Today is November 21, 2026

HEADLINES

LATEST NEWS

ବ୍ରାହ୍ମଣବIଦୀଙ୍କ ଅତ୍ୟାଚାର କାରଣରୁ ଭାରତର ବିଭାଜନ ଘଟିଥିଲା l

ବଲାଙ୍ଗିର : 30 ଅକ୍ଟୋବର 2025 : ପୃଥିବୀର 6ସବୁଠାରୁ ଶକ୍ତିଶାଳୀ ବୁଦ୍ଧଙ୍କର ଦେଶ ମୋର୍ଜ୍ୟ ସାମ୍ରାଜ୍ୟ ( ଅଖଣ୍ଡ ଭାରତ ) ଦିନକୁଦିନ କିଭଳି ଭାବରେ ବ୍ରାହ୍ମଣବlଦୀଙ୍କ ଅତ୍ୟାଚାର କାରଣରୁ ପତନlଭିମୁଖି ହେବାରେ ଲାଗିଛି ତତ୍ ସମ୍ବନ୍ଧୀୟ ସବିଶେଷ ତଥ୍ୟ ନିମ୍ନରେ ଉପସ୍ଥାପିତ କରାଯାଇଛି l

( 1 ) ବୁଦ୍ଧଦେବ ଜ୍ଞାନପ୍ରାପ୍ତ କଲାପରେ ତାଙ୍କର ମାନବବାଦ ବିଚାରଧାରା ସେସମୟରେ ବିକଟାଳ ରୂପ ନେଇସାରିଥିବା ବ୍ରାହ୍ମଣବାଦ ବିଚାରଧାରାକୁ ଦେଶରୁ ସଂପୂର୍ଣ୍ଣ ଭାବରେ ବିଲୋପ କରିଦେଇଥିଲା l

( 2 ) ସମ୍ରାଟ ଅଶୋକଙ୍କ ଶାସନକାଳ 268 BCE ରୁ 232 BCE ସମୟ ମଧ୍ୟରେ ମୋର୍ଜ୍ୟ ସାମ୍ରାଜ୍ୟ ( ଅଖଣ୍ଡ ଭାରତ ) ପୃଥିବୀର ସବୁଠାରୁ ଶକ୍ତିଶାଳୀ ବୁଦ୍ଧଙ୍କର ଦେଶ ପlଲଟି ଯାଇଥିଲl l ଏସିଆ ମହାଦେଶ ସମେତ ସମଗ୍ର ମୋର୍ଯ୍ୟ ସମ୍ରଜ୍ୟକୁ ବୁଦ୍ଧଧର୍ମ ସଂପୂର୍ଣ୍ଣ ଭାବରେ ଆଚ୍ଛାଦିତ କରିଦେଇଥିଲା l

ବ୍ରାହ୍ମଣବlଦ ସେସମୟରେ ପତନର ଦ୍ୱାର ଦେଶରେ ପହଞ୍ଚିଯାଇ ବ୍ରାହ୍ମଣବାଦି ମାନେ ଘୋର ଅଶାନ୍ତିର ସହିତ ଜୀବନ କାଳାତିପାତ କରୁଥିଲେ l

( 3 ,,) ସମ୍ରାଟ ଅଶୋକଙ୍କ ବଂଶଧର ବ୍ରିହାଦ୍ରତ ମୌର୍ଯ୍ୟଙ୍କୁ ତାଙ୍କର ବ୍ରାହ୍ମଣ ସେନାପତି ପୁଷ୍ୟମିତ୍ର ଶୃଙ୍ଗ 185 BCE ରେ ହତ୍ୟା କଲାପରେ ମୌର୍ଯ୍ୟ ରାଜବଂଶର ସବୁଦିନ ପାଇଁ ପତନ ହୋଇଯାଇଥିଲା l

ସମ୍ରାଟ ପୁଷ୍ୟମିତ୍ର ଶୃଙ୍ଗ ଶାସନଭାର ଗ୍ରହଣ କଲାପରେ ଶୃଙ୍ଗ ସମ୍ରାଜ୍ୟରେ ମାନବବାଦ ଯୁଗର ଅବସାନ ଘଟlଇ ଉଗ୍ର ବ୍ରାହ୍ମଣବାଦ ଯୁଗର ପୁନଃ ସ୍ଥାପନା କରାଯାଇଥିଲl ଯାହାକି ବର୍ତ୍ତମାନ ପର୍ଯ୍ୟନ୍ତ ବଳବତ୍ତର ହୋଇରହିଛି l

