ବଲାଙ୍ଗିର : 07 ଡିସେମ୍ବର 2025 ; ରାଜୀବ ଗାନ୍ଧୀ ଭାରତର ପ୍ରଧାନମନ୍ତ୍ରୀ ଭାବରେ 31 ଅକ୍ଟୋବର 1984 ମସିହାରେ ଅବସ୍ଥାପିତ ହୋଇଥିଲେ l ତାଙ୍କ ନେତୃତ୍ଵରେ କଂଗ୍ରେସ 1984 ମସିହା ନିର୍ବାଚନରେ 414 ଟି ଆସନରେ ବିଜୟୀ ହୋଇ ପୂର୍ଣ୍ଣ ବହୁମତ ହାସିଲ କରିଥିଲା l
ରାଜୀବ ଗାନ୍ଧୀଙ୍କ କାର୍ଯ୍ୟକାଳ ସମୟରେ ଅଯୋଧ୍ୟାର ବlବ୍ରୀ ମସଜିଦ ଓ ରାମ ମନ୍ଦିର ବିବାଦୀୟ ସ୍ଥଳୀ ଉପରେ ତାଙ୍କ ଦ୍ୱାରା ନିଆଯାଇଥିବା କେତେକ ଭୁଲ ନିଷ୍ପତ୍ତି କାରଣରୁ ବ୍ରହ୍ମଣବlଦି ସଙ୍ଗଠନ ଗୁଡ଼ିକ ଦେଶର ଶାସନ କ୍ଷମତା ଦଖଲ କରି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିବାରେ ସଫଳତା ପାଇଯାଇଥିଲେ l
( 1 ) ଏଠାରେ ପ୍ରକାଶ ଥlଉକି ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କଲାପରେ କେନ୍ଦ୍ର ସରକାର ହିନ୍ଦୁ ମହସଭlକୁ ବ୍ୟାନ କରିଦେଇଥିଲେ l ଏହି ବ୍ୟାନକୁ 01 ଜୁଲାଇ 1949 ତାରିଖରେ ଉଠାଇ ଦିଆଯାଇଥିଲା l
ବ୍ୟନ ହଟିଗଲl ପରେ କଲିକତା ଠାରେ ହିନ୍ଦୁ ମହାସଭାର ଅଧିବେଶନ ଦକାଯାଇ ରାମ ମନ୍ଦିର ଓ ବାବ୍ରୀ ମସଜିଦ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବା ପାଇଁ କେତେକ ଜରୁରୀ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା l
( 2 ) ହିନ୍ଦୁ ମହାସଭାର ଅଯୋଧ୍ୟା ଦାୟିତ୍ୱରେ ରହିଥିବା ଦିଗlମ୍ବରି ଆଖଡ଼ାର ମହନ୍ତ ରାମଚନ୍ଦ୍ର ଦାସଙ୍କ ନିର୍ଦ୍ଦେଶ ଅନୁଯାୟୀ ବୈରାଗୀ ଅଭିରାମ ଦାସଙ୍କ ନେତୃତ୍ୱରେ ପାଖାପାଖି 50-60 ଜଣ ସାଧୁସନ୍ଥ 22 ଡିସେମ୍ବର 1949 ତାରିଖର ରାତ୍ର ପ୍ରାୟ 11 PM ସମୟରେ ବlବ୍ରୀ ମସଜିଦର ତାଲା ଭାଙ୍ଗି ଭିତରେ ରାମଲାଲl ମୂର୍ତ୍ତିକୁ ସ୍ଥାପନ କରି ପୂଜାର୍ଚ୍ଚନା କଲାପରେ ଚାରିଆଡେ ସିନ୍ଦୂର ଓ ଗୌରୀକ ପତକା ଲଗାଇ ଦେଇଥିଲେ l
