ବଲାଙ୍ଗିର : 28 ନଭେମ୍ବର 2023 : ଭାରତ ବର୍ଷରେ ବ୍ରହ୍ମଣାବାଦ ସ୍ଥାପନ କରିବା ପାଇଁ ହଜାର ହଜାର ବୌଦ୍ଧ ଭିକ୍ଷୁ ଓ ଭିକ୍ଷୁଣି ମାନଙ୍କୁ ବିଭିନ୍ନ ପ୍ରକାର ଅମାନୁଷିକ ଅତ୍ୟାଚାର କରାଯାଇ ଅତି ନିଷ୍ଠୁର ଭାବରେ ନରସଂହାର କରାଯାଇଥିଲା l ବୁଦ୍ଧ ଧର୍ମକୁ ଦେଶରୁ ବିଲୋପ କରିଦେବା ପାଇଁ ବୁଦ୍ଧଙ୍କର ଅନେକ ଧର୍ମସ୍ଥଳୀ ଓ ସ୍ଥୂପ ମାନଙ୍କୁ ବିଧ୍ୱଂସ କରିଦିଆଯାଇଥିଲା l
ସେସମୟର ଭୟାନକ ପରିସ୍ଥିତି କାରଣରୁ ଅନେକ ବୌଦ୍ଧ ଭିକ୍ଷୁ ଓ ଭିକ୍ଷୁଣି ଦେଶ ଛାଡି ଥାଇଲାଣ୍ଡ , ଶ୍ରୀଲଙ୍କା , ନେପାଲ , ଚାଇନା ଇତ୍ୟାଦି ଦେଶକୁ ପଳାୟନ କରିବା ପାଇଁ ବାଧ୍ୟ ହୋଇଥିଲେ l
ଦେଶରେ ଏଭଲିଅ ପରିସ୍ଥିତି କେଉଁ କାରଣରୁ ଦେଖାଦେଇଥିଲା ତତସମ୍ବନ୍ଧୀୟ ସବିଶେଷ ତଥ୍ୟ ଜାଣିବାକୁ ହେଲେ ନିମ୍ନରେ ପ୍ରଦତ୍ତ କେତୋଟି ପ୍ରଶ୍ନର ଉତ୍ତର ଉପରେ ଆପଣମାନଙ୍କୁ ଅବଗତ ହେବାକୁ ପଡିବ l
( 1 ) ମୌର୍ଯ୍ୟ ସାମ୍ରାଜ୍ୟର ସମ୍ରାଟ ଅଶୋକଙ୍କ ଶାସନକାଳ ସମୟରେ ବୁଦ୍ଧଧର୍ମ ଦେଶରେ କିଭଳି ଭାବରେ ବିସ୍ତାରଲାଭ କରିଥିଲା ?
( 2 ) ଶୃଙ୍ଗ ସାମ୍ରାଜ୍ଯର ସମ୍ରାଟ ପୁଷ୍ୟମିତ୍ର ଶୃଙ୍ଗଙ୍କ ଶାସନକାଳ ସମୟରେ ବ୍ରାହ୍ମଣବାଦ ସ୍ଥାପନ କରିବା ପାଇଁ କିଭଳି ଭାବରେ ବୁଦ୍ଧଧର୍ମର ବିନାଶ କରାଯାଇଥିଲା ?