( 4 ) ଶୃଙ୍ଗ ସlମ୍ରଜ୍ୟର ସମସ୍ତ କ୍ଷମତା ଓ ସୈନ୍ୟବlହିନୀ ବୁଦ୍ଧଧର୍ମକୁ ବିନାଶ କରିଦେବା ପାଇଁ ଲଗାଇ ଦିଆଯାଇଥିଲା l ବୌଦ୍ଧଧର୍ମକୁ ସମ୍ପୂର୍ଣ୍ଣ ଭାବରେ ବିଲୋପ କରିଦେବା ପାଇଁ ଲକ୍ଷlଧିକ ବୌଦ୍ଧ ଭିକ୍ଷୁ ଓ ଭିକ୍ଷୁଣି ମାନଙ୍କୁ ଅମାନୁଷିକ ଭାବରେ ଅତ୍ୟାଚାର କରାଯାଇ ନରସଂହାର କରାଯାଇଥିଲା l

ଅଶୋକଙ୍କ ଶାସନକାଳ 268 BCE ରୁ 232 BCE ସମୟରେ ନିର୍ମାଣ କରାଯାଇଥିବା ଦେଶର ପ୍ରାୟ 84000 ବୁଦ୍ଧଙ୍କର ବିରାଟକାୟ ପ୍ରତିମୂର୍ତ୍ତି , ସ୍ତୁପ ଓ ପୂଜାସ୍ଥଳି ମାନଙ୍କୁ ବିଧ୍ୱଂଶ କରି ଦିଆଯାଇଥିଲା l

ମନୁସ୍ମୃତିର ସଂରଚନା କରାଯାଇ ଦେଶର ସମ୍ବିଧାନ ଭାବରେ ଲାଗୁ କରଯାଇଥିଲା l ମତ୍ସ୍ୟ ପୁରାଣର ସଂରଚନା କରାଯାଇ ମାନବ ସମାଜକୁ ପୁଣିଥରେ ଜାତିପ୍ରଥା ଆଧାରରେ ଖଣ୍ଡ ବିଖାଣ୍ଡିତ କରି ଦିଆଯାଇଥିଲା l

( 5 ) ତପରବର୍ତ୍ତୀ ସମୟରେ ଜାତିପ୍ରଥା ଦେଶରେ ଉଗ୍ରରୂପ ଧାରଣ କରି ମାନବ ସମାଜକୁ ଖଣ୍ଡ ବିଖାଣ୍ଡିତ କରିଦେଇଥିଲା l ବିଦେଶୀ ଆକ୍ରମଣକାରୀ ମାନେ ଏହାର ସୁଯୋଗ ଉଠାଇ ଦେଶକୁ ଆକ୍ରମଣ କରି ସହସହ ବର୍ଷଧରି ଗୋଲାମ କରି ଶାସନ କଳ ନିଜ ଅଧୀନରେ ରଖିଥିଲେ l

ବିଦେଶୀ ଆକ୍ରମଣକରୀ ମାନେ କେବଳ ଦେଶକୁ ଲୁଣ୍ଠନ କରିବା ପାଇଁ ଆସିଥିଲେ l ସେମାନେ କିଛି ମାତ୍ରାରେ ଧର୍ମାନ୍ତିକରଣ କରିଥିଲେ ମାତ୍ର ଲୋକେ ଜାତିବାଦ ବିଚାରଧାରା ଅତ୍ୟାଚାରରୁ ମୁକ୍ତି ପାଇବା ପାଇଁ ବ୍ୟାପକ ଭାବରେ ଧର୍ମାନ୍ତିକରଣ ହେବାରୁ ଦେଶରେ ମୁସଲମାନ ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ତିଆରି ହୋଇଯାଇଥିଲା l

( 6 ) ଇଂରେଜ ଶାସନରୁ ଭାରତ ସ୍ବାଧିନତା ପାଇଲା ସମୟରେ ବ୍ରାହ୍ମଣବାଦି ମାନେ ହିନ୍ଦୁରାଷ୍ଟ୍ର ନାମରେ ଦେଶରେ ପୁଣିଥରେ ବ୍ରାହ୍ମଣବାଦ ସ୍ଥାପନା କରିବା ଲାଗି ଜୋରଦାର ପ୍ରାୟାସ ଆରମ୍ଭ କରି ଦେଇଥିଲେ l

