Today is November 21, 2026

HEADLINES

LATEST NEWS

ପୁରାତନ କାଳରେ ବ୍ରାହ୍ମଣବାଦୀ ମାନେ ଅନେକ ମନ୍ଦିର ମାନଙ୍କୁ ବେସ୍ୟାଳୟ ଭାବରେ ବ୍ୟବହାର କରୁଥିଲେ l

ବଲାଙ୍ଗିର : 12 ଅଗଷ୍ଟ 2026 : ପୁରାତନ କାଳରେ ଭାରତ ବର୍ଷର କର୍ଣାଟକ , ତାମିଲନାଡୁ , ଆନ୍ଧ୍ରପ୍ରଦେଶ , ମହାରାଷ୍ଟ୍ର ଇତ୍ୟାଦି ଅଞ୍ଚଳରେ ପ୍ରାୟ ଶଷ୍ଠ ଶତବ୍ଦୀ ଠାରୁ ଦସମ ଶତବ୍ଦୀ ସମୟ ମଧ୍ୟରେ ଦେବଦାସୀ ପ୍ରଥା ନାମରେ , ଦଳିତ ସମାଜର 5 ରୁ 6 ବର୍ଷର ଛୋଟ ଝିଅ ମାନଙ୍କୁ ବହୁଳ ଭାବରେ ମନ୍ଦିର ମାନଙ୍କରେ ଆର୍ଯ୍ୟନ ଜାତିର ଲୋକମାନଙ୍କ ଦ୍ୱାରା ଶାରୀରିକ ଶୋଷଣ କରାଯାଉଥିଲା l

ତାପରବର୍ତ୍ତୀ ସମୟରେ ଏହି ପ୍ରଥାକୁ ସମଗ୍ର ଭାରତ ବର୍ଷରେ ପ୍ରଚଳିତ କରାଯାଇଥିଲା l ଦେଶର ଅନେକ ବଡ ବଡ ମନ୍ଦିର ମାନଙ୍କରେ ସହସ୍ରାଧିକ ଦେବଦାସୀ ରହୁଥିଲେ l ବ୍ରାହ୍ମଣ ବାଦୀମାନେ ମନ୍ଦିର ମାନଙ୍କୁ ଗୋଟିଏ ପ୍ରକାର ନିଜ ସ୍ୱାର୍ଥ ସାଧନା କରିବା ପାଇଁ ବେସ୍ୟାଳୟ ଭାବରେ ବ୍ୟବହାର କରୁଥିଲେ l

ଦେବଦାସୀ ପ୍ରଥା ଉପରେ ବିଶଦ ଭାବରେ ଜାଣିବାକୁ ହେଲେ ନିମ୍ନଲିଖିତ କେତୋଟି ପ୍ରଶ୍ନର ସଠିକ ଉତ୍ତର ଆପଣମାନଙ୍କୁ ଜାଣିବାକୁ ପଡିବ :

( 1 ) ଦେବଦାସୀ ପ୍ରଥା କଣ ?

( 2 ) ବ୍ରାହ୍ମଣବାଦୀ ମାନେ କିଭଳି ଭାବରେ ଛୋଟଝିଅ ମାନଙ୍କୁ ଦେବଦାସୀ କରାଇବା ପାଇଁ ହlତେଇବlର ଯୋଜନl କରୁଥିଲେ ?

( 3 ) ଦେବଦାସୀ ଭାବରେ ରହିଥିବା ଛୋଟଝିଅ ମାନଙ୍କର କରୁଣ କାହାଣୀ କଣ ରହିଛି ?

( 4 ) ଦେବଦାସୀ ପ୍ରଥାର ଐତିହାସିକ ପୃଷ୍ଠଭୂମି କଣ ରହିଥିଲା ?

( 5 ) ଦେବଦାସୀ ପ୍ରଥାକୁ ବନ୍ଦ କରିଦେବା ପାଇଁ ଆଇନରେ ପ୍ରlବଧlନ କଣ କରାରହିଛି ?

ଉପରୋକ୍ତ ସମସ୍ତ ବିଷୟବସ୍ତୁ ଉପରେ ବିଷଦ ଭାବରେ ନିମ୍ନରେ ଉପସ୍ଥାପିତ କରାଯାଇଛି l

( 1 ) ଦେବଦାସୀ ପ୍ରଥା କଣ ?

