ବଲାଙ୍ଗିର : 22 ନଭେମ୍ବର 2025 : ବ୍ରାହ୍ମଣବlଦୀଙ୍କ ଧର୍ମଗ୍ରନ୍ଥ ମାନଙ୍କରେ ଉପସ୍ଥାପନ କରାଯାଇଥିବା ଅସତ୍ୟ ଓ କାଳ୍ପନିକ ବିଷୟବସ୍ତୁ ଆଧାରରେ ଜାତିପ୍ରଥାକୁ ସମାଜ ମଧ୍ୟରେ କିଭଳି ଭାବରେ ପ୍ରଚଳିତ କରାଯାଇଛି ତତ୍ ସମ୍ବନ୍ଧୀୟ ସବିଶେଷ ତଥ୍ୟ ନିମ୍ନରେ ଉପସ୍ଥାପିତ କରାଯାଇଛି l
( 1 ) ମାନବ ସମାଜକୁ ଧାର୍ମିକ ଗୋଲମୀରେ ଆବଦ୍ଧ କରି ରଖିବା ପାଇଁ ବ୍ରାହ୍ମଣବାଦି ମାନଙ୍କ ଦ୍ବାରା ବୈଦିକ କାଳରେ ରିକ୍ ବେଦରେ 7 ପଦ୍ୟାଂଶର 10-୯୦ ଛନ୍ଦରେ ରହିଥିବା ପୁରୁଷ ସୂକ୍ତ ନାମକ ଶ୍ଲୋକକୁ ଭୁଲ ବ୍ୟାଖ୍ୟା କରାଯାଇ ସର୍ଵ ପ୍ରଥମେ ଜାତିପ୍ରଥାର ସଂରଚନା କରlଯାଇଥିଲା l
ପୁରୁଷ ସୂକ୍ତ ଶ୍ଲୋକ ଅନୁଯାୟୀ ଭଗବାନ ବ୍ରହ୍ମା ଜାତିପ୍ରଥାର ସଂରଚନା କରିବା ପାଇଁ ଏକ ବଡଧରଣର ହୋମଯଜ୍ଞ/ କର୍ମକାଣ୍ଡ କରି ସେଥିରେ ଜଣେ ପୁରୁଷକୁ ଉତ୍ସର୍ଗ କରିଥିଲେ l
ଯାହାର ହଜାରେ ମୁଣ୍ଡା /ହାତ / ଗୋଡ ଓ ପୃଥିବୀ ଆକାରର ଶରୀର ରହିଥିଲା l ହୋମଯଜ୍ଞରେ ପୁରୁଷକୁ ଉତ୍ସର୍ଗ କଲାପରେ ତାପାଟିରୁ ବ୍ରାହ୍ମଣ , ହାତରୁ କ୍ଷତ୍ରିୟ , ଅଣ୍ଟାରୁ ବୈଶ୍ୟ ଓ ପାଦରୁ ଶୂଦ୍ର ଆବିର୍ଭାବ ହୋଇଥିଲେ l
ରିକ୍ ବେଦରେ ପୁରୁଷ ସୂକ୍ତ ଶ୍ଲୋକ ପ୍ରଥମରୁ ଉଲ୍ଲେଖ ନଥିଲା ପରବର୍ତ୍ତୀ ସମୟରେ ବ୍ରାହ୍ମଣ ବାଦିଙ୍କ ଦ୍ବାରା ଏହାକୁ ଉଦ୍ଧେଶ୍ୟ ମୂଳକ ଭାବରେ ପୁରାଇ ଦିଆଯାଇଛି ବୋଲି ଅନେକ ଇତିହାସକlରଙ୍କ ମତ ରହିଛି l
( 2 ) ଜାତିପ୍ରଥା ବ୍ରାହ୍ମଣକୃତ ଏକ ସାମାଜିକ କୁସଂସ୍କାର ଯାହାର କୌଣସି ସତ୍ୟତା ନାହିଁ ବୋଲି ଅଭିହିତ କରି ବୁଦ୍ଧଦେବ ଏହାକୁ ସର୍ବ ପ୍ରଥମେ ବିରୋଧ କରିଥିଲେ l ତାଙ୍କ ସମୟରେ ଦଳିତ ସମାଜର ଳୋକଙ୍କୁ ବୌଦ୍ଧ ଧର୍ମରେ ଦୀକ୍ଷିତ କଲାପରେ ନିଜ ବୌଦ୍ଧସଂଘରେ ସାମିଲ କରାଇ ସମାନ ଅଧିକାର ଦେଇ ଜାତିପ୍ରଥାକୁ ସଂପୂର୍ଣ୍ଣ ଭାବରେ ବିଲୋପ କରିଦେଇଥିଲେ l
