ବଲାଙ୍ଗିର : 25 ଅକ୍ଟୋବର 2025 : ମଣ୍ଡଳ କମିଶନ ଲାଗୁ ହେଲାପରେ ଓବିଶି ଭୋଟବ୍ୟାଙ୍କକୁ ପୁଣିଥରେ ହାତେଇବା ପାଇଁ ବ୍ରହ୍ମଣବlଦି ସଂଗଠନ ଗୁଡ଼ିକ ଦ୍ୱାରା ରାମ ଜନ୍ମଭୂମି ଆନ୍ଦୋଳନ କରାଯାଇଥିଲା l
ରାମ ଜନ୍ମଭୂମି ଆନ୍ଦୋଳନ ମାଧ୍ଯମରେ ତଥାକଥିତ ବ୍ରହ୍ମଣବlଦି ସଂଗଠନ ଗୁଡ଼ିକ କିଭଳି ଭାବରେ ଓବିସି, ଏସ ସି, ଏସ ଟି ସମlଜକୁ ବ୍ଯବହାର କରାଯାଇ ଭାରତର ଶାସନ କ୍ଷମତାକୁ ଦଖଲ କରିନେଇଥିଲେ ତତ୍ ସମ୍ବନ୍ଧୀୟ ସବିଶେଷ ତଥ୍ୟ ଆପଣ ମାନଙ୍କର ଅବଗତି ନିମନ୍ତେ ନିମ୍ନରେ ଉପସ୍ଥାପିତ କରlଯାଇଛି l
( 1 ) ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କର ଶିଖ ଅଙ୍ଗରକ୍ଷୀ ମାନେ 31 ଅକ୍ଟୋବର 1984 ମସିହାରେ ହତ୍ୟା କରିଥିଲେ l ରାଜୀବ ଗାନ୍ଧୀଙ୍କ ନେତୃତ୍ଵରେ କଂଗ୍ରେସ 1984 ମସିହା ନିର୍ବାଚନରେ 414 ଟି ଆସନରେ ବିଜୟୀ ହୋଇଥିଲେ l ରାଜୀବ ଗାନ୍ଧୀ ପୂର୍ଣ୍ଣ ବହୁମତ ହାସିଲ କରି ପ୍ରଧାନମନ୍ତ୍ରୀ ଭାବରେ 31 ଅକ୍ଟୋବର 1984 ମସିହାରେ ଅବସ୍ଥାପିତ ହୋଇଥିଲେ l
( 2 ) ରାଜୀବ ଗାନ୍ଧୀଙ୍କ ଅପରିପକ୍କ୍ୟ ଅଭିଜ୍ଞତା କାରଣରୁ ତାଙ୍କର କାର୍ଯ୍ୟକାଳ ସମୟରେ ଦେଶରେ ଦୁଇଟି ବଡଧରଣର ଘଟଣା ସଂଘଟିତ ହୋଇଥିଲା ଯାହାକି ବ୍ରହ୍ମଣବlଦି ମାନଙ୍କୁ ଦେଶର ଶାସନ କ୍ଷମତା ଦଖଲ କରିବାରେ ସଫଳ କରିଦେଇଥିଲା l
( a ) ସlହlବlନୋ ନାମକ ଜଣେ ମୁସଲିମ ମହିଳାଙ୍କୁ ତାଙ୍କ ସ୍ଵାମୀ ଟ୍ରିପଲ୍ ତଲlକ୍ କହି ଛାଡ଼ପତ୍ର ଦେଇଥିଲେ l ମାନ୍ୟବର ଉଚ୍ଚ ନ୍ୟାୟାଳୟର ପାଞ୍ଚଜଣିଆ ବିଚାରପତି ବେଞ୍ଚ ମୁସଲିମ ମହିଳାଙ୍କ ଭରଣ ପୋଷଣ ଖର୍ଚ୍ଚ ତାଙ୍କ ସ୍ଵାମୀ ବହନ କରିବେ ବୋଲି ରାୟ ଦେଇଥିଲେ l
