ବଲାଙ୍ଗିର : 05 ଏପ୍ରିଲ 2025 : ଭଗବାନ ଵିଷ୍ଣୁ ଧର୍ମରକ୍ଷ୍ୟା କରିବା ପାଈଁ ବିଭିନ୍ନ ଯୁଗରେ ପୃଥିବୀରେ ଅବତlରି ପୁରୁଷ ଭାବରେ ଜନ୍ମ ଗ୍ରହଣ କରିଛନ୍ତି ବୋଲି ଅନେକ ବ୍ରାହ୍ମଣବାଦୀଙ୍କ ଧର୍ମଶାସ୍ତ୍ର ମାନଙ୍କରେ ଲିପିବଦ୍ଧ ହୋଇ ରହିଁଛି l
ବ୍ରହ୍ମା, ଵିଷ୍ଣୁ ଓ ଶିବଙ୍କୁ ବୌଦ୍ଧବଲlମ୍ବୀ ମାନେ ଭଗବାନ ଭାବରେ ବିଶ୍ବlସ କିମ୍ବା ଗ୍ରହଣ କରନ୍ତି ନାହିଁ l କାଳ୍ପନିକ ଅବତlର ମାନଙ୍କ ମଧ୍ୟରେ ବୁଦ୍ଧଦେବଙ୍କୁ ଭଗବାନ ଵିଷ୍ଣୁଙ୍କ ନବମ ଅବତାର ଭାବରେ ଚିତ୍ରଣ କାରାଯାଇ ବ୍ରାହ୍ମଣବାଦୀଙ୍କ ଦ୍ୱାରା କରାଯାଇଥିବା ଗଭୀର ଷଡଯନ୍ତ୍ରର ଅସଲ ଉଦ୍ଧେଶ୍ୟ କଣ ରହିଥିଲା ତତ୍ସମ୍ବନ୍ଧୀୟ ସବିଶେଷ ତଥ୍ୟ ନିମ୍ନରେ ଉପସ୍ଥlପିତ କରାଯାଇଛି l
( a ) ମୌର୍ଯ୍ୟ ରାଜବଂଶର ତୃତୀୟ ସମ୍ରାଟ ଅଶୋକଙ୍କ 36 ବର୍ଷର ଶାସନକାଳ 268 BCE ରୁ 232 BCE ପର୍ଯ୍ୟନ୍ତ ସମୟରେ ମୌର୍ଯ୍ୟ ସାମ୍ରାଜ୍ୟ ପୃଥିବୀର ସବୁଠାରୁ ବୃହତ ଓ ଶକ୍ତିଶାଳୀ ବୁଦ୍ଧଙ୍କର ଦେଶ ଭାବରେ ବିଶ୍ବ ଦରବାରରେ ପରିଗଣିତ ହେଉଥିଲା l ବୁଦ୍ଧଙ୍କ ବିଚାରଧାରାରେ ଅନୁପ୍ରାଣିତ ହୋଇ ସମ୍ରାଟ ଅଶୋକ ମୌର୍ଯ୍ୟ ସାମ୍ରାଜ୍ୟରେ ଜାତିପ୍ରଥା ଓ ଧାର୍ମିକ ଶୋଷଣକୁ ସଂପୂର୍ଣ୍ଣ ଭାବରେ ବିଲୋପ କରିଦେଇଥିଲେ l
ବୁଦ୍ଧଙ୍କ ଧର୍ମସ୍ଥଳୀ ମାନଙ୍କର ସ୍ମୃତିରକ୍ଷା କରିବା ପାଇଁ ଦେଶରେ ପ୍ରାୟ 84000 ବିରାଟ ବୌଦ୍ଧସ୍ତୁପ, ଅଶୋକ ସ୍ତମ୍ବ ତଥା ବୁଦ୍ଧଙ୍କର ବିଶାଳକାୟ ମୂର୍ତ୍ତି ନିର୍ମାଣ କରିଥିଲେ l ସେସମୟରେ ସମଗ୍ର ମୌର୍ଯ୍ୟ ସାମ୍ରାଜ୍ୟର 95% ପ୍ରତିଶତ ନାଗରିକ ମାନଙ୍କ ମଧ୍ୟରେ କେବଳ ବୁଦ୍ଧଧର୍ମର ପ୍ରଚଳନ ରହିଥିଲା l
