Today is November 21, 2026

HEADLINES

LATEST NEWS

ପlଣ୍ଡିଆନଙ୍କ ଇଙ୍ଗିତରେ ସରକାରୀ କଳ ସୋଲାର ପ୍ଲାଣ୍ଟ ଆନ୍ଦୋଳନକୁ ଅତି ବର୍ବରlତାର ସହିତ ଦମନ କରିଥିଲେ l

ବଲାଙ୍ଗିର : 03 ଅକ୍ଟୋବର 2025 : ବଲାଙ୍ଗିର ଜିଲ୍ଲାର ସଇଁତଳା ବ୍ଲକ ଅଞ୍ଚଳର ଅଧିକାଂଶ ଗୋଚର ଜମିକୁ ଆଦିତ୍ୟ ବିର୍ଲା ଗ୍ରୁପ ଶିଳ୍ପସଂସ୍ଥାକୁ ହସ୍ତାନ୍ତର କରି ସେଠାରେ ସୋଲାର ପ୍ଲାଣ୍ଟ ସ୍ଥାପନ କରିବା ପାଇଁ ଗତ ବିଜେଡ଼ି ସରକାର ସମୟରେ ସରକାରୀ ଯୋଜନl କରlଯାଇଥିଲା l

ଏସବୁ କାର୍ଯ୍ୟ ଟିଟିଲାଗଡ ନେତ୍ରିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହେଉଥିଲା l ଭୁବନେଶ୍ବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଭି କେ ପlଣ୍ଡିଆଁନ ତତ୍କାଳୀନ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଶିଳ୍ପସଂସ୍ଥାକୁ ଅତିଶିଘ୍ର ଜମି ହସ୍ତାନ୍ତର କରିଦେବା ପାଇଁ ସଦାସର୍ବଦା ଚାପ ପ୍ରୟୋଗ କରୁଥିଲେ l

ବଲାଙ୍ଗିର ଜିଲ୍ଲାର ପ୍ରମୁଖ ରାଜନୈତିକ ଦଳର ପ୍ରାୟ ସମସ୍ତ ତଥାକଥିତ ବରିଷ୍ଠ ରାଜନେତା/ନେତ୍ରୀ ଯଥା ଟୁକୁନି ସାହୁ , ସଂଗୀତା କୁମାରୀ ସିଂହଦେଓ, କନକ ବର୍ଦ୍ଧନ ସିଂହଦେଓ, କଳିକେଶ ନାରାୟଣ ସିଂହଦେଓ ପ୍ରଚ୍ଛଦ ପଟରେ ରହି ଶିଳ୍ପସଂସ୍ଥାକୁ ସମସ୍ତ ପ୍ରକାରର ସହଯୋଗ୍ ଯୋଗାଇ ଦେଉଥିଲେ l

ଶିଳ୍ପସଂସ୍ଥା ଇଙ୍ଗିତରେ ତଥାକଥିତ ନକଲି ସାମ୍ବାଦିକ , ବରିଷ୍ଠ ଟିଭି ସାମ୍ବାଦିକ ଓ ବିତାଡିତ ହୋଇସାରିଥିବ ଏକ ଖବର କାଗଜର ମ୍ୟାନେଜର ନିଜର ସହଯୋଗୀ ମାନଙ୍କ ସହିତ ମିଳିତ ହୋଇ ଆନ୍ଦୋଳନକlରୀଙ୍କ ବିରୁଦ୍ଧରେ ଅନେକ ବିଭ୍ରାନ୍ତିକର ତଥ୍ୟ ଗଣମlଧ୍ୟମରେ ପରିବେଷଣ କରୁଥିଲେ l

ଭି କେ ପlଣ୍ଡିଆଁନଙ୍କ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବା ପାଇଁ ତତ୍କାଳୀନ ବଲାଙ୍ଗିର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ତାଙ୍କର ସମସ୍ତ ଶକ୍ତି ସୋଲାର ପ୍ଲାଣ୍ଟ କରାଇବା ପାଇଁ ଲଗାଇ ଦେଇଥିଲେ l

ସେସମୟରେ ଡୁଙ୍ଗୁରିପାଲି ପଞ୍ଚାୟତ ଅଞ୍ଚଳବାସୀ ଗୋଚର ଜମିକୁ ଶିଳ୍ପସଂସ୍ଥା ହାତରେ ହସ୍ତାନ୍ତର ନକରିବା ପାଇଁ ଆଇନ ପରିସର ଭିତରେ ରହି ଆନ୍ଦୋଳନ ମାଧ୍ଯମରେ ଆନ୍ଦୋଳନ ମାଧ୍ଯମରେ ପ୍ରତିବାଦ କରିଥିଲେ l ଏହାକୁ ଭଣ୍ଡୁର କରିଦେବା ପାଇଁ ପୋଲିସ ତରଫରୁ ପାଖାପାଖି 200 ଜଣ ମହିଳା ଓ ପୁରୁଷ ମାନଙ୍କ ନାମରେ ଗୁରୂତର ଦଫା ଲଗାଇ ଅନେକ ମିଥ୍ୟା ମାମଲା ରୁଜୁ କରାଯାଇଥିଲା l

