ବଲାଙ୍ଗିର : 31 May 2026 : ଆର୍ଯ୍ୟନ ଜାତିର ଵେଦେଶୀ ଆକ୍ରମଣ କାରୀଙ୍କ ହାତରେ ଭାରତ ମହାଦେଶ ହଜାର ହଜାର ବର୍ଷ ହେଲା ଧାର୍ମିକ ଗୋଲାମିରେ ଆବଦ୍ଧ ହୋଇ ରହିଁଛି l ଭାରତ ଗଣତନ୍ତ୍ର ରାଷ୍ଟ୍ର ହୋଇଥିବାରୁ ଦେଶକୁ ସବୁଦିନ ପାଈଁ ଗୋଲାମ କରି ରଖିବା ପାଇଁ ଧର୍ମନିରପେକ୍ଷ୍ୟ ରାଷ୍ଟ୍ର ନାମକୁ ସମ୍ଭିଧାନିରେ ପରିବର୍ତନ କରି ହିନ୍ଦୁରାଷ୍ଟ୍ର କରିବା ଏମାନଙ୍କ ପାଇଁ ଜରୁରୀ ହୋଇପଡିଛି l
ସମ୍ବିଧାନକୁ ପରିବର୍ତନ କରି କିଭଳି ଭାବରେ ଆର୍ଯ୍ୟନ ଜାତିର ଲୋକେ ଭାରତକୁ ସବୁଦିନ ପାଈଁ ଗୋଲାମ କରିଦେବେ ତତ୍ସମ୍ବନ୍ଧୀୟ ସବିଶେଷ ତଥ୍ୟ ନିମ୍ନରେ ଉପସ୍ଥାପନା କାରାଯାଇଛି l
( ୧ ) ଭାରତ ମହାଦେଶର ପୁରାତନ ସଭ୍ୟତା କଣ ରହିଥିଲା ?
ଉତ୍ତର ପଶ୍ଚିମ ଭାରତ, ବର୍ତମାନର ପାକିସ୍ତାନ ଓ ଉତ୍ତର ପୂର୍ବ ଆଫଗାନିସ୍ତାନ ଅଞ୍ଚଳରେ ପ୍ରବାହିତ ହେଉଥିବା ସିନ୍ଧୁ ନଦୀର ପାଦ ଦେଶରେ ଭାରତ ମହାଦେଶର ସର୍ବପୁରାତନ ଅତ୍ୟାଧୁନିକ ଇନ୍ଦୁସ ଉପତ୍ୟକା ସଭ୍ୟତା 3300-1300 BCE ରେ ଗଢି ଉଠିଥିଲା ଯାହାକୁ ହରପ୍ପାନ ସଭ୍ୟତା ମଧ୍ୟ କୁହାଯାଉଥିଲା l
ଇଟାରେ କୋଠାବାଡ଼ି , ଉନ୍ନତ ମାନର ରାସ୍ତା ସହିତ ପାଣି ନିଷ୍କାସନ ପାଇଁ ନାଳ ତିଆରି କରାଯାଉଥିଲା, ଲୋକେ ତମ୍ବlରେ ନିର୍ମିତ ବାସନ କୁଶଳ ବ୍ୟବହାର କରୁଥିଲେ ଓ କଳାକୃତି ଅତି ବିକଶିତ ହୋଇ ରହିଥିଲା l ଏଥିସହିତ ଟିଣ ଓ ସିଶାର ବ୍ୟବହାର ମଧ୍ୟ ସେଠିକାର ଅଧିବାସୀ ମାନେ ଜାଣିଥିଲେ l
କୃଷି ଜାତ ଦ୍ରବ୍ୟର ଉତ୍ପାଦନ ଓ ପଶୁପାଳନ କରି ଲୋକେ ଜୀବିକା ନିର୍ବାହ କରୁଥିଲେ l ସମସ୍ତ ସହର ମାନଙ୍କ ମଧ୍ୟରେ ହରପ୍ପା ଓ ମହେଞ୍ଜୋଦାରୋ ନାମକ ଦୁଇଟି ସହର ଅତିମାତ୍ରରେ ବିକଶିତ ହୋଇ ରହିଥିଲା l ସ୍ୱାସ୍ଥ୍ୟ ରକ୍ଷ୍ୟା, ସ୍ୱଚ୍ଛତା ଓ ପରିମଳ ପରିଚାଳନା ବ୍ୟବସ୍ଥା ଅତି ଉନ୍ନତ ମାନରଥିଲା l