( b ) ସମ୍ରାଟ ଅଶୋକଙ୍କ ବଂଶଧର ମୋର୍ଯ୍ୟ ରାଜବଂଶର ନବମ ସମ୍ରାଟ ବ୍ରିହାଦ୍ରତ ମୌର୍ଯ୍ୟଙ୍କୁ 185 BCE ରେ ତାଙ୍କର ବ୍ରାହ୍ମଣ ସେନାପତି ପୁଷ୍ୟମିତ୍ର ଶୃଙ୍ଗ ହତ୍ୟା କଲାପରେ ମୌର୍ଯ୍ୟ ସାମ୍ରାଜ୍ୟର ସବୁଦିନ ପାଇଁ ପତନ ଘଟିଥିଲା l ସେସମୟରେ ବୁଦ୍ଧଧର୍ମ ସମଗ୍ର ମୌର୍ଯ୍ୟ ସାମ୍ରାଜ୍ୟକୁ ଆଛାଡିତ କରିରଖିଥିଲା l
ଶୃଙ୍ଗ ସାମ୍ରାଜ୍ୟର ପ୍ରଥମ ସମ୍ରାଟ ଭାବରେ ପୁଷ୍ୟମିତ୍ର ଶୃଙ୍ଗ ଶାସନ ଗାଦିରେ ଅବସ୍ଥାପିତ ହେଲାପରେ ଦେଶରେ ବ୍ରାହ୍ମଣବlଦ ସ୍ଥାପନ କରିବା ପାଇଁ ରାଜ୍ୟର ସମସ୍ତ କ୍ଷମତା ଓ ସୈନ୍ୟବlହିନୀ ବୁଦ୍ଧଧର୍ମକୁ ବିନାଶ କରିଦେବା ପାଇଁ ଲଗାଇ ଦେଇଥିଲେ l
ଦେଶରୁ ବୌଦ୍ଧଧର୍ମକୁ ସମ୍ପୂର୍ଣ୍ଣ ଭାବରେ ବିଲୋପ କରିଦେବା ପାଇଁ ଲକ୍ଷlଧିକ ବୌଦ୍ଧ ଭିକ୍ଷୁ ଓ ଭିକ୍ଷୁଣି ମାନଙ୍କୁ ଅମାନୁଷିକ ଭାବରେ ଅତ୍ୟାଚାର କରାଯାଇ ନରସଂହାର କରାଯାଇଥିଲା l ଅଶୋକଙ୍କ ଶାସନକାଳ ସମୟରେ ନିର୍ମାଣ କରାଯାଇଥିବା ବୁଦ୍ଧଙ୍କର ବିରାଟକାୟ ପ୍ରତିମୂର୍ତ୍ତି , ସ୍ତୁପ ଓ ପୂଜାସ୍ଥଳି ମାନଙ୍କୁ ମଧ୍ୟ ବିଧ୍ୱଂଶ କରି ଦିଆଯାଇଥିଲା l
( c ) ତlପରବର୍ତ୍ତି ସମୟରେ ଶୃଙ୍ଗ ସାମ୍ରାଜ୍ୟରେ ବ୍ରହ୍ମଣବlଦର ସ୍ଥାପନ କରିବା ପାଇଁ ମାନୁସ୍ମୃତିର ରଚନା କରାଯାଇ ଦେଶର ସମ୍ବିଧାନ ଭାବରେ ଲାଗୁ କରାଯାଇଥିଲା l
ଏହାସହିତ ବୁଦ୍ଧ ଧର୍ମର ବିନାଶ କରି ଜାତିପ୍ରଥାର ପୁନଃ ପ୍ରଚଳନ କରିବା ପାଇଁ କାଳ୍ପନିକ ବିଷୟବସ୍ତୁ ଆଧlରରେ ଵିଷ୍ଣୁ ପୂରlଣ, ଭାଗବତ ପୁରାଣ, ଗରୁଡ ପୁରାଣ, ମହାଭାରତ, ମତ୍ସ୍ୟ ପୁରାଣ ଇତ୍ୟାଦିର ରଚନା କରାଯାଇ ଚାରିଯୁଗ ଓ ଭଗବାନ ଵିଷ୍ଣୁଙ୍କ 10 ଅବତାର ଉପlକ୍ଷନ ଲେଖାଯାଇ ବୁଦ୍ଧଦେବଙ୍କୁ ନବମ ଅବତାର ଭାବରେ ଚିତ୍ରଣ କରାଯାଇଥିଲା l