( a ) ଦେବଦାସୀ ପ୍ରଥା ଅନୁଯାୟୀ ଦଳିତ ସାମାଜର 5 ରୁ 6 ବର୍ଷର ଭଲଝିଅ ମାନଙ୍କୁ ଧର୍ମର ଦ୍ୱାହିଦେଇ ଭାଗବାନଙ୍କ ସହିତ ବିବାହ କରାଯାଉଥିଲା l ସେମାନେ ନୃତ୍ୟ କଳା ତଥା ମନ୍ଦିରର ରକ୍ଷଣାବେକ୍ଷଣ ଇତ୍ୟାଦି ଅନେକ ବିଷୟରେ ଶିକ୍ଷା ଲାଭ କଲାପରେ ଭାଗବାନଙ୍କ ସେବାକରି ମନ୍ଦିରରେ ରହୁଥିଲେ l

ଯେଉଁଦିନ ସେମାନେ ଯୌବନାବସ୍ଥା ପ୍ରାପ୍ତ କରୁଥିଲେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଏକ ଯାତ୍ରା ଅନୁଷ୍ଠିତ କରାଯାଉଥିଲା l ତାପରବର୍ତ୍ତୀ ସମଯରେ ମନ୍ଦିରର ପୂଜକ ସେମାନଙ୍କୁ ଜୋରଜବରଦସ୍ତି ଭାବରେ ଏକ ଯୌନକର୍ମୀ ଆକାରରେ ବ୍ୟବହାର କରି ଟଙ୍କା ଉପାର୍ଜନ କରୁଥିଲେ l ଏଭଲିଅl ଦଳିତ ସମାଜର ଛୋଟ ଝିଅ ମାନଙ୍କୁ ଦେଶର ଅନେକ ମନ୍ଦିର ମାନଙ୍କରେ ବ୍ରାହ୍ମଣବାଦି ମାନଙ୍କ ଦ୍ଵାରା ଶାରୀରିକ ଶୋଷଣ କରାଯାଉଥିଲା l

( 2 ) ବ୍ରାହ୍ମଣବାଦି ମାନେ କିଭଳି ଭାବରେ ଛୋଟଝିଅ ମାନଙ୍କୁ ଦେବଦାସୀ କରାଇବା ପାଇଁ ହlତେଇବାର ଯୋଜନା କରୁଥିଲେ ?

ସେସମୟରେ ଦେଶରେ ଉତ୍କଟ ଜାତିପ୍ରଥା କାରଣରୁ ଦଳିତ ସାମାଜ ବ୍ରାହ୍ମଣବାଦି ମାନଙ୍କ ଦ୍ଵାରା ଅତ୍ୟାଚାରିତ ଓ ଶୋଷିତ ହୋଇ , ଘୋର ଦରିଦ୍ରତା ମଧ୍ୟରେ ଜୀବନ ନିର୍ବାହ କରୁଥିଲେ l

ଦେବଦାସୀ କରିବା ପାଇଁ ସ୍ଵଇଚ୍ଛାରେ ଦଳିତ ସମାଜର ଲୋକେ ନିଜର ଛୋଟଝିଅ ମାନଙ୍କୁ ଦାନ କରୁନଥିଲେ l ବ୍ରାହ୍ମଣବାଦି ମାନଙ୍କ ଦ୍ଵାରା ଛୋଟଝିଅ ମାନଙ୍କୁ ହାତେଇବା ପାଇଁ ବିଭିନ୍ନ ପ୍ରକlରର ଷଡ଼ଯନ୍ତ୍ର କରାଯାଉଥିଲା l

( a ) ଦଳିତ ସମାଜର ପାରିବାର ଲୋକକୁ କନ୍ୟାଦାନ କରିବା ପାଇଁ ଭୟଭୀତ କରାଯାଉଥିଲା l

( b ) କୌଣସି ପରିବାର ବିପଦରେ ପଡିଥିଲେ କନ୍ୟାଦାନ କଲେ କାର୍ଯ୍ୟସିଦ୍ଧି ହେବ ବୋଲି ଭଗବାନଙ୍କ ଦ୍ୱାହିଦେଇ ମାନସିକ କରାଇ ନିଆଯାଉଥିଲା l