ତାପରଦିନ ସକାଳୁ ଅଖିଳ ଭାରତୀୟ ରାମାୟଣ ସଭା ତରଫରୁ ପୌଷ ଶୁକ୍ଳ ତୃତୀୟା ତିଥିରେ ଭଗବାନ ରାମଚନ୍ଦ୍ର ବlବ୍ରୀ ମସଜିଦ ଭିତରେ ସ୍ଵୟଂ ଆବିର୍ଭାବ ହୋଇଛନ୍ତି ବୋଲି ଚାରିଆଡେ଼ ଘୋଷଣା କରି ଦିଆଯାଇଥିଲା l ହଜାର ହଜାର ଶ୍ରଦ୍ଧାଳୁ ସେଠାରେ ପହଞ୍ଚି ମସଜିଦ ଭିତରେ ପ୍ରବେଶ କରି ରାମଲାଲlଙ୍କୁ ପୂଜାର୍ଚ୍ଚନା ଆରମ୍ଭ କରିଦେଇଥିଲେ l
ଘଟଣା ପରେ ସମଗ୍ର ଭାରତ ବର୍ଷରେ ସାମ୍ପ୍ରଦୟିକ ଉତ୍ତେଜାନା ଦେଖାଦେବାରୁ ବାବ୍ରି ମସଜିଦକୁ ସରକାରଙ୍କ ଦ୍ୱାରା ବିବାଦୀୟ ସ୍ଥଳ ଘୋଷଣା କରାଯାଇ 23 ଡିସେମ୍ବର 1949 ତାରିଖରେ ଫୈଜାବାଦ ଜିଲ୍ଲା ପ୍ରଶାସନ ତରଫରୁ ତାଲା ପକାଇ ଦିଆଯାଇଥିଲା l
ଏହା ସହିତ ପୋଲିସ ପକ୍ଷରୁ ତତ୍କାଳୀନ ଥାନା ଅଧିକାରୀ ରାମ ଶଙ୍କର ଦୁବେଙ୍କ ଦ୍ବାରା ବୈରାଗୀ ଅଭିରାମ ଦାସ , ବୃନ୍ଦାବନ ଦାସ, ସିଦ୍ଧେଶ୍ୱର ରାଓ, ଶିବଚରନ ଦାସ ତଥା ଅନ୍ୟାନ୍ୟ 60 ଜଣଙ୍କ ନାମରେ ବlବ୍ରି ମସଜିଦ ଭିତରକୁ ବିଆଇନ୍ ଭାବରେ ପ୍ରବେଶ କରି ରାମଲାଲlଙ୍କ ମୂର୍ତ୍ତି ସ୍ଥାପନ କରିଥିବା ଅଭିଯୋଗ ଦର୍ଶାଇ ଏକ ମାମଲା ରୁଜୁ କରାଯାଇଥିଲା l
ଏଠାରେ ପ୍ରକାଶ ଯୋଗ୍ୟ ଅବସର ପ୍ରାପ୍ତ ବିଚାର ପତି ମନମୋହନ ସିଂ ଲିବରହlନଙ୍କ ଅଧ୍ୟକତlରେ 16 ଡିସେମ୍ବର 1992 ତାରିଖରେ ଗଠିତ ଲିବରହlନ କମିଶନ ରିପୋର୍ଟରେ ବlବ୍ରୀ ମସଜିଦକୁ ଦଖଲ କରିବା ପାଇଁ ହିନ୍ଦୁବାଦି ସଂଗଠନ ମାନଙ୍କ ଦ୍ୱାରା କିଭଳି ଷଡ଼ଯନ୍ତ୍ର କରାଯାଇଥିଲା ତତ୍ ସମ୍ବନ୍ଧୀୟ ସବିଶେସ ତଥ୍ୟ ଉପସ୍ଥାପନ କରାଯାଇଛି l
ଏହି ଘଟଣା ପରେ ରାମ ମନ୍ଦିର ଆନ୍ଦୋଳନର ଗୋଟିଏ ପ୍ରକାର ସବୁଦିନ ପାଇଁ ପରିସମlପ୍ତି ଘଟିଯାଇଥିଲା l
( 3 ) ବରିଷ୍ଠ ଓକିଲ ଉମେଶ ଚନ୍ଦ୍ର ପାଣ୍ଡେ ବlବ୍ରି ମସଜିଦର ତାଲା ଖୋଲିବା ପାଇଁ 25 ଜାନୁୟାରୀ 1986 ମସିହାରେ ଫୈଜାବାଦ ଅଦାଲତରେ ଏକ ଲିଖିତ ପ୍ରାର୍ଥନା ଅର୍ଜି ଦାଖଲ କରିଥିଲେ l ବlବ୍ରି ମସଜିଦର ତାଲା ସରକାରଙ୍କ ନିର୍ଦ୍ଧେଶ କ୍ରମେ ଫୈଜାବାଦ ଜିଲ୍ଲା ପ୍ରଶାସନ ପକାଇଥିବାରୁ ମାନ୍ୟବର ଅଦାଲତ ତତ୍କାଳୀନ କଂଗ୍ରେସ ସରକାରଙ୍କ ମତାମତ ଲୋଡିଥିଲେ l
ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ନିର୍ଦ୍ଧେଶ କ୍ରମେ ମୁଖ୍ୟମନ୍ତ୍ରୀ ବିର ବାହାଦୁର ସିଂ ସରକାର ବlବ୍ରି ମସଜିଦର ତାଲା ଖୋଲି ଦେବା ପାଇଁ ମାନ୍ୟବର ଫୈଜାବାଦ ଅଦାଲତରେ ଲିଖିଟ ଭାବରେ ସମ୍ମତି ପ୍ରଦାନ କରିଥିଲେ l ମାନ୍ୟବର ଫୈଜାବାଦ ଅଦାଲତଙ୍କ ନିର୍ଦ୍ଧେଶ କ୍ରମେ 1 ଫେବୃଆରୀ 1986 ତାରିଖରେ ବlବ୍ରୀ ମସଜିଦର ତାଲାକୁ ଖୋଲି ଦିଆଯାଇଥିଲ l
ବlବ୍ରୀ ମସଜିଦର ତାଲା ଖୋଲlଇବା ଘଟଣାଟି ରାଜୀବ ଗାନ୍ଧୀଙ୍କ ସବୁଠାରୁ ବଡ଼ ଐତିହାସିକ ବିବାଦୀୟ ନିଷ୍ପତ୍ତି ପାଲଟି ଯାଇଥିଲା l
ଯଦ୍ୱାରା ଥଣ୍ଡା ବାକ୍ସରେ ପଡିରହିଥିବା ରାମ ମନ୍ଦିର ଆନ୍ଦୋଳନକୁ ପୁଣିଥରେ ପ୍ରର୍ଯ୍ୟଲିତ କରିବା ପାଇଁ ବ୍ରାହ୍ମଣବାଦି ସଂଗଠନ ଗୁଡ଼ିକୁ ଏକ ବଡଧରଣର ସୁଯୋଗ ମିଳିଯାଇଥିଲା l
( 4 ) ବlବ୍ରି ମସଜିଦର ତାଲା ଖୋଲି ଦେଲା ପରେ ବ୍ରାହ୍ମଣବାଦି ସଂଗଠନ ଗୁଡ଼ିକ ଦ୍ୱାରା ରାମ ମନ୍ଦିର ନିର୍ମାଣ କରିବା ସକାଶେ ଅଯୋଧ୍ୟାରେ ଶିଳାନ୍ୟାସ , ଗଙ୍ଗା କଳସ ଯାତ୍ରା, ରାମଶିଳା ଯାତ୍ରା ଇତ୍ୟାଦି ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l
ଯୋଜନାବଦ୍ଧ ଭାବରେ ସମଗ୍ର ଦେଶରେ ରାମ ମନ୍ଦିର ନିର୍ମାଣ କରିବା ପାଇଁ ବାତାବରଣ ତିଆରି କରାଯାଇ ଉପରୋକ୍ତ କାର୍ଯ୍ୟକ୍ରମ ଗୁଡିକରେ କରସେବl ନାମରେ ଯୋଗଦାନ କରିବା ସକାଶେ ଅଯୋଧ୍ୟା ଆସିବାକୁ ଡାକରା ଦିଆଯାଇଥିଲା l
ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ନିର୍ଦ୍ଧେଶ କ୍ରମେ ରାମ ମନ୍ଦିର ନିର୍ମାଣ କରିବା ସକାଶେ ବlବ୍ରୀ ମସଜିଦ ପାଖରେ ବ୍ରାହ୍ମଣବାଦି ମାନଙ୍କ ଦ୍ବାରା 9 ନଭେମ୍ବର 1989 ତାରିଖରେ କରାଯାଇଥିବା ଶିଳାନ୍ୟାସ କାର୍ଯ୍ୟକ୍ରମକୁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ନାରାୟନ ଦତ୍ତ ତିୱାରୀ ଅନୁମତି ପ୍ରଦାନ କରିଥିଲେ l
