ବଲାଙ୍ଗିର : 02 ନଭେମ୍ବର 2025 : ଭାରତ ବର୍ଷରେ ସନାତନ ଧର୍ମରେ ରହିଥିବା ଜାତିପ୍ରଥାକୁ ପ୍ରଚଳିତ କରାଯାଇ ବୈଦିକ ଯୁଗରୁ ଆଜି ପର୍ଯ୍ଯନ୍ତ ମାନବ ସମାଜକୁ ଅତ୍ୟାଚାରିତ ଓ ଶୋଷିତ କରାଯାଉଛି l
ସନାତନ ଧର୍ମ ନାମରେ ଜାତିପ୍ରଥାକୁ କିଭଳି ଭାବରେ ପ୍ରଚଳିତ କରାଯାଇଛି ତତ୍ ସମ୍ବନ୍ଧୀୟ ସବିଶେଷ ତଥ୍ୟ ଅବଗତ ହେବାକୁ ହେଲେ ନିମ୍ନଲିଖିତ କେତୋଟି ପ୍ରଶ୍ନର ସଠିକ ଉତ୍ତର ଆପଣ ମାନଙ୍କୁ ଜାଣିବାକୁ ପଡିବ l
( 1 ) ସନାତନ ଧର୍ମର ସଂରଚନା ଓ ପ୍ରଚଳନ ଭାରତ ବର୍ଷରେ କିଭଳି ଭାବରେ କରାଯାଇଥିଲା ?
( 2 ) ଦେଶରେ ବୁଦ୍ଧ ଧର୍ମର ପତନ ଓ ବ୍ରାହ୍ମଣଧର୍ମର ଉତ୍ଥାନ ହେଲାପରେ ଜାତିପ୍ରଥାକୁ ସାମାଜ ମଧ୍ୟରେ କିଭଳି ଭାବରେ ପୁନଃ ପ୍ରଚଳିତ କରାଯାଇଥିଲା ?
( 1 ) ବ୍ରାହ୍ମଣଧର୍ମ ବୈଦିକ କାଳରୁ ବର୍ତ୍ତମାନ୍ ପର୍ଯ୍ୟନ୍ତ ପ୍ରଚଳିତ ହୋଇ ରହିଥିବାରୁ ପରୋକ୍ଷରେ ଏହାକୁ ସନାତନ ଧର୍ମର ଆଖ୍ୟା ଦିଅଯାଇଛି l ଏଠରେ ପ୍ରକାଶଯୋଗ୍ୟ ଦେଶରେ ବ୍ରାହ୍ମଣଧର୍ମ ଅନୁଯାୟୀ ଜାତିପ୍ରଥାର ସଂରଚନା : ( 1 ) ବୈଦିକ କାଳରେ ରିକ୍ ବେଦରେ ରହିଥିବା ପୁରୁଷ ସୂକ୍ତ ଶ୍ଲୋକ ତଥା ( 2 ) ଶୃଙ୍ଗ ସାମ୍ରାଜ୍ୟ ସମୟରେ ମତ୍ସ୍ୟ ପୂରlଣ ଆଧାରରେ କରାଯାଇଥିଲା l
( 1) ( a ) ରିକ୍ ବେଦର ପୁରୁଷ ସୂକ୍ତ ନାମକ ଏକ ଶ୍ଲୋକକୁ ଭୁଲ ବ୍ୟାଖ୍ୟା କରାଯାଇ ଜାତିପ୍ରଥାର ସଂରଚନା ସର୍ବପ୍ରଥମେ ବୈଦିକ କାଳରେ କରାଯାଇଥିଲା l ପୁରୁଷସୂକ୍ତ ଶ୍ଲୋକ ଅନୁଯାୟୀ ଭଗବାନ ବ୍ରହ୍ମା ଜାତିପ୍ରଥାର ସଂରଚନା କରିବା ପାଇଁ ଏକ ହୋମଯଜ୍ଞ/ କର୍ମକାଣ୍ଡ କରି ସେଥିରେ ଜଣେ ପୁରୁଷକୁ ଉତ୍ସର୍ଗ କରିଥିଲେ l
