Today is November 20, 2026

HEADLINES

LATEST NEWS

ରାମାୟଣ କାଳ୍ପନିକ ବିଷୟବସ୍ତୁ ଉପରେ ଆଧାରିତ କେଵଳ ଏକ ମହାକାବ୍ୟ ଯାହାର କୋୖଣସି ସତ୍ୟତା ନାହିଁ l

ବଲାଙ୍ଗିର : 01 ଏପ୍ରିଲ 2026 : ରାମାୟଣ ପ୍ରକୃତ ଐତିହାସିକ ପୃଷ୍ଟଭୂମି ଘଟଣାବଳି ଉପରେ ଆଧାରିତ ଏକ ମହାକାବ୍ୟ ବୋଲି ଧର୍ମଗ୍ରନ୍ଥ ମାଧ୍ୟମରେ ଓ ପ୍ରବଚକ ମାନଙ୍କ ଦ୍ବାରା ହଜାର ହଜାର ବର୍ଷା ହେଲା କେବଳ ଅନ୍ଧବିଶ୍ୱାସ ବଳରେ ଜନସାଧାରଣ ମନରେ ଆସ୍ଥା ଓ ବିଶ୍ବlସ ତିଆରି କରାଯାଉଛି l

ସତ୍ୟତା ଭାରତବାସୀ ଜାଣିବାର ନିତାନ୍ତ ଆବଶ୍ୟକତା ରହିଛି କାରଣ ରାମାୟଣ କେବଳ କାଳ୍ପନିକ ବିଷୟବସ୍ତୁ ଉପରେ ଆଧାରିତ ଏକ ମହାକାବ୍ୟ ଯାହାର କୋୖଣସି ସତ୍ୟତା ନାହିଁ l

ରାମାୟଣର ରଚନା କରିବା ପଛରେ ପ୍ରକୃତ ଉଦ୍ଧେଶ୍ୟ କଣ ରହିଥିଲା ?

(.1 ) ବୁଦ୍ଧଧର୍ମ ଠାରୁ ଲୋକଙ୍କ ଧ୍ୟାନ ହଟେଇ ଶୃଙ୍ଗ ସାମ୍ରାଜ୍ୟରେ ବ୍ରାହ୍ମଣବାଦ ସ୍ଥାପନ କରିବା ଓ ( 2 ) ଜାତିପ୍ରଥlର ପୁନଃ ପ୍ରଚଳନ କରିବା ପାଈଁ ଉତ୍ତରା ଖଣ୍ଡ ରାମାୟଣର ରଚନା କରାଯାଇଥିଲା l

( 1 ) ( a ) ସମ୍ରାଟ ଅଶୋକଙ୍କ ବଂଶଧର ମୋର୍ଯ୍ୟ ରାଜବଂଶର ନବମ ସମ୍ରାଟ ବ୍ରିହାଦ୍ରତ ମୌର୍ଯ୍ୟଙ୍କୁ 185 BCE ରେ ତାଙ୍କର ବ୍ରାହ୍ମଣ ସେନାପତି ପୁଷ୍ୟମିତ୍ର ଶୃଙ୍ଗ ହତ୍ୟା କଲାପରେ ମୌର୍ଯ୍ୟ ସାମ୍ରାଜ୍ୟର ସବୁଦିନ ପାଇଁ ପତନ ହୋଇଯାଇଥିଲା l ସେସମୟରେ ବୁଦ୍ଧଧର୍ମ ସମଗ୍ର ମୌର୍ଯ୍ୟ ସାମ୍ରାଜ୍ୟକୁ ସମ୍ପୂର୍ଣ ରୂପେ ଆଛାଡିତ କରି ରଖିଥିଲା l

ଶୃଙ୍ଗ ସାମ୍ରାଜ୍ୟର ପ୍ରଥମ ସମ୍ରାଟ ଭାବରେ ପୁଷ୍ୟମିତ୍ର ଶୃଙ୍ଗ ଶାସନ ଗାଦିରେ ଅବସ୍ଥାପିତ ହେଲାପରେ ଦେଶରେ ବ୍ରାହ୍ମଣବlଦ ସ୍ଥାପନ କରିବା ପାଇଁ ରାଜ୍ୟର ସମସ୍ତ କ୍ଷମତା ଓ ସୈନ୍ୟବlହିନୀ ବୁଦ୍ଧଧର୍ମକୁ ବିନାଶ କରିଦେବା ପାଇଁ ଲଗାଇ ଦେଇଥିଲେ l

