ବଲାଙ୍ଗିର : 16 ଅକ୍ଟୋବର 2025 : ଗୌତମ ବୁଦ୍ଧ ଜ୍ଞାନପ୍ରାପ୍ତ କଲାପରେ ଯେଉଁଦିନ କପିଳବାସ୍ତୁକୁ ପ୍ରତ୍ଯାବର୍ତ୍ତନ କରିଥିଲେ ତାଙ୍କର ବାପା ଶାକ୍ୟ ସମ୍ରାଟ ଶୁଦ୍ଧୋଦନଙ୍କ ନିର୍ଦ୍ଧେଶ କ୍ରମେ ସମଗ୍ର ଶାକ୍ୟ ସାମ୍ରାଜ୍ୟରେ ଦୀପ ପ୍ରଜ୍ବଳିତ କରି ତଥା ବାଣ ଫୁଟାଇ ତାଙ୍କୁ ସ୍ୱାଗତ କରାଯାଇଥିଲା l
ତାପରବର୍ତ୍ତୀ ସମୟରେ ଗୌତମ ବୁଦ୍ଧ ଜ୍ଞାନପ୍ରାପ୍ତି କରିଥିବା ଦୀନକୁ ସ୍ମରଣୀୟ କରିବା ପାଇଁ ସମଗ୍ର ଶାକ୍ୟ ସାମ୍ରାଜ୍ୟରେ ଦୀପ ପ୍ରଜ୍ବଳିତ କରି ବlଣ ଫୁଟାଇ ଦୀପଦାନ ଉତ୍ସବ ନାମରେ ପ୍ରତ୍ୟେକ ବର୍ଷ ପାଳନ କରାଯାଉଥିଲା l
ଗୌତମ ବୁଦ୍ଧ ଜ୍ଞାନପ୍ରାପ୍ତି କଲାପରେ ଦେଶରେ ଅଜ୍ଞାନର ଅନ୍ଧକାର ଦୂରହୋଇ ଜ୍ଞାନର ଆଲୋକ ପ୍ରଜ୍ବଳିତ ହୋଇଥିବାରୁ ଦୀପାଦାନ ଉତ୍ସବକୁ ଆଲୋକର ପର୍ବ ଭାବରେ ମଧ୍ୟ ଅବିହିତ କରାଯାଉଥିଲା l

କଳିଙ୍ଗ ଯୁଦ୍ଧରେ ସମ୍ରାଟ ଅଶୋକ 261 BCE ରେ ବିଜଯ ଲାଭ କରିଥିଲେ l ମାତ୍ର ଯୁଦ୍ଧର ହୃଦୟ ବିଦାରକ ବିଭୀଷିକାରେ ମ୍ରିୟମାଣ ଓ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିଲେ l
ବୌଦ୍ଧଭିକ୍ଷୁ ମାନଙ୍କର ସଂସ୍ପର୍ଶରେ ଆସି ଓ ତାଙ୍କ ବିଚାରଧାରାରେ ଅନୁପ୍ରାଣିତ ହୋଇ କଳିଙ୍ଗର ଦନ୍ତପୁରିରେ ଅବସ୍ଥାପିତ ହୋଇ ରହିଥିବା ବୌଦ୍ଧସ୍ତୁପ ଠାରେ ସମ୍ରାଟ ଅଶୋକ ବୌଦ୍ଧଧର୍ମ ଗ୍ରହଣ କରି ଚଣ୍ଡାଶୋକରୁ ଧର୍ମାଶୋକକୁ ପରିବର୍ତ୍ତିତ ହୋଇ ସବୁଦିନ ପାଇଁ ଅସ୍ତ୍ରତ୍ୟାଗ କରିଦେଇଥିଲେ l
ସମ୍ରାଟ ଅଶୋକ ବୌଦ୍ଧଧର୍ମ ଗ୍ରହଣ କଲାପରେ ପ୍ରତ୍ୟେକ ବର୍ଷ ଦୀପଦାନ ଉତ୍ସବକୁ ସମଗ୍ର ମୌର୍ଯ୍ୟ ସାମ୍ରାଜ୍ୟରେ ଆଲୋକର ପର୍ବ ଭାବରେ ପାଳନ କରାଯାଉଥିଲା l