ଯାହାର ହଜାରେ ମୁଣ୍ଡା /ହାତ / ଗୋଡ ଓ ପୃଥିବୀ ଆକାରର ଶରୀର ରହିଥିଲା l ହୋମଯଜ୍ଞରେ ପୁରୁଷକୁ ଉତ୍ସର୍ଗ କଲାପରେ ତା ପାଟିରୁ ବ୍ରାହ୍ମଣ , ହାତରୁ କ୍ଷତ୍ରିୟ , ଅଣ୍ଟାରୁ ବୈଶ୍ୟ ଓ ପାଦରୁ ଶୂଦ୍ର ଆବିର୍ଭାବ ହୋଇଥିଲେ l ଏଭଲିଆ କାଳ୍ପନିକ ବିଷୟବସ୍ତୁକୁ ଅlଧlର କରି ବ୍ରାହ୍ମଣଧର୍ମରେ ଜାତିପ୍ରଥାର ସଂରଚନା କରାଯାଇଥିଲା l
ରିକ୍ ବେଦରେ ପୁରୁଷସୂକ୍ତ ଶ୍ଲୋକ ନଥିଲା ପରବର୍ତ୍ତୀ ସମୟରେ ଏହାକୁ ଜାତିପ୍ରଥାର ସଂରଚନା କରିବା ପାଇଁ ପୁରାଇ ଦିଆଯାଇଛି ବୋଲି ଅନେକ ଇତିହାସକlରଙ୍କ ମତ ରହିଛି l
( 1 ) ( b ) ସମ୍ରାଟ ଅଶୋକଙ୍କ ଶାସନ୍ କାଳ ସମୟରେ ଜାତିପ୍ରଥା ମୌର୍ଯ୍ୟ ସାମ୍ରାଜ୍ୟରେ ସମ୍ପୂର୍ଣ୍ଣ ଭାବରେ ବିଲୁପ୍ତ ହୋଇଯାଇଥିଲା l ଶୃଙ୍ଗ ବଂଶର ଶାସନକାଳ 187 BCE ସମୟରେ ବ୍ରାହ୍ମଣଧର୍ମକୁ ମାନବ ସମାଜ ଭିତରେ ପ୍ରଚଳିତ କରିବା ପାଇଁ କାଳ୍ପନିକ ବିଷୟବସ୍ତୁ ଆଧାରରେ ମତ୍ସ୍ୟ ପୁରାଣର ସଂରଚନା କରାଯାଇ ପୁନଃ ଜାତିପ୍ରଥାର ପ୍ରଚଳନ କରାଯାଇଥିଲା l
ବ୍ରାହ୍ମଣଧର୍ମ ଅନୁଯାୟୀ ଜାତିପ୍ରଥାର ପ୍ରଚଳନ କରିବା ସକାସେ ମତ୍ସ୍ୟ ପୁରାଣରେ କଣ ସଂରଚନା କରାଯାଇଛି ତତ୍ ସମ୍ବନ୍ଧୀୟ ସବିଶେଷ ତଥ୍ୟ ନିମ୍ନରେ ଉପସ୍ଥାପନ କରାଯାଇଛି l
( a ) ମତ୍ସ୍ୟ ପୁରାଣରେ ବର୍ଣ୍ଣିତ ପୌରାଣିକ ଗାଥା ଅନୁଯାୟୀ ପୃଥିବୀରେ ପ୍ରଳୟ ଆସି ବିଧ୍ୱଂସ ହେଲାପରେ ନୂତନ ସ୍ରୁଷ୍ଟିର ସୃଜନ ହେଲେ ତାହାକୁ ମlନବତନ୍ତ୍ର କୁହାଯାଇଥାଏ l ଏଭଲିଆ ଚଉଦ ଥର ପୃଥିବୀ ବିଧ୍ଵଂସ ହୋଇ ମlନବତନ୍ତ୍ର ସ୍ଥାପିତ ହେଲେ ଗୋଟିଏ କଳ୍ପ କୁହଯାଏ l