ଶିଳ୍ପସଂସ୍ଥା ତରଫରୁ ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରାଯାଇ ଅନେକ ଅପରାଧି ମାନଙ୍କୁ ଜନସାଧାରଣ ପ୍ରତିବାଦ କଲେ ଆକ୍ରମଣ କରିବା ପାଇଁ ମଧ୍ୟ ନିୟୋଜିତ କରାଯାଇଥିଲl l ପୋଲିସ ଉପସ୍ଥିତିରେ ସେମାନେ ଅନେକ ଆନ୍ଦୋଳନକାରୀଙ୍କୁ ମାଡ଼ ମlରୁଥିଲେ ସୁଦ୍ଧା ପୋଲିସ ସଦାସର୍ବଦା ନୀରବ ଦ୍ରଷ୍ଟା ସାଜି ରହୁଥିଲେ l

ଅଞ୍ଚଳବାସି ପୋଲିସ ଓ ଅପରାଧି ମାନଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ସହସ୍ରାଧିକ ପରିବାର ଜୀବନ ଭୟରେ ମାସ ମାସ ଧରି ନିଜ ଗ୍ରlମ ଛାଡୀ ଅନ୍ୟତ୍ର ପଳାୟନ କରିଥିଲେ l

ସରକାରୀ କଳ ଓ ଶିଳ୍ପସଂସ୍ଥାର ଗୁଣ୍ଡା ବାହିନୀ ଦ୍ୱାରା ଅଞ୍ଚଳ ବାସୀଙ୍କ ଅନେକ ପ୍ରକାରର ନିର୍ଯ୍ୟାତନା ଦେଲାପରେ ଶୁଦ୍ଧl ଶିଳ୍ପସଂସ୍ଥା ସୋଲାର ପ୍ଲାଣ୍ଟ ସ୍ଥାପନ କରିବାରେ ବିଫଳ ହୋଇଯାଇଥିଲେ l

ଭି କେ ପlଣ୍ଡିଆଁନଙ୍କ ଇଙ୍ଗିତରେ ପ୍ରଶାସନ ଓ ପୋଲିସ ପକ୍ଷରୁ ଆନ୍ଦୋଳନକୁ ଯୋର ଜବରଦସ୍ତି ଭାବରେ ପରିସମାପ୍ତି ଘଟାଇବା ପାଇଁ ଯୋଜନା କରାଯାଇଥିଲl l ତଦ୍ ଅନୁଯାୟୀ ପୋଲିସ ରାତି ସମୟରେ ଜଣେ ଆଦିବାସୀ ଯୁବକଙ୍କୁ ତାଙ୍କ ଘରୁ ଗିରଫ କରି ଉଠାଇ ଆଣିଥିଲେ l

ତାପରଦିନ ସକାଳୁ ବଲାଙ୍ଗିର ଜିଲ୍ଲାର ପ୍ରାୟ ସମସ୍ତ ପୋଲିସ ଅଧିକାରୀ ତଥା ଅନେକ ପ୍ଲାଟୁନ ପୋଲିସ ଫୋର୍ସ ସଇଁତଳା ଥାନାରେ ପହଞ୍ଚି ଯାଇଥିଲେ l ଏହାସହିତ ସଇଁତଳା ଠାରେ ଶିଳ୍ପସଂସ୍ଥା ତରଫରୁ ନିୟୋଜିତ କରଯାଇଥିବା ଶତାଧିକ ଅପରାଧି ମଧ୍ୟ ରୁଣ୍ଡ ହୋଇଯାଇଥିଲେ l

ବହୁ ପରିମାଣରେ ପୋଲିସ ବାହିନୀ ଓ ଅପରାଧି ମାନଙ୍କୁ ଦେଖି ଜନସାଧାରଣଙ୍କ ମଧ୍ୟରେ ଅନେକ ପ୍ରକାରର ଗୁଜବ ଶୁଣିବାକୁ ମିଳିଥିଲା l ତନ୍ମଧ୍ୟରେ ଗିରଫ ହୋଇଥିବା ଆଦିବାସୀ ଯୁବକକୁ ପୋଲିସ ପ୍ରଚୁର ମାଡ଼ମାରି ଗୁରୁତର କରି ଦେଇଛି ବୋଲି ଚାରିଆଡେ଼ ଲୋକଲୋଚନରେ ଆଲୋଚନା ଓ ପ୍ରଚାରିତ ହୋଇଥିଲା l

