Today is November 20, 2026

HEADLINES

LATEST NEWS

ବଲାଙ୍ଗିର ଜିଲ୍ଲାର ଦେଓଗାଁ ଚିନିକଳ ୨୦୦୧ ମସିହାରେ କାହିଁକି ବନ୍ଧ ହୋଇଯାଇଥିଲା ?

ବଲାଙ୍ଗିର : 03 ଅକ୍ଟୋବର 2025 : ବଲାଙ୍ଗିର ଜିଲ୍ଲାର ଦେଓଗାଁ ପୋନୀ ସୁଗର କାରଖାନା ଏସିଆ ମହାଦେଶର ସବୁଠାରୁ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ମେସିନରେ ନିର୍ମିତ କରଯାଇଥିଲା l ଚିନି କାରଖାନା କାର୍ଯ୍ୟକ୍ଷମ ରହିଥିବା ସମୟରେ ବଲାଙ୍ଗିର ଜିଲ୍ଲାର ଆଖୁଚାଷୀ ତଥା ଅନେକ ବ୍ୟବସାୟୀକ ପ୍ରତିଷ୍ଠାନ ମାନଙ୍କର ବ୍ୟାପକ ଅର୍ଥନୈତିକ ଅଭିବୃଦ୍ଧି ଘଟିଥିଲା l

ଏଭଳିଆ ଲାଭଜନକ ପରିସ୍ଥିତିରେ କିଛି ବର୍ଷ ଚାଲିଲା ପରେ କାହିଁକି ୨୦୦୧ ମସିହାରେ ଚିନି କାରଖାନାଟି ବନ୍ଧ ହୋଇଯାଇଥିଲା ତତ୍ ସମ୍ବନ୍ଧୀୟ ସବିଶେଷ ତଥ୍ୟ ଆପଣ ମାନଙ୍କ ଅବଗତି ନିମନ୍ତେ ନିମ୍ନରେ ଉପସ୍ଥାପିତ କରଯାଇଛି l

ସେସମୟରେ ଅନଙ୍ଗ ଉଦୟ ଓ କନକ ବର୍ଦ୍ଧନ ସିଂହଦେଓ ରାଜ୍ୟ ସରକାରଙ୍କ ପ୍ରଭାବଶାଳୀ ମନ୍ତ୍ରୀ ଭାବରେ ଅବସ୍ଥାପିତ ହୋଇ ରହିଥିଲେ l

ବିଜେଡି ଓ ବିଜେପି 2000 ଓ 2004 ମସିହାରେ ଗଠିତ ହୋଇଥିବା ମିଳିତ ସରକାରରେ ( a ) ଅନଙ୍ଗ ଉଦୟ ସିଂଦେଓ ପ୍ରଥମେ ପୂର୍ତ୍ତ ବିଭାଗ ଓ ତାପରେ ଅବକାରୀ ଓ ଖଣି ବିଭାଗର କ୍ୟାବିନେଟ ମନ୍ତ୍ରୀ ଏବଂ

( b ) କନକ ବର୍ଦ୍ଧନ ସିଂହଦେଓ ପ୍ରଥମେ ଶିଳ୍ପ ଓ ସାଧାରଣ ଉଦ୍ୟୋଗ ବିଭାଗ ଓ ତାପରେ ନଗର ଉନ୍ନୟନ ଓ ସାଧାରଣ ଉଦ୍ୟୋଗ ବିଭାଗର କ୍ୟାବିନେଟ ମନ୍ତ୍ରୀ ରହିଥିଲେ l

( c ) ସଙ୍ଗୀତl କୁମାରୀ ସିଂହଦେଓ 1999 ଓ 2004 ମସିହାରେ ବଲାଙ୍ଗିର ସାଂସଦ ଓ ତାପରବର୍ତ୍ତୀ ସମୟରେ 2004 ମସିହାରେ କଳିକେଶ ନାରାୟନ ସିଂହଦେଓ ସଇଁତଳା ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ l