ରାଜୀବ ଗାନ୍ଧୀ ସରକାର ଉଚ୍ଚ ନ୍ୟାୟାଳୟର ରାୟକୁ ସମର୍ଥନ ଜଣାଇବାରୁ କଟ୍ଟରପନ୍ଥି ମୁସଲିମ ସମ୍ପ୍ରଦାୟ ତାଙ୍କୁ ସମଗ୍ର ଦେଶରେ ବିରୋଧ କରିଥିଲେ l ଶେଷରେ ବାଧ୍ୟହୋଇ ସରକାର ଆଇନ ତିଆରି କରି ଉଚ୍ଚ ନ୍ୟାୟାଳୟର ରାୟକୁ ରଦ୍ଧ କରିବେ ବୋଲି 15 ଜାନୁୟାରୀ 1986 ତାରିଖରେ ରାଜୀବ ଗାନ୍ଧୀ ଘୋଷଣା କରିଥିଲେ l ବ୍ରାହ୍ମଣବାଦି ସଂଗଠନ ଗୁଡ଼ିକ କଥାଟିକୁ ଏକ ବଡଧରଣର ମୁଦ୍ଧl କରି ରାଜୀବ ଗାନ୍ଧୀଙ୍କୁ ଦେଶରେ ବଦନାମ କରି ଦେଇଥିଲେ l
( b ) ହିନ୍ଦୁ ସମ୍ପ୍ରଦାୟକୁ ଖୁସି କରିବା ପାଇଁ ରାଜୀବ ଗାନ୍ଧୀଙ୍କ ସମ୍ମତିରେ 1 ଫେବୃଆରୀ 1986 ତାରିଖରେ ବlବ୍ରୀ ମସଜିଦର ତାଲାକୁ ଖୋଲି ଦିଆଯାଇଥିଲ l ଥଣ୍ଡା ବାକ୍ସରେ ପଡିରହିଥିବା ରାମ ମନ୍ଦିର ଆନ୍ଦୋଳନକୁ ପୁଣିଥରେ ପ୍ରର୍ଯ୍ୟଲିତ କରିବା ପାଇଁ ବ୍ରାହ୍ମଣବାଦି ସଂଗଠନ ଗୁଡ଼ିକୁ ଏକ ବଡଧରଣର ସୁଯୋଗ ମିଳିଯାଇଥିଲା l
ଏଠାରେ ପ୍ରକାଶ ଥlଉକି ହିନ୍ଦୁ ମହାସଭାର ଅଯୋଧ୍ୟା ଦାୟିତ୍ୱରେ ରହିଥିବା ଦିଗlମ୍ବରି ଆଖଡ଼ାର ମହନ୍ତ ରାମଚନ୍ଦ୍ର ଦାସଙ୍କ ନିର୍ଦ୍ଦେଶରେ ବୈରାଗୀ ଅଭିରାମ ଦାସଙ୍କ ନେତୃତ୍ୱରେ ପାଖାପାଖି 50-60 ଜଣ ସାଧୁସନ୍ଥ 22 ଡିସେମ୍ବର 1949 ତାରିଖର ରାତ୍ର ପ୍ରାୟ 11 PM ସମୟରେ ବlବ୍ରୀ ମସଜିଦର ତାଲା ଭାଙ୍ଗି ଭିତରେ ରାମଲାଲl ମୂର୍ତ୍ତିକୁ ସ୍ଥାପନ କରି ପୂଜାର୍ଚ୍ଚନା କଲାପରେ ଚାରିଆଡେ ସିନ୍ଦୂର ଓ ଗୌରୀକ ପତକା ଲଗାଇ ଦେଇଥିଲେ l
ତାପରଦିନ ସକାଳୁ ଅଖିଳ ଭାରତୀୟ ରାମାୟଣ ସଭା ତରଫରୁ ପୌଷ ଶୁକ୍ଳ ତୃତୀୟା ତିଥିରେ ଭଗବାନ ରାମଚନ୍ଦ୍ର ବlବ୍ରୀ ମସଜିଦ ଭିତରେ ସ୍ଵୟଂ ଆବିର୍ଭାବ ହୋଇଛନ୍ତି ବୋଲି ଚାରିଆଡେ଼ ଘୋଷଣା କରି ଦିଆଯାଇଥିଲା l ହଜାର ହଜାର ଶ୍ରଦ୍ଧାଳୁ ସେଠାରେ ପହଞ୍ଚି ମସଜିଦ ଭିତରେ ପ୍ରବେଶ କରି ରାମଲାଲlଙ୍କୁ ପୂଜାର୍ଚ୍ଚନା ଆରମ୍ଭ କରିଦେଇଥିଲେ l