( 5 ) ତାପରବର୍ତ୍ତି ସମୟରେ ରାମ ଜନ୍ମଭୂମି ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯାଇ ବାବ୍ରିମସଜିଡ ଢାଞ୍ଚାକୁ 06 ଡିସେମ୍ବର 1992 ତାରିଖରେ ଧୂଳିସାତ କରି ଦିଆଯାଇଥିଲା l
ଭାରତର ତଥାକଥିତ ସମସ୍ତ ହିନ୍ଦୁବlଦି ସଂଗଠନ ଓ ରାଜନୈତିକ ଦଳ ସଂଘବଦ୍ଧ ହୋଇ ରମଜନ୍ମଭୂମି ଆନ୍ଦୋଳନ ମାଧ୍ଯମରେ ଅନେକ ବିଭ୍ରାନ୍ତିକର ତଥ୍ୟ ଦେଶର ଚାରିଆଡେ଼ ପରିବେଷଣ କରି ହଜାର ହଜାର ଲୋକଙ୍କ ଜୀବନ ବିନିମୟରେ ଭାରତର ଶାସନ କ୍ଷମତା ଦଖଲ କରିବାରେ ସଫଳତା ପାଇଯାଇଥିଲେ l
( a ) ଅଟଳ ବିହାରୀ ବାଜପେୟୀ ( 1 ) 16 – 31 ମେ 1996 ( 2 ) 19 ମାର୍ଚ୍ଚ 1998 ଠାରୁ 13 ମେ 2004 ପର୍ଯ୍ୟନ୍ତ ତିନିଥର ଦେଶର ପ୍ରଧାନମନ୍ତ୍ରୀ ଭାବରେ ଅବସ୍ଥାପିତ ହୋଇ ରହିଥିଲେ l
( b ) ନାରେନ୍ଦ୍ର ମୋଦି 26 ମେ 2014 ତାରିଖ ଠାରୁ ବର୍ତ୍ତମାନ ପର୍ୟ୍ୟନ୍ତ ତିନିଥର ଦେଶର ପ୍ରଧାନମନ୍ତ୍ରୀ ଭାବରେ ଅବସ୍ଥାପିତ ହୋଇ ରହିଛନ୍ତି l
( 6 ) ରାମ ଜନ୍ମଭୂମି ଆନ୍ଦୋଳନ କାରଣରୁ ସମଗ୍ର ଭାରତ ବର୍ଷରେ ସାଂପ୍ରଦାୟିକ ଦଙ୍ଗା ଅନୁଷ୍ଟିତ ହୋଇ ପ୍ରାୟ 10000 ହଜାରରୁ ଅଧିକ ଲୋକ ମୃତ୍ୟୁ ବରଣ କରିଥିଲେ l ତନ୍ମଧ୍ୟରେ 90% ମୁସଲମାନ, ଓବିସି, ଏସ୍ ସି, ଏସ ଟି ଜାତିର ଲୋକ ମୃତ୍ୟୁ ବରଣ କରିଛନ୍ତି l
ପାକିସ୍ତାନ ଓ ବାଂଲାଦେଶରେ ମଧ୍ୟ ପାଖାପାଖି 40 ଟି ମନ୍ଦିରକୁ ଭାଙ୍ଗି ଦିଆଯାଇଥିଲl ଓ ଅନେକ ହିନ୍ଦୁ ପରିବାରକୁ ଅତ୍ୟାଚାର ଓ ହତ୍ୟା କରାଯାଇଥିଲା l
( 7 ) ଏଠାରେ ଉଲ୍ଲେଖ ଯୋଗ୍ୟ ଅଯୋଧ୍ୟାର ପୁରାତନ ନାମ ହେଉଛି ସlକେତ , ସମ୍ରାଟ ଅଶୋକ ବୁଦ୍ଧଦେବ ତାଙ୍କ ଜୀବନର ଛଅବର୍ଷ କାଳ ଅବସ୍ଥାନ କରି ରହିଥିବା ସ୍ଥଳୀକୁ ସ୍ମରଣୀୟ କରିବା ପାଇଁ ଅନେକ ବିରାଟକାୟ ଭବ୍ୟ ବୁଦ୍ଧବିହାର ନିର୍ମାଣ କରିଥିଲେ l ଯାହାକୁ 185 BCE ରେ ବ୍ରାହ୍ମଣବାଦି ମାନେ ବିଧ୍ୟାଂଶ କରିଦେଇ ସlକେତର ନାମ ପରିବର୍ତ୍ତନ କରି ଅଯୋଧ୍ୟା ରଖିଥିଲେ l
