ବଲାଙ୍ଗିର : 03 ମାର୍ଚ୍ଚ 2026 : ବୌଦ୍ଧ ଧର୍ମାବଲମ୍ବୀ ମାନେ କାହିଁକି ହୋଲିକା ଦହନ ଓ ହୋଲି ଉତ୍ସବ ପାଳନ କରନ୍ତି ନାହିଁ ? ତତ୍ ସମ୍ଵନ୍ଧରେ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଥିବା ଗାଥା ଅନୁଯାୟୀ :
ସମ୍ରାଟ ଅଶୋକଙ୍କ ବଂଶଧର ସମ୍ରାଟ ବ୍ରିହାଦ୍ରତ ମୌର୍ଯ୍ୟଙ୍କୁ 185 BCE ରେ ତାଙ୍କର ବ୍ରାହ୍ମଣ ସେନାପତି ପୁଷ୍ୟମିତ୍ର ଶୃଙ୍ଗ ବିଶ୍ବାସଘାତକତା କରି ହତ୍ୟା କଲା ପରେ ମୌର୍ଯ୍ୟ ରାଜବଂଶର ସବୁଦିନ ପାଇଁ ପତନ ହୋଇଯାଇଥିଲା l ସେସମୟରେ ବୌଦ୍ଧଧର୍ମ ସମଗ୍ର ମୌର୍ଯ୍ୟ ସାମ୍ରାଜ୍ୟକୁ ଆଚ୍ଛାଦିତ କରିସାରିଥିଲା l
ଶୃଙ୍ଗ ସାମ୍ରାଜ୍ୟର ସ୍ଥପାନ କରାଯାଇ ଶୃଙ୍ଗ ରାଜବଂଶର ପ୍ରଥମ ସମ୍ରାଟ ଭାବରେ ପୁଷ୍ୟମିତ୍ର ଶୃଙ୍ଗ ଶାସନ ଗାଦିରେ ଅବସ୍ଥାପିତ ହୋଇଥିଲେ l
ସମ୍ରାଟ ପୁଷ୍ୟମିତ୍ର ଶୃଙ୍ଗ ଶାସନ ଭାର ଗ୍ରହଣ କଲାପରେ ଦେଶରେ ପୁଣିଥରେ ବ୍ରାହ୍ମଣବlଦ ସ୍ଥାପନ କରିବା ପାଇଁ ରାଜ୍ୟର ସମସ୍ତ କ୍ଷମତା ଓ ସୈନ୍ୟବlହିନୀ ବୁଦ୍ଧଧର୍ମକୁ ବିନାଶ କରିଦେବା ପାଇଁ ଲଗାଇ ଦେଇଥିଲେ l
ଦେଶରୁ ବୌଦ୍ଧଧର୍ମକୁ ସମ୍ପୂର୍ଣ୍ଣ ଭାବରେ ବିଲୋପ କରିଦେବା ପାଇଁ ଲକ୍ଷlଧିକ ବୌଦ୍ଧ ଭିକ୍ଷୁ ଓ ଭିକ୍ଷୁଣି ମାନଙ୍କୁ ଅମାନୁଷିକ ଭାବରେ ଅତ୍ୟାଚାର କରାଯାଇ ନରସଂହାର କରାଯାଇଥିଲା l ଅଶୋକଙ୍କ ଶାସନକାଳ ସମୟରେ ନିର୍ମାଣ କରାଯାଇଥିବା ବୁଦ୍ଧଙ୍କର ବିରାଟକାୟ ପ୍ରତିମୂର୍ତ୍ତି , ସ୍ତୁପ ଓ ପୂଜାସ୍ଥଳି ମାନଙ୍କୁ ମଧ୍ୟ ବିଧ୍ୱଂଶ କରି ଦିଆଯାଇଥିଲା l
ଚାରିଆଡେ଼ ବୌଦ୍ଧ ଭୀକ୍ଷୁ ଓ ଭିକ୍ଷୁଣି ମାନଙ୍କ ଚିତା ଜଳୁଥିବା ସମୟରେ ଦେଶରେ ହୋଲି ଓ ରକ୍ତରେ ବିଜୟ ଉତ୍ସବ ପାଳନ କରlଯାଇଥିଲା l
ପରବର୍ତ୍ତୀ ସମୟରେ ବ୍ରାହ୍ମଣବlଦ ସ୍ଥାପନର ବିଜୟ ଉତ୍ସବକୁ ସ୍ମରଣୀୟ କରିବା ପାଇଁ ଅନେକ ପୁରାଣ ରଚନା କରାଯାଇ କଥାଟିକୁ ଭିନ୍ନରୂପ ଦେଇ ଧର୍ମସଂଗତ ଦର୍ଶାଇ ହୋଲିକl ଦହନ ଓ ହୋଲି ଉତ୍ସବ ନାମରେ ପ୍ରତ୍ୟେକ ବର୍ଷ ଦେଶରେ ସେସମୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ପାଳନ କରାଯାଇ ଆସୁଛି ବୋଲି ବୌଦ୍ଧ ଧର୍ମାବଲମ୍ବୀ ମାନଙ୍କ ମତ ରହିଛି l