( d ) କାଳ୍ପନିକ ଅବତାର ମାନଙ୍କ ଉପରେ ଲୋକଙ୍କ ଆସ୍ଥା ଓ ବିଶ୍ୱାସ ତିଆରି କରିବା ପାଈଁ ବ୍ରାହ୍ମଣବାଦୀଙ୍କ ଧର୍ମଶାସ୍ତ୍ର ଅନୁଯାୟୀ ପୃଥିବୀକୁ ଚାରୋଟି ଯୁଗରେ ବିଭକ୍ତ କରାଯାଇଥିଲା l ଲୋକଙ୍କୁ ପ୍ରତାରଣା କରିବା ପାଈଁ ସତ୍ୟ ଯୁଗ 17 28 000 , ତ୍ରେତୟା ଯୁଗ 12 96 000, ଦ୍ଵାପର ଯୁଗ 8 64 000, କଳି ଯୁଗ 4 32 000 ବର୍ଷ ରହିଲା ପରେ ପୃଥିବୀରେ ପ୍ରଳୟ ଆସି ପ୍ରତ୍ୟେକ ଯୁଗର ପରିସମାପ୍ତି ଘଟିଥାଏ ବୋଲି ଉଲ୍ଲେଖ କରାଯାଇଥିଲା l
କାଳ୍ପନିକ ବିଷୟବସ୍ତୁ ଆଧରରେ ଭଗବାନ ଵିଷ୍ଣୁ ସତ୍ୟଯୁଗରେ ମତ୍ସ୍ୟ, କୁର୍ମା ( କଚ୍ଛପ ), ବରାହ ଅବତାର ଓ ନରସିମହା ତ୍ରେତୟା ଯୁଗରେ ବାମନ, ପର୍ଶୁରାମ ଓ ରାମ ଅବତାର ଓ ଦ୍ୱାପର ଯୁଗରେ କୃଷ୍ଣା ଓ ବଳରାମ ଅବତାର ଗ୍ରହଣ କରିଥିଲେ ତଥା କଳିଯୁଗର ଶେଷ ଭାଗରେ କଳକି ଅବତାର ଗ୍ରହଣ କରିବେ ବୋଲି ଉପସ୍ଥାପନା କରିବା ପଛରେ ଅସତ୍ୟ ଭଗବାନ ମାନଙ୍କୁ ସତ୍ୟରେ ପରିଣତ କରିବା ପାଈଁ ବ୍ରାହ୍ମନାବାଦୀଙ୍କ ଗଭୀର ଷଡଯନ୍ତ୍ର ରହିଥିଲା l
ସତ୍ୟ, ତ୍ରେତୟା ଓ ଦ୍ଵାପର ଯୁଗରେ ପ୍ରଳୟ ଆସି ପରିସମlପ୍ତି ଘଟିଲା ପରେ କଳି ଯୁଗର ଆରମ୍ଭ ହୋଇଛି ବୋଲି ଧର୍ମ ନାମରେ ଜନସାଧରଣଙ୍କୁ ଅନେକ ପ୍ରକାରର ବିଭ୍ରାନ୍ତୀକର ତଥ୍ୟ ପରିବେଷଣ କରାଯାଇଥିଲା l
( e ) ମତ୍ସ୍ୟ ପୂରlଣ ଓ ରାମାୟଣକୁ ଦେଶରେ ଜାତିପ୍ରଥlର ପ୍ରଚଳନ କରିବା ପାଇଁ ବ୍ୟବହାର କରାଯାଇ ମାନବ ସମାଜକୁ ଖଣ୍ଡ ବିଖଣ୍ଡିତ କରିଦିଆଯାଇଥିଲା ଯାହାକି ବର୍ତ୍ତମାନ ପର୍ଯ୍ୟନ୍ତ ବଳବତ୍ତର ହୋଇ ରହିଛି l
ମତ୍ସ୍ୟ ପୂରଣରେ ବର୍ଣ୍ଣିତ ଗାଥା ଅନୁଯାୟୀ ଦ୍ୱାପର ଯୁଗର ପରିସମାପ୍ତି ସମୟରେ ସମୁଦ୍ରରେ ପ୍ରବଳ ଜୁଆର ଆସି ପୃଥିବୀ ପୃଷ୍ଠlର ଚାରିଆଡ଼େ ଜଳମଗ୍ନ ହୋଇଯାଇଥିଲା l ଏହି ସମୟରେ ଭଗବାନ ବିଷ୍ଣୁ କଳିଯୁଗର ସରଂରଚନl କରିବା ପାଇଁ ମତ୍ସ୍ୟ ଅବତାର ଧାରଣ କରି , ମlନୁ ଦମ୍ପତ୍ତି ,ଚାରି ବେଦ , ମାନୁସ୍ମୃତି ତଥା ସାତ ଜଣ ରୁଷି ( ସପ୍ତର୍ଷି ) ଓ ପ୍ରତ୍ୟେକ ଜୀବଜଗତର ଜଣେ ପୁରୁଷ ଓ ମହିଳାଙ୍କୁ ନିଜେ ସ୍ରୁଷ୍ଟି କରିଥିବା ଏକ ଡଙ୍ଗାରେ ବସାଇ ରକ୍ଷl କରିଥିଲେ l
