ବଲାଙ୍ଗିର : 19 ଡିସେମ୍ବର 2025 : ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀ ଶ୍ରୀୟା ମିଶ୍ରଙ୍କ ପରିବାର ନିଜ ଭିତରେ ରହିଥିବା ସମସ୍ତ ପ୍ରକାର ମନୋମଲିନ୍ୟ ତ୍ୟାଗକରି ହ୍ୟୁମାନଙ୍କ ସ୍ବାସ୍ଥ୍ୟବସ୍ଥା ଯେତେବେଳେ ବିଗିଡିବା ଆରମ୍ଭ ହେlଇଥିଲା ସେମୟରେ ଉପକୁକ୍ତ ଚିକିତ୍ସl ଯୋଗlଇ ଦେଇ , ତାଙ୍କର ଯତ୍ନ ନେଇଥିଲେ, ସଙ୍ଗୀତ ଜଗତର ଗୋଟିଏ ମୂଲ୍ୟବାନ ହିରା ନିଶ୍ଚିତ ଭାବରେ ବଞ୍ଚି ଯାଇଥାନ୍ତେ ବୋଲି ସମସ୍ତଙ୍କ ମନରେ ଘୋର ପଶ୍ଚlତାପ ରହିଛି l
ହ୍ୟୁମାନ ସlଗର ଓ ଶ୍ରୀୟା ମିଶ୍ରଙ୍କ ମଧ୍ୟରେ ଅନେକ ବlଦ ବିବାହ ଘଟିଥିଲେ ଶୁଦ୍ଧା ଉଭୟେ ଉଭୟଙ୍କୁ ସଦାସର୍ବଦା ବହୁତ ଭଲ ପାଉଥିଲେ ଓ ଅନେକ ସମୟରେ ପୁରୀକୁ ଜାଇ ତାଙ୍କ ପତ୍ନୀ ଓ ଝିଅଙ୍କୁ ଦେଖା ସାକ୍ଷାତ୍ ମଧ୍ଯ କରି ଆସୁଥିଲେ l
ବର୍ତ୍ତମାନ ସମଗ୍ର ଓଡ଼ିଶା ବାସୀଙ୍କ ମନରେ ଗୋଟିଏ ପ୍ରଶ୍ନ ବିବାହ ବିଚ୍ଛେଦ ହେଲାପରେ କାହିଁକି ସେମାନଙ୍କ ମଧ୍ୟରେ ପୁଣିଥରେ ମୀଳlମିଶା ହୋଇପାରିଲl ନାହିଁ ? ଯାହାକି ହ୍ୟୁମାନ ସାଗରଙ୍କ ମୃତ୍ୟୁର କାରଣ ପାଲଟି ଯାଇଥିଲା l
ତତ୍ ସମ୍ବନ୍ଧୀୟ ସବିଶେଷ ତଥ୍ୟ ନିମ୍ନରେ ଉପସ୍ଥାପିତ କରାଯାଇଛି
( 1 ) : ହ୍ୟୁମାନ ସାଗରଙ୍କ ବିବାହ ବିଚ୍ଛେଦ ଘଟିବା ପଛରେ ଅସଲ କାରଣ କଣ ରହିଥିଲା ?
( 2 ) ବିବାହ ବିଚ୍ଛେଦ ହେଲାପରେ ସେମାନଙ୍କ ମଧ୍ୟରେ କାହିଁକି ପୁଣିଥରେ ଅପୋଷୀ ବୁଝାମଣା ହୋଇ ପାରିଲା ନାହିଁ ?
( 1 ) : ହ୍ୟୁମାନ ସାଗରଙ୍କ ବିବାହ ବିଚ୍ଛେଦ ଘଟିବା ପଛରେ ଅସଲ କାରଣ କଣ ରହିଥିଲା ?
