Today is November 21, 2026

HEADLINES

LATEST NEWS

ଅଯୋଧ୍ୟାର ରାମମନ୍ଦିର ଏକ ବୁଦ୍ଧ ବିହାର ଉପରେ ନିର୍ମାଣ କରାଯାଇଛି l

ବଲାଙ୍ଗିର : 07 ଅକ୍ଟୋବର 2025 : ସମ୍ରାଟ ଅଶୋକଙ୍କ ବଂଶଧର, ତତ୍କାଳୀନ ମୋର୍ଯ୍ୟ ସାମ୍ରାଜ୍ୟର ସମ୍ରାଟ ବ୍ରିହାଦ୍ରତ ମୌର୍ଯ୍ୟଙ୍କୁ 185 BCE ରେ ତାଙ୍କର ବ୍ରାହ୍ମଣ ସେନାପତି ପୁଷ୍ୟମିତ୍ର ଶୃଙ୍ଗ ହତ୍ୟା କଲାପରେ ମୌର୍ଯ୍ୟ ରାଜବଂଶର ସବୁଦିନ ପାଇଁ ପତନ ହୋଇଯାଇଥିଲା l

ଶୃଙ୍ଗ ସାମ୍ରାଜ୍ୟର ସ୍ଥପାନ କରାଯାଇ ଶୃଙ୍ଗ ରାଜବଂଶର ପ୍ରଥମ ସମ୍ରାଟ ଭାବରେ ପୁଷ୍ୟମିତ୍ର ଶୃଙ୍ଗ ଶାସନ ଗାଦିରେ ଅବସ୍ଥାପିତ ହେଲାପରେ ସାମ୍ରାଜ୍ୟର ସମସ୍ତ କ୍ଷମତା ଓ ସୈନ୍ୟବlହିନୀ ବୁଦ୍ଧଧର୍ମକୁ ବିନାଶ କରିଦେବା ପାଇଁ ଲଗାଇ ଦେଇଥିଲେ l

ସେସମୟରେ ସମଗ୍ର ମୋର୍ଯ୍ୟ ସମ୍ରାଜ୍ୟକୁ ବୌଦ୍ଧଧର୍ମ ଆଚ୍ଛାଦିତ କରି ସାରିଥିଲା l ଦେଶରୁ ବୌଦ୍ଧଧର୍ମକୁ ସମ୍ପୂର୍ଣ୍ଣ ଭାବରେ ବିଲୋପ କରିଦେବା ପାଇଁ ଲକ୍ଷlଧିକ ବୌଦ୍ଧ ଭିକ୍ଷୁ ଓ ଭିକ୍ଷୁଣି ମାନଙ୍କୁ ଅମାନୁଷିକ ଭାବରେ ଅତ୍ୟାଚାର କରାଯାଇ ନରସଂହାର କରାଯାଇଥିଲା l

ଅଶୋକଙ୍କ ଶାସନକାଳ ସମୟରେ ନିର୍ମାଣ କରାଯାଇଥିବା ପ୍ରାୟ 84000 ବୁଦ୍ଧଙ୍କର ବିରାଟକାୟ ପ୍ରତିମୂର୍ତ୍ତି , ସ୍ତୁପ ଓ ପୂଜାସ୍ଥଳି ମାନଙ୍କୁ ମଧ୍ୟ ବିଧ୍ୱଂଶ କରି ଦିଆଯାଇଥିଲା l

ଅଯୋଧ୍ୟାର ପୁରାତନ ନାମ ହୋଇଛି ସlକେତ , ସମ୍ରାଟ ଅଶୋକ ବୁଦ୍ଧଦେବ ତାଙ୍କ ଜୀବନର ଛଅ ବର୍ଷ କାଳ ଅବସ୍ଥାନ କରିଥିବା ସ୍ଥଳୀକୁ ସ୍ମରଣୀୟ କରିବା ପାଇଁ ଏକ ବିରାଟ ଭବ୍ୟ ବୁଦ୍ଧ ବିହାର ନିର୍ମାଣ କରିଥିଲେ l ଚାଇନାର ପରିବ୍ରାଜକ ମାନେ ମଧ୍ଯ ଉକ୍ତ ସ୍ଥାନରେ ବୁଦ୍ଧଦେବ ଅବସ୍ଥାନ କରୁଥିଲେ ବୋଲି ତାଙ୍କ ପୁସ୍ତକ ମନଙ୍କରେ ଉପସ୍ଥାପନ କରିଛନ୍ତି l ଯାହାକୁ ବ୍ରାହ୍ମଣବାଦି ମାନେ ବିଧ୍ୟାଂଶ କରିଦେଇ ସlକେତର ନାମ ପରିବର୍ତ୍ତନ କରି ଅଯୋଧ୍ୟା ରଖିଥିଲେ l

ତପରବର୍ତ୍ତି ସମୟରେ ଭାରତକୁ ମୋଗଲ ମାନେ ଦଖଲ କଲାପରେ ଅବଧ ରାଜ୍ୟ ଅଧୀନରେ ରହିଥିବା ଅଯୋଧ୍ୟା ମୁସଲିମ ନିଜାମ ହାତକୁ ଚାଲିଯାଇଥିଲl l ମୁସଲମାନ ମାନେ ବୁଦ୍ଧ ବିହାରର ଭଗ୍ନାଂଶ କାନ୍ଥରେ ରହିଥିବା ପ୍ରାୟ 10 ଟି କଳା ମୁଗୁନି ପଥରରେ ନିର୍ମିତ ଖମ୍ବ ଉପରେ ତଥାକଥିତ ବାବ୍ବ୍ରି ମସଜିଦର ଗମ୍ବୁଜ ନିର୍ମାଣ କରିଦେଇଥିଲେ l

ଭାରତ ସ୍ଵାଧିନତା ପାଇବl ପରେ ଅଖିଳ ଭାରତୀୟ ହିନ୍ଦୁ ମହlସଭl ଦ୍ବାରା 1949 ମସିହାରେ ଦୁଇଟି ବଡଧରଣର ବିସ୍ଫୋରକ ଘଟଣାକୁ କାର୍ଯ୍ୟକାରୀ କରାଯାଇଥିଲା l ଘଟଣା ଗୁଡ଼ିକ ଭାରତ ବର୍ଷର ରାଜନୈତିକ ଇତିହାସକୁ ବଦଳାଇ ଦେଇ ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଥିଲା l

( 1 ) ଭାରତରକୁ ହିନ୍ଦୁରାଷ୍ଟ୍ର ଘୋଷଣା କରାନଯିବାରୁ ହିନ୍ଦୁ ମହାସଭାର ସକ୍ରିୟ ସଦସ୍ୟ ନାଥୁରାମ୍ ଗୋଡସେ 30 ଜାନୁଆରି 1948 ରେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିଲେ l ଘଟଣାଟି ସମ୍ଵନ୍ଧରେ ଭାରତ ସମେତ ବିଶ୍ବର ପ୍ରାୟ ସମସ୍ତ ନାଗରିକ ଭଲ ଭାବରେ ଅବଗତ ରହିଛନ୍ତି l

( 2 ) ଅଯୋଧ୍ୟାର ରାମମନ୍ଦିର ଓ ବାବ୍ରି ମସଜିଡର ବିବାଦୀୟ ଡ଼lଞ୍ଚା ଭିତରେ 22 ଡିସେମ୍ବର 1949 ତାରିଖର ରାତ୍ର 11 PM ରେ ଦ୍ୱିତୀୟ ଘଟଣାଟି ଘଟିଥିଲା l ଉକ୍ତ ରାତ୍ରୀରେ ହିନ୍ଦୁ ମହାସଭାର ସଦସ୍ୟ ମାନଙ୍କ ଦ୍ବାରା କଣ ଘଟଣାଟି ଘଟl ଯାଇଥିଲା ଅଜି ପର୍ଯ୍ୟନ୍ତ ଦେଶର 90 ପ୍ରତିଶତ ଜନସାଧାରଣ ଜାଣିପାରି ନାହାନ୍ତି l

ଏଠାରେ ପ୍ରକାଶ ଯୋଗ୍ୟ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କଲାପରେ କେନ୍ଦ୍ର ସରକାର ହିନ୍ଦୁ ମହସଭlକୁ ବ୍ୟାନ କରିଦେଇଥିଲେ l ଏହି ବ୍ୟାନକୁ 01 ଜୁଲାଇ 1949 ତାରିଖରେ ଉଠାଇ ଦିଆଯାଇଥିଲା l

ବ୍ୟନ ହଟିଗଲl ପରେ କଲିକତା ଠାରେ ହିନ୍ଦୁ ମହାସଭା ଅଧିବେଶନ ଦକାଯାଇ ରାମ ମନ୍ଦିର ଓ ବାବ୍ରୀ ମସଜିଦ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବା ପାଇଁ କେତେକ ଜରୁରୀ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା l