ଘଟଣା ପରେ ସମଗ୍ର ଭାରତ ବର୍ଷରେ ସାମ୍ପ୍ରଦୟିକ ଉତ୍ତେଜାନା ଦେଖାଦେବାରୁ ବାବ୍ରି ମସଜିଦକୁ ସରକାରଙ୍କ ଦ୍ୱାରା ବିବାଦୀୟ ସ୍ଥଳ ଘୋଷଣା କରାଯାଇ 23 ଡିସେମ୍ବର 1949 ତାରିଖରେ ଫୈଜାବାଦ ଜିଲ୍ଲା ପ୍ରଶାସନ ତରଫରୁ ତାଲା ପକାଇ ଦିଆଯାଇଥିଲା l
ପୋଲିସ ପକ୍ଷରୁ ତତ୍କାଳୀନ ଥାନା ଅଧିକାରୀ ରାମ ଶଙ୍କର ଦୁବେ ବୈରାଗୀ ଅଭିରାମ ଦାସ , ବୃନ୍ଦାବନ ଦାସ, ସିଦ୍ଧେଶ୍ୱର ରାଓ, ଶିବଚରନ ଦାସ ତଥା ଅନ୍ୟାନ୍ୟ 60 ଜଣଙ୍କ ନାମରେ ବlବ୍ରି ମସଜିଦ ଭିତରକୁ ବିଆଇନ୍ ଭାବରେ ପ୍ରବେଶ କରି ରାମଲାଲlଙ୍କ ମୂର୍ତ୍ତି ସ୍ଥାପନ କରିଥିବା ଅଭିଯୋଗ ଦର୍ଶାଇ ଏକ ମାମଲା ରୁଜୁ କରିଥିଲେ l
( 3 ) ବlବ୍ରି ମସଜିଦର ତାଲା ଖୋଲି ଦେଲା ପରେ ବ୍ରାହ୍ମଣବାଦି ସଂଗଠନ ଗୁଡ଼ିକ ଦ୍ୱାରା ରାମ ମନ୍ଦିର ନିର୍ମାଣ କରିବା ସକାଶେ ଅଯୋଧ୍ୟାରେ ଭୂମିପୂଜା, ଗଙ୍ଗା କଳସ ଯାତ୍ରା, ରାମଶିଳା ଯାତ୍ରା ଇତ୍ୟାଦି ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l
ସମଗ୍ର ଦେଶରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ କରି ଯୋଜନାବଦ୍ଧ ଭାବରେ ବାତାବରଣ ତିଆରି କରାଯାଇ ଉପରୋକ୍ତ କାର୍ଯ୍ୟକ୍ରମ ଗୁଡିକରେ ଯୋଗଦାନ କରିବା ସକାଶେ କରସେବl କରିବା ପାଇଁ ଅଯୋଧ୍ୟା ଆସିବାକୁ ଡାକରା ଦିଆଯାଇଥିଲା l