ଏଭଳିଆ ଆଲୋଚନାରେ ଭୟଭୀତ ହୋଈ ଗିରଫ ହୋଇଥିବା ଆଦିବାସୀ ଯୁବକଙ୍କ ମାଁ କାନ୍ଦବୋବାଳ କରିବାରୁ , ‘ ପରିବାର ଲୋକେ ଓ କିଛି ହାତଗଣତି ବନ୍ଧୁବାନ୍ଧବ ଗିରଫ କରାଯାଇଥିବା ଯୁବକର ଅବସ୍ଥା କିଭଳୀ ରହିଛି ? ‘ ଜାଣିବା ପାଇଁ ଆଦିବାସୀ ପରମ୍ପରା ଅନୁଯାୟୀ ବାଜା ବଜାଇ ଓ ହାତରେ ତାଙ୍କ ସାମାଜିକ ବ୍ୟାନର ଧରି ସଇଁତଳା ଥାନାକୁ ଯାଉଥିଲେ l

ସଇଁତଳା ବ୍ଲକ ଅର୍ନ୍ତଗତ ଡୁଙ୍ଗୁରିପାଲି ପଞ୍ଚାୟତର ସlହୁପଡ଼l ନିକଟସ୍ଥ କାନ୍ଥନଦୀ ଡେଇଁ ସଇଁତଳା ଥାନାକୁ ଯାଉଥିବା ସମୟରେ ଆଦିବାସୀ ସମାଜର ଲୋକକୁ ରାସ୍ତାରେ ପୋଲିକର ଉପସ୍ଥିତିରେ ଅପରାଧି ମାନେ ପ୍ରଚୁର ମାଡ଼ ମାରିବାରୁ ସେମାନେ ପ୍ରଣବିକଳରେ ସଇଁତଳା ଥାନାକୁ ପଳାଇ ଯାଇଥିଲେ l

ଥାନା ବାହାରେ ଉପସ୍ଥିତ ରହିଥିବା ପୋଲିସ ଅଧିକାରୀଙ୍କୁ ଗିରଫ ହୋଇଥିବା ଯୁବକର ଅବସ୍ଥା କିଭଳି ରହିଛି ବୋଲି ପଚାରିଲେ ଓ ତାଙ୍କ ସହିତ ଟିକିଏ ଦେଖା କରାଇଦେବା ପାଇଁ ଅନୁରୋଧ କରିଥିଲେ l

” ଗିରଫ କରଯାଇଥିବା ଯୁବକଙ୍କୁ କୋର୍ଟକୁ ପଠାଇ ସାରିଛୁ ତେଣୁ ତମେମନେ ଆମ ସହିତ କୋର୍ଟକୁ ଚାଲ ସେଠାରେ ତମ ମଧ୍ୟରୁ ଜଣକୁ ଆମେ ତାଙ୍କ ସହିତ କଥlବାର୍ତ୍ତା କରାଇଦେବର ପ୍ରତିଶ୍ରୁତି ପୋଲିସ ତରଫରୁ ଦିଆଯାଇଥିଲା ” l

ସଇଁତଳା କୋର୍ଟ ଆଡକୁ ନେଲା ସମୟରେ ପୋଲିସ ଓ ଶିଳ୍ପସଂସ୍ଥାର ଅପରାଧି ମାନେ ଚାରିଆଡୁ ସେମାନଙ୍କୁ ଘେରାଉକରି ପ୍ରଚୁର ମାଡ଼ମାରି କୋର୍ଟ ପରିଶର ଭିତରେ ପୂରାଇ ଦେଇ ସମସ୍ତଙ୍କୁ ଗିରଫ କରିଥିଲେ l

ତପରେ ” ଆଗରୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଯୁବକଙ୍କୁ ମୁକୁଳେଇବା ପାଇଁ ଆଦିବାସୀ ମାନେ କୋର୍ଟ ପରିଶର ଭିତରେ ଗଣ୍ଡଗୋଳ କରିବାକୁ ଆସିଥିଲେ ” ଦର୍ଶାଇ ପୋଲିସ ତରଫରୁ ସେମାନଙ୍କ ନାମରେ ଅନେକ ଗୁରୁତର ଦଫା ଲଗାଇ ମିଥ୍ୟା ମାମଲା ରୁଜୁ କରାଯାଇଥିଲା l

ତlପରବର୍ତ୍ତି ସମୟରେ ଅନେକ ଆଦିବାସୀ ଓ ଅନ୍ୟଜlତିର ଲୋକଙ୍କୁ ଉପରୋକ୍ତ ମିଥ୍ୟା ମାମଲାରେ ଜଡ଼ିତ କରାଯାଇ ଗିରଫ କରି ଟିଟିଲାଗଡ଼ ଜେଲକୁ ପଠାଇ ଦିଆଯାଇଥିଲା l