ବୌଦ୍ଧଧର୍ମକୁ ସମ୍ପୂର୍ଣ୍ଣ ଭାବରେ ବିଲୋପ କରିଦେବା ପାଇଁ ଲକ୍ଷlଧିକ ବୌଦ୍ଧ ଭିକ୍ଷୁ ଓ ଭିକ୍ଷୁଣି ମାନଙ୍କୁ ଅମାନୁଷିକ ଭାବରେ ଅତ୍ୟାଚାର କରାଯାଇ ନରସଂହାର କରାଯାଇଥିଲା l ଅଶୋକଙ୍କ ଶାସନକାଳ ସମୟରେ ନିର୍ମାଣ କରାଯାଇଥିବା ବୁଦ୍ଧଙ୍କର ବିରାଟକାୟ ପ୍ରତିମୂର୍ତ୍ତି , ସ୍ତୁପ ଓ ପୂଜାସ୍ଥଳି ମାନଙ୍କୁ ମଧ୍ୟ ବିଧ୍ୱଂଶ କରି ଦିଆଯାଇଥିଲା l

ତlପରବର୍ତ୍ତି ସମୟରେ ଶୃଙ୍ଗ ସାମ୍ରାଜ୍ୟରେ ବ୍ରହ୍ମଣବlଦର ସ୍ଥାପନ କରିବା ପାଇଁ ମାନୁସ୍ମୃତିକୁ ଦେଶର ସମ୍ବିଧାନ ଭାବରେ ଓ ମତ୍ସ୍ୟ ପୁରାଣ ଓ଼ ରାମାୟଣକୁ ଜାତିପ୍ରଥାର ପୁନଃ ପ୍ରଚଳନ କରିବା ପାଇଁ ଏବଂ ଉପନିଷଦ, ସ୍ମୃତି, ପୁରାଣ, ମହାଭାରତ, ଭାଗବତ ଗୀତା ଇତ୍ୟାଦି ଧର୍ମଗ୍ରନ୍ଥ ବ୍ରହ୍ମଣବlଦକୁ ପରିଚାଳିତ କରି ରଖିବା ପାଈଁ ରଚନା କରାଯାଇଥିଲା l ଏହା ସହିତ ତେତିଶ କୋଟି କାଳ୍ପନିକ ଦେବାଦେବୀ ତିଆରି କରାଯାଇ ମନ୍ଦିର ଓ ମୁର୍ତ୍ତି ପୂଜାର ଆରମ୍ଭ କରାଯାଇଥିଲା l

( c ) ତିଆରି କରାଯାଇଥିବା ଦେବାଦେବୀଙ୍କ ଉପରେ ଲୋକଙ୍କ ଆସ୍ଥା ଓ ବିଶ୍ୱାସ ତିଆରି କରିବା ପାଈଁ ବ୍ରାହ୍ମଣବାଦୀଙ୍କ ଧର୍ମଶାସ୍ତ୍ର ଅନୁଯାୟୀ ପୃଥିବୀକୁ ଚାରୋଟି ଯୁଗରେ ବିଭକ୍ତ କରାଯାଇଛି l ସତ୍ୟ ଯୁଗ 17 28 000 , ତ୍ରେତୟା ଯୁଗ 12 96 000, ଦ୍ଵାପର ଯୁଗ 8 64 000, କଳି ଯୁଗ 4 32 000 ବର୍ଷ ରହିଲା ପରେ ପରେ ପୃଥିବୀରେ ପ୍ରଳୟ ଆସି ପ୍ରତ୍ୟେକ ଯୁଗର ପରିସମାପ୍ତି ଘଟିଥାଏ ବୋଲି ଉଲ୍ଲେଖ କରାଯାଇ ଲୋକଙ୍କୁ ପ୍ରତାରଣା କରାଯାଇଥିଲା l