ପ୍ରତ୍ୟେକ ମlନବତନ୍ତ୍ରର 306,720,000 ବର୍ଷପରେ ଓ ପ୍ରତ୍ୟେକ କଳ୍ପର 4.32 ମିଲିୟନ ବର୍ଷ ପରେ ପରିସମାପ୍ତି ସଂଘଟିତ ହୋଇଥାଏ l ପ୍ରତ୍ୟେକ କଳ୍ପର ପରିସମାପ୍ତି ପରେ ନୂତନ କଳ୍ପର ସ୍ରୁଷ୍ଟି ହୋଇଥାଏ l
( b ) ବର୍ତ୍ତମାନ୍ ଚାଲିଥିବା କଳ୍ପର ଷଷ୍ଠଥର ପୃଥିବୀରେ ପ୍ରଳୟ ଆସି ପରିସମାପ୍ତି ହୋଇ ସପ୍ତମ ମlନବତନ୍ତ୍ର ଚାଲିଛି l ବର୍ତ୍ତମାନ୍ କଳ୍ପର ନାମ ହେଉଛି ଭଦ୍ରl , ଏହା ପୂର୍ବରୁ ବ୍ୟୁହ କଳ୍ପ ରହିଥିଲା ଓ ଭବିଷ୍ୟତରେ ନକ୍ଷତ୍ର କଳ୍ପ ପ୍ରଚଳିତ ହେବ l
( c ) ଷଷ୍ଠ ମlନବତନ୍ତ୍ରର ପରିସମାପ୍ତି ସମୟରେ ସମୁଦ୍ରରେ ପ୍ରବଳ ଜୁଆର ଆସି ପୃଥିବୀ ପୃଷ୍ଠର ଚାରିଆଡ଼େ ଜଳମଗ୍ନ ହୋଇଯାଇଥିଲା l ଏହିସମୟରେ ଭଗବାନ ବିଷ୍ଣୁ ମତ୍ସ୍ୟ ଅବତାର ଧାରଣ କରି , ସପ୍ତମ ମlନବତନ୍ତ୍ରର ରଚନା କରିବା ପାଇଁ ଚାରି ବେଦ , ମାନୁସ୍ମୃତି ତଥା ମlନୁ ଦମ୍ପତ୍ତି , ସାତ ଜଣ ରୁଷି ( ସପ୍ତର୍ଷି ) ଓ ପ୍ରତ୍ୟେକ ଜୀବଜଗତର ଜଣେ ପୁରୁଷ ଓ ମହିଳାଙ୍କୁ ଏକ ଡଙ୍ଗାରେ ବସାଇ ମହାପ୍ରଳୟରୁ ରକ୍ଷl କରିଥିଲେ l
( d ) ବ୍ରହ୍ମାଙ୍କର ମାନସ ପୁତ୍ର ମlନୁ ବୈଭସ୍ଵତ ମlନବତନ୍ତ୍ରର ( ପୃଥିବୀ ) ପ୍ରଥମ ପୁରୁଷ ଓ ମହିଳା l ପ୍ରତ୍ୟେକ ମlନବତନ୍ତ୍ରରେ ଏମାନେ ହେଉଛନ୍ତି ପୃଥିବୀର ପ୍ରଥମ ପ୍ରଥମ ଦମ୍ପତ୍ତି l ପୃଥିବୀ ପୃଷ୍ଠାର ଜନ୍ମିତ ସମସ୍ତ ମାନବ ସମାଜ ଏମାନଙ୍କ ଔରଷରୁ ସ୍ରୁଷ୍ଟି ହୋଇଥାନ୍ତି l ଭଗବାନ ବିଷ୍ଣୁ ମlନୁଙ୍କୁ ପ୍ରତ୍ୟେକ ମlନବତନ୍ତ୍ରରରେ ପୃଥିବୀର ରାଜା ଭାବରେ ଅଧିଷ୍ଠିତ କରାଇଥାନ୍ତି l
ବର୍ତ୍ତମାନର ମlନବତନ୍ତ୍ର ନାମ ହେଉଛି ବୈଭସ୍ଵତ ଓ ପୃଥିବୀର ରାଜାଙ୍କ ନାମ ବୈଭସ୍ଵତ ମlନୁ , ଅନ୍ୟତମ ନାମ ଶ୍ରଦ୍ଧlଦେବ ଓ ସତ୍ୟବ୍ରତ I
( e ) ମାନୁସ୍ମୃତିର ରଚୟିତା ଭୃଗୁରୁଷି ହେଉଛନ୍ତି ବ୍ରାହ୍ମlଙ୍କ ମାନସ ପୁତ୍ର l ପ୍ରତ୍ୟେକ ମlନବତନ୍ତ୍ରରେ ଭୃଗୁରୁଷି ଜନ୍ମଗ୍ରହଣ କରି ମlନୁଙ୍କ ଶାସନ କାଳରେ ପୃଥିବୀର ସମ୍ବିଧାନ ଭାବରେ ମାନୁସ୍ମୃତିକୁ ପ୍ରଚଳିତ କରାଇ ବ୍ରାହ୍ମଣଧର୍ମର ସ୍ଥାପନ କରିଥାନ୍ତି l ତେଣୁ ବ୍ରାହ୍ମଣଧର୍ମ ହେଉଛି ପୃଥିବୀର ସବୁଠାରୁ ପୁରାତନ ଧର୍ମ l
( f ) ପ୍ରବଚକ ମାନେ ମତ୍ସ୍ୟ ପୁରାଣରେ ବର୍ଣ୍ଣିତ ଗାଥାକୁ ହଜାର ହଜାର ବର୍ଷ ଧରି ଜନମାନସରେ ପ୍ରବଚନ ମାଧ୍ୟମରେ ଧର୍ମର ଦ୍ୱାହି ଦେଇ ଉପସ୍ଥାପନ କରିଚାଲିଛନ୍ତି l ଅନ୍ଧବିଶ୍ୱାସ ଓ କୁସଂସ୍କାର ବଳରେ ମାନୁସ୍ମୃତିକୁ ଭଗବାନଙ୍କ ଦ୍ଵାରା ପୃଥିବୀରେ ପ୍ରଚଳିତ କରାଯାଇଥିବା ସମ୍ବିଧାନ ଭାବରେ ଅଭିହିତ କରାଯାଇଥିଲା l ମାନବ ସମାଜକୁ ଧର୍ମ ନାମରେ ଭ୍ରମିତ କରାଯାଇ , ଜାତିପ୍ରଥାର ପ୍ରଚାଳନ କରାଯାଇଛି l
ମତ୍ସ୍ୟ ପୁରାଣରେ ବର୍ଣ୍ଣିତ ପୌରାଣିକ ଗାଥାକୁ ଗଭୀରତାର ସହିତ ଅନୁଧ୍ୟାନ କଲେ ଅପାଣମାନେ ଭଲଭାବରେ ଜାଣିପାରିବେ କାଳ୍ପନିକ ବିଷୟବସ୍ତୁ ଆଧାରରେ ଜାତିପ୍ରଥାର ସଂରଚନା କରାଯାଇଛି ଯାହାର କୋଣସି ସତ୍ୟତା ନାହିଁ l
( 2 ) ଦେଶରେ ବୁଦ୍ଧ ଧର୍ମର ପତନ ଓ ବ୍ରାହ୍ମଣଧର୍ମର ଉତ୍ଥାନ ହେଲାପରେ ଜାତିପ୍ରଥାକୁ ସାମାଜ ମଧ୍ୟରେ କିଭଳି ଭାବରେ ପୁନଃ ପ୍ରଚଳନ କରାଯାଇଥିଲା ?