( 1 )( a ) ମୌର୍ଯ୍ୟ ସାମ୍ରାଜ୍ୟ 322 BCE ରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଦ୍ଵାରା ତାଙ୍କର ଗୁରୁ ଚାଣକ୍ୟଙ୍କ ପୃଷ୍ଠପୋଷକତା ଓ ମାର୍ଗଦର୍ଶନରେ ତତ୍କାଳୀନ ନନ୍ଦ ସାମ୍ରାଜ୍ୟର ସମ୍ରାଟ ଧନlନନ୍ଦଙ୍କୁ ପରାସ୍ତ କରି ମଗଧରେ ସ୍ଥାପନ କରାଯାଇଥିଲା l ପରବର୍ତ୍ତୀ ସମୟରେ ବିହାରର ପାଟଳିପୁତ୍ର (ବର୍ତ୍ତମାନର ପାଟନା) ଠାରେ ଏହାର ରାଜଧାନୀ ସ୍ଥାପନ କରାଗଲା l ତାଙ୍କର ଶାସନକାଳ 321 BCE ଠାରୁ 294 BCE ପଯ୍ୟନ୍ତ ରହିଥିଲା l
( b ) ଅଶୋକଙ୍କ ପିତା ବିନ୍ଦୁସାର ମୌର୍ଯ୍ୟ ପରବର୍ତ୍ତୀ ସମ୍ରାଟ ଭାବରେ 297 BCE ଠାରୁ 273 BCE ପର୍ଯ୍ୟନ୍ତ ଶାସନକଳ ପରିଚାଳନା କରିଥିଲେ l
( c ) ସମ୍ରାଟ ବିନ୍ଦୁସାର୍ 273 BCE ରେ ମୃତ୍ୟୁବରଣ କଲାପରେ ଅଶୋକ ଓ ତାଙ୍କ ଭାଇ ମାନଙ୍କ ମଧ୍ୟରେ ଶାସନଗାଦି କୁନେଇ ଅନେକ ବିବାଦ ଦେଖାଦେଇଥିଲା l ଶେଷରେ ଅଶୋକ ନିଜର ସମସ୍ତ ଭାଇମାନଙ୍କୁ ହତ୍ୟା କରି ନିଜକୁ ମୌର୍ଯ୍ୟ ସାମ୍ରାଜ୍ୟର ସମ୍ରାଟ ଭାବରେ ଘୋଷଣା କରିଥିଲେ l ଏଠାରେ ପ୍ରକାଶଯୋଗ୍ୟ ବିନ୍ଦୁସାର ବଞ୍ଚିଥିବା ସମୟରେ ଶାସନଗାଦିକୁ ଦଖଲ କରିବା ପାଇଁ ଶାବତ ଭାଇମାନେ ଅଶୋକଙ୍କୁ ହତ୍ୟା କରିବା ପାଇଁ ଅନେକ ଥର ଯୋଜନା କରିଥିଲେ ଏବଂ ତାଙ୍କ ମା ସୁଭଦ୍ରାଙ୍ଗୀ ଓ ଗୁରୁ ଚାଣକ୍ୟଙ୍କୁ ହତ୍ୟା କରିଥିଲେ l
ଅଶୋକଙ୍କ ଶାସନକାଳ ସମୟରେ ଆଫଗାନିସ୍ତାନ , ବାଂଲାଦେଶ , ବେଲୁଚିସ୍ତାନ ଇତ୍ୟାଦି ଅନେକ ଦେଶ ମୌର୍ଯ୍ୟ ସାମ୍ରାଜ୍ୟର ଅଧୀନରେ ରହିଥିଲା l ସେସମୟରେ ମୌର୍ଯ୍ୟ ସାମ୍ରାଜ୍ୟ ପୃଥିବୀର ଏକ ଶକ୍ତିଶାଳୀ ଓ ବିରାଟ ସାମ୍ରାଜ୍ୟ ଭାବରେ ପରିଗଣିତ ହେଉଥିଲା l
( d ) ସମ୍ରାଟ ଅଶୋକ ଓ କଳିଙ୍ଗ ସମ୍ରାଟ ଅନନ୍ତ ପଦ୍ମନାଭଙ୍କ ମଧ୍ୟରେ ଭୟାନକ କଳିଙ୍ଗ ଯୁଦ୍ଧ 261 BCE ରେ ଦୟା ନଦୀ ନିକଟସ୍ଥ ଦେଉଳି ପର୍ବତ ଠାରେ ଅନୁଷ୍ଠିତ ହୋଇଥିଲା l ଏହି ଯୁଦ୍ଧରେ ଉଭୟ ପକ୍ଷର ପ୍ରାୟ 100 000 ରୁ 150 000 ସୈନ୍ୟ ମୃତାହତ ହୋଇଥିଲେ l ଦୟା ନଦୀରେ ରକ୍ତର ସ୍ରୋତ ପ୍ରବାହିତ ହୋଇଥିଲା l କଳିଙ୍ଗ ଯୁଦ୍ଧରେ ସମ୍ରାଟ ଅଶୋକ ବିଜଯ ଲାଭ କରିଥିଲେ l ମାତ୍ର ଏହାର ବିଭୀଷିକାରେ ବ୍ୟତିବ୍ୟସ୍ତ ହୋଇ ସବୁଦିନ ପାଇଁ ଅସ୍ତ୍ରତ୍ୟାଗ କରି କଳିଙ୍ଗ ଠାରେ ବୁଦ୍ଧଧର୍ମ ଗ୍ରହଣ କରିଥିଲେ l