( 3 ) ସମ୍ରାଟ ଅଶୋକଙ୍କ ଶାସନକାଳ 268 BCE ରୁ 232 BCE ସମୟ ମଧ୍ୟରେ ସମଗ୍ର ମୋର୍ଯ୍ୟ ସାମ୍ରାଜ୍ୟ ସମେତ ଏସିଆ ମହାଦେଶକୁ ବୌଦ୍ଧଧର୍ମ ଆଚ୍ଛାଦିତ କରିଦେଇଥିଲା l
ତାପରବର୍ତ୍ତୀ ସମୟରେ ମୋର୍ଯ୍ୟ ରାଜବଂଶର ନବମ ସମ୍ରାଟ ବ୍ରିହାଦ୍ରତ ମୌର୍ଯ୍ୟଙ୍କୁ 185 BCE ରେ ତାଙ୍କର ବ୍ରାହ୍ମଣ ସେନାପତି ପୁଷ୍ୟମିତ୍ର ଶୃଙ୍ଗ ହତ୍ୟା କଲାପରେ ମୌର୍ଯ୍ୟ ସାମ୍ରାଜ୍ୟର ସବୁଦିନ ପାଇଁ ପତନ ହୋଇଯାଇଥିଲା l

ଶୃଙ୍ଗ ରାଜବଂଶର ପ୍ରଥମ ସମ୍ରାଟ ଭାବରେ ପୁଷ୍ୟମିତ୍ର ଶୃଙ୍ଗ ଶାସନ ଗାଦିରେ ଅବସ୍ଥାପିତ ହେଲାପରେ ରlଜ୍ୟର କ୍ଷମତା ଓ ସୈନ୍ୟ ବାହିନୀକୁ ବିନିଯୋଗ କରି ଖଣ୍ଡା ଧାରରେ ଲକ୍ଷ୍ୟ ଲକ୍ଷ ବୌଦ୍ଧଭିକ୍ଷ୍ୟୁ ମନଙ୍କୁ ନରସଂହାର କରାଯାଇ ଦେଶରେ ବୌଦ୍ଧଧର୍ମର ବିନାଶ କରି ଦିଆଯାଇଥିଲା l
ଶୃଙ୍ଗ ସାମ୍ରାଜ୍ୟରେ ମାନୁସ୍ମୃତିକୁ ଦେଶର ସମ୍ବିଧାନ ଭାବରେ ଓ ମତ୍ସ୍ୟ ପୁରାଣକୁ ଜାତିପ୍ରଥାର ପୁନଃ ପ୍ରଚଳନ କରିବା ପାଇଁ ସଂରଚନା କରାଯାଇଥିଲା l
( 4 ) ମତ୍ସ୍ୟ ପୁରାଣରେ ବର୍ଣ୍ଣିତ ପୌରାଣିକ ଗାଥା ଅନୁଯାୟୀ ପୃଥିବୀରେ ପ୍ରଳୟ ଆସି ବିଧ୍ୱଂସ ଘଟିଲା ପରେ ନୂତନ ସ୍ରୁଷ୍ଟିର ସୃଜନ ହେଲେ ତାହାକୁ ମlନବତନ୍ତ୍ର କୁହାଯାଇଥାଏ l ଏଭଲିଆ ଚଉଦ ଥର ପୃଥିବୀ ବିଧ୍ଵଂସ ହୋଇଯାଇ ମlନବତନ୍ତ୍ର ସ୍ଥାପିତ ହେଲେ ଗୋଟିଏ କଳ୍ପ କୁହଯାଏ l