( a ) କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କୁ 2012 ମସିହାରେ ଅନୁଷ୍ଟିତ ହୋଇଥିବା ” ଭଏସ ଅଫ ଓଡ଼ିଶା ” ର ସିଜନ୍ 2 କାର୍ଯ୍ୟକ୍ରମ ସର୍ବ ପ୍ରଥମେ ଓଡ଼ିଶାର ସଙ୍ଗୀତ ଜଗତରେ ତଥା ତାଙ୍କ ସ୍ତ୍ରୀ କଣ୍ଠ ଶିଳ୍ପୀ ଶ୍ରୀୟା ମିଶ୍ରଙ୍କ ସହିତ ପରିଚିତ କରାଇ ଦେଇଥିଲା l ପ୍ରତିଦ୍ୱାନ୍ତିତ ସମୟରେ ହ୍ୟୁମାନ ସାଗରଙ୍କ ଗୀତ ଶୁଣି ଶ୍ରୀୟା ମିଶ୍ର ତାଙ୍କ ପ୍ରତି ଆକର୍ଷିତ ହୋଇପଡ଼ିଥିଲେ l
ପ୍ରତିଦ୍ବନ୍ଦିତାରେ ଶ୍ରୀୟା ମିଶ୍ର ହlରି ଯାଇଥିଲେ ଶୁଦ୍ଧା ହ୍ୟୁମାନ ସାଗରଙ୍କ ସାଙ୍ଗରେ ରହି କିଭଳି କାର୍ଯ୍ୟକ୍ରମରେ ବିଜୟୀ ହୋଇ ପାରିବେ ସେଥିପାଇଁ ସମସ୍ତ ପ୍ରକାରର ପତ୍ସୋହନ ଯୋଗାଇ ଦେଉଥିଲେ l ” ଭଏସ ଅଫ ଓଡ଼ିଶା ” ର ସିଜନ୍ 2 କାର୍ଯ୍ୟକ୍ରମରେ ହ୍ୟୁମାନ ସାଗର ବିଜୟୀ ହେଲାପରେ ଓଡ଼ିଶା ସଙ୍ଗୀତ ଜଗତ ଓ ଓଲିଉଡ଼ ସିନେମା ଜଗତ ତାଙ୍କୁ କୋଳେଇ ନେଇଥିଲା l
( b ) ତାପରବର୍ତୀ ସମୟରେ ହ୍ୟୁମାନ ସାଗରଙ୍କ ସମସ୍ତ କାର୍ଯ୍ୟକ୍ରମରେ ଶ୍ରୀୟା ମିଶ୍ର ଉପସ୍ଥିତ ରହି ପ୍ରତ୍ସୋହିତ କରି ଆସୁଥିଲେ l ଉଭୟେ ମିଳିତ ହୋଇ ଅନେକ କାର୍ଯ୍ୟକ୍ରମରେ ଗୀତ ମଧ୍ୟ ଗାଇଛନ୍ତି l ସମୟlନୁକ୍ରମେ ହ୍ୟୁମାନ ସାଗର ଓ ଶ୍ରୀୟା ମିଶ୍ର ଜୀବନ ସାଥୀ ହେବା ପାଇଁ ଅତି ନିବିଡ଼ିତlର ସହିତ ଭଲ ପାଇ ବସିଲେ l
ହ୍ୟୁମାନ ସାଗର ଓ ଶ୍ରୀୟା ମିଶ୍ର ଦୁଇଟି ଭିନ୍ନ ସମ୍ପ୍ରଦାୟର ହୋଇଥିବାରୁ ଜାତିପ୍ରଥା ସେମାନଙ୍କ ପାଇଁ ଚିନ୍ତାର ବିଷୟ ପାଲଟି ଯାଇଥିଲା l କଣ କରିବେ ସେମାନେ କିଛି ଭାବି ପାରୁନଥିଲେ , ଏଭଲିଆ ପାଞ୍ଚ ବର୍ଷ ବିତିଯାଇଥିଲା l
( c ) ଉଭୟେ ମିଲୀତ ହୋଇ ଦୃଢ ସଂକଳ୍ପ ନେଲାପରେ ହ୍ୟୁମାନ ସାଗର ଓ ଶ୍ରୀୟା ମିଶ୍ର ନିଜ ନିଜ ପରିବାର ଲୋକଙ୍କୁ ବିବାହ କରିବା ପାଇଁ ମନସ୍ଥ କରିଥିବା ବିଷୟଟି ଜଣାଇ ଦେଇଥିଲେ l
