୍ଣ୍ଣାଟକର ବିଶ୍ୱପ୍ରସିଦ୍ଧ ସହର ମହୀଶୂର (Mysuru) ର ନାମକରଣ ଏବଂ ଏହାର ପୃଷ୍ଠଭୂମିକୁ ନେଇ ରହିଥିବା ମୂଳନିବାସୀ ମତବାଦ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
( a ) ରାଜା ମହୀଷ ଜଣେ ନ୍ୟାୟପରାୟଣ ସ୍ୱଦେଶୀ ଶାସକ: ବହୁଜନ ଏବଂ ଆଦିବାସୀ ଆଲୋଚନାରେ, କର୍ଣ୍ଣାଟକର ଏହି ଐତିହାସିକ ଭୂମିର ନାମକରଣ କୌଣସି “ରାକ୍ଷସ” ର ନାମରୁ ହୋଇନାହିଁ, ବରଂ ଏହା ଜଣେ ଆଦରଣୀୟ ସ୍ୱଦେଶୀ ରାଜା ଏବଂ ପୂର୍ବପୁରୁଷ ନାୟକ ମହୀଷ (Mahisha) କିମ୍ବା ରାଜା ମହୀଷାସୁରଙ୍କ ନାମରୁ ଉତ୍ପନ୍ନ ହୋଇଛି।
( b ) ଶବ୍ଦଗତ ଅର୍ଥ: ମୂଳନିବାସୀ ଚିନ୍ତାଧାରାରେ “ମହୀଷ” ଶବ୍ଦର ଅର୍ଥ କୌଣସି ପଶୁ କିମ୍ବା ରାକ୍ଷସ ନୁହେଁ, ବରଂ ଏହାର ଅର୍ଥ “ଅତ୍ୟନ୍ତ ଶକ୍ତିଶାଳୀ” କିମ୍ବା ଜଣେ ମହାନ ସ୍ୱଦେଶୀ ନେତା ଅଟେ। ଏହିପରି ଭାବରେ, “ମହୀଶୂର” ଶବ୍ଦର ସ୍ପଷ୍ଟ ଅର୍ଥ ହେଉଛି “ରାଜା ମହୀଷଙ୍କ ଭୂମି”।
( c ) କୃଷିଭିତ୍ତିକ ପରିଚୟ: ମୁଖ୍ୟଧାରାର ବର୍ଣ୍ଣନାରେ ମଇଁଷି ସହିତ ସମ୍ପୃକ୍ତିକୁ ଅନେକ ସମୟରେ ପଶୁତ୍ୱ କିମ୍ବା ନକାତ୍ମକ ଭାବେ ପ୍ରଦର୍ଶନ କରାଯାଏ। କିନ୍ତୁ ମୂଳନିବାସୀ ଦୃଷ୍ଟିକୋଣରୁ, ମଇଁଷି ଏକ କୃଷିଭିତ୍ତିକ ସମାଜ ଏବଂ ସମୃଦ୍ଧ ଗ୍ରାମୀଣ ଜୀବନ ଶୈଳୀର ପ୍ରତୀକ ଅଟେ। ପ୍ରାଚୀନ ସଙ୍ଗମ ସାହିତ୍ୟରେ ଏହି ଅଞ୍ଚଳକୁ “ଏରୁମାଇୟୁର” ବା “ଏରୁମାଇ ନାଡୁ” କୁହାଯାଇଛି, ଯାହାର ଶବ୍ଦ୍ଧିକ ଅର୍ଥ “ମଇଁଷିମାନଙ୍କ ଭୂମି” ଅର୍ଥାତ୍ ଏକ କୃଷିପ୍ରଧାନ ସମୃଦ୍ଧ ସ୍ୱଦେଶୀ କ୍ଷେତ୍ର ଅଟେ।