( a ) ସମ୍ରାଟ ଅଶୋକ 36 ବର୍ଷ ମୌର୍ଯ୍ୟ ସାମ୍ରାଜ୍ୟକୁ ଶାସନ କଲାପରେ 232 BCE ରେ ମୃତ୍ୟୁ ବରଣ କରିଥିଲେ l ମୌର୍ଯ୍ୟ ସାମ୍ରାଜ୍ୟର ତୃତୀୟ ସମ୍ରାଟ ଭାବରେ ତାଙ୍କର ଶାସନକାଳ 268 BCE ରୁ 232 BCE ପର୍ଯ୍ୟନ୍ତ ରହିଥିଲା l ତାଙ୍କ ଶାସନକାଳ ସମୟରେ ( 1 ) ସମଗ୍ର ମୌର୍ଯ୍ୟ ସାମ୍ରାଜ୍ୟରେ କେବଳ ବୁଦ୍ଧଧର୍ମ ପ୍ରଚଳିତ ହୋଇ ରହିଥିଲା l ( 2 ) ବ୍ରାହ୍ମଣଧର୍ମର ପ୍ରଚଳନ ବହୁଳ ଭାବରେ ସୀମିତ ହୋଇଯାଇଥିଲା l
( b ) ବଂଶାନୁକ୍ରମେ ମୌର୍ଯ୍ୟ ସାମ୍ରାଜ୍ୟର ନବମ ସମ୍ରାଟ ଭାବରେ ବ୍ରିହାଦ୍ରତ ମୌର୍ଯ୍ୟ 187 BCE ରେ ଶାସନ୍ ଗାଦିରେ ଅବସ୍ଥାପିତ ହୋଇଥିଲେ l ସେସମୟରେ ମୌର୍ଯ୍ୟ ସାମ୍ରାଜ୍ୟର ସେନାପତି ଭାବରେ ପୁଷ୍ୟମିତ୍ର ଶୃଙ୍ଗ ନାମକ ଜଣେ ବ୍ରାହ୍ମଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିଲା l
ବ୍ରିହାଦ୍ରତ ମୌର୍ଯ୍ୟଙ୍କୁ ଯୋଜନାବଦ୍ଧ ଭାବରେ ସୈନ୍ୟ ପରିଦର୍ଶନ କରିବା ପାଇଁ ନିମନ୍ତ୍ରଣ କରାଯାଇ 185 BCE ରେ ସେନାପତି ପୁଷ୍ୟମିତ୍ର ଶୃଙ୍ଗ ହତ୍ୟା କରିଥିଲେ l
( c ) ମୌର୍ଯ୍ୟ ରାଜବଂଶର ପତନ ପରେ 185 BCE ରେ ଶୃଙ୍ଗ ସାମ୍ରାଜ୍ୟର ଉତ୍ଥାନ ହୋଇ ପୁଷ୍ୟମିତ୍ର ଶୃଙ୍ଗ ପ୍ରଥମ ଶୃଙ୍ଗ ବଂଶର ସମ୍ରାଟ ଭାବରେ ଅବସ୍ଥାପିତ ହୋଇଥିଲେ l
ମନ୍ତ୍ରୀ ପରିଷଦରେ ରହି ସମ୍ରାଟଙ୍କ ଉପଦେଷ୍ଟା ଭାବରେ ସାମ୍ରାଜ୍ୟ ପରିଚାଳନା କରୁଥିବା ବୌଦ୍ଧ ଭିକ୍ଷୁ ମାନଙ୍କୁ ହଟାଇ ଦିଆଗଲା l ବ୍ରାହ୍ମଣ ମାନଙ୍କୁ ଉକ୍ତ ପଦବୀରେ ଅବସ୍ଥାପିତ କରାଯାଇ ଶୃଙ୍ଗ ସାମ୍ରାଜ୍ୟରେ ବ୍ରାହ୍ମଣଧର୍ମର ପ୍ରଚଳନ କରାଯାଇଥିଲା l