ଉଭୟ ପରିବାର ଜାତିପ୍ରଥା ଭୟରେ ବିବାହକୁ ନିରୋଧ କରିଥିଲେ l
ଏଭଳିଆ ବିକଟାଳ ପରିସ୍ଥିତିରେ ଶ୍ରୀୟା ମିଶ୍ରଙ୍କ ଇଚ୍ଛାଶକ୍ତି ଆଗରେ ତାଙ୍କ ନିଜ ପରିବାର ତଥା ହ୍ୟୁମାନ ସାଗରଙ୍କ ପରିବାର ବିବାହ ପ୍ରସ୍ତlପ ଉପରେ ମାନିବାକୁ ବାଧ୍ୟ ହୋଇ ଯାଇଥିଲେ l
ସଙ୍ଗୀତ ଜଗତର ପ୍ରେମୀ ଯୁଗଳ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ଶ୍ରୀୟା ମିଶ୍ର ସମାଜର ସମସ୍ତ ପ୍ରକାରର ବନ୍ଧନକୁ ଅତିକ୍ରମ କରି 2017 ମସିହାରେ ଉଭୟ ପରିବାରଙ୍କ ସମ୍ମତିରେ ବିବାହ ବନ୍ଧନରେ ଆବଦ୍ଧ ହୋଇଯାଇଥିଲେ l ବିବାହର ଗୋଟିଏ ବର୍ଷ ପରେ ଝିଅ ଏଞ୍ଜେଲ ତାଙ୍କ କୋଳକୁ ଆସିଯାଇଥିଲା l
( d ) ବିବାହ ପରେ ଶ୍ରୀୟା ମିଶ୍ର ହ୍ୟୁମାନ ସାଗରଙ୍କ ମ୍ୟାନେଜର ଦିନେଶ ବେହେରାଙ୍କ ସମସ୍ତ ପ୍ରକାରର ଭ୍ରଷ୍ଟlଚାରି କାର୍ଯ୍ୟକଳlପ ଉପରେ ହସ୍ତକ୍ଷେପ କରିବା ଆରମ୍ଭ କରିଦେଇଥିଲେ l ଯଦ୍ୱାରା ଶ୍ରୀୟା ମିଶ୍ର ଓ ମ୍ୟାନେଜର ଦିନେଶ ବେହେରାଙ୍କ ମଧ୍ୟରେ ଗଭୀର ବିବାଦ ତିଆରି ହୋଇଯାଇଥିଲl l
ଏଠାରେ ଉଲ୍ଲେଖ ଯୋଗ୍ୟ ହ୍ୟୁମାନ ସାଗରଙ୍କ ଗୀତ ରେକର୍ଡିଂ ଓ ପେଣ୍ଡାଲ କାର୍ଯ୍ୟକ୍ରମର ସମସ୍ତ ଟଙ୍କା ତାଙ୍କ ମ୍ୟାନେଜର ଦିନେଶ ବେହେରାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହେଉଥିଲା l ଏହା ସହିତ ହ୍ୟୁମାନଙ୍କ ମ୍ୟୁଜିକlଲ ଟିମରେ କିଏ ଗୀତ ଗାଇବ ଓ କିଏ ସଂଗୀତ ପରିବେଷଣ କରିବ କେବଳ ମ୍ୟାନେଜର ଦିନେଶ ବେହେରା ନିଜ ଇଚ୍ଛା ମୁତାବକ ମନୋନୀତ କରୁଥିଲେ l
ଅର୍ପିତା ଚୌଧୁରୀ ସଙ୍ଗୀତ ଜଗତରେ ନିଜର ପ୍ରତିଷ୍ଠା ସ୍ଥାପନ କରିବା ପାଇଁ ହ୍ୟୁମାନ ସାଗରଙ୍କ ପଛରେ ପଡ଼ିଯାଇଥିଲେ l ମ୍ୟାନେଜର ଦିନେଶ ବେହେରଙ୍କ ସହିତ ସର୍ବ ପ୍ରଥମେ ବନ୍ଧୁତା ସ୍ଥାପନ କରି ହ୍ୟୁମାନ ସାଗରଙ୍କ ମ୍ୟୁଜିକlଲ ଟିମରେ ସାମିଲ ହେବାରେ ସଫଳତା ପାଇଯାଇଥିଲେ l ଶ୍ରୀୟା ମିଶ୍ରଙ୍କୁ ନିଜ ରାସ୍ତାରୁ ହଟାଇବା ପାଇଁ ଅର୍ପିତା ଚୌଧୁରୀଙ୍କୁ ସଦlବେଳେ ହ୍ୟୁମାନ ସାଗରଙ୍କ ପାଖରେ ରହିବା ପାଇଁ ମ୍ୟାନେଜର ଦିନେଶ ବେହେରାl ସମସ୍ତ ପ୍ରକାରର ସୁଯୋଗ ଯୋଗାଇ ଦେଉଥିଲେ l
ହ୍ୟୁମାନ ସାଗରଙ୍କୁ କାର୍ଯ୍ୟକ୍ରମ ଚାଲିଥିବା ସମୟରେ ପ୍ରବଳ ନିଶାସକ୍ତ କରି ଦିଆଯାଉଥିଲା ଓ ଅନେକ ସମୟରେ କାର୍ଯ୍ୟକ୍ରମ ସରିଲା ପରେ ମ୍ୟାନେଜର ଦିନେଶ ବେହେରାଙ୍କ ଇଙ୍ଗିତରେ ରାତ୍ରି ସମୟରେ ତାଙ୍କୁ ଅର୍ପିତା ଚୌଧୁରୀ ତାଙ୍କ ଘରେ ନେଇ ଛାଡ଼ି ଆସୁଥିଲେ ଯାହାକି ଶ୍ରୀୟା ମିଶ୍ରଙ୍କ ମନରେ ଗଭୀର ଯନ୍ତ୍ରଣା ଦେଉଥିଲା l
( e ) ହ୍ୟୁମାନ ସାଗରଙ୍କ ବିବାହକୁ ଜାତିବାଦୀ ମାନେ ସହଜରେ ଗ୍ରହଣ କରି ପାରିନଥିଲେ ଓ ତାଙ୍କର ଭବିଷ୍ୟତକୁ ନଷ୍ଟ କରିଦେବା ପାଇଁ ସେମାନଙ୍କ ଦ୍ୱାରା ଗୋଟିଏ ପ୍ରକାର ପୈସାଚିକ ଷଡ଼ଯନ୍ତ୍ର ମଧ୍ୟ ଆରମ୍ଭ ହୋଇ ଯାଇଥିଲେ l
ତଦ୍ ଅନୁଯାୟୀ ହ୍ୟୁମାନ ସାଗର ଓ ଅର୍ପିତା ଚୌଧୁରୀଙ୍କ ମିଳାମିଶାକୁ ନେ଼ଇ ବିଭିନ୍ନ ପ୍ରକାରର ଅପପ୍ରଚର କରା ଯାଉଥିଲା l ଅନେକ ବିବାଦୀୟ ଖବର ଗଣ ମାଧ୍ୟମରେ ପ୍ରସାରିତ କରାଯାଇ ହ୍ୟୁମାନ ସାଗରଙ୍କୁ ବଦନାମ ମଧ୍ୟ କରି ଦିଆଯାଉଥିଲା l
ଚାରିଆଡେ଼ ଅର୍ପିତlଙ୍କୁ ନେଇ ହ୍ୟୁମାନ ସାଗରଙ୍କ ବିରୁଦ୍ଧରେ ଚାଲିଥିବା ଆଲୋଚନା ଓ ଗଣ ମାଧ୍ୟମରେ ପ୍ରକାଶିତ ପାଉଥିବା ଖବରକୁ ନେଇ ଶ୍ରୀୟା ମିଶ୍ର ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ l ଶେଷରେ ହ୍ୟୁମାନ ସାଗରଙ୍କ ସହିତ ମନୋମାଲିନ୍ୟ ହୋଇ ଅଭିମାନ କରି ଘରଛାଡ଼ି ଝିଅ ସହିତ ନିଜ ବାପା ଘରକୁ ଚାଲିଯାଇଥିଲେ l
( 2 ) ବିବାହ ବିଚ୍ଛେଦ ହେଲାପରେ ସେମାନଙ୍କ ମଧ୍ୟରେ କାହିଁକି ପୁଣିଥରେ ଅପୋଷୀ ବୁଝାମଣା ହୋଇ ପାରିଲା ନାହିଁ ?