ଆନ୍ଦୋଳନକୁ ଭଣ୍ଡୁର କରିବାପାଇଁ ଶିଳ୍ପସଂସ୍ଥାର ଇଙ୍ଗିତରେ ପୋଲିସ ଆନ୍ଦୋନକାରୀ ଓ ନିରୀହ ଜନସାଧାରଣଙ୍କୁ ଯେଭଳି ଭାବରେ ଅତ୍ୟାଚାର କରିଥିଲେ ବୋଧହୁଏ ଆଜି ପର୍ୟ୍ୟନ୍ତ ମାଓବାଦୀ ମାନଙ୍କୁ ମଧ୍ୟ ସେଭଳିଆ ଅମାନୁଷିକ ବ୍ଯବହାର କେବେ ଦେଖାଇ ନଥିବେ l

ଗିରଫ ହୋଇ ଟିଟିଲାଗଡ ଜେଲରେ ରହିଥିବା ଆଦିବାସୀ ସମାଜର ପୁରୁଷ ଓ ମହିଳା ମାନେ କାଳେ ଅତିକମ ସମୟ ମଧ୍ୟରେ ଜେଲରୁ ଜମାନତରେ ବାହାରି ପଡ଼ିବେ ଭାବି ପୋଲିସ ତରଫରୁ ଆଉ ଚାରୋଟି ମିଥ୍ୟା ମାମଲା ସେମାନଙ୍କ ନାମରେ ରୁଜୁ କରିବାରୁ ସେମାନଙ୍କୁ ପାଖାପାଖି ଚାରିମାସ ଜେଲରେ ରହିବାକୁ ପଡ଼ିଥିଲା l

ଏଠାରେ ପ୍ରକାଶ ଥlଉକି ସେସମୟରେ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ଅଞ୍ଚଳର ଡଙ୍ଗରିଆ କନ୍ଧ ସମାଜର ପୁରୁଷ ଓ ମହିଳା ମାନେ ଆସି ଆନ୍ଦୋଳନରତ ଆଦିବାସୀ ସମାଜର ଲୋକଙ୍କୁ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦେଉଥିଲେ l ମାତ୍ର ସବୁଠାରୁ ବେଶି ଦୁଃଖ ଦାୟକ ଘଟଣା ହେଉଛି ସଇଁତଳା ବ୍ଲକ ତଥା ବଲାଙ୍ଗିର ଜିଲ୍ଲା ସ୍ତରୀୟ ତଥାକଥିତ ଅନେକ ଆଦିବାସୀ ନେତା ଶିଳ୍ପସଂସ୍ଥା ହାତରେ ବିକ୍ରି ହୋଇସାରିଥିଲେ l

ଏଭଳିଆ ଭାବରେ ଭି କେ ପlଣ୍ଡିଆଁନଙ୍କ ଇଙ୍ଗିତରେ ତତ୍କାଳୀନ ବଲାଙ୍ଗିର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ସୋଲାର ପ୍ଲାଣ୍ଟ ଆନ୍ଦୋଳନକୁ ଅତି ବର୍ବରlତାର ସହିତ ଦମନ କରିଥିଲେ l

ଆନ୍ଦୋଳନ କlରିମାନେ ଟିଟିଲାଗଡ ଜେଲରେ ରହିଥିବା ସମୟରେ ସଇଁତଳା ବ୍ଲକ ଅର୍ନ୍ତଗତ ଡୁଙ୍ଗୁରିପାଲି ପଞ୍ଚାୟତ ଠାରେ ଗୋଚର ଜମିରେ ସୋଲାର ପ୍ଲାଣ୍ଟ ସ୍ଥାପନ କରାଇବାରେ ସରକାରୀ କଳ ସଫଲ ହୋଇଯାଇଥିଲେ l

ଟିଟିଲାଗଡ଼ ନାରୀ ନେତ୍ରୀଙ୍କ ସହଯୋଗରେ ଶିଳ୍ପସଂସ୍ଥା ସଇଁତଳା ବ୍ଲକ ଅଞ୍ଚଳରେ ସୋଲାର ପ୍ଲାଣ୍ଟ ସ୍ଥାପନ କରାଇ ଅଞ୍ଚଳବାସୀଙ୍କୁ ଅତି ଦୟନୀୟ ଭାବରେ ଅତ୍ୟାଚାରିତ କରାଇଥିବାରୁ ତାଙ୍କର ରାଜନୈତିକ ଭବିଷ୍ୟତ ସବୁଦିନ ପାଇଁ ଅନ୍ଧକାର ମୟ ହୋଇଯାଇଛି l

MUST READ..

Share this post

Leave a Comment