କାଳ୍ପନିକ ବିଷୟବସ୍ତୁ ଆଧରରେ ଭଗବାନ ଵିଷ୍ଣୁ ସତ୍ୟଯୁଗରେ ମତ୍ସ୍ୟ, କୁର୍ମା ( କଚ୍ଛପ ), ବରାହ ଅବତାର ଓ ନରସିମହା ତ୍ରେତୟା ଯୁଗରେ ବାମନ, ପର୍ଶୁରାମ ଓ ରାମ ଅବତାର ଓ ଦ୍ୱାପର ଯୁଗରେ କୃଷ୍ଣା ଓ ବଳରାମ ଅବତାର ଗ୍ରହଣ କରିଥିଲେ ତଥା କଳିଯୁଗର ଶେଷ ଭାଗରେ କଳକି ଅବତାର ଗ୍ରହଣ କରିବେ ବୋଲି ଉପସ୍ଥାପନା କରିବା ପଛରେ ଅସତ୍ୟ ଭଗବାନ ମାନଙ୍କୁ ସତ୍ୟରେ ପରିଣତ କରିବା ପାଈଁ ବ୍ରାହ୍ମନାବାଦୀଙ୍କ ଗଭୀର ଷଡଯନ୍ତ୍ର ରହିଥିଲା l

ଏହା ସହିତ କଳି ଯୁଗର 21 60 000 ବର୍ଷ ପୂର୍ବେ ରହିଥିବା ତ୍ରେତୟା ଯୁଗରେ ମହାରାଜା ରାମଚନ୍ଦ୍ର ଜନ୍ମ ଗ୍ରହଣ କରିଥିଲେ l ତ୍ରେତୟା ଓ ଦ୍ଵାପର ଯୁଗରେ ପ୍ରଳୟ ଆସି ପରିସମlପ୍ତି ଘଟିଲା ପରେ କଳି ଯୁଗର ଆରମ୍ଭ ହୋଇଥିଲା ବୋଲି ଧର୍ମ ନାମରେ ଜନସାଧରଣଙ୍କୁ ଅନେକ ପ୍ରକାରର ବିଭ୍ରାନ୍ତୀକର ତଥ୍ୟ ପରିବେଷଣ କରାଯାଇ ଆସୁଛି l

( d ) ବୈଜ୍ଞାନିକ ମାନଙ୍କ ମତରେ 300 000 ବର୍ଷ ପୂର୍ବେ ଆଫ୍ରିକାରେ ସର୍ବପ୍ରଥମେ ବଣ ମଣିଷ ଦେଖିବକୁ ମିଳିଥିଲେ l ବଣ ମଣିଷ ମାନଙ୍କୁ ଚିନ୍ତା କରିବା ଓ ବୁଝି ପରିବା କ୍ଷମତା 70 000 ବର୍ଷତଳେ ମିଳିଥିଲା l ମଣିଷକୁ ଲେଖିବାର କ୍ଷମତା 5000 ବର୍ଶ ତଳେ ମିଳିଥିଲା l

ଦୁଇଟି ଯୁଗର ପରିସମାପ୍ତି ଘଟିଲା ପରେ କଳିଯୁଗରେ ଅଯୋଧ୍ୟାର ରାମମନ୍ଦିର ଠାରେ ଭଗବାନ ରାମଚନ୍ଦ୍ର ଜନ୍ମ ଗ୍ରହଣ କରିଥିଲେ ବୋଲି ଦର୍ଶାଇବା, ରାମ ନବମୀ ( ଜନ୍ମଜୟନ୍ତୀ ) , ରାବଣ ପୋଡି, ହନୁମାନ ଜୟନ୍ତୀ ଇତ୍ୟାଦି ଉତ୍ସବ ପାଳନ କରିବା ଘଟଣା ଗୁଡିକ ବ୍ରାହ୍ମଣବାଡିଙ୍କ ଦ୍ୱାରା କରାଯାଇଥିବା ଏକ ବଡଧରଣର ସାମାଜିକ ପ୍ରତାରଣା l

( 2 ) ଦେଶରେ ଜାତିପ୍ରଥlର ପୁନଃ ପ୍ରଚଳନ କରିବା ପାଈଁ ଉତ୍ତରା ଖଣ୍ଡ ରାମାୟଣର ରଚନା କରାଯାଇଥିଲା l