ଭଗବାନ ବିଷ୍ଣୁ ମlନୁଙ୍କୁ ପ୍ରତ୍ୟେକ ଯୁଗରେ ପୃଥିବୀର ରାଜା ଭାବରେ ଅଧିଷ୍ଠିତ କରାଇଥାନ୍ତି l ବ୍ରହ୍ମାଙ୍କର ମାନସ ପୁତ୍ର ମlନୁ ଓ ତାଙ୍କ ସ୍ତ୍ରୀ ବୈଭସ୍ଵତ ହେଉଛନ୍ତି ପୃଥିବୀର ପ୍ରଥମ ପୁରୁଷ ଓ ମହିଳା l ପୃଥିବୀ ପୃଷ୍ଠାର ସମସ୍ତ ମାନବ ସମାଜ ତାଙ୍କ ଔରଷରୁ ସ୍ରୁଷ୍ଟି ହୋଇଛନ୍ତି l
ମାନୁସ୍ମୃତିର ରଚୟିତା ଭୃଗୁରୁଷି ମଧ୍ୟ ହେଉଛନ୍ତି ବ୍ରାହ୍ମlଙ୍କ ମାନସ ପୁତ୍ର l ପ୍ରତ୍ୟେକ ମାନବତନ୍ତ୍ରର ମlନୁଙ୍କ ଶାସନ କାଳରେ ପୃଥିବୀର ସମ୍ବିଧାନ ଭାବରେ ମାନୁସ୍ମୃତିକୁ ପ୍ରଚଳିତ କରାଇ ବ୍ରାହ୍ମଣଧର୍ମର ସ୍ଥାପନ କରିଥାନ୍ତି l
ଉପରୋକ୍ତ ବର୍ଣ୍ଣିତ ଗାଥାକୁ ଭଗବାନଙ୍କ ଦ୍ଵାରା ରଚନା କରାଯାଇଛି ବୋଲି ଦର୍ଶାଇ ଶୃଙ୍ଗ ସମ୍ରଜ୍ୟର ଜନମlନଶରେ ଉପସ୍ଥାପନ କରlଯାଇଥିଲା l ଳୋକଙ୍କୁ ଅନ୍ଧବିଶ୍ୱାସ ଓ କୁସଂସ୍କାର ବଳରେ ଭ୍ରମିତ ଓ ଭୟଭୀତ କରି ପୁଣିଥରେ ଜାତିପ୍ରଥାକୁ ଶୃଙ୍ଗ ସମ୍ରଜ୍ୟରେ ପ୍ରଚଳନ କରାଯାଇ ସମାଜକୁ ଖଣ୍ଡ ବିଖଣ୍ତିତ କରି ଦିଆଯାଇଥିଲା l
( f ) ବ୍ରାହ୍ମଣବାଦୀଙ୍କ ଗଭୀର ଷଡଯନ୍ତ୍ର ଅନୁଯାୟୀ କାଳ୍ପନିକ ଓ ଅସତ୍ୟ ବିଷୟବସ୍ତୁ ଆଧରରେ ତିଆରି କରାଯାଇଥିବା ଚାରିଯୁଗ ଓ ଭଗବାନ ବିଷ୍ଣୁଙ୍କର ନଅଟି ଅବତାରକୁ ସତ୍ୟ ଘଟଣା ଭାବରେ ଉପସ୍ଥାପିତ କରିବା ପାଇଁ ବୁଦ୍ଧଙ୍କୁ ନବମ ଅବତାର ଭାବରେ ଚିତ୍ରଣ କରାଯାଇଥିଲା l ଏହାସହିତ ବୁଦ୍ଧଧର୍ମ ହେଉଛି ବ୍ରାହ୍ମଣଧର୍ମର ଏକ ଅଙ୍ଗ ବୋଲି ବାହାରେ ଦର୍ଶାଇ ଲୋକଙ୍କୁ ବିଭ୍ରାନ୍ତୀକର ତଥ୍ୟ ପରିବେଷଣ କରି ଭିତରେ ବୁଦ୍ଧଧର୍ମର ବିନାଶ କରିଦିଆଯାଇଥିଲା l