( 4 ) ତପରାବର୍ତ୍ତି 1989 ଲୋକସଭା ନିର୍ବାଚନରେ ଜାତୀୟ ସlମୁଖ୍ୟ ସଂକ୍ଷ୍ୟl ଗରିଷ୍ଠତା ହାସଲ କରି ଭିଶ୍ୱନlଥ ପ୍ରତାପ ସିଂହ ଭାରତର ପ୍ରଧାନମନ୍ତ୍ରୀ ଭାବରେ 02 ଡିସେମ୍ବର 1989 ରେ ଅବସ୍ଥାପିତ ହୋଇଥିଲେ l ଏହି ଲୋକସଭା ନିର୍ବାଚନରେ ବିଜେପି 85 ଟି ଆସନରେ ବିଜୟୀ ହୋଇ ଜାତୀୟ ସlମୁଖ୍ୟ ସରକାର ଗଠନରେ ସହଭାଗିତା କରିଥିଲେ l

ଭିଶ୍ୱନlଥ ପ୍ରତାପ ସିଂହ ସରକାର 7th ଅଗଷ୍ଟ 1990 ତାରିଖରେ ଓବିସି ସମାଜକୁ 27 % ଆରକ୍ଷଣ ଯୋଗାଇଦେବା ପାଇଁ ଦେଶରେ ମଣ୍ଡଳ କମିଶନର ସିଫାରିସ କରି ଦେଇଥିଲେ l
( 5 ) ବ୍ରହ୍ମଣବlଦି ସଂଗଠନ ମାନଙ୍କ ଦ୍ୱାରା ମଣ୍ଡଳ କମିଶନକୁ ବାତିଲ କରିବା ପାଇଁ ସମଗ୍ର ଭାରତ ବର୍ଷରେ ଏକ ବଡ଼ ଧରଣର ଆନ୍ଦୋଳନ କରାଯାଇଥିଲା l
ମଣ୍ଡଳ କମିଶନ ଲାଗୁ କରାଗଲା ପରେ ଓବିସି ସମାଜର ଭୋଟ ବ୍ୟାଙ୍କ ବ୍ରlହ୍ମନବlଦିଙ୍କ ହାତରୁ ଚାଲିଯିବା ଭୟରେ ଓ ସେମାନଙ୍କୁ ଧାର୍ମିକ ଗୋଳମିରେ ପୁଣିଥରେ ଆବଦ୍ଧ କରି ରଖିବା ପାଇଁ ତଥାକଥିତ ହିନ୍ଦୁ ସଂଗଠନ ମାନଙ୍କ ଦ୍ୱାରା ରାମ ଜନ୍ମଭୂମିକୁ ମୁକ୍ତ କରିବା ନାମରେ ଲାଲକୃଷ୍ଣ ଆଡଭାନୀ ଗୁଜରାଟର ସୋମନାଥ ଠାରୁ 25 ସେପ୍ଟେମ୍ବର 1990 ତାରିଖରେ ରଥଯାତ୍ରା ବାହାର କରିଥିଲେ l
( 6 ) ତତ୍କାଳୀନ ପ୍ରଧାନମନ୍ତ୍ରୀ ଭିଶ୍ୱନlଥ ପ୍ରତାପ ସିଂହଙ୍କ ନିର୍ଦ୍ଧେଶ କ୍ରମେ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ବିହାରର ସମିଷ୍ଟିପୂର୍ ଠାରେ ରଥଯାତ୍ରାକୁ ଅଟକାଇ 30 ଅକ୍ଟୋବର 1990 ତାରିଖରେ ଲାଲକୃଷ୍ଣ ଆଡଭାନୀଙ୍କୁ ଗିରଫ କରିଥିଲେ l
ଆଡଭାନୀଙ୍କୁ ଗିରଫ କଲାପରେ ଜାତୀୟ ସlମୁଖ୍ୟ ଠାରୁ ବିଜେପି ସମର୍ଥନ ପ୍ରତ୍ୟାହାର କଲାପରେ ଭିଶ୍ୱନlଥ ପ୍ରତାପ ସିଂହଙ୍କ ସରକାରର 10 ନଭେମ୍ବର 1990 ରେ ପତନ ହୋଇଥିଲା l