( d ) ‘ଅସୁର’ ପରିଚୟର ପୁନଃବ୍ୟାଖ୍ୟା: ପୌରାଣିକ ଗ୍ରନ୍ଥଗୁଡ଼ିକରେ ଯେଉଁମାନଙ୍କୁ “ଅସୁର” ବା “ରାକ୍ଷସ” ବୋଲି ବର୍ଣ୍ଣନା କରାଯାଇଛି, ମୂଳନିବାସୀ ଚିନ୍ତାଧାରାରେ ସେମାନଙ୍କର ଅର୍ଥ ସମ୍ପୂର୍ଣ୍ଣ ଭିନ୍ନ। “ଅସୁର” ଶବ୍ଦର ପ୍ରକୃତ ଅର୍ଥ କୌଣସି ଦୁଷ୍ଟ ଶକ୍ତି ନୁହେଁ, ବରଂ ଏହା “ଅନାଯ୍ୟ” (ଅଣ-ଆର୍ଯ୍ୟ) ଅର୍ଥାତ୍ ଏହି ମାଟିର ପ୍ରକୃତ ତଥା ସ୍ୱଦେଶୀ ବାସିନ୍ଦାମାନଙ୍କୁ ବୁଝାଏ।
ଯେଉଁ ସ୍ୱଦେଶୀ ନାୟକମାନେ ବାହ୍ୟ ବୈଦିକ କିମ୍ବା ଆର୍ଯ୍ୟ ସମ୍ପ୍ରସାରଣ ଏବଂ ସାଂସ୍କୃତିକ କବଳକୁ ଦୃଢ଼ ବିରୋଧ କରିଥିଲେ, ସେମାନଙ୍କୁ ଇତିହାସରେ ପ୍ରତିହିଂସାର ଶିକାର କରାଯାଇ ରାକ୍ଷସ ଭାବେ ଚିତ୍ରଣ କରାଗଲା। ରାଜା ମହୀଷାସୁର ଥିଲେ ସେହି ମୂଳନିବାସୀ ପ୍ରତିରୋଧର ଏକ ପ୍ରମୁଖ ପ୍ରତୀକ।
( 6 ) ମହୀଷ ଦସରା ଏବଂ ମହୀଷ ଶହୀଦ ଦିବସର ପାଳନ :
ମୂଳନିବାସୀମାନେ ମୈସୂର ସହରର ଏହି ଐତିହାସିକ ପୃଷ୍ଠଭୂମିକୁ ବଜାୟ ରଖିବା ପାଇଁ ପ୍ରତିବର୍ଷ ବହୁ ଆଡ଼ମ୍ବର ଏବଂ ବିଚାରଗୋଷ୍ଠୀ ସହିତ ‘ମହୀଷ ଦସରା’ (Mahisha Dasara) କିମ୍ବା ‘ମହୀଷ ଶହୀଦ ଦିବସ’ ପାଳନ କରିଥାଆନ୍ତି:
( a ) ଚାମୁଣ୍ଡି ହିଲ୍ସ (Chamundi Hills): କର୍ଣ୍ଣାଟକର ମୈସୂର ସହରସ୍ଥିତ ବିଶ୍ୱପ୍ରସିଦ୍ଧ ଚାମୁଣ୍ଡି ପାହାଡ଼ ନିକଟରେ ଥିବା ମହିଷାସୁରଙ୍କ ପ୍ରତିମା ସମ୍ମୁଖରେ ପୁଷ୍ପାଞ୍ଜଳି ଅର୍ପଣ କରାଯାଇ ସ୍ୱଦେଶୀ ରାଜାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଏ।
( b ) ଶିକ୍ଷାନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଆଲୋଚନା: ମୈସୂର ବିଶ୍ୱବିଦ୍ୟାଳୟ (University of Mysore) ଏବଂ ଏହାର ଅଧୀନସ୍ଥ ବିଭିନ୍ନ କଲେଜ ପରିସରରେ ଗବେଷକ, ପ୍ରଫେସର ଓ ଛାତ୍ରଛାତ୍ରୀମାନେ ଏକାଠି ହୋଇ ମହୀଷାସୁରଙ୍କ ଇତିହାସ ଏବଂ ମୂଳନିବାସୀ ଦୃଷ୍ଟିକୋଣକୁ ନେଇ ସେମିନାର୍ ଓ ବୌଦ୍ଧିକ ଆଲୋଚନା ଚକ୍ର ଅନୁଷ୍ଠିତ କରିଥାଆନ୍ତି।
