Today is November 20, 2026

HEADLINES

LATEST NEWS

କାଳ୍ପନିକ ବିଷୟବସ୍ତୁ ଆଧାରରେ ଶ୍ରୀକୃଷ୍ଣ ଅବତାର, ମହାଭାରତ ଯୁଦ୍ଧ ଓ ଭIଗବଦ ଗୀତାର ସଂରଚନା କାରାଯାଇଛି l

ବଲାଙ୍ଗିର : 09 ଏପ୍ରିଲ 2026 : ପୃଥିବିରୁ ଅଧର୍ମ ଓ ପାପର ବିନାଶ କରି ଧର୍ମର ପୁନଃସ୍ଥାପନ କରବା ପାଇଁ ଶ୍ରୀକୃଷ୍ଣ ଓ ବଳରାମ ଦ୍ୱାପର ଯୁଗରେ ଭଗବାନ ବିଷ୍ଣୁଙ୍କର ଅଷ୍ଟମ ପୂର୍ଣ୍ଣାବତାର ରୂପେ ଜନ୍ମ ଗ୍ରହଣ କରିଥିଲେ ବୋଲି ବ୍ରାହ୍ମଣବାଦୀଙ୍କ ଅନେକ ଧର୍ମଶାସ୍ତ୍ର ମାନଙ୍କରେ ଲିପିବଦ୍ଧ ହୋଇରହିଁଛି l

ସତ୍ୟତା ଭାରତବାସୀ ଜାଣିବାର ନିତାନ୍ତ ଆବଶ୍ୟକତା ରହିଛି କାରଣ ଶ୍ରୀକୃଷ୍ଣ ଅବତାର ଓ ମହାଭାରତ ଯୁଦ୍ଧ କେବଳ କାଳ୍ପନିକ ବିଷୟବସ୍ତୁ ଉପରେ ଆଧାରିତ ଏକ ମହାକାବ୍ୟ ଯାହାର କୋୖଣସି ସତ୍ୟତା ନାହିଁ l ଏହାସହିତ ବ୍ରହ୍ମା, ଵିଷ୍ଣୁ ଓ ଶିବଙ୍କୁ ବୌଦ୍ଧବଲlମ୍ବୀ ମାନେ ଭଗବାନ ଭାବରେ ଗ୍ରହଣ କରନ୍ତି ନାହିଁ l

ବ୍ରାହ୍ମଣବାଦୀଙ୍କ ଦ୍ୱାରା ରଚନା କରାଯାଇଥିବା ଶ୍ରୀକୃଷ୍ଣ ଅବତାର ଓ ମହାଭାରତ ଯୁଦ୍ଧ ଉପଖ୍ୟାନ ପଛରେ ରହିଥିବା ଗଭୀର ଷଡଯନ୍ତ୍ରର ଅନ୍ତଃନିହିତ ଉଦ୍ଧେଶ୍ୟ କଣ ରହିଥିଲା ତତ୍ସମ୍ବନ୍ଧୀୟ ସବିଶେଷ ତଥ୍ୟ ନିମ୍ନରେ ଉପସ୍ଥlପିତ କରାଯାଇଛି l

( 1 ) ଭଗବାନ ବିଷ୍ଣୁଙ୍କର ଅଷ୍ଟମ ଅବତାର ଭାବରେ ଶ୍ରୀକୃଷ୍ଣ ଓ ବଳରାମଙ୍କ ଚିତ୍ରଣ କରିବା ପଛରେ ବ୍ରାହ୍ମଣବାଦୀଙ୍କ ଅନ୍ତଃନିହିତ ଉଦ୍ଧେଶ୍ୟ କଣ ରହିଥିଲା ?

( a ) ମୌର୍ଯ୍ୟ ରାଜବଂଶର ତୃତୀୟ ସମ୍ରାଟ ଅଶୋକଙ୍କ 36 ବର୍ଷର ଶାସନକାଳ 268 BCE ରୁ 232 BCE ପର୍ଯ୍ୟନ୍ତ ସମୟରେ ମୌର୍ଯ୍ୟ ସାମ୍ରାଜ୍ୟ ପୃଥିବୀର ସବୁଠାରୁ ବୃହତ ଓ ଶକ୍ତିଶାଳୀ ବୁଦ୍ଧଙ୍କର ଦେଶ ଭାବରେ ବିଶ୍ବ ଦରବାରରେ ପରିଗଣିତ ହେଉଥିଲା l ତାଙ୍କ ଶାସନକାଳ ମୟରେ ସମଗ୍ର ମୌର୍ଯ୍ୟ ସାମ୍ରାଜ୍ୟର 95% ପ୍ରତିଶତ ନାଗରିକ ମାନଙ୍କ ମଧ୍ୟରେ କେବଳ ବୁଦ୍ଧଧର୍ମର ପ୍ରଚଳନ ରହିଥିଲା l

( b ) ସମ୍ରାଟ ଅଶୋକଙ୍କ ବଂଶଧର ମୋର୍ଯ୍ୟ ରାଜବଂଶର ନବମ ସମ୍ରାଟ ବ୍ରିହାଦ୍ରତ ମୌର୍ଯ୍ୟଙ୍କୁ 185 BCE ରେ ତାଙ୍କର ବ୍ରାହ୍ମଣ ସେନାପତି ପୁଷ୍ୟମିତ୍ର ଶୃଙ୍ଗ ହତ୍ୟା କଲାପରେ ମୌର୍ଯ୍ୟ ସାମ୍ରାଜ୍ୟର ସବୁଦିନ ପାଇଁ ପତନ ଘଟିଥିଲା l ସେସମୟରେ ବୁଦ୍ଧଧର୍ମ ସମଗ୍ର ମୌର୍ଯ୍ୟ ସାମ୍ରାଜ୍ୟକୁ ଆଛାଡିତ କରିରଖିଥିଲା l

ଶୃଙ୍ଗ ସାମ୍ରାଜ୍ୟର ପ୍ରଥମ ସମ୍ରାଟ ଭାବରେ ପୁଷ୍ୟମିତ୍ର ଶୃଙ୍ଗ ଶାସନ ଗାଦିରେ ଅବସ୍ଥାପିତ ହେଲାପରେ ଦେଶରେ ବ୍ରାହ୍ମଣବlଦ ସ୍ଥାପନ କରିବା ପାଇଁ ରାଜ୍ୟର ସମସ୍ତ କ୍ଷମତା ଓ ସୈନ୍ୟବlହିନୀ ବୁଦ୍ଧଧର୍ମକୁ ବିନାଶ କରିଦେବା ପାଇଁ ଲଗାଇ ଦେଇଥିଲେ l

ଦେଶରୁ ବୌଦ୍ଧଧର୍ମକୁ ସମ୍ପୂର୍ଣ୍ଣ ଭାବରେ ବିଲୋପ କରିଦେବା ପାଇଁ ଲକ୍ଷlଧିକ ବୌଦ୍ଧ ଭିକ୍ଷୁ ଓ ଭିକ୍ଷୁଣି ମାନଙ୍କୁ ଅମାନୁଷିକ ଭାବରେ ଅତ୍ୟାଚାର କରାଯାଇ ନରସଂହାର କରାଯାଇଥିଲା l ଅଶୋକଙ୍କ ଶାସନକାଳ ସମୟରେ ନିର୍ମାଣ କରାଯାଇଥିବା ବୁଦ୍ଧଙ୍କର ବିରାଟକାୟ ପ୍ରତିମୂର୍ତ୍ତି , ସ୍ତୁପ ଓ ପୂଜାସ୍ଥଳି ମାନଙ୍କୁ ମଧ୍ୟ ବିଧ୍ୱଂଶ କରି ଦିଆଯାଇଥିଲା l