( g ) ବ୍ରହ୍ମଣଧର୍ମ ଅନୁଯାୟୀ ( 1 ) ସତ୍ୟ ଯୁଗରେ କେବଳ ବ୍ରାହ୍ମଣ ମାନେ ଶିକ୍ଷ୍ୟାଗ୍ରହଣ , ଧର୍ମକାର୍ଯ୍ୟ ଓ ସନ୍ୟାସୀବ୍ରତ ପାଳନ କରିପାରିବେ ( 2 ) ତ୍ରେତୟl ଯୁଗରେ ବ୍ରାହ୍ମଣ ଓ କ୍ଷତ୍ରିୟ ମାନେ ଶିକ୍ଷ୍ୟାଗ୍ରହଣ , ଧର୍ମକାର୍ଯ୍ୟ ଓ ସନ୍ୟାସୀବ୍ରତ ପାଳନ କରିପାରିବେ ( 3 ) ଦ୍ଵାପର ଯୁଗରେ ବ୍ରାହ୍ମଣ, କ୍ଷତ୍ରିୟ ଓ ବୈଶ୍ୟ ମାନେ ଶିକ୍ଷ୍ୟାଗ୍ରହଣ , ଧର୍ମକାର୍ଯ୍ୟ ଓ ସନ୍ୟାସୀବ୍ରତ ପାଳନ କରିପାରିବେ ( 4 ) କଲିୟୁଗରେ କେବଳ ସବୁ ଜାତିର ଲୋକ ଶିକ୍ଷ୍ୟାଗ୍ରହଣ , ଧର୍ମକାର୍ଯ୍ୟ ଓ ସନ୍ୟାସୀବ୍ରତ ପାଳନ କରିପାରିବେ l
ବ୍ରାହ୍ମଣ ବାଦୀଙ୍କ ଧର୍ମଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ଯୁଗରେ ସ୍ୱର୍ଗର ଦେବତା ଓ ଦାନବ ମାନଙ୍କ ମଧ୍ୟରେ ଯୁଦ୍ଧ ଲାଗିରହୁଥିଲା ସେଥିପାଇଁ ଭଗବାନ ଵିଷ୍ଣୁ ଆଠଟି ଅବତାର ଗ୍ରହଣ କରି ପୃଥିବୀରେ ବ୍ରାହ୍ମଣଧର୍ମ ରକ୍ଷ୍ୟା କରିବା ପାଇଁ ଦାନବ ମାନଙ୍କୁ ସଂହାର କରିଥିଲେ l
କଳିଯୁଗରେ ଦାନବ ଓ ଶୁଦ୍ର ସମାଜ ବେଦ ଓ ପୁରାଣ ଆଧାରିତ ଜ୍ଞାନପ୍ରାପ୍ତ କରି ସବୁଠାରୁ ଶକ୍ତିଶାଳୀ ପାଲଟି ଯାଇଥିବାରୁ ଦେଶରେ ଅଧର୍ମ ଚରମ ସୀମାରେ ପହଞ୍ଚିଯାଇଥିଲା l ଦାନବ ମାନେ ଯୁଦ୍ଧରେ ଦେବତା ମାନଙ୍କୁ ପରାସ୍ତ କରି ସ୍ଵର୍ଗଲୋକରେ ତାଙ୍କର ଶାସନ୍ ଚଳାଇଥିଲେ l
ଦେବତା ମାନଙ୍କୁ ରକ୍ଷl କରିବା ସହିତ ପୃଥିବୀରେ ଧାର୍ମିକ ସନ୍ତୁଳନ ଆଣିବା ପାଇଁ ବୁଦ୍ଧଦେବ ଭଗବାନ ବିଷ୍ଣୁଙ୍କର ନବମ ଅବତାର ଭାବରେ କଳିଯୁଗରେ ଜନ୍ମ ଗ୍ରହଣ କରିଥିଲେ l ବୈଦିକ ଧର୍ମ ଆଧାରିତ ଜ୍ଞାନ ତଥା ଧର୍ମ ପଥରୁ ଦାନବ ମାନଙ୍କୁ ବିଚ୍ୟୁତ କରିବାପାଇଁ ପାଇଁ ବୁଦ୍ଧଦେବ ସେମାନଙ୍କୁ ବେଦ ଓ ପୁରାଣ ବିରୁଦ୍ଧରେ ଶିକ୍ଷାଦାନ କରିଥିଲେ l ପରବର୍ତ୍ତି ସମୟରେ ଦାନବ ମାନେ ଧର୍ମପଥରୁ ବିଚ୍ୟୁତ ହୋଇ ବୁଦ୍ଧଧର୍ମ ଗ୍ରହଣ କରି ଧର୍ମଦ୍ରୋହି ଓ ପାପୀ ହୋଇଯିବାରୁ ଦେବତା ମାନଙ୍କ ଠାରୁ ପରାସ୍ତ ହୋଇ ନର୍କଲୋକକୁ ଗମନ କରିଥିଲେ l
ବ୍ରାହ୍ମଣ ବାଦୀଙ୍କ ନିମ୍ନ ଲିଖିତ ପୁରାଣ ମାନଙ୍କରେ ବୁଦ୍ଧଦେବଙ୍କୁ ଏଭଲିଆ ଅପମାନିତ କଲାଭଳି ଚରିତ୍ର ଚିତ୍ରଣ କରାଯାଇ , ବୁଦ୍ଧଧର୍ମର ବିନାଶ କରିବା ପାଇଁ ଯୋଜନା କରାଯାଇଥିଲା l
( a ) ଅଗ୍ନି ପୂରlଣର ଅଧ୍ୟାୟ 16 , ଶ୍ଲୋକ 1-3 ରେ ବର୍ଣ୍ଣିତ ଗାଥା ଅନୁଯାୟୀ :
( b ) ନାରଦ ପୁରାଣ : ଅଧ୍ୟାୟ 32 , ଶ୍ଲୋକ 36
( c ) ଭାଗବତ ପୁରାଣ : ଦଶମ ଭାଗର ଅଧ୍ୟାୟ 40 , ଶ୍ଲୋକ 22
( d ) ନରସିଂହ ପୁରାଣ : ଅଧ୍ୟାୟ 36 , ଶ୍ଲୋକ 9
( e ) ପଦ୍ମ ପୁରାଣ : ଅଧ୍ୟାୟ 236 , ଶ୍ଲୋକ 6
( f ) ବିଷ୍ଣୁ ଧର୍ମଶାସ୍ତ୍ର ପୁରାଣ : ଗ୍ରନ୍ଥଖଣ୍ଡ 3, ଅଧ୍ୟାୟ 236, ଶ୍ଲୋକ
54
( h ) ବୌଦ୍ଧଧର୍ମ ତଥା ଅନ୍ୟlନ୍ୟ ଧର୍ମ ଗ୍ରହଣ କରି ବ୍ରାହ୍ମଣ ଧର୍ମ ପଥରୁ ବିଚ୍ୟୁତ ହୋଇ ଯାଇଥିବା ଦାନବ ଓ ଶୁଦ୍ର ତଥା ଅନ୍ୟ ଜାତିର ଲୋକମାନଙ୍କୁ କଳିଯୁଗରେ ଭଗବାନ ବିଷ୍ଣୁ କଳକି ଅବତାର ଗ୍ରହଣ କରି ସଂହାର କରି ପୃଥିବୀରେ ଧର୍ମ ରକ୍ଷ୍ୟା କରିବେ ବୋଲି ବ୍ରାହ୍ମଣ ବାଦୀଙ୍କ ଧର୍ମଶାସ୍ତ୍ର ମାନଙ୍କରେ ଉଲ୍ଲେଖ ରହିଁଛି l
ଉପରୋକ୍ତ ସମସ୍ତ ବିଷୟବସ୍ତୁକୁ ଗଭୀରତର ସହିତ ଅନୁଧ୍ୟାନ କଲେ ବୁଦ୍ଧଦେବଙ୍କୁ ଭଗବାନ ବିଷ୍ଣୁଙ୍କର ନବମ ଅବତାର ଭାବରେ ପୂରlଣ ମାନଙ୍କରେ ବର୍ଣିତ କରାଯାଇ କିଭଳି ବ୍ରାହ୍ମଣ ବାଦୀଙ୍କ ଦ୍ୱାରା ବୁଦ୍ଧଧର୍ମର ବିନାଶ କରିବା ପାଇଁ ଯୋଜନା କରାଯାଇଥିଲା ଆପଣମାନେ ଭଲ ଭାବରେ ଜାଣିପାରିବେ l