( d ) ପୁଷ୍ୟମିତ୍ର ଶୃଙ୍ଗ 185 BCE ରୁ 149 BCE ପର୍ଯ୍ୟନ୍ତ 37 ବର୍ଷ ଧରି ଦେଶର ଶାସନ୍ ଗାଦିରେ ଅବସ୍ଥାପିତ ହୋଇ ରହିଥିଲେ l ତାଙ୍କର ଶାସନକାଳ ସମୟରେ ବ୍ରାହ୍ମଣଧର୍ମକୁ ଶୃଙ୍ଗ ସାମ୍ରାଜ୍ୟରେ ପ୍ରଚଳିତ କରିବା ପାଇଁ :
( 1 ) ମତ୍ସ୍ୟ ପୂରlଣ ଓ ( 2 ) ମନୁସ୍ମୃତିର ସଂରଚନା କରାଯାଇଥିଲା l
( 3 ) ବ୍ରାହ୍ମଣଧର୍ମ ଓ ବୁଦ୍ଧଧର୍ମ ମଧ୍ୟରେ ଚାଲିଥିବା ବିବାଦକୁ ପ୍ରଶମିତ କରିବା ପାଇଁ ବୁଦ୍ଧଧର୍ମକୁ ବ୍ରାହ୍ମଣଧର୍ମର ଏକ ଅଂଶ ଓ ବୁଦ୍ଧଦେବ ଭଗବାନ ବିଷ୍ଣୁଙ୍କ ଅବତାର ବୋଲି ଅଭିହିତ କରାଯାଇଥିଲା l
ଏଠାରେ ପ୍ରକାଶଯୋଗ୍ୟ କେବଳ ଲୋକଙ୍କୁ ବିଭ୍ରାନ୍ତ କରି ବୁଦ୍ଧଧର୍ମର ବିନାଶ କରିବା ପାଇଁ ବୁଦ୍ଧଦେବଙ୍କୁ ଭଗବାନ ବିଷ୍ଣୁଙ୍କର ଅବତାର ଭାବରେ ଉପସ୍ଥାପନ କରାଯାଇଛି l
( 4 ) ପୁରାତନ କାଳରେ / ବୈଦିକ ଯୁଗରେ ବ୍ରାହ୍ମଣଧର୍ମର ପ୍ରଚଳନ ରହିଥିଲା l ସେସମୟରେ ବେଦ ଉପରେ ଆଧାରିତ ହୋଇ ହୋମଯଜ୍ଞ/ କର୍ମକାଣ୍ଡ କରାଯାଇ ଭଗବାନଙ୍କ ପୂଜାର୍ଚ୍ଚନା କରାଯାଉଥିଲା ଏବ୍ଂ ମୂର୍ତ୍ତୀ ପୂଜାର କୋଣସି ପ୍ରଚଳନ ନଥିଲା I
ମୌର୍ଯ୍ୟ ସାମ୍ରାଜ୍ୟରେ ରହିଥିବା ହଜାର ହଜାର ବୁଦ୍ଧଙ୍କର ପ୍ରତିମୂର୍ତ୍ତୀ , ସ୍ତୁପ ଓ ପୁଜାସ୍ଥଳୀ ମାନଙ୍କ ଠାରୁ ଲୋକଙ୍କ ଧ୍ୟାନ ହଟେଇବା ପାଇଁ ବ୍ରାହ୍ମଣଧର୍ମରେ ସର୍ବପ୍ରଥମେ ଶୃଙ୍ଗ ସାମ୍ରାଜ୍ୟରେ ମୂର୍ତ୍ତୀ ପୂଜାର ଆରମ୍ଭ କରାଯାଇ ତେତିଶ କୋଟି ଦେବାଦେବୀଙ୍କ ସଂରଚନା କରାଯାଇଥିଲା l