( c ) କନ୍ୟାଦାନ କଲେ ପରଜନ୍ମରେ ପରିବାର ଲୋକେ ଉଚ୍ଚ ଜାତିରେ ଜନ୍ମ ଗ୍ରହଣ କରିବେ ଓ ଘରେ ପୁଅ ଜନ୍ମ ହେବ ବୋଲି ବୋଲି ପ୍ରତାରଣା କରୁଥିଲେ l

( d ) ଦେବଦାସୀ ହେଲେ ସମାଜରେ ଝିଅ ପ୍ରତିଷ୍ଠା ଲାଭ କରିପାରିବl ସଙ୍ଗେ ସଙ୍ଗେ ପିତାମାତାଙ୍କୁ ପରିପାଳିତ କରିପାରିବ ବୋଲି ପ୍ରଲୋଭନ ଦେଖାଉଥିଲେ l

ଏଭଲିଆ ବିଭିନ୍ନ ପ୍ରକାରର ଧର୍ମ ଓ ଭଗଵାନଙ୍କ ନାମରେ ଅlଲ ଦେଖାଇ ବ୍ରାହ୍ମଣବାଦି ମାନେ ଛୋଟ ଝିଅ ମାନଙ୍କୁ ଦେବଦାସୀ କରିବା ପାଇଁ ପରିବାର ଲୋକଙ୍କ ଠାରୁ ନେଇ ଯାଉଥିଲେ l

( 3 ) ଦେବଦାସୀ ଭାବରେ ରହିଥିବା ଛୋଟ ଝିଅ ମାନଙ୍କର କରୁଣ କାହାଣୀ କଣ ରହିଛି ?

( a ) ଦେବଦାସୀ ମାନଙ୍କୁ ଦେହଜୀବୀ ଭାବରେ ନିୟୋଜିତ କରି ଉପାର୍ଜିତ ହେଉଥିବା ସମସ୍ତ ଟଙ୍କାକୁ ମନ୍ଦିରରେ ପୂଜକ ଭାବରେ କାର୍ଯ୍ୟ ତୁଲାଉଥିବା ବ୍ରାହ୍ମଣବାଦି ମାନେ ଆତ୍ମସାତ କରୁଥିଲେ l

( b ) ଅନେକ ଦେବଦାସୀ ବିଭିନ୍ନ ପ୍ରକାର ଯୌନ ରୋଗରେ ଆକ୍ରାନ୍ତ ହୋଇପଡୁଥିଲେ l ପୂଜକ ମାନେ ସେମାନଙ୍କର ଚିକିତ୍ସା କରିବା ପରିବର୍ତ୍ତେ ମନ୍ଦିରରୁ ବିତାଡିତ କରିଦେଉଥିଲା l ବିତାଡିତ ହୋଇ ଦେବଦାସୀ ମାନେ ରାସ୍ତାରେ ବୁଲି ଭିକ୍ଷା ମାଗି ଚଳୁଥିଲେ ଓ ଶେଷରେ ଚିକିତ୍ସା ଅଭାବରୁ ମୃତ୍ୟୁବରଣ କରୁଥିଲେ l

( c ) ଅନେକ ଦେବଦାସୀ ଗର୍ଭବତୀ ହୋଇ ଛୁଆ ଜନ୍ମ କରୁଥିଲେ l ଜନ୍ମିତ ଛୁଆ ବ୍ରାହ୍ମଣବାଦିଙ୍କ ହୋଇଥିଲେ ସୁଦ୍ଧା ସେମାନଙ୍କର ଜାତି ଓ ଗୋତ୍ର ଦେବଦାସୀଙ୍କ ଅନୁଯାୟୀ ଦଳିତ ଆକାରରେ ରହୁଥିଲା l ଝିଅ ଜନ୍ମ ହେଲେ ତାର ମା ପାଖରେ ପରିପାଳିତ ହେଲାପରେ ତାକୁ ମଧ୍ୟ ଦେବଦାସୀ କରାଯାଉଥିଲା l ଦେଶରେ ଏଭଳିଆ ଲକ୍ଷାଧିକ ଅନାଥ ଶିଶୁ ଦେବଦାସୀ ମାନଙ୍କ ଠାରୁ ଜନ୍ମଗ୍ରହଣ କରୁଥିଲେ l