ସେସମୟରେ ଦିଗlମ୍ବରି ଆଖଡ଼ାର ମହନ୍ତ ରାମଚନ୍ଦ୍ର ଦାସ ପରମହଂସ ହିନ୍ଦୁ ମହାସଭାର ଅଯୋଧ୍ୟା ଦାୟିତ୍ୱରେ ରହିଥିଲେ l
ତାଙ୍କ ତତ୍ୟlବଧlନରେ ଅଖିଳ ଭାରତୀୟ ରାମାୟଣ ସଭାର ଗଠନ କରାଯାଇ ହନୁମାନ ଗଡିର ମୁଖ୍ୟ ବୈରାଗୀ ଅଭିରାମ ଦାସଙ୍କୁ ସଂଗଠନ ସମ୍ପାଦକ ଦାୟିତ୍ଵ ଅର୍ପଣ କରଯାଇଥିଲା l

ଅଯୋଧ୍ୟାର ଚାରିଆଡେ଼ ଜନଜାଗରଣ ତିଆରି କରିବା ପାଇଁ କମିଟି ମାନ ଗଠନ କଲାପରେ ସଭା ସମିତିର ଆୟାଜନ କରି ରାମଚରିତ ମାନସ ପଠନ କରାଯାଉଥିଲl l

ବୈରାଗୀ ରାମ ଚନ୍ଦ୍ର ଦାସଙ୍କ ନେତୃତ୍ୱରେ ପାଖାପାଖି 50-60 ଜଣ ସାଧୁସନ୍ଥ 22 ଡିସେମ୍ବର 1949 ତାରିଖ ରାତ୍ର 10 PM ରେ ବlବ୍ରି ମସଜିଦ ନିକଟସ୍ଥ ରlମଚବୁତରl ଠାରେ ଏକତ୍ରିତ ହୋଇଥିଲେ l ତାର କିଛି ସମୟ ପରେ ହନୁମାନ ଗଡିର ଆଉଜଣେ ବୈରାଗୀ ବୃନ୍ଦାବନ ଦାସ ଭଗବାନ ରାମଙ୍କର ଏକ ଛୋଟ ପିତ୍ତଳର ମୂର୍ତ୍ତିଧରି ସେଠାରେ ପହଞ୍ଚିଥିଲେ l

ତାପରେ ସମସ୍ତେ ରାତ୍ର ପ୍ରାୟ 11 PM ସମୟରେ ବlବ୍ରୀ ମସଜିଦର ତାଲାଭାଙ୍ଗି ଭିତରେ ପ୍ରବେଶ କରି ରାମଲାଲl ମୂର୍ତ୍ତିକୁ ସ୍ଥାପନ କରି ପୂଜାର୍ଚ୍ଚନା କଲାପରେ ଚାରିଆଡେ ସିନ୍ଦୂର ଓ ଗୌରୀକ ପତକା ଲଗାଇ ଦେଇଥିଲେ l

ତାପରଦିନ ସକାଳୁ ଅଖିଳ ଭାରତୀୟ ରାମାୟଣ ସଭା ତରଫରୁ ପୌଷ ଶୁକ୍ଳ ତୃତୀୟା ତିଥିରେ ଭଗବାନ ରାମଚନ୍ଦ୍ର ବlବ୍ରୀ ମସଜିଦ ଭିତରେ ସ୍ଵୟଂ ଆବିର୍ଭାବ ହୋଇଛନ୍ତି ବୋଲି ଚାରିଆଡେ଼ ଘୋଷଣା କରି ଦିଆଯାଇଥିଲା l ହଜାର ହଜାର ଶ୍ରଦ୍ଧାଳୁ ସେଠାରେ ପହଞ୍ଚି ମସଜିଦ ଭିତରେ ପ୍ରବେଶ କରି ରାମଲାଲlଙ୍କୁ ପୂଜାର୍ଚ୍ଚନା ଆରମ୍ଭ କରିଦେଇଥିଲେ l