ସେସମୟରେ ଅଖଣ୍ଡ ଭାରତ ବର୍ଷରେ ( ଭାରତ , ପାକିସ୍ତାନ ଓ ବାଂଲାଦେଶ ) ରହିଥିବା ପ୍ରାୟ 95,% ପ୍ରତିଶତ ମୁସଲମାନ ଓ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଜନସାଧାରଣ ଜାତିପ୍ରଥାର ଅତ୍ୟାଚାର କାରଣରୁ SC ,ST ଓ OBC ସମାଜରରୁ ଧର୍ମାନ୍ତିକରଣ ହୋଇଥିଲେ l

ମୁସଲମାନ ସମ୍ପ୍ରଦାୟ କୌଣସି ପରିସ୍ଥିତରେ ମଧ୍ୟ ବ୍ରାହ୍ମଣବାଦକୁ ପୁଣିଥରେ ଗ୍ରହଣ ନକରିବାରୁ ଭାରତବର୍ଷର ବିଭାଜନ ହୋଇ ପାକିସ୍ତାନ ତିଆରି ହୋଇଯାଇଥିଲା l

ବ୍ରାହ୍ମଣବାଦ ବିଚାରଧାରା କାରଣରୁ ଦେଶ ବିଭାଜନ ହେଲାପରେ ଉଗ୍ର ସାମ୍ପ୍ରଦାୟିକ ଦଙ୍ଗା ଅନୁଷ୍ଠିତ ହୋଇ ଲକ୍ଷ ଲକ୍ଷ ଜନସାଧାରଣଙ୍କ ଜୀବନ ଚାଲିଯାଇଥିଲା l

( 7 ) ଏଭଳିଆ ଘଡିସନ୍ଧି ମୁହୂର୍ତ୍ତରେ ଡା. ବି ଆର୍ ଆମ୍ବେଦକରଙ୍କୁ ଭରତାର ସଂବିଧାନ ରଚନା କରିବା ପାଇଁ ଦାୟିତ୍ୱ ଅର୍ପଣ କରାଯାଇଥିଲl l

ଦେଶର ସମ୍ବିଧାନ ରଚନା କରିବା ସମୟରେ ଧର୍ମ ଓ ଜାତିପ୍ରଥା ନାମରେ ମାନବ ସମାଜକୁ ବ୍ରାହ୍ମଣବାଦିଙ୍କ ଦ୍ବାରା କରlଯାଉଥିବା ଶୋଷଣ ଓ ଅତ୍ୟାଚାରର ପରିସମlପ୍ତି ଘଟାଇ ମାନବବାଦ ବିଚାରଧାରାରକୁ ଦେଶରେ ସ୍ଥାପିତ କରିବା ପାଇଁ ଡା. ଆମ୍ବେଦକର ଗଭୀରତାର ସହିତ ବିଚାର ମନ୍ଥନ କଲାପରେ ସମ୍ବିଧାନରେ ଭାରତକୁ ଧର୍ମନିରପେକ୍ଷ ରାଷ୍ଟ୍ର ଭାବରେ ଉପସ୍ଥାପିତ କରିଥିଲେ l

ଡ଼l ଭୀମ ରାଓ ଆମ୍ବେଦକର ଭାରତୀୟ ସମ୍ବିଧାନ ରଚନା କରି ବ୍ରାହ୍ମଣବାଦ ବିଚାରଧାର ଉପରେ ଲଗାମ ଲଗାଇ SC , ST ଓ OBC ସମାଜକୁ ଦେଶରେ ବ୍ରାହ୍ମଣବାଦୀଙ୍କ ଅତ୍ୟାଚାରରୁ ମୂକ୍ତ କରିବାରେ ସଫଳ ହୋଇଯାଇଥିଲେ l