( c ) ଜାତୀୟ ସ୍ତରରେ ଚର୍ଚ୍ଚା: କେବଳ କର୍ଣ୍ଣାଟକ ନୁହେଁ, ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (JNU) ପରି ପ୍ରମୁଖ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ମଧ୍ୟ ବହୁଜନ ଏବଂ ପ୍ରଗତିଶୀଳ ଛାତ୍ର ସଂଗଠନ ଗୁଡ଼ିକ ଏହି ଦିବସକୁ ଏକ ଐତିହାସିକ ସାଂସ୍କୃତିକ ପ୍ରତିବାଦ ଏବଂ ବୌଦ୍ଧିକ ବିତର୍କ ଭାବେ ପାଳନ କରିଆସୁଛନ୍ତି।
( d ) ଆଦିବାସୀ ସଂପ୍ରଦାୟର ସଂଯୋଗ (ଝାରଖଣ୍ଡ ଓ ଓଡ଼ିଶା ପ୍ରାନ୍ତ): ଭାରତର ଅନ୍ୟାନ୍ୟ ଆଦିବାସୀ ଅଞ୍ଚଳ ଯେପରିକି ଝାରଖଣ୍ଡର ସାନ୍ତାଳ, ମୁଣ୍ଡା ଏବଂ ବିଶେଷ କରି ‘ଅସୁର’ ଜନଜାତିର ଲୋକମାନେ ନିଜକୁ ଏହି ମାଟିର ପ୍ରକୃତ ସନ୍ତାନ ବୋଲି ମନେ କରନ୍ତି। ସେମାନେ ମହିଷାସୁରଙ୍କୁ କୌଣସି ଅସୁର ବା ଦୁଷ୍ଟ ଶକ୍ତି ଭାବେ ନ ଦେଖି ନିଜର ଜଣେ ବୀର ପୂର୍ବପୁରୁଷ ଭାବେ ସମ୍ମାନ କରନ୍ତି। ଦୁର୍ଗାପୂଜା ସମୟରେ ସେମାନେ ନିଜର ହଜିଯାଇଥିବା ରାଜା ଓ ମହାନ ପୂର୍ବପୁରୁଷଙ୍କ ସ୍ମୃତିରେ ଶୋକ ଓ ସମ୍ମାନ ପ୍ରକାଶ କରିଥାଆନ୍ତି (ଯଥା ସାନ୍ତାଳମାନଙ୍କ ଦାସାଇ ନୃତ୍ୟ)।
( e ) ମହୀଶୂରର ନାମକରଣ ପଛର ଦୃଷ୍ଟିକୋଣ: ମହୀଶୂରର ନାମକରଣ ପଛରେ ଥିବା ଏହି ମୂଳନିବାସୀ ଦୃଷ୍ଟିକୋଣ କେବଳ ଏକ ଭୌଗୋଳିକ ପରିଚୟ ନୁହେଁ, ବରଂ ଏହା ଭାରତର ଦଳିତ, ଆଦିବାସୀ ଏବଂ ବହୁଜନ ସମାଜର ସାଂସ୍କୃତିକ ସ୍ୱାଭିମାନ ଓ ଇତିହାସର ପୁନଃପ୍ରତିଷ୍ଠାର ଏକ ଅହିଂସକ ଆନ୍ଦୋଳନ ଅଟେ। ଏହା ଆମକୁ ଶିକ୍ଷା ଦିଏ ଯେ ଇତିହାସକୁ ସବୁବେଳେ କେବଳ ବିଜେତାଙ୍କ ଚକ୍ଷୁରେ ନ ଦେଖି, ମାଟିର ପ୍ରକୃତ ସ୍ୱଦେଶୀ ନାୟକ ମାନଙ୍କ ଦୃଷ୍ଟିକୋଣରୁ ମଧ୍ୟ ବିଚାର କରିବା ଉଚିତ୍।