ତପରବର୍ତ୍ତି ସମୟରେ ଭାରତକୁ ମୋଗଲ ମାନେ ଦଖଲ କଲାପରେ ଅଯୋଧ୍ୟା ଅବଧ ରାଜ୍ୟର ମୁସଲିମ ନିଜାମ ହାତକୁ ଚାଲିଯାଇଥିଲl l ମୁସଲମାନ ମାନେ ବୁଦ୍ଧ ବିହାରର ଭଗ୍ନାଂଶରେ ରହିଥିବା ପ୍ରାୟ 10 ଟି କଳା ମୁଗୁନି ପଥରର ଖମ୍ବରେ ନିର୍ମିତ କାନ୍ଥ ଉପରେ ତଥାକଥିତ ବାବ୍ବ୍ରି ମସଜିଦର ଗମ୍ବୁଜ ନିର୍ମାଣ କରିଦେଇଥିଲେ l
( 8 ) ଆହୁରି ମଧ୍ୟ ଭରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାର ପ୍ରତିଷ୍ଠାତା ଇଂରେଜ ଅଫିସର ସାର ଆଲେକ୍ସଜାଣ୍ଡାର କୁନିଂହାମ 1862-63 ମସିହାରେ ଅଯୋଧ୍ୟା ଠାରେ ବୁଦ୍ଧଙ୍କର ସ୍ମୃତିସ୍ଥଳୀ ମାନଙ୍କୁ ପୁନଃ ଉଦ୍ଧାର କରିବା ପାଇଁ ସର୍ବ ପ୍ରଥମେ ସର୍ବେକ୍ଷଣ କରିଥିଲେ l
ସେସମୟରେ ସମଗ୍ର ଭାରତରେ ମାଟି ଭିତରେ ପୋତି ହୋଇ ରହିଥିବା ବୁଦ୍ଧଙ୍କର ସ୍ମୃତିସ୍ଥଳି ମାନଙ୍କୁ ଖନନ କରି ପୁନଃରୁଦ୍ଧlର କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା l
ତାଙ୍କର ସର୍ବେକ୍ଷଣ ରିପୋର୍ଟରେ ସାକେତର ନାମ ପରିବର୍ତ୍ତନ କରାଯାଇ ଅଯୋଧ୍ୟା ରଖା ଯାଇଛି ଓ ସେଠାରେ ବୁଦ୍ଧଦେବ ତାଙ୍କ ଜୀବନର ଛଅ ବର୍ଷକାଳ ଅତିବାହିତ କରିଥିଲେ l ସେଠାରେ ରହିଥିବା ସମସ୍ତ ବୁଦ୍ଧ ବିହାର ମାନଙ୍କୁ ଭାଙ୍ଗି ଦିଆଯାଇଥିଲl ଓ ତନ୍ମଧ୍ୟରୁ ଗୋଟିଏ ସ୍ଥାନରେ ମସଜିଦ ନିର୍ମାଣ କରାଯାଇଥିଲା ବୋଲି ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛନ୍ତି l
( 9 ) କେନ୍ଦ୍ର ସରକାରଙ୍କ ଦ୍ୱାରା ଆଯୋଧ୍ୟରେ ରାମଜନ୍ମ ଭୂମି ଉପରେ ପ୍ରମାଣ ଯୋଗାଡ଼ କରିବା ପାଇଁ ଭରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ବିଭାଗ ତରଫରୁ ଆଉ ତିନୋଟି ସର୍ବେକ୍ଷଣ କରାଯାଇଥିଲା l ପ୍ରତ୍ୟେକ ସର୍ବେକ୍ଷଣରେ ଭୂମିତଳେ ବୁଦ୍ଧ ବିହାରର ରହିଥିବାର ପ୍ରମାଣ ପାଇଲା ପରେ କଥାଟିକୁ ଚପାଇ ଦିଆ ଯାଇଥିଲା l
ବୈଜ୍ଞାନିକ ଅlନ୍ଥୋନି ଫ୍ୟୁରେର 1889- 91 ମସିହାରେ ଅତ୍ୟାଧୁନକ ମେସିନ ବ୍ଯବହାର କରି ମାଟି ତଳେ ରହିଥିବା ଏକ ବଡଧରଣ ଢାଞ୍ଚାର ଫୋଟୋ ମଧ୍ୟ ଉତ୍ତୋଳନ କରିଥିଲେ l