( e ) ଶୃଙ୍ଗ ସାମ୍ରାଜ୍ୟ ସ୍ଥାପନ ହେଲାପରେ ବୌଦ୍ଧ ଭିକ୍ଷୁ ଓ ଭିକ୍ଷୁଣି ମାନଙ୍କୁ ହତ୍ୟା କରିବା ପାଇଁ ଶାସନ ବ୍ୟବସ୍ଥା ତରଫରୁ ପୁରସ୍କାର ଘୋଷଣା କରାଯାଇଥିଲା l ଦେଶରୁ ବୁଦ୍ଧଧର୍ମକୁ ସମ୍ପୂର୍ଣ୍ଣ ଭାବରେ ବିଲୋପ କରିଦେବା ପାଇଁ ଶାସନ ବ୍ୟବସ୍ଥାର ସହଯୋଗରେ ବୌଦ୍ଧ ଭିକ୍ଷୁ ଓ ଭିକ୍ଷୁଣି ମାନଙ୍କୁ ଅମାନୁଷିକ ଭାବରେ ଅତ୍ୟାଚାର କରାଯାଇ ନରସଂହାର କରାଯାଇଥିଲା l
ସେସମୟରେ ଶୃଙ୍ଗ ସାମ୍ରାଜ୍ୟରେ ଦେଖାଯାଇଥିବା ଭୟାନକ ପରିସ୍ଥିତି କାରଣରୁ ଅନେକ ବୌଦ୍ଧ ଭିକ୍ଷୁ ଓ ଭିକ୍ଷୁଣି ଦେଶ ଛାଡି ଥାଇଲାଣ୍ଡ , ଶ୍ରୀଲଙ୍କା , ନେପାଲ , ଚାଇନା ଇତ୍ୟାଦି ଦେଶକୁ ପଳାୟନ କରିବା ପାଇଁ ବାଧ୍ୟ ହୋଇଥିଲେ l
( f ) ସମ୍ରାଟ ଅଶୋକଙ୍କ ଶାସନ କାଳ ସମୟରେ ବୁଦ୍ଧଙ୍କର ସ୍ମୃତିରକ୍ଷା କରିବା ପାଇଁ 86000 ପୂଜାସ୍ଥଳୀ , ସ୍ତୁପ ତଥା ବଡବଡ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା l ଶୃଙ୍ଗ ରାଜବଂଶର ଶାସନକାଳ ସମୟରେ ବୁଦ୍ଧଧର୍ମକୁ ଦେଶରୁ ବିଲୁପ୍ତ କରିଦେବା ପାଇଁ ପ୍ରାୟ ନବେ ପ୍ରତିଶତ ବୁଦ୍ଦଙ୍କର ସ୍ମୃତିସ୍ଥଳୀ ମାନଙ୍କୁ ଭାଙ୍ଗି ଦିଆଯାଇଛି l ତନ୍ମଧ୍ୟରୁ କେତେକ ସ୍ଥାନରେ ବୁଦ୍ଦଙ୍କର ସ୍ମୃତିସ୍ଥଳୀ ମାନଙ୍କୁ ମନ୍ଦିରରେ ପରିବର୍ତ୍ତୀତ କରାଯାଇଥିବା ଜାଣିବାକୁ ମିଲୁଛି l