ଭାରତ ଓ ପାକିସ୍ଥାନ ଅଞ୍ଚଳରେ ସ୍ଥିତ ପଂଜାବ ପ୍ରଦେଶରେ ବିଂଶ ଶପ୍ତlଦ୍ଧିରେ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ କରାଯାଇଥିବା xସର୍ବେକ୍ଷଣରେ ହରପ୍ପା ଓ ମହେଞ୍ଜୋଦାରୋ ସହରର ଭଗ୍ନାଂଶ ମାଟିତଳୁ ଉଦ୍ଧାର କରାଯାଇଥିଲା l

( ୨ ) ଆର୍ଯ୍ୟନ ଜାତିର ବିଦେଶୀ ଆକ୍ରମଣ କାରୀମାନେ ଭାରତ ମହାଦେଶର ମୂଳ ସଭ୍ୟତକୁ ବିଧ୍ୟାଂଶ କରି କିଭଳି ଭାବରେ ବୈଦିକ ସଭ୍ୟତାକୁ ପ୍ରଚଳିତ କରିଥିଲେ ?
ଆର୍ଯ୍ୟନ ଜାତିର ଯାଯାବର ଶ୍ରେଣୀୟ ଲୋକ ତୁର୍କମେନିସ୍ଥାନ , କାଜକସ୍ଥାନ, ଉଜବେକିସ୍ଥାନ ଇତ୍ୟାଦି ଅନେକ ଦେଶରୁ ପଳାୟନ କରି ଆସି ମଧ୍ୟ -ଏସିଆରେ ବସବାସ କରି ରହିଥିଲେ l ବର୍ଷlର ଘୋର ଅଭାବ ହେଵା କାରଣରୁ ଜମି ମରୁଭୂମି ସଦୃଶ ପାଲଟି ଯାଇଥିଲା l
ସେଠାରେ ବସବାସ କରିବା ସେମାନଙ୍କ ପାଇଁ ସମ୍ଭବ ପର ହୋଇ ନପାରିବାରୁ ଦେଶଛାଡି ମଧ୍ୟ -ଏସିଆର ( a ) ଦକ୍ଷିଣାଞ୍ଚଳରେ ରହିଥିବା ଭାରତ ମହାଦେଶ, ନେପାଳ, ଭୁଟାନ, ଶ୍ରୀଲଙ୍କା ( b ) ପଶ୍ଚିମାଞ୍ଚଳରେ ରହିଥିବା ଇରାନ, ସିରିୟl, ତୁର୍କୀ ( c ) ଆଫଗାନିସ୍ତାନ ଓ ମଧ୍ୟ -ଏସିଆ ପାଖରେ ରହିଥିବା ବିଭିନ୍ନ ଦେଶକୁ ପଳାୟନ କରିଥିଲେ l
ଶିଳ୍କ ରୋଡ଼ରେ ରହିଥିବା ଖାଇବର ପାସ ରାସ୍ତା ଦେଇ ଏମାନେ ରଥ, ଘୋଡା, ତମ୍ବା ଓ କଂସାରେ ତିଆରି କରାଯାଇଥିବା ଅସ୍ତ୍ରଶସ୍ତ୍ର , ବିଭିନ୍ନ ପ୍ରକାରର ପଶୁ, ପକ୍ଷୀ ଓ ରିକ ବେଦ ସାଙ୍ଗରେ ଆଣି ସର୍ବ ପ୍ରଥମେ 2000-1800 BCE ରେ ସିନ୍ଧୁ ଉପତ୍ୟକରେ ପହଞ୍ଚିଥିଲେ l