( e ) ପରବର୍ତ୍ତୀ ସମୟରେ ସମ୍ରାଟ ଅଶୋକ ନିଜର ପରିବାର ସହିତ ବୁଦ୍ଧ ଧର୍ମର ପ୍ରଚାର ପ୍ରସାର ଦିଗରେ ମୌର୍ଯ୍ୟ ସାମ୍ରାଜ୍ୟ ତଥା ସମଗ୍ର ଏସିଆ ମହାଦେଶରେ ନିଜର ଶକ୍ତି ଓ ସାମର୍ଥ୍ୟ ବିନିଯୋଗ କରି ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଥିଲେ l ମୌର୍ଯ୍ୟ ସାମ୍ରାଜ୍ୟରେ ବୌଦ୍ଧଭିକ୍ଷୁ ମାନେ ମନ୍ତ୍ରୀ ପରିଷଦରେ ରହି ସମ୍ରାଟଙ୍କ ଉପଦେଷ୍ଟା ଭାବରେ ଦେଶ ପରିଚାଳନା କରୁଥିଲେ l
( f ) ବୁଦ୍ଧଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମ୍ରାଟ ଅଶୋକ ମୌର୍ଯ୍ୟ ସାମ୍ରାଜ୍ୟରେ ଜାତିପ୍ରଥାକୁ ବିଲୋପ କରିଦେଇଥିଲେ , ମହିଳା ମାନଙ୍କୁ ସମାନ ଅଧିକାର ପ୍ରଦାନ , ଧର୍ମ ନାମରେ ବଳିପ୍ରଥା ବନ୍ଦ ତଥା ଧର୍ମ ନାମରେ ବ୍ରାହ୍ମଣ ମାନଙ୍କ ଦ୍ଵାରା କରାଯାଉଥିବା ସମସ୍ତ ପ୍ରକାର ଶୋଷଣ ଉପରେ ଆଇନ୍ ପ୍ରଣୟନ କରି ସମଗ୍ର ସାମ୍ରାଜ୍ୟ ରେ ନିଷେଧାଦେଶ ଜାରି କରିଥିଲେ l ବୁଦ୍ଧଙ୍କ ଧର୍ମସ୍ଥଳୀ ମାନଙ୍କର ସ୍ମୃତିରକ୍ଷା କରିବା ପାଇଁ ଅନେକ ଗୁଡିଏ ବିରାଟ ସ୍ତୁପ ଓ ଅଶୋକ ସ୍ତମ୍ବ ନିର୍ମାଣ କରିଥିଲେ l ସମଗ୍ର ମୌର୍ଯ୍ୟ ସାମ୍ରାଜ୍ୟରେ କେବଳ ବୁଦ୍ଧ ଧର୍ମର ପ୍ରଚଳନ ରହିଥିଲା l
( g ) ସମ୍ରାଟ ଅଶୋକ 36 ବର୍ଷ ମୌର୍ଯ୍ୟ ସାମ୍ରାଜ୍ୟକୁ ଶାସନ୍ କଲାପରେ 232 BCE ରେ ମୃତ୍ୟୁ ବରଣ କରିଥିଲେ l ମୌର୍ଯ୍ୟ ସାମ୍ରାଜ୍ୟର ତୃତୀୟ ସମ୍ରାଟ ଭାବରେ ତାଙ୍କର ଶାସନକାଳ 268 BCE ରୁ 232 BCE ପର୍ଯ୍ୟନ୍ତ ରହିଥିଲା l

( h ) ବଂଶାନୁକ୍ରମେ ମୌର୍ଯ୍ୟ ସାମ୍ରାଜ୍ୟର ନବମ ସମ୍ରାଟ ଭାବରେ ବ୍ରିହାଦ୍ରତ ମୌର୍ଯ୍ୟ 187 BCE ରେ ଶାସନ୍ ଗାଦିରେ ଅବସ୍ଥାପିତ ହେଲେ l ସେସମୟରେ ପୁଷ୍ୟମିତ୍ର ଶୃଙ୍ଗ ନାମକ ଜଣେ ବ୍ରାହ୍ମଣଙ୍କୁ ମୌର୍ଯ୍ୟ ସାମ୍ରାଜ୍ୟର ସେନାପତି ଭାବରେ ନିଯୁକ୍ତି ପ୍ରଦାନ କରାଯଇଥିଲା l ଯୋଜନାବଦ୍ଧ ଭାବରେ ସୈନ୍ୟ ପରିଦର୍ଶନ କରିବା ପାଇଁ ନିମନ୍ତ୍ରଣ କରି 185 BCE ରେ ବ୍ରିହାଦ୍ରତ ମୌର୍ଯ୍ୟଙ୍କୁ ସେନାପତି ପୁଷ୍ୟମିତ୍ର ଶୃଙ୍ଗ ହତ୍ୟା କରିଥିଲେ l ବ୍ରିହାଦ୍ରତ ମୌର୍ଯ୍ୟଙ୍କୁ ହତ୍ୟା କଲା ପରେ ପୁଷ୍ୟମିତ୍ର ଶୃଙ୍ଗ ନିଜକୁ ସମ୍ରାଟ ଭାବରେ ଘୋଷାଣ କରିଥିଲେ ଓ ମୌର୍ଯ୍ୟ ରାଜବଂଶର ସବୁଦିନ ପାଇଁ ଅନ୍ତ ଘଟିଥିଲା l
( 2 )(a ) ମୌର୍ଯ୍ୟ ବଂଶର ପତନ ପରେ 185 BCE ରେ ଶୃଙ୍ଗ ସାମ୍ରାଜ୍ୟର ଉତଥାନ ହୋଇ ପୁଷ୍ୟମିତ୍ର ଶୃଙ୍ଗ ନିଜକୁ ପ୍ରଥମ ଶୃଙ୍ଗ ବଂଶର ସମ୍ରାଟ ଭାବରେ ଅବସ୍ଥାପିତ କଲେ l ଦେଶରେ ସମ୍ପୂର୍ଣ୍ଣ ଭାବରେ ବିଲୋପ ହୋଇଯାଉଥିବା ଜାତିପ୍ରଥାକୁ ପୁନଃ ପ୍ରଚଳନ କରାଗଲା l ମନ୍ତ୍ରୀ ପରିଷଦରେ ରହି ସମ୍ରାଟଙ୍କ ଉପଦେଷ୍ଟା ଭାବରେ ସାମ୍ରାଜ୍ୟ ପରିଚାଳନା କରୁଥିବା ବୌଦ୍ଧ ଭିକ୍ଷୁ ମାନଙ୍କୁ ହଟାଇ ବ୍ରାହ୍ମଣ ମାନଙ୍କୁ ଅବସ୍ଥାପିତ କରାଯାଇ ବ୍ରାହ୍ମଣବାଦର ପୁନଃ ପ୍ରଚଳନ କରାଗଲା l

( b ) ଶୃଙ୍ଗ ସାମ୍ରାଜ୍ୟରେ ମାନୁସ୍ମୃତି ରେ ବର୍ଣ୍ଣିତ ନିୟମ ଅନୁଯାୟୀ ଦେଶରେ ଆଇନ୍ ପ୍ରଣୟନ କରାଗଲା ଓ ବ୍ରାହ୍ମଣବାଦକୁ କଡାକଡି ଭାବରେ ଲାଗୁ କରିବା ପାଇଁ ଦେଶର ଶାସନ୍ କ୍ଷମତାର ବିନିଯୋଗ କରାଗଲା l ଦେଶରୁ ବୁଦ୍ଧ ଧର୍ମକୁ ସମ୍ପୂର୍ଣ୍ଣ ଭାବରେ ବିଲୋପ କରିଦେବା ପାଇଁ ବୌଦ୍ଧ ଭିକ୍ଷୁ ଓ ଭିକ୍ଷୁଣି ମାନଙ୍କୁ ନାନା ପ୍ରକାର ଅମାନୁଷିକ ଅତ୍ୟାଚାର କରାଯାଇ ହତ୍ୟା କରାଗଲା l ବୁଦ୍ଧଙ୍କ ସମସ୍ତ ଧର୍ମସ୍ଥଳୀ ଓ ସ୍ତୁପ ମାନଙ୍କୁ ଧ୍ଵଂସ କରିଦିଆଗଲା l ଅନେକ ବୌଦ୍ଧ ଭିକ୍ଷୁ ଓ ଭିକ୍ଷୁଣି ବାଧ୍ୟତାମୂଳକ ଭାବରେ ଦେଶ ଛାଡି ପଳାୟନ କଲେ l
( c ) ପୁଷ୍ୟମିତ୍ର ଶୃଙ୍ଗ 185 BCE ରୁ 149 BCE ପର୍ଯ୍ୟନ୍ତ 37 ବର୍ଷ ଧରି ଦେଶର ଶାସନ୍ ଗାଦିରେ ଅବସ୍ଥାପିତ ହୋଇ ରହିଲେ l ତାପରବର୍ତ୍ତୀ ସମଯରେ ବଂଶାନୁକ୍ରମେ ଶୃଙ୍ଗ ବଂଶର ସାତ ଜଣ ସମ୍ରାଟ ଭାବରେ ଦେଶ ପରିଚାଳନା କଲେ l ଦେଶରେ ଶୃଙ୍ଗ ବଂଶର ସାସନ 185 BCE ରୁ 73 BCE ପରିଚାଳିତ ହେଲା ପରେ ଦେଶରେ ବୁଦ୍ଧ ଧର୍ମର ସମ୍ପୂର୍ଣ୍ଣ ଭାବରେ ପତନ ହୋଇ ବ୍ରାହ୍ମଣବାଦର ଉତ୍ଥାନ ହେଲା l