( 6 ) ତlପରବର୍ତ୍ତି ସମୟରେ ରାମ ଜନ୍ମଭୂମି ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯାଇ ବାବ୍ରିମସଜିଡ ଢାଞ୍ଚାକୁ 06 ଡିସେମ୍ବର 1992 ତାରିଖରେ ଧୂଳିସାତ କରି ଦିଆଯାଇଥିଲା l ଏଭଳି ଭାବରେ ମଣ୍ଡଳ କମିଶନକୁ ଲୋକେ ଭୁଲିଯାଇ ବ୍ରାହ୍ମଣବାଦିଙ୍କ ହାତରେ ପୁଣିଥରେ ଧାର୍ମିକ ଗୋଲାମିରେ ଆବଦ୍ଧ ହୋଇ ଯାଇଥିଲେ l
ରମଜନ୍ମଭୂମି ଆନ୍ଦୋଳନ ବଳରେ ( a ) ଅଟଳ ବିହାରୀ ବାଜପେୟୀ ( 1 ) 16 – 31 ମେ 1996 ( 2 ) 19 ମାର୍ଚ୍ଚ 1998 ଠାରୁ 13 ମେ 2004 ପର୍ଯ୍ୟନ୍ତ ତିନିଥର ଦେଶର ପ୍ରଧାନମନ୍ତ୍ରୀ ଭାବରେ ଅବସ୍ଥାପିତ ହୋଇ ରହିଥିଲେ l
( b ) ନାରେନ୍ଦ୍ର ମୋଦି 26 ମେ 2014 ତାରିଖ ଠାରୁ ବର୍ତ୍ତମାନ ପର୍ୟ୍ୟନ୍ତ ତିନିଥର ଦେଶର ପ୍ରଧାନମନ୍ତ୍ରୀ ଭାବରେ ଅବସ୍ଥାପିତ ହୋଇ ରହିଛନ୍ତି l
( 7 ) ରାମ ଜନ୍ମଭୂମି ଆନ୍ଦୋଳନ କାରଣରୁ ସମଗ୍ର ଭାରତ ବର୍ଷରେ ସାଂପ୍ରଦାୟିକ ଦଙ୍ଗା ଅନୁଷ୍ଟିତ ହୋଇ ପ୍ରାୟ 5000 ହଜାରରୁ ଅଧିକ ଲୋକ ମୃତ୍ୟୁ ବରଣ କରିଥିଲେ l ତନ୍ମଧ୍ୟରେ 98 % ମୁସଲମାନ, ଓବିସି, ଏସ୍ ସି, ଏସ ଟି ଜାତିର ଲୋକ ମୃତ୍ୟୁ ବରଣ କରିଛନ୍ତି l
ପାକିସ୍ତାନ ଓ ବାଂଲାଦେଶରେ ମଧ୍ୟ ପାଖାପାଖି 40 ଟି ମନ୍ଦିରକୁ ଭାଙ୍ଗି ଦିଆଯାଇଥିଲl ଓ ଅନେକ ହିନ୍ଦୁ ପରିବାରକୁ ଅତ୍ୟାଚାର ଓ ହତ୍ୟା କରାଯାଇଥିଲା l
( 7 ) ଏଠାରେ ଉଲ୍ଲେଖଯୋଗ୍ୟ ଅଯୋଧ୍ୟାର ପୁରାତନ ନାମ ହେଉଛି ସlକେତ , ସମ୍ରାଟ ଅଶୋକ ବୁଦ୍ଧଦେବ ତାଙ୍କ ଜୀବନର ଛଅବର୍ଷ କାଳ ଅବସ୍ଥାନ କରି ରହିଥିବା ସ୍ଥଳୀକୁ ସ୍ମରଣୀୟ କରିବା ପାଇଁ ଏକ ବିରାଟ ଭବ୍ୟ ବୁଦ୍ଧ ବିହାର ନିର୍ମାଣ କରିଥିଲେ l ଯାହାକୁ 185 BCE ରେ ବ୍ରାହ୍ମଣବାଦି ମାନେ ବିଧ୍ୟାଂଶ କରିଦେଇ ସlକେତର ନାମ ପରିବର୍ତ୍ତନ କରି ଅଯୋଧ୍ୟା ରଖିଥିଲେ l