ଏଠାରେ ପ୍ରକାଶ ଯୋଗ୍ୟ ସମ୍ରାଟ ଅଶୋକ ମୌର୍ଯ୍ୟ ସାମ୍ରାଜ୍ୟର ତୃତୀୟ ସମ୍ରାଟ ଭାବରେ 268 BCE ରୁ 232 BCE ପର୍ଯ୍ୟନ୍ତ 36 ବର୍ଷ ଅବସ୍ଥାପିତ ହୋଇ ରହିଥିଲେ l ତାଙ୍କ ଶାସନକାଳ ସମୟରେ ବୌଦ୍ଧଧର୍ମ ସମଗ୍ର ମୌର୍ଯ୍ୟ ସାମ୍ରାଜ୍ୟକୁ ଆଚ୍ଛାଦିତ କରିଦେଇଥିଲା l
ତାପରବର୍ତ୍ତୀ ସମୟରେ ସମ୍ରାଟ ଅଶୋକଙ୍କ ବଂଶଧର ବ୍ରିହାଦ୍ରତ ମୌର୍ଯ୍ୟଙ୍କୁ ତାଙ୍କର ବ୍ରାହ୍ମଣ ସେନାପତି ପୁଷ୍ୟମିତ୍ର ଶୃଙ୍ଗ ବିଶ୍ୱାସଘାତକତା କରି 185 BCE ରେ ହତ୍ୟା କଲାପରେ ମୌର୍ଯ୍ୟ ରାଜବଂଶର ସବୁଦିନ ପାଇଁ ପତନ ହୋଇଯାଇଥିଲା l ଶୃଙ୍ଗ ସାମ୍ରାଜ୍ୟର ସ୍ଥପାନ କରାଯାଇ ଶୃଙ୍ଗ ରାଜବଂଶର ପ୍ରଥମ ସମ୍ରାଟ ଭାବରେ ପୁଷ୍ୟମିତ୍ର ଶୃଙ୍ଗ ଶାସନ ଗାଦିରେ ଅବସ୍ଥାପିତ ହୋଇଥିଲେ l

ଏଭଳି ଭାବରେ ମାନବବlଦ ଯୁଗର ଅବସାନ ଘଟି ବ୍ରାହ୍ମଣବlଦ ଯୁଗର ସ୍ଥାପନା କରାଯାଇଥିଲା ଯାହାକି ବର୍ତ୍ତମାନ ସମୟ ପର୍ୟ୍ୟନ୍ତ ବଳବତ୍ତର ହୋଇରହିଛି l
ତାଙ୍କର ଶାସନକାଳ 185 BCE ରୁ 149 BCE ସମୟ ମଧ୍ୟରେ ବ୍ରାହ୍ମଣବlଦର ଉତ୍ଥାନ ହେଲାପରେ ବୌଦ୍ଧଧର୍ମକୁ ସଂପୂର୍ଣ୍ଣ ଭାବରେ ବିଲୋପ କରିଦେବା ପାଇଁ ଲକ୍ଷ୍ୟ ଲକ୍ଷ୍ୟ ବୌଦ୍ଧ ଭିକ୍ଷୁ ମାନଙ୍କୁ ନରସଂହାର କରାଯାଇଥିଲା l ବ୍ରାହ୍ମଣବlଦକୁ ସଦାସର୍ବଦା ପ୍ରଚଳିତ କରି ରଖିବା ପାଇଁ ଦେଶର ପୁରାତନ ଇତିହାସ ଓ ସଂସ୍କୃତିକୁ ବିକୃତ କରି ଦିଆଯାଇଥିଲା l
ପୁଷ୍ୟମିତ୍ର ଶୃଙ୍ଗଙ୍କ ଶାସନକାଳ ସମୟରେ ବୌଦ୍ଧଧର୍ମର ପତନ ଘଟାଇ ବ୍ରାହ୍ମଣବlଦ ଯୁଗର ସ୍ଥାପନାକୁ ସ୍ମରଣୀୟ କରି ରଖିବା ପାଇଁ ଦୀପଦାନ ଉତ୍ସବର ନାମ ପରିବର୍ତ୍ତନ କରାଯାଇ ଦୀପାବଳି ଉତ୍ସବ ନାମରେ ନାମିତ କରାଯାଇଥିଲା l ସେମୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ କାର୍ତିକ ଅମାବାସ୍ୟା ଦିନ ବ୍ରାହ୍ମଣଧର୍ମର ଦେବଦେବୀଙ୍କୁ ପୂଜାର୍ଚ୍ଚନା କରାଯାଇ ଦେଶରେ ଦୀପାବଳି ଉତ୍ସବ ପାଳନ କରାଯାଇ ଆସୁଅଛି l