ଘଟଣା ପରେ ସମଗ୍ର ଭାରତ ବର୍ଷରେ ସାମ୍ପ୍ରଦୟିକ ଉତ୍ତେଜାନା ଦେଖାଦେବାରୁ ବାବ୍ରି ମସଜିଦକୁ ସରକାରଙ୍କ ଦ୍ୱାରା ବିବାଦୀୟ ସ୍ଥଳ ଘୋଷଣା କରାଯାଇ 23 ଡିସେମ୍ବର 1949 ତାରିଖରେ ଫୈଜାବାଦ ଜିଲ୍ଲା ପ୍ରଶାସନ ତରଫରୁ ତାଲା ପକାଇ ଦିଆଯାଇଥିଲା l

ପୋଲିସ ପକ୍ଷରୁ ତତ୍କାଳୀନ ଥାନା ଅଧିକାରୀ ରାମ ଶଙ୍କର ଦୁବେ ବୈରାଗୀ ଅଭିରାମ ଦାସ , ବୃନ୍ଦାବନ ଦାସ, ସିଦ୍ଧେଶ୍ୱର ରାଓ, ଶିବଚରନ ଦାସ ତଥା ଅନ୍ୟାନ୍ୟ 60 ଜଣଙ୍କ ନାମରେ ବlବ୍ରି ମସଜିଦ ଭିତରକୁ ବିଆଇନ୍ ଭାବରେ ପ୍ରବେଶ କରି ରାମଲାଲlଙ୍କ ମୂର୍ତ୍ତି ସ୍ଥାପନ କରିଥିବା ଅଭିଯୋଗ ଦର୍ଶାଇ ଏକ ମାମଲା ରୁଜୁ କରିଥିଲେ l

ତାପରବର୍ତ୍ତି ସମୟରେ ଭାରତର ତଥାକଥିତ ସମସ୍ତ ହିନ୍ଦୁବlଦି ସଂଗଠନ ଓ ରାଜନୈତିକ ଦଳ ସଂଘବଦ୍ଧ ହୋଇ ଆନ୍ଦୋଳନ ମାଧ୍ଯମରେ ଅନେକ ବିଭ୍ରାନ୍ତିକର ତଥ୍ୟ ଦେଶରେ ପରିବେଷଣ କରି ହଜାର ହଜାର ଲୋକଙ୍କ ଜୀବନ ବିନିମୟରେ ବିବାଦୀୟ ସ୍ଥଳକୁ ଦଖଲ କରିନେବାରେ ସଫଲ ହୋଇଯାଇଥିଲେ l

ଏଠାରେ ପ୍ରକାଶ ଯୋଗ୍ୟ ଅବସର ପ୍ରାପ୍ତ ବିଚାର ପତି ମନମୋହନ ସିଂ ଲିବରହlନଙ୍କ ଅଧ୍ୟକତlରେ 16 ଡିସେମ୍ବର 1992 ତାରିଖରେ ଗଠିତ ଲିବରହlନ କମିଶନ ରିପୋର୍ଟରେ ବlବ୍ରୀ ମସଜିଦକୁ ଦଖଲ କରିବା ପାଇଁ ହିନ୍ଦୁବାଦି ସଂଗଠନ ମାନଙ୍କ ଦ୍ୱାରା କିଭଳି ଷଡ଼ଯନ୍ତ୍ର କରାଯାଇଥିଲା ତତ୍ ସମ୍ବନ୍ଧୀୟ ସବିଶେସ ତଥ୍ୟ ଉପସ୍ଥାପନ କରାଯାଇଛି l

ଭରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାର ପ୍ରତିଷ୍ଠାତା ଇଂରେଜ ଅଫିସର ସାର ଆଲେକ୍ସଜାଣ୍ଡାର କୁନିଂହାମ 1862-63 ମସିହାରେ ଅଯୋଧ୍ୟା ଠାରେ ବୁଦ୍ଧଙ୍କର ସ୍ମୃତିସ୍ଥଳୀ ମାନଙ୍କୁ ପୁନଃ ଉଦ୍ଧାର କରିବା ପାଇଁ ସର୍ବ ପ୍ରଥମେ ସର୍ବେକ୍ଷଣ କରିଥିଲେ l

ତାଙ୍କର ସର୍ବେକ୍ଷଣ ରିପୋର୍ଟରେ ସମ୍ରାଟ ଅଶୋକଙ୍କ ଦ୍ୱାରା ବୁଦ୍ଧଙ୍କ ସ୍ମୃତିସ୍ଥଳୀରେ ନିର୍ମିତ ବୁଦ୍ଧ ବିହାରର ଭଗ୍ନାଂଶ ଉପରେ ମସଜିଦ ନିର୍ମାଣ କରାଯାଇଥିବା ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛନ୍ତି l ସେସମୟରେ ସମଗ୍ର ଭାରତରେ ମାଟି ଭିତରେ ପୋତି ହୋଇ ରହିଥିବା ବୁଦ୍ଧଙ୍କର ସ୍ମୃତିସ୍ଥଳି ମାନଙ୍କୁ ଖନନ କରି ପୁନଃରୁଦ୍ଧlର କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା l