( a ) ପୃଥିବୀକୁ ଚାରୋଟି ମାନବତନ୍ତ୍ରରେ ବିଭକ୍ତ କରାଯାଇଛି l ସତ୍ୟ ଯୁଗ 17 28 000 , ତ୍ରେତୟା ଯୁଗ 12 96 000, ଦ୍ଵାପର ଯୁଗ 8 64 000, ବର୍ଷ ପରେ ପୃଥିବୀରେ ପ୍ରଳୟ ଆସି ପ୍ରତ୍ୟେକ ଯୁଗର ମାନବତନ୍ତ୍ର ପରିସମାପ୍ତି ଘଟିଲା ପରେ ବର୍ତ୍ତମାନ କଳି ଯୁଗ ମାନବତନ୍ତ୍ର 4 32 000 ବର୍ଷ ପର୍ୟ୍ୟନ୍ତ ବଳବତ୍ତର ହୋଇ ରହିବ l କଳି ଯୁଗର ପରିସମାପ୍ତି ଘଟିଲେ ପୁଣିଥରେ ସତ୍ୟ ଯୁଗ ମାନବତନ୍ତ୍ର ଭଗବାନଙ୍କ ଦ୍ୱାରା ସ୍ଥାପିତ କରାଯିବ l
( b ) ବର୍ତ୍ତମାନ୍ ଚାଲିଥିବା ଭଦ୍ରl କଳ୍ପର ଷଷ୍ଠଥର ପୃଥିବୀରେ ପ୍ରଳୟ ଆସି ପରିସମାପ୍ତି ଘଟିଲା ପରେ ସପ୍ତମ ମlନବତନ୍ତ୍ର ( କଳିଯୁଗ ) ରଚନା କରାଯାଇଛି l ଏହା ପୂର୍ବରୁ ‘ ବ୍ୟୁହ କଳ୍ପ ‘ ରହିଥିଲା ଓ ଭବିଷ୍ୟତରେ ‘ ନକ୍ଷତ୍ର କଳ୍ପ ‘ ପ୍ରଚଳିତ ହେବ l
( c ) ଷଷ୍ଠ ମlନବତନ୍ତ୍ର ( ଦ୍ଵାପର ଯୁଗ ) ର ପରିସମାପ୍ତି ସମୟରେ ସମୁଦ୍ରରେ ପ୍ରବଳ ଜୁଆର ଆସି ପୃଥିବୀ ପୃଷ୍ଠର ଚାରିଆଡ଼େ ଜଳମଗ୍ନ ହୋଇଯାଇଥିଲା l ଏହି ସମୟରେ ସପ୍ତମ ମlନବତନ୍ତ୍ର ( କଳିଯୁଗ ) ରଚନା କରିବା ପାଇଁ ଭଗବାନ ବିଷ୍ଣୁ ମତ୍ସ୍ୟ ଅବତାର ଧାରଣ କରିଥିଲେ l ଚାରି ବେଦ , ମାନୁସ୍ମୃତି ତଥା ମlନୁ ଦମ୍ପତ୍ତି , ସାତ ଜଣ ରୁଷି ( ସପ୍ତର୍ଷି ) ଓ ପ୍ରତ୍ୟେକ ଜୀବ ଜଗତର ଜଣେ ପୁରୁଷ ଓ ମହିଳାଙ୍କୁ ନିଜେ ସ୍ରୁଷ୍ଟି କରିଥିବା ଏକ ଡଙ୍ଗାରେ ବସାଇ ରକ୍ଷl କରିଥିଲେ l
( d ) କଳିଯୁଗ ମlନବତନ୍ତ୍ରରେ ପୃଥିବୀର ରାଜାଙ୍କ ନାମ ହେଉଛି ବୈଭସ୍ଵତ ମlନୁ , ଅନ୍ୟତମ ନାମ ଶ୍ରଦ୍ଧlଦେବ ଓ ସତ୍ୟବ୍ରତ I ଭଗବାନ ବିଷ୍ଣୁ ମlନୁଙ୍କୁ ପ୍ରତ୍ୟେକ ମlନବତନ୍ତ୍ରରରେ ପୃଥିବୀର ରାଜା ଭାବରେ ଅଧିଷ୍ଠିତ କରାଇଥାନ୍ତି l