( 8 ) ଦେଶରେ ବ୍ରାହ୍ମଣବାଦ ସ୍ଥାପନ କରିବାରେ ମହାତ୍ମା ଗାନ୍ଧୀ ସହଯୋଗ କରିନଥିଲେ ଦର୍ଶାଇ ବ୍ରାହ୍ମଣ ବାଦି ସଂଗଠନ ଗୁଡ଼ିକ ମନରେ ବିକୃତ ମାନସିକତାର ରଖି ଯୋଜନାବଦ୍ଧ ଭାବରେ ହିନ୍ଦୁ ମହାସଭାର ସକ୍ରିୟ ସଦସ୍ୟ ନାଥୁରାମ୍ ଗୋଡସେଙ୍କ ଦ୍ୱାରା 30 ଜାନୁଆରି 1948 ରେ ତାଙ୍କୁ ହତ୍ୟା କରାଯାଇଥିଲା l

ଭାରତୀୟ ସମ୍ବିଧାନକୁ କେନ୍ଦ୍ର ସରକାର 26 ନଭେମ୍ବର 1949 ମସିହାରେ ସ୍ଵିକୃତି ଦେଇଥିଲେ ଓ ଦେଶରେ 26 ଜାନୁୟାରୀ 1950 ମସିହାରେ କାର୍ଯ୍ୟକାରୀ କରାଯାଇଥିଲା l

ସମ୍ବିଧାନରେ ଲେଖାଯାଇଥିବା ଧର୍ମନିରପେକ୍ଷ ରାଷ୍ଟ୍ର ଓ SC, ST, ଓ OBC ସମାଜକୁ ଦିଆଯାଇଥିବା ଆରକ୍ଷଣ କୁ ନିରୋଧ କରି ବ୍ରାହ୍ମଣ ବlଦୀଙ୍କ ଦ୍ବାରା ସମଗ୍ର ଦେଶରେ ଭାରତୀୟ ସମ୍ବିଧାନକୁ ପୋଡ଼ା ଯାଇଥିଲା l ଗୟୀରିକ ପତାକା ବଦଳରେ ତ୍ରିରଙ୍ଗା ପତାକାକୁ ଦେଶର ଜାତୀୟ ପତାକା କରାଯାଇଥିବାରୁ ଏହାକୁ ମଧ୍ୟ ନିରୋଧ କରିଥିଲେ l

( 9 ) ବ୍ରାହ୍ମଣବାଦୀ ସଂଗଠନ ଗୁଡ଼ିକ ହିନ୍ଦୁ , ହିନ୍ଦୁରାଷ୍ଟ୍ର , ସନାତନ ଧର୍ମ ଓ ଅଯୋଧ୍ୟା ରାମ ମନ୍ଦିରର ଦ୍ୱାହି ଦେଇ SC , ST, ଓ OBC ସମାଜକୁ ଭ୍ରମିତ କରି ପୁଣିଥରେ 26 ମେ 2014 ତାରିଖ ଠାରୁ ବର୍ତ୍ତମାନ ପର୍ୟ୍ୟନ୍ତ ତିନିଥର ଦେଶରେ ସରକାର ଗଠନ କରି ଶାସନ କ୍ଷମତାକୁ ଦଖଳ କରିବାରେ ସଫଳତା ପାଇ ଯାଇଥିଲେ l ମାତ୍ର ସମ୍ବିଧାନକୁ ତାଙ୍କ ବିଚାରଧାର ଅନୁଯାୟୀ ପୁଣିଥରେ ପରିବର୍ତ୍ତନ କରିବାରେ ବିଫଳ ହୋଇଯାଇଛନ୍ତି l

ବର୍ତ୍ତମାନ ଯେକୌଣସି ପରିସ୍ଥିତିରେ ମଧ୍ୟ ଭରତୀୟ ସମ୍ବିଧାନରୁ ଧର୍ମନିରପେକ୍ଷ ରାଷ୍ଟ୍ର ନାମକୁ ଓ ଆରକ୍ଷଣ ବ୍ୟବସ୍ଥକୁ ଉଚ୍ଛେଦ କରି ଦେଶରେ ହିନ୍ଦୁରାଷ୍ଟ୍ର ନାମରେ ବ୍ରାହ୍ମଣବାଦକୁ ସ୍ଥାପନ କରିବାର ଉଦ୍ଧେଶ୍ୟ ସମସ୍ତ ହିନ୍ଦୁବାଦି ସଂଗଠନ ମାନଙ୍କର ମୂଳଲକ୍ଷ୍ୟ ପାଲଟି ଯାଇଛି l

MUST READ..

Share this post

Leave a Comment