ତପରବର୍ତ୍ତି ସମୟରେ ଭାରତକୁ ମୋଗଲ ମାନେ ଦଖଲ କଲାପରେ ଅଯୋଧ୍ୟା ଅବଧ ରାଜ୍ୟର ମୁସଲିମ ନିଜାମ ହାତକୁ ଚାଲିଯାଇଥିଲl l ମୁସଲମାନ ମାନେ ବୁଦ୍ଧ ବିହାରର ଭଗ୍ନାଂଶରେ ରହିଥିବା ପ୍ରାୟ 10 ଟି କଳା ମୁଗୁନି ପଥରର ଖମ୍ବରେ ନିର୍ମିତ କାନ୍ଥ ଉପରେ ତଥାକଥିତ ବାବ୍ବ୍ରି ମସଜିଦର ଗମ୍ବୁଜ ନିର୍ମାଣ କରିଦେଇଥିଲେ l
ଗତ କିଛିଦିନ ତଳେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ମାନନୀୟ ଧନଞ୍ଜୟ ୟଶଵନ୍ତ ଚନ୍ଦ୍ରଚୁଡ ବlବ୍ରୀ ମସଜିଦ ତଳେ ମନ୍ଦୀର ଥିବାର କୌଣସି ପ୍ରମାଣ ଅଦାଲତ ପାଇନଥିଲା ବୋଲି ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛନ୍ତି l ମାନ୍ୟବର ଅଦାଲତଙ୍କ ରାୟ କେବଳ ବିବାଦୀୟ ସ୍ଥଳୀ ହିନ୍ଦୁପକ୍ଷଙ୍କ ଦଖଲରେ ରହିଥିବା ଓ ଅସ୍ଥା ଉପରେ ଆଧାରିତ କରି ଦିଆଯାଇଥିଲା l
ମାନ୍ୟବର ଅଦାଲତଙ୍କ ରାୟ ପରେ ବିବାଦୀୟ ସ୍ଥଳରେ ରାମ ମନ୍ଦୀର ନିର୍ମାଣ କରିବା ପାଇଁ କରୋନା ମହାମାରୀ କାଳରେ ସମଗ୍ର ଭାରତ ବର୍ଷରେ ଲକ ଡାଉନ୍ ହୋଇ ମୃତ୍ୟୁ ଦେଶରେ ତାଣ୍ଡବଲୀଳା କରୁଥିବା ସମୟରେ ମାଟି ତଳେ ପୋତିହୋଇ ରହିଥିବା ବୁଦ୍ଧ ବିହାରର ଭଗ୍ନାଂଶଙ୍କୁ ଲୁକ୍କାୟିତ ଭାବରେ ଖୋଳି ଚୂରମାର କରି ଦିଆଯାଇଥିଲା l
ଏହିଭଳି ଭାବରେ ସମ୍ରାଟ ଅଶୋକଙ୍କ ଦ୍ୱାରା ନିର୍ମିତ ବୁଦ୍ଧଙ୍କର ଭବ୍ୟ ସ୍ମୃତିସ୍ଥଳୀ ଉପରେ ଅଯୋଧ୍ୟାର ରାମମନ୍ଦିର ନିର୍ମାଣ କରାଯାଇ ଦେଶର ଶାସନ କ୍ଷମତା ବ୍ରାହ୍ମଣବାଦୀଙ୍କ ହାତକୁ ଚାଲିଯାଇଛି l