Today is November 21, 2026

HEADLINES

LATEST NEWS

ବୁଦ୍ଧଙ୍କର କଳଦାନ୍ତ ଅସ୍ଥି କଳିଙ୍ଗରୁ ଶ୍ରୀଲଙ୍କା ପହଞ୍ଚିଥିବା ଦିନ ପ୍ରତ୍ୟେକ ବର୍ଷ ଯାତ୍ରା ଅନୁଷ୍ଠିତ କରାଯାଇଥାଏ l

ବଲାଙ୍ଗିର : 19 ଜୁଲାଇ 2023 : ଶ୍ରୀଲଙ୍କାର ପୌରାଣିକ ଗାଥା ଅନୁଯାୟୀ ବ୍ରହ୍ମଦତ୍ତ ନାମକ ତତ୍କାଳୀନ କଳିଙ୍ଗର ରାଜାଙ୍କ ଦ୍ଵାରା ଦନ୍ତପୁରୀ ( ପୁରୀ ) ଠାରେ ଏକ ବିରାଟ ସ୍ତୁପ ନିର୍ମାଣ କରାଯାଇ ବୁଦ୍ଧଙ୍କର କଳ ଦାନ୍ତ ଅସ୍ଥିକୁ ଅବସ୍ଥାପିତ କରାଯାଇଥିଲା l

ବୁଦ୍ଧଙ୍କ ମହାପରିନିର୍ବାଣର 800 ବର୍ଷ ପରେ ତତ୍କାଳୀନ କଳିଙ୍ଗ ରାଜା ଗୁହସଭlଙ୍କ ଶାସନକାଳ ସମୟରେ ବୁଦ୍ଧଙ୍କର କଳ ଦାନ୍ତ ଅସ୍ଥିକୁ ଧ୍ଵଂସ କରିଦେବା ପାଇଁ ଅନେକ ରାଜା ଦନ୍ତପୁରିକୁ ଆକ୍ରମଣ କରିଥିଲେ l ତତ୍କାଳୀନ କଳିଙ୍ଗ ରାଜା ଶତ୍ରୁ ହାତରୁ ରକ୍ଷା କରିବା ପାଇଁ , ବୁଦ୍ଧଙ୍କର କଳ ଦାନ୍ତ ଅସ୍ଥିକୁ ଲୁଚାଇ , ଶ୍ରୀଲଙ୍କାକୁ ପଳାୟନ କରିବା ପାଇଁ ନିଜ ଝିଅ ହେମାମାଳି ଓ ଜ୍ବାଇଁ ଦନ୍ଥା ଙ୍କୁ କହିଥିଲେ l

କଳିଙ୍ଗ ରାଜକନ୍ୟା ହେମାମାଳି ନିଜ ମୁଣ୍ଡବାଳ ଭିତରେ ବୁଦ୍ଧଙ୍କର କଳ ଦାନ୍ତ ଅସ୍ଥିକୁ ଲୁଚାଇ ନିଜ ସ୍ୱାମୀ ଦନ୍ଥାଙ୍କ ସହିତ ଛଦ୍ମବେଶରେ ଶ୍ରୀଲଙ୍କା ପଳାୟନ କରିଥିଲେ l ଶ୍ରୀଲଙ୍କାର ତତ୍କାଳୀନ ରାଜା ମେଘଭlନ୍ନଙ୍କୁ ହେମାମାଳି ଓ ଦଂସ୍ଥା ବୁଦ୍ଧଙ୍କର କଳ ଦାନ୍ତ ଅସ୍ଥିକୁ ସୁରକ୍ଷା ଦେବା ପାଇଁ ପ୍ରଦାନ କରିଥିଲେ l

ଶ୍ରୀଲଙ୍କାର ତତ୍କାଳୀନ ରାଜା ନିଜର ରାଜପ୍ରସାଦ ଭିତରେ ଏକ ବିରାଟ ମନ୍ଦିର ନିର୍ମାଣ କରାଇ ବୁଦ୍ଧଙ୍କର କଳ ଦାନ୍ତ ଅସ୍ଥିକୁ ଅବସ୍ଥାପିତ କରିଥିଲେ ଓ ପରବର୍ତ୍ତୀ ସମୟରେ ବଂଶାନୁକ୍ରମେ ପୂଜା ଆସୁଥିଲେ l ବର୍ତ୍ତମାନ୍ ଶ୍ରୀଲଙ୍କାର କେଣ୍ଡି ଠାରେ ‘ ଦାନ୍ତ ଅସ୍ଥି ମନ୍ଦିର ‘ ନାମକ ଏକ ବିରାଟ ମନ୍ଦିର ନିର୍ମାଣ କରାଯାଇ ବୁଦ୍ଧଙ୍କର କଳ ଦାନ୍ତ ଅସ୍ଥିକୁ ଅବସ୍ଥାପିତ କରାଯାଇଛି l

ହେମାମାଳି ଓ ଦଂସ୍ଥାଙ୍କ ଦ୍ଵାରା ବୁଦ୍ଧଙ୍କର କଳ ଦାନ୍ତ ଅସ୍ଥି ଯେଉଁଦିନ ଶ୍ରୀଲଙ୍କା ରେ ପହଞ୍ଚିଲା ଉକ୍ତଦିନକୁ ସ୍ମରଣ କରିବା ପାଇଁ ପ୍ରତ୍ୟେକ ବର୍ଷ ଏକ ବିରାଟ ଯାତ୍ରା ଅନୁଷ୍ଠିତ କରାଯାଇଥାଏ l ଉକ୍ତ ଯାତ୍ରାର ଏକ ଫଟୋ ଚିତ୍ର ଆପଣମାନଙ୍କ ଅବଗତି ନିମନ୍ତେ ଉପସ୍ଥାପନ କରାଯାଇଛି l

MUST READ..

Share this post

Leave a Comment