( a ) ରାମରାଜ୍ୟରେ ପ୍ରଜାମାନଙ୍କୁ ସଦାବେଳେ ନ୍ୟାୟ ପ୍ରଦାନ କରାଯାଉଥିଲା l ଦେଶର ଜନସାଧାରଣ ଜାତିପ୍ରଥା ଅନୁଯାୟୀ ବର୍ଣ୍ଣଧର୍ମ ପାଳନ କରି ଶାନ୍ତିଶୃଙ୍ଖଳାର ସହିତ ନିଜର କର୍ମ ସମ୍ପାଦନା କରୁଥିଲେ l ସମସ୍ତେ ସୁଖ ଶାନ୍ତିରେ ଜୀବନ ନିର୍ବାହ କରୁଥିଲେ ଓ ସମୟ ପୂର୍ବରୁ କାହାର ଆକସ୍ମିକ ମୃତ୍ୟୁ ହେଉନଥିଲା l ଏଭଲିଅ ଅନେକ କଥା ଜନମାନସରେ ପ୍ରକାଶ କରlଯାଉଛି l

ଅପରପକ୍ଷେ ପୁରାଣ ବର୍ଣ୍ଣିତ ତ୍ରେତୟା ଯୁଗର ରlମରlଜ୍ୟରେ ଜାତିପ୍ରଥା ଉତ୍କଟ ରୂପ ଧାରଣ କରିଥିଲା l ଶୂଦ୍ର ମାନଙ୍କୁ ପାଠପଢା, ଧର୍ମକର୍ମ ତଥା ସନ୍ନ୍ୟାସବ୍ରତ ଇତ୍ୟାଦି କାର୍ଯ୍ୟ କରିବାରୁ ବଞ୍ଚିତ କରାଯାଉଥିଲା l ରାଜ୍ୟରେ କୌଣସି ପ୍ରକାର ବିପଦ ଆପଦ ଆସିଲେ ସେଥିପାଇଁ ଶୂଦ୍ର ମାନଙ୍କୁ ଦାୟୀ କରାଯାଇ ଦଣ୍ଡିତ କରାଯାଉଥିଲା l ଦରକାର ପଡିଲେ ମୃତ୍ୟୁ ଦଣ୍ଡ ମଧ୍ୟ ଦିଆଯାଉଥିଲା l

( b ) ପୌରାଣିକ ଗାଥା ଅନୁଯାୟୀ ରାମରାଜ୍ୟରେ ଶମ୍ଭୁକl ନାମକ ଜଣେ ଶୂଦ୍ର ସନ୍ୟାସୀ ଘୋର ତପସ୍ୟା କରିବାରୁ , ମହାରାଜl ରାମଚନ୍ଦ୍ର ଜାତିପ୍ରଥାକୁ ପ୍ରଚଳିତ କରି ରଖିବା ପାଇଁ ଏକ ତିକ୍ଷ୍ଣଖଣ୍ଡlରେ ନିଜ ହାତରେ ତାର ମୁଣ୍ଡକୁ କାଟିଦେଇଥିଲେ ବୋଲି ଉତ୍ତରା ଖଣ୍ଡ ରାମାୟଣର ଅଧ୍ୟାୟ 73 – 76 ଏବଂ ପଦ୍ମ ପୁରାଣ ପ୍ରଥମ ଭାଗର ଅଧ୍ୟାୟ 35 ରେ ଏହା ଉପସ୍ଥାପନ କରାଯାଇଛି l

( c ) ଉତ୍ତରା ଖଣ୍ଡ ରାମାୟଣରେ ବର୍ଣିତ ଗାଥା ଅନୁଯାୟୀ ରାମରାଜ୍ୟରେ ଜାତିପ୍ରଥା କିଭଳି ଉତ୍କଟ ରୂପ ଧାରଣ କରିଥିଲା ତତସମ୍ବନ୍ଧୀୟ ସବିଶେଷ ତଥ୍ୟ ନିମ୍ନରେ ଉପସ୍ଥାପନା କରାଯାଇଛି l