( d ) ବୟସ ଅଧିକ ହୋଇ ଠିକ୍ ଭାବରେ ରୋଜଗାର କରିନପାରିଲେ ଦେବଦାସୀ ମାନଙ୍କୁ ବେଶ୍ୟାଳୟ ମାନଙ୍କରେ ବିକ୍ରି କରି ଦିଆଯାଉଥିଲା l

( e ) ସେସମୟରେ ଛୋଟ ଝିଅ ମାନେ ଗର୍ଭବତୀ ହୋଇ ଛୁଆ ଜନ୍ମ କରିନପାରି ମୃତ୍ୟୁ ବରଣ କରିବା ନିତିଦିନିଆ ଘଟଣାରେ ପରିଣତ ହୋଇଯାଇଥିଲା l

ଛୋଟ ଝିଅ ମାନଙ୍କ ଉପରେ ଏଭଲିଅl ବର୍ବରତା ଓ ଅମାନବୀୟ ଅତ୍ୟାଚାର କରାଯାଉଥିବା ଦେବଦାସୀ ପ୍ରଥାକୁ ଅନେକ ବ୍ରାହ୍ମଣବାଦୀଙ୍କ ଧର୍ମଶାସ୍ତ୍ର ମାନଙ୍କରେ ମାନ୍ୟତା ମଧ୍ୟ ପ୍ରଦାନ କରଯାଇଛି l

( 4 ) ଦେବଦାସୀ ପ୍ରଥାର ଐତିହାସିକ ପୃଷ୍ଠଭୂମି କଣ ରହିଛି ?

( a ) ସୋମବଂଶୀ ରାଜବଂଶର ଜଣେ ରାଣୀ ଭଗବାନଙ୍କ ପୂଜାର୍ଚନା ଓ ରକ୍ଷଣାବେକ୍ଷଣ କରିବା ପାଇଁ ପ୍ରବିଣ ନୃତ୍ୟାଙ୍ଗନା ମାନଙ୍କୁ ଭଗବାନ ସହିତ ବିବାହ କରାଉଥିଲେ l ଜନସାଧାରଣ ସେମାନଙ୍କୁ ଦେବୀ ମହାଲକ୍ଷ୍ମୀ ଭାଲିଆ ବିବେଚନା କରୁଥିଲେ ଓ ସମାଜରେ ବିଶେଷ ଭାବରେ ସମ୍ମାନ ରହୁଥିଲା l

( b ) ଦକ୍ଷିଣ ଭାରତରେ ଚୋଳl ବଂଶର ଶାସନକାଳ ସମୟରେ ଦେବଦାସୀ ପ୍ରଥାକୁ ବହୁଳ ଭାବରେ ପ୍ରୋତ୍ସାହନ ଦିଆଯାଇଥିଲା l

( c ) କର୍ଣାଟକ ରାଜ୍ୟର ଦେବୀ ୟେଲାମାଙ୍କ ମନ୍ଦିର ମାନଙ୍କରେ ଦେବଦାସୀ ପ୍ରଥାର ପ୍ରଚଳନ ବ୍ୟାପକ ଭାବରେ କରାଯାଉଥିଲା l
ଦେବୀ ୟେଲାମା ହେଉଛନ୍ତି ରୁଷି ଜମଦଗ୍ନିଙ୍କ ପତ୍ନୀ ଓ ଭଗବାନ ପର୍ଶୁରାମଙ୍କ ମାତା ରେଣୁକା l

( d ) ପରବର୍ତ୍ତୀ ସମୟରେ ସମଗ୍ର୍ ଭାରତ ବର୍ଷରେ ଦେବଦାସୀ ପ୍ରଥାର ପ୍ରଚଳନ ଅନେକ ବଡ ବଡ ମନ୍ଦିର ମାନଙ୍କରେ ଦେଖିବାକୁ ମିଳିଥିଲା l