( a ) ବିବାହ ବିଚ୍ଛେଦ ବିବlଦଟି ଧୀରେ ଧୀରେ ଘନୀଭୂତ ହେବାରେ ଲଗିଲା l କଟକର ନାରୀନେତ୍ରୀ ମାନେ ଶ୍ରୀୟା ମିଶ୍ରଙ୍କୁ ପ୍ରବର୍ତ୍ତାଇ ହ୍ୟୁମାନ ସାଗରଙ୍କ ବିରୋଧରେ ପୋଲିସ ଥାନାରେ ଅଭିଯୋଗ କରାଇଲେ l ହ୍ୟୁମାନ ସାଗର ‘ ଡାଉରୀ ଓ ଧର୍ମ ପରିବର୍ତନ ‘ କରିବା ପାଇଁ ଶ୍ରୀୟା ମିଶ୍ରଙ୍କୁ ନିଯ୍ୟାତନl ଦେଉଥିଲେ ବୋଲି ଗଣ ମାଧ୍ୟମରେ ମିଥ୍ୟା ଖବର ପ୍ରସାରଣ କରାଯାଇଥିଲା l
ହ୍ୟୁମାନ ସାଗର ସଦାବେଳେ ଶ୍ରୀୟା ମିଶ୍ରଙ୍କୁ ଘରକୁ ଫେରାଇ ଆଣିବାକୁ ଅନେକ ପ୍ରକାରର ଚେଷ୍ଟା କରିଥିଲେ l ଶ୍ରୀୟା ମିଶ୍ର ମଧ୍ୟ କିଭଳି ଭାବରେ ଗୋଟିଏ ଭଲ ଅପୋଷି ବୁଝାମଣା ହୋଇପାରିଲେ ହ୍ୟୁମାନ ସାଗରଙ୍କ ପାଖକୁ ଫେରି ଆସିବା ପାଇଁ ବ୍ୟାକୁଳ ହୋଇ ପଡ଼ିଥିଲେ l
ପୋଲିସ ପକ୍ଷରୁ ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀ ଶ୍ରୀୟା ମିଶ୍ରଙ୍କୁ ଆପୋଷୀ ବୁଝାମଣା କରାଇ ମିଳାମିଶା କରିଦେବା ପାଇଁ କଟକର ପାରିବାରିକ ମିଳାମିଶା କେନ୍ଦ୍ରକୁ ଡକାଯାଇଥିଲା l ସେଠାରେ ସଙ୍ଗେସଙ୍ଗେ ହ୍ୟୁମାନ ସାଗର ଶ୍ରୀୟା ମିଶ୍ରଙ୍କୁ ସାଙ୍ଗରେ ଘରକୁ ନେଇଯିବା ପାଇଁ ରାଜି ହୋଇଯାଇଥିଲେ l ଶ୍ରୀୟା ମିଶ୍ର ମଧ୍ୟ ସମ୍ମତି ପ୍ରଦାନ କରି ତାଙ୍କ ସ୍ବାମୀଙ୍କ ଘରକୁ ଫେରି ଆସିବା ପାଇଁ ପୋଲିସଙ୍କୁ ଦୁଇଦିନ ସମୟ ମାଗିଥିଲେ l
ମିଳାମିଶା ଖବରଟି ବାହାରେ ପ୍ରଘଟ ହୋଇଗଲା ପରେ କେତେକ ଗଣମାଧ୍ୟମର ପ୍ରତିନିଧି ଓ ଜାତିବାଦୀ ମାନେ ମିଳିତ ହୋଇ ଉଭୟ ପରିବାରରଙ୍କ ନାମରେ ଚରିତ୍ର ସଂହାର କଲା ଭଳିଆ ଅନେକ ପ୍ରକାରର ଆପତ୍ତି ଜନକ ବିବାଦୀୟ ଖବର ପ୍ରସାରଣ କରି ସମାଧାନର ସମସ୍ତ ରାସ୍ତାକୁ ଅବରୋଧ କରିଦେଇଥିଲେ l