ସେଠାରେ ରହିଥିବା ଭାରତ ମହାଦେଶର ସର୍ବପୁରାତନ ଇନ୍ଦୁସ ଉପତ୍ୟକା ସଭ୍ୟତା ଉପରେ ଆକ୍ରମଣ କରି ଶାନ୍ତିପ୍ରିୟ ଦେଶର ମୂଳନିବାଦୀଙ୍କୁ ବର୍ବରତlର ସହିତ ନରସଂହାର କରିବାରୁ ଲୋକେ ପ୍ରାଣ ଭୟରେ ଦେଶର ଦକ୍ଷିଣାଞ୍ଚଳକୁ ( ଦକ୍ଷିଣା ଭାରତ ) ପଳାୟନ କରିଥିଲେ l
ଆର୍ଯ୍ୟନ ଜାତିର ଲୋକେ ଇନ୍ଦୁସ ଉପତ୍ୟକାକୁ ନିଜ ଅଧୀନକୁ ନେଲାପରେ ଭାରତ ମହାଦେଶର ପୁରାତନ ସଭ୍ୟତା ଓ ସଂସ୍କୃତିକୁ ବିଧ୍ୟାଂଶ କରିଦେଇ ରିକ ବେଦ ଆଧାରରେ ବୈଦିକ ସଂସ୍କୃତି ଓ ଜାତିପ୍ରଥାକୁ ଦେଶରେ ସର୍ବପ୍ରଥମେ ୧୫ ୦୦-୧୦୦୦ BCE ରେ ପ୍ରଚଳିତ କରିଥିଲେ l

( ୩ ) ଆର୍ଯ୍ୟନ ଜାତିର ବିଦେଶୀ ଆକ୍ରମଣ କାରୀମାନେ ଭାରତ ମହାଦେଶରେ ସର୍ବପ୍ରଥମେ ବ୍ରହ୍ମଣବାଦ ଓ ଜାତିପ୍ରଥାର ପ୍ରଚଳନ କିଭଳି ଭାବରେ କରିଥିଲେ ?
ଆର୍ଯ୍ୟନ ଜାତିର ଲୋକେ ସପ୍ତନଦୀ ସିନ୍ଧୁ, ସରସ୍ବତୀ, ଝେଲୁମ, ଚେନlବ, ରବି, ବେଆସ, ସତଲେଜ ନଦୀ ଉପତ୍ୟକରେ ବଡବାସ ୧୫୦୦-୧୦୦୦ BCE ରେ ଆରମ୍ଭ କରି ଦେଇଥିଲେ l ତାପରବତ୍ତି ସମୟରେ ୧୦୦୦-୫୦୦ BCE ରେ ସେମାନେ ଗଙ୍ଗା ଓ ଯମୁନା ଉପତ୍ୟକରେ ମଧ୍ୟ ବସବାସ କରିଥିଲେ l
ସେସମୟରେ ସରସ୍ବତୀ ନଦୀର ଉପତ୍ୟକ ଦେଶରେ ଜାତିପ୍ରଥା ଓ ବ୍ରାହ୍ମଣବାଦ ପ୍ରଚଳିତ କରିବା ପାଇଁ ଆର୍ଯ୍ୟନ ଜାତିର ଲୋକଙ୍କର କେନ୍ଦ୍ରସ୍ଥଳୀ ପାଲଟି ଯାଇଥିଲା l ଭାରତୀୟ ଅଧିବାସୀ ମାନଙ୍କୁ ଧାର୍ମିକ ଗୋଲମୀରେ ଆବଦ୍ଧ କରି ରଖିବା ପାଇଁ ସେମାନଙ୍କ ଦ୍ୱାରା ବୈଦିକ କାଳରେ ରିକ୍ ବେଦର 7 ପଦ୍ୟାଂଶର 10-୯୦ ଛନ୍ଦରେ ରହିଥିବା ପୁରୁଷସୂକ୍ତ ନାମକ ଶ୍ଲୋକକୁ ଭୁଲ ବ୍ୟାଖ୍ୟା କରାଯାଇ ସର୍ଵ ପ୍ରଥମେ ଭାରତ ମହାଦେଶରେ ଜାତିପ୍ରଥାର ସଂରଚନା କରlଯାଇଥିଲା l