ରାଜପରିବାର ଓ ବଲାଙ୍ଗିର ଜିଲ୍ଲାର ଅନେକ ତଥାକଥିତ ରାଜନେତା/ନେଟ୍ରୀ କେବଳ ନିଜର ରାଜନୈତିକ ସ୍ବାର୍ଥ ସାଧନ କରିବା ଉଦ୍ଧେଶ୍ୟରେ ଚିନି କାରଖାନା ଉପରେ ସଦାସର୍ବଦା ଅନୈତିକ ହସ୍ତକ୍ଷେପ ଓ ବ୍ୟାପକ ଭାବରେ ଶୋଷଣ କରିବା କାରଣରୁ ୨୦୦୧ ମସିହାରେ ପୋନି ସୁଗର ଚିନି କାରଖାନା ବନ୍ଧ ହୋଇଯାଇଥିଲା ବୋଲି ଚାରିଆଡେ଼ ଆଲୋଚନା ରହିଛି l

ପୋନୀ ସୁଗର କାରଖାନା ସ୍ଥାପନ କରାଗଲା ସମୟରେ ଚିନିକଳ ମାଲିକ ବଲାଙ୍ଗିର ଶୈଲେଶ୍ରୀ ପେଲେଶକୁ ଭଡ଼ାରେ ନେଇ ତାଭିତରେ ଚିନିକଳର ଅଫିସ ଖୋଲା ଯାଇଥିଲା l ସେଥିପାଇଁ କାରଖାନାର ମାଲିକ ଓ ରାଜପରିବାରଙ୍କ ମଧ୍ୟରେ ଅତି ନିବିଡ ସମ୍ପର୍କ ରହିଥିଲା l

ତାସତ୍ୟେ ଚିନିକଳକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ କାରଖାନାର ମାଲିକ ରାଜପରିବାରଙ୍କ ପାଖରେ ଅନେକ କାକୁତି ମିନତି କରି ସହଯୋଗ ପାଇବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ l ଶେଷରେ ନିରାଶ ହୋଇ 2005 ମସିହାରେ ଭଙ୍ଗା ହୃଦୟରେ ନିଜ ସ୍ଵପ୍ନର ଚିନି କାରଖାନାକୁ ସବୁଦିନ ପାଇଁ ଛlଡି ଚାଲିଯାଇଥିଲେ l

ରାଜପରିବାର ଉଦ୍ୟମ କରିଥିଲେ ଚିନି କାରଖାନା ନିଶ୍ଚିତ ଭାବରେ ପୁନଃ କାର୍ଯ୍ୟକ୍ଷମ ହୋଇପାରିଥାନ୍ତି l ମାତ୍ର ସେମାନଙ୍କର ଅମାନବିୟ ବିଚାରଧାରା କାରଣରୁ ବଲାଙ୍ଗିର ଜିଲ୍ଲାର ବିକାଶ ଧାରlକୁ ବିରାମ ଲଗାଇବା ପାଇଁ କାରଖାନାର ମାଲିକଙ୍କୁ କୌଣସି ପ୍ରକାରର ସହଯୋଗ ଯୋଗାଇ ଦେଇନଥିଲେ l

ଏଠାରେ ଉଲ୍ଲେଖ ଯୋଗ୍ୟ ରାଜପରିବାର ବଂଶାନୁକ୍ରମେ ନିଜର ରାଜନୈତିକୁ ଭବିଷ୍ୟତକୁ ସୁରକ୍ଷିତ କରି ରଖିବା ପାଇଁ ଜାଣିଶୁଣି ସଦlସର୍ବଦା ବଲାଙ୍ଗିର ଜିଲ୍ଲାକୁ ଅବହେଳିତ କରି ଆସୁଥିବାରୁ ଓଡ଼ିଶାର ସବୁଠାରୁ ଦରିଦ୍ରତମ ଓ ଦାଦନ ପ୍ରବଣ ଅଞ୍ଚଳରେ ପରିଣତ ହୋଇଯାଇଛି l

MUST READ..

Share this post

Leave a Comment