( g ) ଶୃଙ୍ଗ ବଂଶର ଶାସନକାଳ ସମୟରେ ଦେଶ ପରିଚାଳନା କରିବା ପାଇଁ ସମ୍ବିଧାନ ଭାବରେ ମାନୁସ୍ମୃତର ସଂରଚନା କରାଯାଇଥିଲା l ମାନୁସ୍ମୃତରେ ବର୍ଣ୍ଣିତ ନିୟମ ଅନୁଯାୟୀ ଦେଶରେ ଆଇନ୍ ପ୍ରଣୟନ କରାଗଲା ଓ ବ୍ରାହ୍ମଣଧର୍ମକୁ କଡାକଡି ଭାବରେ ଲାଗୁ କରିବା ପାଇଁ ଦେଶର ଶାସନ୍ କ୍ଷମତାର ବିନିଯୋଗ କରାଯାଇଥିଲା l
( h ) ମୌର୍ଯ୍ୟ ସାମ୍ରାଜ୍ୟରେ ସମ୍ପୂର୍ଣ୍ଣ ଭାବରେ ବିଲୁପ୍ତ ହୋଇଯାଇଥିବା ଜାତିପ୍ରଥାକୁ ମତ୍ସ୍ୟ ପୂରlଣ ଆଧାରରେ ଶୃଙ୍ଗ ସାମ୍ରାଜ୍ୟରେ ପୁନଃ ପ୍ରଚଳନ କରାଯାଇଥିଲା l
ତାପରବର୍ତ୍ତୀ ସମଯରେ ବଂଶାନୁକ୍ରମେ ଶୃଙ୍ଗ ବଂଶର ସାତଜଣ ସମ୍ରାଟ ଦେଶ ପରିଚାଳନା କରିଥିଲେ l ଦେଶରେ ଶୃଙ୍ଗ ବଂଶର ଶାସନ 185 BCE ରୁ 73 BCE ପର୍ଯ୍ୟନ୍ତ ରହିଥିଲା l ଏହି ସମୟ ମଧ୍ୟରେ ଶୃଙ୍ଗ ସାମ୍ରାଜ୍ୟରୁ ବୁଦ୍ଧଧର୍ମ ସମ୍ପୂର୍ଣ୍ଣ ଭାବରେ ପତନ ହୋଇ ବ୍ରାହ୍ମଣଧର୍ମର ଉତ୍ଥାନ ହୋଇଥିଲା l
ଡା. ବି ଆର୍ ଆମ୍ବେଦକର ଜାତିପ୍ରଥାକୁ ସମ୍ବିଧାନରେ ବେଆଇନ ଘୋଷଣା କରିସାରିଛନ୍ତି l ବ୍ରାହ୍ମଣଧର୍ମରେ ରହିଥିବା ଜାତିପ୍ରଥା ପୃଥିବୀର ସବୁଠାରୁ ବଡ ଧରଣର ସାମାଜିକ ପ୍ରତାରଣା l ଜାତିପ୍ରଥା ମଣିଷକୃତ ତଥା କାଳ୍ପନିକ ବିଷୟବସ୍ତୁ ଉପରେ ଆଧାରିତ ହୋଇଛି ଯାହାର କୌଣସି ସତ୍ୟତା ନାହିଁ l
ବ୍ରାହ୍ମଣଧର୍ମରେ ମାନବବାଦକୁ ହତ୍ୟା କରାଯାଉଛି ତେଣୁ ଏହାର ପ୍ରଚଳନ ମାନବ ସାମାଜ ପାଇଁ ଅଭିଶାପ ପlଲଟି ଯାଇଛି l ସାମାଜ ଭିତରେ ଜାତିପ୍ରଥା କେବଳ ଧାର୍ମିକ କୁସଂସ୍କାର ଓ ଅନ୍ଧବିଶ୍ୱାସ ବଳରେ ପ୍ରଚଳିତ ହୋଇରହିଛି l ଜନସଚେତନତା ଓ ସାମାଜିକ ଏକତା ହୋଇପାରିଲେ ଜାତିପ୍ରଥା ସବୁଦିନ ପାଇଁ ଲୋପ ପାଇଯିବ l