ପୁରୁଷ ସୂକ୍ତ ଶ୍ଲୋକ ଅନୁଯାୟୀ ଭଗବାନ ବ୍ରହ୍ମା ଜାତିପ୍ରଥାର ସଂରଚନା କରିବା ପାଇଁ ଏକ ବଡଧରଣର ହୋମଯଜ୍ଞ/ କର୍ମକାଣ୍ଡ କରି ସେଥିରେ ଜଣେ ପୁରୁଷକୁ ଉତ୍ସର୍ଗ କରିଥିଲେ l
ଯାହାର ହଜାରେ ମୁଣ୍ଡା /ହାତ / ଗୋଡ ଓ ପୃଥିବୀ ଆକାରର ଶରୀର ରହିଥିଲା l ହୋମଯଜ୍ଞରେ ପୁରୁଷକୁ ଉତ୍ସର୍ଗ କଲାପରେ ତାପାଟିରୁ ବ୍ରାହ୍ମଣ , ହାତରୁ କ୍ଷତ୍ରିୟ , ଅଣ୍ଟାରୁ ବୈଶ୍ୟ ଓ ପାଦରୁ ଶୂଦ୍ର ଆବିର୍ଭାବ ହୋଇଥିଲେ l
ଏଭଳିଆ କାଳ୍ପନିକ ଓ ଅସତ୍ୟ ବିଷୟବସ୍ତୁ ଆଧାରରେ ଜାତିପ୍ରଥର ପ୍ରଚଳନ କରି ଆର୍ଯ୍ୟନ ଜାତିର ବିଦେଶୀ ଆକ୍ରମଣ କାରୀମାନେ ବ୍ରାହ୍ମଣ ପାଲଟି ଯାଇଥିଲେ l ଆର୍ଯ୍ୟନ ଜାତିର ଲୋକେ ଜାତିପ୍ରଥା ଆଧରରେ ଦେଶରେ ବ୍ରାହ୍ମଣବାଦର ଓ ଜାତିପ୍ରଥାର ପ୍ରଚଳନ କରି ଭାରତର ମୂଳନୀବାସୀ ଲୋକଙ୍କୁ ବିଭିନ୍ନ ଜାତିରେ ଭାଗ ଭାଗ କରିଦେଇ ତାଙ୍କ ଅଧୀନରେ ପରିଚାଳିତ କରି ବର୍ତମାନ ପର୍ଯ୍ୟନ୍ତ ଶୋଷଣ ଓ ଅତ୍ୟାଚାର କରିଚାଲିଛନ୍ତି l
ରିକ୍ ବେଦରେ ପୁରୁଷ ସୂକ୍ତ ଶ୍ଲୋକ ପ୍ରଥମରୁ ଉଲ୍ଲେଖ ନଥିଲା ପରବର୍ତ୍ତୀ ସମୟରେ ବ୍ରାହ୍ମଣ ବାଦିଙ୍କ ଦ୍ବାରା ଏହାକୁ ଉଦ୍ଧେଶ୍ୟ ମୂଳକ ଭାବରେ ପୁରାଇ ଦିଆଯାଇଛି ବୋଲି ଅନେକ ଇତିହାସକlରଙ୍କ ମତ ରହିଛି l
ତାପରବର୍ତ୍ତୀ ସମୟରେ ବ୍ରହ୍ମା, ବିଷ୍ନୁ, ମହେଶ୍ୱର,, ରାମ, ପର୍ଶୁରାମ, ହନୁମାନ, କୃଷ୍ଣ, ବଳରାମ, ତେତିଶ କୋଟି ଦେବାଦେବୀ ଇତ୍ୟାଦି ଅନେକ କାଳ୍ପନିକ ଭଗବାନ ତିଆରି କରି ଦେଶରେ ଲୋକଙ୍କ ମନରେ ଅନ୍ଧ ବିଶ୍ୱାସ ଓ କୁସଂସ୍କାର ଭରିଦେଇ ଗୋଟିଏ ପ୍ରକାର ଦେଶର ପ୍ରକୃତ ଅଧିବାସୀଙ୍କୁ ଧାର୍ମିକ ଗୋଲାମୀରେ ଅବଦ୍ଧ କରିଦେଇଥିଲେ l ଯଦ୍ୱାରା ବୈଦିକ ସଂସ୍କୃତି ଭାରତ ମହାଦେଶର ମୂଳ ସଂକୃତି ପାଲଟି ଯାଇଛି ?