( 1 ) ମହାରାଜା ରାମଚନ୍ଦ୍ର 14 ବର୍ଷ ବନବାସ କାଟିଲାପରେ ଅଯୋଧ୍ୟାର ଶାସନ୍ ଗାଦିରେ ପୁଣିଥରେ ଅବସ୍ଥାପିତ ହୋଇ ରାମରାଜ୍ୟ ପରିଚାଳନା କରୁଥିଲେ l

ତାଙ୍କର ଶାସନକାଳ ସମୟରେ ଜଣେ ବ୍ରାହ୍ମଣ ନିଜର 14 ବର୍ଷର ମୃତ ବାଳକକୁ ନିଜ ହାତରେ ଧରି ସିଂହଦ୍ୱାର ନିକଟକୁ ଆସି ମହାରାଜା ରାମଚନ୍ଦ୍ରଙ୍କୁ ସାକ୍ଷାତ କରି ଅଭିଯୋଗ ଶୁଣାଇବାକୁ ନିବେଦନ କଲେ l

( 2 ) ବ୍ରାହ୍ମଣ ଜଣକ ବଡପାଟିରେ ” ପୂର୍ବ ଜନ୍ମରେ ମୁଁ କଣ ପାପ କରିଥିଲି ଯାହାର ଦଣ୍ଡ ସ୍ଵରୁପ ମୋର ଛୋଟ ପୁଅର ମୃତ୍ୟୁ ମୁଖକୁ ଦେଖିବାକୁ ପାଇଲି l ଏଜନ୍ମରେ ମୋର ଜାଣତରେ କିମ୍ବା ଅଜାଣତରେ ମଣିଷ ଅଥବା ଜୀବଜଗତ କାହାର କିଛି କ୍ଷତି କରିନାହିଁ ତାସତ୍ତ୍ୱେ ମୋର ଛୋଟ ପୁଅର ଅକାଳ ବିୟୋଗ କିପରି ଘଟିଲା ?

ମହାରାଜା ରାମଚନ୍ଦ୍ର ଶାସନ୍ କଳ ପରିଚାଳନା କରିବା ସମୟରେ ଦେଶରେ ଧର୍ମରକ୍ଷl କରିନପାରି କିଛି ଗୋଟିଏ ବଡ଼ଧରଣର ପାପ ଅର୍ଜନ କରିଛନ୍ତି l ଯଦ୍ୱାରା ମୋର ଛୋଟ ପୁଅର ଅସମୟରେ ଅକାଳ ମୃତ୍ୟୁ ହୋଇଛି l ତେଣୁ ମୋର ପୁଅର ଜୀବନଦାନ ମହାରାଜା ରାମଚନ୍ଦ୍ର କରିବା ପାଇଁ ଅଭିଯୋଗ କରିବି ” ବୋଲି ବଡ ପାଟିରେ ଚିତ୍କାର କରୁଥିଲେ l

( 3 ) ତ୍ରେତୟା ଯୁଗରେ ପ୍ରଜା ମାନଙ୍କ ଆୟୁଷ ୧୦୦୦ ବର୍ଷ ରହୁଥିଲା l ରାମ ରାଜ୍ୟରେ କେବେ ଦେଖା ଦେଇନଥିବା ଅକାଳ ମୃତ୍ୟୁ ଭଲିଆ ଅଘଟଣା ପ୍ରଜାମାନଙ୍କ ଭିତରେ ବିଭିନ୍ନ ପ୍ରକାରର କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା ଓ ଦେଶରେ ବଡ଼ଧରଣର ଆଲୋଚନାର ବିଷୟବସ୍ତୁ ପାଲଟି ଯାଇଥିଲେ l

କଥାଟି ମହାରାଜା ରାମଚନ୍ଦ୍ରଙ୍କର କର୍ଣଗୋଚର ହେଲାପରେ ବ୍ରାହ୍ମଣଙ୍କ ଅଭିଯୋଗକୁ ଗୁରୁତର ସହିତ ଗ୍ରହଣ କରିଥିଲେ l