( e ) ବ୍ରହ୍ମାଙ୍କର ମାନସ ପୁତ୍ର ମlନୁ ଓ ତାଙ୍କ ସ୍ତ୍ରୀ ‘ ବୈଭସ୍ଵତ ‘ ପ୍ରତ୍ୟେକ ମlନବତନ୍ତ୍ରରେ ଏମାନେ ହେଉଛନ୍ତି ପୃଥିବୀ ପୃଷ୍ଠାର ପ୍ରଥମ ଦମ୍ପତ୍ତି ଓ ସମସ୍ତ ମାନବ ସମାଜ ତାଙ୍କ ଔରଷରୁ ସ୍ରୁଷ୍ଟି ହୋଇଥାନ୍ତି l
( f ) ମାନୁସ୍ମୃତିର ରଚୟିତା ଭୃଗୁରୁଷି ମଧ୍ୟ ହେଉଛନ୍ତି ବ୍ରାହ୍ମlଙ୍କ ମାନସ ପୁତ୍ର l ପ୍ରତ୍ୟେକ ମlନବତନ୍ତ୍ରରେ ଜନ୍ମଗ୍ରହଣ କରି ମlନୁଙ୍କ ଶାସନ କାଳରେ ପୃଥିବୀର ସମ୍ବିଧାନ ଭାବରେ ମାନୁସ୍ମୃତିକୁ ପ୍ରଚଳିତ କରାଇ ବ୍ରାହ୍ମଣ ଧର୍ମର ସ୍ଥାପନ କରି ମାନବ ସମାଜ ମଧ୍ୟରେ ଜାତିପ୍ରଥାର ପ୍ରଚଳନ କରିଥାନ୍ତି l
( g ) ସେସମୟରେ ଉପରୋକ୍ତ ମତ୍ସ୍ୟ ପୁରାଣରେ ବର୍ଣ୍ଣିତ ଗାଥାକୁ ଭଗବାନଙ୍କ ଦ୍ଵାରା ରଚନା କରାଯାଇଛି ଦର୍ଶାଇ ଶୃଙ୍ଗ ସମ୍ରଜ୍ୟର ଜନମlନଶରେ ଉପସ୍ଥାପନ କରlଯାଇଥିଲା l ଳୋକଙ୍କୁ ଅନ୍ଧବିଶ୍ୱାସ ଓ କୁସଂସ୍କାର ବଳରେ ଭ୍ରମିତ ଓ ଭୟଭୀତ କରି ପୁଣିଥରେ ଜାତିପ୍ରଥାକୁ ଶୃଙ୍ଗ ସମ୍ରଜ୍ୟରେ ପ୍ରଚଳନ କରାଯାଇ ସମାଜକୁ ଖଣ୍ଡ ବିଖଣ୍ତିତ କରି ଦିଆଯାଇଥିଲା l
ଶୃଙ୍ଗ ରାଜବଂଶର 185 BCE ରୁ 73 BCE ପର୍ଯ୍ୟନ୍ତ ରହିଥିବା ଶାସନ କାଳ ସମୟରେ ବୌଦ୍ଧଧର୍ମର ସମ୍ପୁର୍ଣ୍ଣ ଭାବରେ ପତନ ଘଟିଥିଲା l ବ୍ରାହ୍ମଣବାଦର ଉତ୍ଥାନ ଘଟି ଜାତିପ୍ରଥାର ଅତ୍ୟାଚାର ସମଗ୍ର ଦେଶରେ ବିକଟାଳ ରୂପ ନେଇ ସାରିଥିଲା ଯାହାକି ବର୍ତ୍ତମାନ ପର୍ୟ୍ୟନ୍ତ ବଳବତ୍ତର ହୋଇ ରହିଛି l
( 5 ) ଏଠାରେ ଉଲ୍ଲେଖ ଯୋଗ୍ୟ ଆର୍ଯ୍ୟ ସମାଜର ପ୍ରତିଷ୍ଠାତା ବେଦ ବିଶାରଦ ମହର୍ଷି ଦୟାନନ୍ଦ ସରସ୍ୱତୀ ରିକ୍ ବେଦରେ ଦର୍ଶାଯାଇଥିବା ପୁରୁଷସୂକ୍ତ ଶ୍ଲୋକର ଭୁଲ ବ୍ୟାଖ୍ୟା କରାଯାଇଛି ବୋଲି ଦର୍ଶାଇ ସମାଜରେ ଜାତିପ୍ରଥାର ପ୍ରଚଳନକୁ ବିରୋଧ କରିଥିଲେ l