କେନ୍ଦ୍ର ସରକାରଙ୍କ ଦ୍ୱାରା ଆଯୋଧ୍ୟରେ ରାମଜନ୍ମ ଭୂମି ଉପରେ ପ୍ରମାଣ ଯୋଗାଡ଼ କରିବା ପାଇଁ ଆଉ ଚାରୋଟି ସର୍ବେକ୍ଷଣ କରାଯାଇଥିଲା l ପ୍ରତ୍ୟେକ ସର୍ବେକ୍ଷଣରେ ଭୂମିତଳେ ବୁଦ୍ଧ ବିହାରର ରହିଥିବାର ପ୍ରମାଣ ପାଇଲା ପରେ କଥାଟିକୁ ଚପାଇ ଦିଆ ଯାଇଥିଲା l

ମାଟି ତଳେ ଓ ଉପରେ ରହିଥିବା ବୁଦ୍ଧ ବିହାରର ଭଗ୍ନାଂଶକୁ ସଦାବେଳେ ରାମ ଜନ୍ମଭୂମି ମନ୍ଦିରର ଭଗ୍ନାଂଶ ଭାବରେ ଉପସ୍ଥାପିତ କରାଯାଇ ଆଇନ ଅଦାଲତରେ ତଥା ଜନମlନସରେ ଦେଶବାସୀଙ୍କ ଭାବାବେଗ ସହିତ ଭଗବାନ ଓ ଧର୍ମର ଦ୍ୱାହି ଦେଇ ସଦlସର୍ବଦା ଖେଳ ଖେଳା ଯାଉଥିଲା l

ଗତ କିଛିଦିନ ତଳେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ମାନନୀୟ ଧନଞ୍ଜୟ ୟଶଵନ୍ତ ଚନ୍ଦ୍ରଚୁଡ ବlବ୍ରୀ ମସଜିଦ ତଳେ ମନ୍ଦୀର ଥିବାର କୌଣସି ପ୍ରମାଣ ଅଦାଲତ ପାଇନଥିଲା ବୋଲି ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛନ୍ତି l ମାନ୍ୟବର ଅଦାଲତଙ୍କ ରାୟ କେବଳ ବିବାଦୀୟ ସ୍ଥଳୀ ହିନ୍ଦୁପକ୍ଷଙ୍କ ଦଖଲରେ ରହିଥିବା ଓ ଅସ୍ଥା ଉପରେ ଆଧାରିତ କରି ଦିଆଯାଇଥିଲା l

ମାନ୍ୟବର ଅଦାଲତଙ୍କ ରାୟ ପରେ ବିବାଦୀୟ ସ୍ଥଳରେ ରାମ ମନ୍ଦୀର ନିର୍ମାଣ କରିବା ପାଇଁ କରୋନା ମହାମାରୀ କାଳରେ ସମଗ୍ର ଭାରତ ବର୍ଷରେ ଲକ ଡାଉନ୍ ହୋଇ ମୃତ୍ୟୁ ଦେଶରେ ତାଣ୍ଡବଲୀଳା କରୁଥିବା ସମୟରେ ମାଟି ତଳେ ପୋତିହୋଇ ରହିଥିବା ବୁଦ୍ଧ ବିହାରର ଭଗ୍ନାଂଶଙ୍କୁ ଲୁକ୍କାୟିତ ଭାବରେ ଖୋଳି ଚୂରମାର କରି ଦିଆଯାଇଥିଲା l

ଏହିଭଳି ଭାବରେ ସମ୍ରାଟ ଅଶୋକଙ୍କ ଦ୍ୱାରା ନିର୍ମିତ ବୁଦ୍ଧଙ୍କର ଭବ୍ୟ ସ୍ମୃତିସ୍ଥଳୀ ଉପରେ ଅଯୋଧ୍ୟାର ରାମମନ୍ଦିର ନିର୍ମାଣ କରାଯାଇଥିଲା l

MUST READ..

Share this post

Leave a Comment