( 4 ) ମହାରାଜା ରାମଚନ୍ଦ୍ର ସଙ୍ଗେସଙ୍ଗେ ନିଜର ମନ୍ତ୍ରୀମଣ୍ଡଳ, ଭାଇ ମାନଙ୍କୁ ଓ ଗୁରୁ ବଶିଷ୍ଟଙ୍କୁ ଘଟଣାର ସତ୍ୟତା ଉନ୍ମୋଚନ କରିବା ପାଇଁ ନିର୍ଦ୍ଦେଶ ଦେଲେ l ଗୁରୁ ବଶିଷ୍ଟ ଅlଠ ଜଣ ଜ୍ଞାନୀ ବ୍ରାହ୍ମଣଙ୍କୁ ଏବିଷୟରେ ଆଲୋଚନା କରିବା ପାଇଁ ବୈଠକ ଡାକିଲେ ତନ୍ମଧ୍ୟରେ ରୁଷି ନାରଦ ମଧ୍ୟ ଉପସ୍ଥିତ ରହିଥିଲେ l

ରାମରାଜ୍ୟରେ କେବେହେଲେ ସଂଘଟିତ ହୋଇନଥିବା ଏଭଲିଅl ଅସମୟରେ ଜଣେ ଛୋଟ ବ୍ରାହ୍ମଣ ବାଳକର ଅକାଳ ମୃତ୍ୟୁ ଘଟଣାର ପ୍ରକୃତ ରହସ୍ୟ କଣ ରହିଛି ?

ତତ୍ ସମ୍ବନ୍ଧୀୟ ସମସ୍ତ ବିଷୟ ଉପରେ ଅନେକ ପ୍ରକାରର ଆଲୋଚନ ଓ ଅନୁଧ୍ୟାନ କରାଗଲା ପରେ ଶେଷରେ କାରଣଟି ଉନ୍ମୋଚିତ ହୋଇଥିଲା l

( 5 ) ରୁଷି ନାରଦ ବୈଠକରେ ଉନ୍ମୋଚିତ ହୋଇଥିବା କାରଣଟିକୁ ବିସ୍ତାର ଭାବରେ ମହାରାଜା ରାମଚନ୍ଦ୍ରଙ୍କୁ ବୁଝେଇଦେଲେ l ତାଙ୍କ କହିବା ଅନୁଯାୟୀ ( 1 ) ସତ୍ୟ ଯୁଗରେ କେବଳ ବ୍ରାହ୍ମଣ ମାନେ ସନ୍ୟାସୀବ୍ରତ ପାଳନ କରିପାରିବେ ( 2 ) ଦ୍ଵାପର ଯୁଗରେ ବ୍ରାହ୍ମଣ ଓ କ୍ଷତ୍ରିୟ ମାନେ ସନ୍ୟାସୀବ୍ରତ ପାଳନ କରିପାରିବେ ( 3 ) ତ୍ରେତୟl ଯୁଗରେ ମଧ୍ୟ ବ୍ରାହ୍ମଣ ଓ କ୍ଷତ୍ରିୟ ମାନେ ସନ୍ୟାସୀବ୍ରତ ପାଳନ କରିପାରିବେ ( 4 ) କଲିୟୁଗରେ କେବଳ ସବୁ ଜାତିର ଲୋକ ସନ୍ୟାସୀବ୍ରତ ପାଳନ କରିପାରିବେ l

ରାମରାଜ୍ୟରେ ଶମ୍ଭୁକା ନାମକ ଜଣେ ଶୂଦ୍ର ଗଭୀର ତପସ୍ୟାରେ ଲୀନ ହୋଇରହିଛି l ଯେହେତୁ ବର୍ତ୍ତମାନ ତ୍ରେତୟା ଯୁଗ ଚାଲିଛି , ତାହା ବର୍ଣ୍ଣଧର୍ମର ବିରୋଧାଚରଣ କରୁଛି l ମହାରାଜା ରାମଚନ୍ଦ୍ରଙ୍କ ଶାସନ୍ କାଳରେ କଥାଟି ସଂଘଟିତ ହୋଇଥିବାରୁ ଏହାର ଏକ ଚତୁର୍ଥାଂଶ ପାପ ତାଙ୍କୁ ଗ୍ରାସ କରିଛି l