( e ) ଦେବଦାସୀ ପ୍ରଥାକୁ ରୋକାଯିବ ପାଇଁ ଅନେକ ପ୍ରକାରର ଆଇନ୍ ପ୍ରଣୟନ କରାଯାଇଥିଲେ ସୁଦ୍ଧା ଜାତୀୟ ମାନବାଧିକାର କମିଶନଙ୍କ ଦ୍ୱାରା 2013 ମସିହାରେ କରlଯାଇଥିବା ଏକ ଅନୁସନ୍ଧାନ ଅନୁଯାୟୀ ଦେଶରେ 450,000 ଦେବଦାସୀ ରହିଥିଲେ l

ସେହିବର୍ଷ ଜଷ୍ଟିସ ରଘୁନାଥ ରାଓ କମିଶନଙ୍କ ଅନୁସନ୍ଧାନ ରିପୋର୍ଟ୍ ଅନୁଯାୟୀ କେବଳ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଅଞ୍ଚଳରେ 80,000 ଦେବଦାସୀ ରହିଥିଲେ l

( f ) ତାମିଲନାଡୁରେ ଦେବଦାସୀ ପ୍ରଥାକୁ ବନ୍ଦ କରିଦେବା ପାଇଁ ଡାକ୍ତର ମୁଥୁଲକ୍ଷ୍ମୀ ରେଡ୍ଡୀଙ୍କ ପ୍ରମୂଖ ଅବଦାନ ରହିଛି l

( 5 ) ଦେବଦାସୀ ପ୍ରଥାକୁ ବନ୍ଦ କରିଦେବା ପାଇଁ ଆଇନରେ ପ୍ରlବଧlନ କଣ ରହିଛି ?

( a ) ଭାରତରେ ଇଂରେଜ ଶାସନକାଳରେ ଦେବଦାସୀ ପ୍ରଥାକୁ ବେଆଇନ ଘୋଷଣା କରି ଅନେକ ଆଇନ ପ୍ରଣୟନ କରlଯାଇଥିଲା l

( 1 ) The l Bombay Devadasi Protection Act (“Bombay Act”), 1934 .

( 2 ) The Madras Devadasi (Prevention of Dedication) Act of 1947 .

( b ) ଭାରତ ସ୍ୱାଧୀନତା ଲାଭ କଲାପରେ ଦେବଦାସୀ ପ୍ରଥାକୁ ବେଆଇନ ଘୋଷଣା କରି ଅନେକ ଆଇନ ପ୍ରଣୟନ କରାଯାଇଛି l

( 1 ) Devadasi Dedication Abolition Act of 1947 .

( 2 ) The Karnataka Devadasis (Prohibition of Dedication) Act of 1982 .

( 3 ) The Andra Pradesh Devadasi (Prohibition of Dedication) Act of 1988 .

( 4 ) The Maharashtra Devadasi (Abolition of Dedication) Act, 2006 .

( 5 ) Juvenile Justice Act 2015 (JJ Act)

( 6 ) In February 2016, Supreme Court has taken a stern stance in condemning the illegal practice of dedicating young girls as devadasis. It has described the practice as an evil done to women by subjecting them to sexual exploitation and prostitution.

( 7 ) To stop abandoning young girls in name of a tradition for sexual exploitation and prostitution, Immoral Traffic Prevention Act, 1956 (ITPA Act) and Trafficking of Persons (Prevention, Protection, and Rehabilitation) Bill 2018

( 8 ) 3 Sections 372 and 373 of the Indian Penal Code were amended to declare “the practice of dedicating girls for the ultimate purpose of engaging them in prostitution as illegal.”

ବ୍ରାହ୍ମଣବଦୀଙ୍କ ମାନଙ୍କ ଦ୍ୱାରା ଛୋଟଝିଅ ମାନଙ୍କୁ ଭଗବାନଙ୍କ ନାମରେ ମନ୍ଦିର ମାନଙ୍କରେ ଅତି ବର୍ବରତାର ସହିତ ପାଶବିକ ଯୌନ ନିର୍ଯାତନା ଦିଆଯାଇଥିବା ଘଟଣାଟି ଇତିହାସ ପୃଷ୍ଠାରେ ପୃଥିବୀର ଏକ ବିରଳ କଳଙ୍କିତ ଅଧ୍ୟାୟ ଭାବରେ ଲିପିବଦ୍ଧ ହୋଇ ରହିଛି l

MUST READ..

Share this post

Leave a Comment