ସମାଜ ମଧ୍ୟରେ ପ୍ରଚଳିତ ହୋଇ ରହିଥିବା ଅନେକ ଧାର୍ମିକ କୁସଂସ୍କାର ଓ ଅନ୍ଧବିଶ୍ୱାସ ଉପରେ ବୈପ୍ଲବିକ ସଂସ୍କାର ଆଣିବା ପାଇଁ ଉଦ୍ୟମ କରିବାରୁ ବ୍ରାହ୍ମଣବାଦୀଙ୍କ ଦ୍ବାରା ଷଡ଼ଯନ୍ତ୍ର କରାଯାଇ ଅନେକ ଥର ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରାଯାଇଥିଲା l ଶେଷରେ ତାଙ୍କ ଖାଦ୍ୟରେ ବିଷ ମିଶାଇ ଦେବାରୁ ତାଙ୍କ ଅବସ୍ଥା ସଙ୍କଟl ପର୍ଣ୍ଣ ହୋଇଯାଇ ମାଉଣ୍ଟ ଆବୁ ଠାରେ ଚିକିତ୍ସିତ ହେଉଥିବା ସମୟରେ 30 ଅକ୍ଟୋବର 1883 ମସିହାରେ ମୃତ୍ୟୁ ବରଣ କରିଥିଲେ l
( 6 ) ବ୍ରାହ୍ମଣବାଦ ବିଚାରଧାରାର ଅଭିଶପ୍ତ କାର୍ଯ୍ୟକଳାପର ପରିସମାପ୍ତି ଘଟାଇ ମାନବବାଦ ବିଚାରଧାରାରକୁ ଦେଶରେ ସ୍ଥାପିତ କରିବା ପାଇଁ ଡା. ବାବସାହେବ ଆମ୍ବେଦକର ସମ୍ବିଧାନରେ ଭାରତକୁ ଧର୍ମନିରପେକ୍ଷ ରାଷ୍ଟ୍ର ଭାବରେ ଉପସ୍ଥାପିତ କରିଛନ୍ତି l
ବ୍ରାହ୍ମଣବlଦୀଙ୍କ ପ୍ରାୟୋଜିତ ତଥାକଥିତ ସାଧୁସନ୍ଥ ଓ ଶଙ୍କରାଚାର୍ଯ୍ୟ ମାନଙ୍କ ଦ୍ବାରା ମlନୁଷ୍ମୃତି ଦେଶର ସମ୍ବିଧାନ ଉପରେ ରହିଛି ବୋଲି ଖୋଲାଖୋଲି ଘୋଷଣା କରାଯାଉଛି l
ବର୍ତ୍ତମାନ ସମ୍ବିଧାନରକୁ ପରିବର୍ତ୍ତନ କରି ସନାତନ ଧର୍ମ, ହିନ୍ଦୁ ଓ ହିନ୍ଦୁରାଷ୍ଟ୍ର ନାମରେ ଦେଶରେ ଉଗ୍ର ବ୍ରାହ୍ମଣବlଦ ସ୍ଥାପନ କରିବା ପାଇଁ ଜୋରଦାର ପ୍ରାୟାସ ଆରମ୍ଭ ହୋଇଯାଇଛି l
ଉପରୋକ୍ତ ସମସ୍ତ ବିଷୟବସ୍ତୁକୁ ଗଭୀରତାର ସହିତ ଅନୁଧ୍ୟାନ କଲେ ଅପାଣମାନେ ଭଲଭାବରେ ଜାଣିପାରିବେ ବ୍ରାହ୍ମଣବାଦ କାରଣରୁ ସମାଜ ତଥା ଦେଶର ପତନ କିଭଳି ଭାବରେ ସଙ୍ଗଠିତ ହେବାରେ ଲିଗିଛି l