ଯାହାର ପରିଣତି ଛୋଟ ବ୍ରାହ୍ମଣ ବାଳକର ଅକାଳ ମୃତ୍ୟୁ ଘଟିଛି l ତେଣୂ ଶମ୍ଭୁକା ନାମକ ଶୂଦ୍ରଙ୍କୁ ଅତିଶୀଘ୍ର ଖୋଜି ମୃତ୍ୟୁଦଣ୍ଡ ଦେଇ ଦେଶରେ ଧର୍ମ ରକ୍ଷା କରିପାରିଲେ ମୃତ ବାଳକ ପୁନର୍ବାର ଜୀବିତ ହୋଇପାରିବ l

( 6 ) ମହାରାଜା ରାମଚନ୍ଦ୍ର ମୃତ ବ୍ରାହ୍ମଣ ବାଳକର ଶରୀରକୁ ଠିକ ଭାବରେ ରକ୍ଷଣା ବେକ୍ଷଣ କରି ରଖିବାକୁ ନିଜ ଭାଇ ଲକ୍ଷ୍ମଣଙ୍କୁ ନିଦ୍ଦେର୍ଶ ଦେଇ ପୁଷ୍ପକ ବିମାନରେ ଶୂଦ୍ର ଶମ୍ଭୁକାଙ୍କୁ ଖୋଜିବା ପାଇଁ ବାହାରି ପଡିଲେ l

ଅନେକ ଖୋଜାଖୋଜି କଲାପରେ ଶୈବାଳ ପର୍ବତର ପାଦ ଦେଶରେ ରହିଥିବା ଏକ ହ୍ରଦ ନିକଟରେ ଜଣେ ସନ୍ୟାସୀ ମୁଣ୍ଡ ତଳକୁ ଓ ଗୋଡ ଉପରକୁ କରି ଘୋର ତପସ୍ୟାରେ ଲୀନ ହୋଇ ରହିଥିବା ଦେଖିବାକୁ ପାଇଲେ l

ମହାରାଜା ରାମଚନ୍ଦ୍ର ସନ୍ୟାସୀଙ୍କ ପାଖକୁ ଯାଇ ନିଜର ପରିଚୟ ଦେଇ ତାଙ୍କର ତପସ୍ୟା କରିବାର ଅଭିପ୍ରାୟ , ନାମ ଓ ଜାତି ବିଷୟରେ ପଚାରିଲେ l

( 7 ) ସନ୍ୟାସୀ ଜଣକ ଅତି ସଚ୍ଚୋଟl ତଥା ସରଳତାର ସହିତ ନିଜର ପରିଚୟରେ ଜାତିରେ ଶୂଦ୍ର ଓ ନାମ ସମ୍ଭୂକl ବୋଲି ପରିଚୟ ଦେଇ ଭଗବାନଙ୍କ ଆଶିର୍ବାଦ ଲାଭ କରି ସ୍ଵର୍ଗଧାମ ଯିବାର ଅଭିପ୍ରାୟରେ କଠିନ ତପସ୍ୟା କରୁଛି ବୋଲି ନିଜର ମନର କଥା ମହାରାଜା ରାମଚନ୍ଦ୍ରଙ୍କ ଠାରେ ପରିପ୍ରକାଶ କରିଥିଲେ l

ସନ୍ୟାସୀ ସମ୍ଭୂକl ଶୂଦ୍ର ହୋଇ ତପସ୍ୟା କରିବାରୁ ମହାରାଜା ରାମଚନ୍ଦ୍ର ଦେଶରେ ବର୍ଣ୍ଣଧର୍ମର ବିରୁଦ୍ଧାଚରଣ କରିଥିବାର ଦର୍ଶାଇ ଏହାକୁ ଏକ ବିରାଟ ଦଣ୍ଡନୀୟ ଅପରାଧ ଭାବରେ ବିବେଚନା କରିଥିଲେ l କାରଣ ତ୍ରେତୟା ଯୁଗରେ ଯୁଗରେ ବ୍ରାହ୍ମଣ ଓ କ୍ଷତ୍ରିୟ ମାନେ କେବଳ ସନ୍ୟାସୀବ୍ରତ ପାଳନ କରିପାରିବେ l ତେଣୁ ରlମରଜ୍ୟରେ ଧର୍ମରକ୍ଷl କରିବା ପlଇଁ ମହାରାଜା ରାମଚନ୍ଦ୍ର ନିଜ ହାତରେ ଏକ ତିକ୍ଷ୍ଣଖଣ୍ଡlରେ ସନ୍ୟାସୀ ସମ୍ଭୂକlର ମୁଣ୍ଡ କାଟି ଦେଇଥିଲେ l