( 7 ) ଦୁର୍ଗାପୂଜା ଓ ବିଜୟା ଦଶମୀ ପର୍ବ ହେଉଛି ମୂଳନିବାସୀ ମାନଙ୍କ ଉପରେ ଆର୍ଯ୍ୟନ ମାନଙ୍କ ବିଜୟର ଉତ୍ସବ।
ବ୍ରହ୍ମଣବାଦୀ ସଂସ୍କୃତି ଦେଶରେ ପ୍ରଚଳିତ କରାଯାଇ ଭାରତର ପୁରାତନ ଓ ପ୍ରକୃତ ସଂସ୍କୃତିକୁ ବିକୃତ କରିଦିଆଯାଉଛି l ପ୍ରକୃତ ଘଟଣାବଳିକୁ ଭିନ୍ନରୂପ ଦେବାପାଇଁ ଧର୍ମଗ୍ରନ୍ଥ ଓ ଭଗବାନଙ୍କ ନାମରେ କାଳ୍ପନିକ କାହାଣୀ ତିଆରି କରାଯାଇ ଏହାକୁ ସତ୍ୟ ଘଟଣା ବୋଲି ଉପସ୍ଥାପିତ କରାଯାଉଛି l ଦୁର୍ଗାପୂଜା ଓ ବିଜୟା ଦଶମୀ ଉତ୍ସବ ହେଉଛି ଏହାର ଜ୍ୱଳନ୍ତ ଉଦାହରଣ l
ବିଜୟାଦଶମୀ ବା ଦୁର୍ଗାପୂଜାକୁ କେବଳ ଏକ ମାତ୍ର ଦୃଷ୍ଟିକୋଣରୁ ଦେଖିବା ବର୍ତ୍ତମାନର ସଚେତନ ସମାଜରେ ଆଉ ସମ୍ଭବପର ନାହିଁ। ମୁଖ୍ୟଧାରାର ପୌରାଣିକ ଆଖ୍ୟାନ ଯେଉଁଠାରେ ଅଧର୍ମ ଉପରେ ଧର୍ମର ବିଜୟର ବାର୍ତ୍ତା ଦିଏଯାଉଛି , ସେଠାରେ ପ୍ରକୃତରେ ଆର୍ଯ୍ୟନଙ୍କ ଦ୍ୱାରା ମୂଳନିବାସୀ, ଆଦିବାସୀ ଏବଂ ବହୁଜନ ସଂପ୍ରଦାୟର ଉପରେ ଅତ୍ୟାଚାର ଓ ଶୋଷଣ କରାଯାଉଛି ଓ ତାଙ୍କର ରାଜା ‘ମହିଷାସୁରକୁ କପଟ ଓ ଛଳନାରେ ହତ୍ୟା କରାଯାଇ ଧର୍ମ ଉପରେ ଅଧର୍ମର ବିଜୟ କରାଯାଉଛି l
ଉପରୋକ୍ତ ସମସ୍ତ ବିଷୟବସ୍ତୁକୁ ଗଭୀରତାର ସହିତ ଅନୁଧ୍ୟାନ କଲେ ଆପଣମାନେ ଭଲ ଭାବରେ ଜାଣି ପାରିବେ ମୂଳନୀବାସୀ ( ଧର୍ମ ) ଉପରେ ଆର୍ଯ୍ୟନଙ୍କ ( ଅଧର୍ମ ) ବିଜୟ ଯାତ୍ରାକୁ ପ୍ରତିପାଦିତ କରିବା ପାଇଁ ପ୍ରତ୍ୟେକ ବର୍ଷ ଦୁର୍ଗାପୂଜା ଓ ବିଜୟାଦଶମୀ ଉତ୍ସବ ପାଳନ କରାଯାଉଛି l