ତlସତ୍ୟେ ପୁଣିଥରେ ମାନ୍ୟବର ଆହ୍ଲାବାଦ ହାଇକୋର୍ଟ ଦେଇଥିବା 1 ଅଗଷ୍ଟ 2002 ତାରିଖ ନିର୍ଦ୍ଦେଶ କ୍ରମେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ବିଭାଗ ତରଫରୁ ବlବ୍ରୀ ମସଜିଦ ବିବାଦୀୟ ସ୍ଥଳୀର ଚାରିଆଡେ଼ 90 ଟି ବଡଧରଣର ଗାତ ଖୋଳି ସର୍ବେକ୍ଷଣ କରାଯାଇଥିଲା l ମାଟି ତଳେ ବୁଦ୍ଧ ବିହାରର ଭଗ୍ନାଂଶ ମିଳିଥିଲା ମାତ୍ର ଏହା ରାମ ମନ୍ଦିରର ଭଗ୍ନାଂଶ ବୋଲି ପ୍ରମାଣିତ ନହେବାରୁ ମାନ୍ୟବର ଆହ୍ଲାବାଦ ହାଇକୋର୍ଟ ଏହାକୁ ସାକ୍ଷ୍ୟ ଭାବରେ ଗ୍ରହଣ କରିନଥିଲେ l
ଅପରପକ୍ଷେ ମାନ୍ୟବର ସୁପ୍ରିମକୋର୍ଟ ମାଟି ତଳେ ମିଳିଥିବା ଭଗ୍ନାଂଶ ବlବ୍ରୀ ମସଜିଦର ନୁହେଁ ବୋଲି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି l ଗତ କିଛିଦିନ ତଳେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ମାନନୀୟ ଧନଞ୍ଜୟ ୟଶଵନ୍ତ ଚନ୍ଦ୍ରଚୁଡ ବlବ୍ରୀ ମସଜିଦ ତଳେ ମନ୍ଦୀର ଥିବାର କୌଣସି ପ୍ରମାଣ ଅଦାଲତ ପାଇନଥିଲା ବୋଲି ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛନ୍ତି l ମାନ୍ୟବର ଅଦାଲତଙ୍କ ରାୟ କେବଳ ବିବାଦୀୟ ସ୍ଥଳୀ ହିନ୍ଦୁପକ୍ଷଙ୍କ ଦଖଲରେ ରହିଥିବା ଓ ଅସ୍ଥା ଉପରେ ଆଧାରିତ କରି ଦିଆଯାଇଥିଲା l
( 9 ) ମାନ୍ୟବର ଅଦାଲତଙ୍କ ରାୟପରେ ବିବାଦୀୟ ସ୍ଥଳରେ ରାମ ମନ୍ଦୀର ନିର୍ମାଣ କରିବା ପାଇଁ କରୋନା ମହାମାରୀ କାଳରେ ସମଗ୍ର ଭାରତ ବର୍ଷରେ ଲକ ଡାଉନ୍ ହୋଇ ମୃତ୍ୟୁ ଦେଶରେ ତାଣ୍ଡବଲୀଳା କରୁଥିବା ସମୟରେ ମାଟି ତଳେ ପୋତିହୋଇ ରହିଥିବା ବୁଦ୍ଧ ବିହାରର ଭଗ୍ନାଂଶଙ୍କୁ ଲୁକ୍କାୟିତ ଭାବରେ ଖୋଳି ଚୂରମାର କରି ଦିଆଯାଇଥିଲା l
ଏହିଭଳି ଭାବରେ ସମ୍ରାଟ ଅଶୋକଙ୍କ ଦ୍ୱାରା ନିର୍ମିତ ବୁଦ୍ଧଙ୍କର ଭବ୍ୟ ସ୍ମୃତିସ୍ଥଳୀ ଉପରେ ଅଯୋଧ୍ୟାର ରାମମନ୍ଦିର ନିର୍ମାଣ କରାଯାଇ ଦେଶର ଶାସନ କ୍ଷମତା ବ୍ରାହ୍ମଣବାଦୀଙ୍କ ହାତକୁ ଚାଲିଯାଇଛି l