( c ) ଗଭୀର ମାନସିକ ଯନ୍ତ୍ରଣାରେ ଛନ୍ଦିହୋଇ ହ୍ୟୁମାନ ସାଗର ନିଶାସକ୍ତ ହୋଇପଡିଲେ l ଯଦ୍ୱାରା ତାଙ୍କର ଲିଭର ଓ କିଡନୀ ସଂକ୍ରମିତ ହୋଇ ଯାଇଥିଲା l ଏଭଳି ପରିସ୍ଥତିରେ ହ୍ୟୁମାନ ସାଗର ବଞ୍ଚିବାର ଇଚ୍ଛାଶକ୍ତି ମଧ୍ୟ ତ୍ୟାଗ କରିଦେଇଥିଲେ l
ତାଙ୍କର ଜୀବନର ଅନେକ ଗୀତରେ ନିଜର ମାନସିକ ଯନ୍ତ୍ରଣାକୁ ପରିପ୍ରକାଶ କରୁଥିଲେ l ହ୍ୟୁମାନ ସାଗର ମଦ ପିଇଲେ ଆଉ ବଞ୍ଚି ପାରିବେ ନାହିଁ ବୋଲି ତାଙ୍କର ମ୍ୟାନେଜର ଭଲ ଭାବରେ ଜାଣିଥିଲେ l ତସତ୍ୟେ ବିଗିଦି ଯାଇଥିବl ସ୍ବାସ୍ଥ୍ୟ ଅବସ୍ଥାକୁ ଚିକିତ୍ସିତ କରାଇବା ପରିବର୍ତ୍ତେ ପ୍ରଚୁର ମଦ ପିଆଇ ହ୍ୟୁମାନ ସାଗରଙ୍କ ରୁଗ୍ନ ଶରୀରକୁ ଶେଷ ସମୟ ପର୍ୟ୍ୟନ୍ତ ଟଙ୍କା କମାଇବାରେ ନିୟୋଜିତ କରି ଦେଇଥିଲେ l
ଶେଷରେ ଚିକିତ୍ସାର ଅବହେଳା କାରଣରୁ ତାଙ୍କର ଲିଭର ଓ ଦୁଇଟି କିଡନୀ କାମ କରିନଥିଲା l ହ୍ୟୁମାନ ସାଗର ସେଶ ମୁହୂର୍ତ୍ତ ପର୍ୟ୍ୟନ୍ତ ତାଙ୍କର ସ୍ତ୍ରୀ ଓ ଝିଅଙ୍କୁ ଦେଖା କରିବା ପାଇଁ ବ୍ୟାକୁଳ ଭାବରେ ଚାହୁଁଥିଲେ ମାତ୍ର ଦେଖା କରି ପାରିନଥିଲେ । ଶେଷରେ ଭଗ୍ନ ହୃଦୟରେ 17 ନଭେମ୍ବର 2025 ତାରିଖରେ 34 ବର୍ଷ ବୟସରେ ମୃତ୍ୟୁ ବରଣ କରିଥିଲେ l
( d ) ମ୍ୟାନେଜର ଦିନେଶ ବେହେରା ଓ ତାଙ୍କର ଘନିଷ୍ଟ ବାନ୍ଧବୀ ଅର୍ପିତା ଚୌଧୁରୀ କେବଳ ଟଙ୍କା ଆତ୍ମସାତ କରିବା ପାଇଁ ହ୍ୟୁମାନ ସାଗର ଭଳିଆ ଜଣେ ସରଳ ଓ ନିଷ୍ପlପ ମଣିଷର ବିବାହ ବିଚ୍ଛେଦ କରାଇ ତାଙ୍କ ପତ୍ନୀ ଶ୍ରୀୟା ମିଶ୍ରଙ୍କୁ ରାସ୍ତାରୁ ହଟାଇ ଦେଇଥିଲେ l ପରବର୍ତ୍ତୀ ସମୟରେ ଏମାନଙ୍କ କାରଣରୁ ଅପୋସି ବୁଝାମଣା ମଧ୍ୟ ହୋଇପାରିନଥିଲା l ଶେଷରେ ହ୍ୟୁମାନ ସାଗର ଭଳିଆ ଜଣେ କିମ୍ବଦନ୍ତୀ ପୁରୁଷଙ୍କୁ କେବଳ ନିଜ ସ୍ବାର୍ଥ ପାଇଁ ଗଭୀର ମାନସିକ ଯନ୍ତ୍ରଣl ଦେଇ ଗୋଟିଏ ପ୍ରକାର ପରୋକ୍ଷରେ ମାରି ଦେଇଥିଲେ l