( 8 ) ମହାରାଜା ରାମଚନ୍ଦ୍ର ସନ୍ୟାସୀ ସମ୍ଭୂକlର ମୁଣ୍ଡକାଟି ପାପର ଅନ୍ତ ଘଟାଇ ରାମରାଜ୍ୟରେ ପୁଣିଥରେ ଧର୍ମସ୍ଥାପନ କରିଥିବାରୁ ସ୍ଵର୍ଗର ଦେବତା ମାନେ ଖୁସିହୋଇ ତାଙ୍କ ଉପରେ ପୁଷ୍ପବୃଷ୍ଟି କରି ବରଦେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ l ମହାରାଜା ରାମଚନ୍ଦ୍ର ମୃତ ବ୍ରାହ୍ମଣ ବାଳକକୁ ପୁନର୍ବାର ଜୀବଦାନ କରିବା ପାଇଁ ଦେବତାମାନଙ୍କୁ ନିବେଦନ କରିଥିଲେ l ଦେବତା ମାନଙ୍କ ବରଦlନରୁ ବ୍ରାହ୍ମଣ ବାଳକ ପୁଣିଥରେ ଜୀବଦାନ ପାଇପାରିଥିଲେ l

( 9 ) ଉପରୋକ୍ତ ଘଟଣାବଳୀ ଉପରେ ଆଉ ଏକ କିମ୍ବଦନ୍ତୀ ରହିଛି l ସମ୍ଭୂକାଙ୍କ କଠୋର ତପସ୍ୟା ଦେଖି ସ୍ଵର୍ଗର ଦେବତା ମାନେ ଚିନ୍ତାଗ୍ରସ୍ତ ହୋଇପଡିଥିଲେ l ସମ୍ଭୂକା ତପସ୍ୟl ବଳରେ ଭଗବାନଙ୍କ ବରଦାନ ପାଇ ସ୍ଵର୍ଗ ଧାମରେ ସଶରୀରରେ ପହଁଞ୍ଚି ପାରିବେ ବୋଲି ଦେବତାମାନେ ଭଲଭାବରେ ଜାଣି ପାରିଥିଲେ l ତେଣୂ ଇନ୍ଦ୍ର ଦେବତା ଜାଣିଶୁଣି ବ୍ରାହ୍ମଣ ବାଳକର ଜୀବନକୁ ହରଣ କରି ନେଇଥିଲେ l

ଇନ୍ଦ୍ର ଦେବତା ନାରଦଙ୍କ ସହଯୋଗରେ ବ୍ରାହ୍ମଣଙ୍କ ମାଧ୍ଯମରେ କଥାଟିକୁ ମହାରାଜା ରାମଚନ୍ଦ୍ରଙ୍କ ଦୃଷ୍ଟି ଆକର୍ଷଣ କରାଇ ସନ୍ୟାସୀ ସମ୍ଭୂକlଙ୍କୁ ହତ୍ୟା କରାଇଥିଲେ l

( 10 ) ସେସମୟରେ ଉପରୋକ୍ତ ଉତ୍ତରା ଖଣ୍ଡ ରାମାୟଣ ଏବଂ ପଦ୍ମ ପୁରାଣରେ ବର୍ଣ୍ଣିତ କାଳ୍ପନିକ ବିଷୟବସ୍ତୁକୁ ଉଲ୍ଲେଖ କରି ରାମଚନ୍ଦ୍ରଙ୍କ ନାମରେ ଶୃଙ୍ଗ ସମ୍ରାଜ୍ୟରେ ଜାତିପ୍ରଥର ପୁନଃ ପ୍ରଚଳନ କରାଯାଇଥିଲା l

MUST READ..

Share this post

Leave a Comment