( ୪ ) ଆର୍ଯ୍ୟନ ଜାତିର ଵେଦେଶୀ ଆକ୍ରମଣ କାରୀଙ୍କ ହାତରେ ଭାରତ ମହାଦେଶ କିଭଳି ଭାବରେ ସବୁଦିନ ପାଇଁ ଗୋଲାମ ହେବାକୁ ଯାଉଛି ?
ଆର୍ଯ୍ୟନ ଜାତିର ଲୋକେ ଅନେକ ହିନ୍ଦୁ ସଂଗଠନ ତିଆରି କରି ହିନ୍ଦୁସମାଜ ଓ ସନାତନ ଧର୍ମ ନାମରେ ଜନସାଧରଣଙ୍କୁ ଭ୍ରମିତ କରି ଦେଶର ଶାସନ କ୍ଷମତା ମଧ୍ୟ ଦଖଲ କରିସାରିଛନ୍ତି l
ଏଠାରେ ପ୍ରକାଶ ଥାଉକି ବ୍ରିଟିଶ ସରକାର ବିରୋଧରେ କରାଯାଇଥିବା ସ୍ୱାଧୀନତା ସଂଗ୍ରାମରେ ତଥାକଥିତ ଆର୍ଯ୍ୟନ ଜାତିର ଲୋକେ ସାମିଲ ହୋଇନଥିଲେ l ମାତ୍ର ଦେଶ ସ୍ୱାଧୀନତା ପାଇଲା ପରେ ହିଦୁରାଷ୍ଟ୍ର ନାମରେ ସମ୍ବିଧାନରେ ବ୍ରହ୍ମଣବାଦ ସ୍ଥାପନା କରିବାରେ ବିଫଳ ହୋଇଯିବାରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିଲେ l
ବର୍ତମାନ ସମ୍ବିଧାନରେ ରହିଥିବା ଧର୍ମନିରପେକ୍ଷ ରାଷ୍ଟ୍ର ନାମକୁ ପରିବର୍ତ୍ତନ କରି ହିନ୍ଦୁ ରାଷ୍ଟ୍ର କରିବା ଏମାନଙ୍କ ଜୀବନର ମୂଳଲକ୍ଷ୍ୟ ପାଲଟି ଯାଇଛି l ହିନ୍ଦୁରାଷ୍ଟ୍ର ନାମରେ ଯଦି ବ୍ରାହ୍ମଣବାଦୀ ମାନେ ସମ୍ବିଧାନକୁ ପରିବର୍ତ୍ତନ କରିବାରେ ସଫଳ ହୋଇଯିବେ ତାହେଲେ ଭାରତ ମହାଦେଶ ବିଦେଶୀ ଆକ୍ରମଣ କାରି ଆର୍ଯ୍ୟନ ଜାତିର ଲୋକଙ୍କ ହାତରେ ସବୁଦିନ ପାଇଁ ଗୋଲାମ ପାଲଟିଯିବ l