( c ) ତlପରବର୍ତ୍ତି ସମୟରେ ଶୃଙ୍ଗ ସାମ୍ରାଜ୍ୟରେ ବ୍ରହ୍ମଣବlଦର ସ୍ଥାପନ କରିବା ପାଇଁ ମାନୁସ୍ମୃତିର ସଂରଚନା କରାଯାଇ ଦେଶର ସମ୍ବିଧାନ ଭାବରେ ଲାଗୁ କରାଯାଇଥିଲା l ମତ୍ସ୍ୟ ପୁରାଣ ଓ଼ ରାମାୟଣକୁ ଜାତିପ୍ରଥାର ପୁନଃ ପ୍ରଚଳନ କରିବା ପାଇଁ ରଚନା କରାଯାଇଥିଲା l

ସେସମୟରେ ବୁଦ୍ଧଧର୍ମ ଠାରୁ ଲୋକଙ୍କ ଧ୍ୟାନ ହଟାଇବା ପାଈଁ କାଳ୍ପନିକ ବିଷୟ ବସ୍ତୁ ଉପରେ ଆଧାରିତ କରି ତେତିଶ କୋଟି ଦେବାଦେବୀ, ବିଷ୍ଣୁଙ୍କର ଅବତlରି ଭଗବାନ ତିଆରି କରାଯାଇ ମନ୍ଦିର ଓ ମୁର୍ତ୍ତି ପୂଜାର ପ୍ରଚଳନ କରାଯାଇଥିଲା l

ଏହାସହିତ କାଳ୍ପନିକ ବିଷୟବସ୍ତୁ ଆଧlରରେ ଭାଗବତ ପୂରଣ, ଭାଗବତ ଗୀତା, ମହାଭାରତ, ଵିଷ୍ଣୁ ପୂରlଣ , ପଦ୍ମ ପୂରlଣ, ରାମାୟଣ ଓ ଗରୁଡ ପୁରାଣ ଇତ୍ୟାଦିର ସଂରଚନା କରାଯାଇ ଭଗବାନ ବିଷ୍ଣୁଙ୍କର ଅଷ୍ଟମ ଅବତାର ଭାବରେ ଶ୍ରୀକୃଷ୍ଣ ଓ ତାଙ୍କର ବଡଭାଇ ବଳରାମଙ୍କ ଚରିତ୍ର ଚିତ୍ରଣ କରାଯାଇଥିଲା l

( d ) ଦେବାଦେବୀଙ୍କ ଉପରେ ଲୋକଙ୍କ ଆସ୍ଥା ଓ ବିଶ୍ୱାସ ତିଆରି କରିବା ପାଈଁ ବ୍ରାହ୍ମଣବାଦୀଙ୍କ ଧର୍ମଶାସ୍ତ୍ର ଅନୁଯାୟୀ ପୃଥିବୀକୁ ଚାରୋଟି ଯୁଗରେ ବିଭକ୍ତ କରାଯାଇଛି l ସତ୍ୟ ଯୁଗ 17 28 000 , ତ୍ରେତୟା ଯୁଗ 12 96 000, ଦ୍ଵାପର ଯୁଗ 8 64 000, କଳି ଯୁଗ 4 32 000 ବର୍ଷ ରହିଲା ପରେ ପରେ ପୃଥିବୀରେ ପ୍ରଳୟ ଆସି ପ୍ରତ୍ୟେକ ଯୁଗର ପରିସମାପ୍ତି ଘଟିଥାଏ ବୋଲି ଉଲ୍ଲେଖ କରାଯାଇ ଲୋକଙ୍କୁ ପ୍ରତାରଣା କରାଯାଇଥିଲା l

କାଳ୍ପନିକ ବିଷୟବସ୍ତୁ ଆଧରରେ ଭଗବାନ ଵିଷ୍ଣୁ ସତ୍ୟଯୁଗରେ ମତ୍ସ୍ୟ, କୁର୍ମା ( କଚ୍ଛପ ), ବରାହ ଅବତାର ଓ ନରସିମହା ତ୍ରେତୟା ଯୁଗରେ ବାମନ, ପର୍ଶୁରାମ ଓ ରାମ ଅବତାର ଓ ଦ୍ୱାପର ଯୁଗରେ କୃଷ୍ଣା ଓ ବଳରାମ ଅବତାର ଗ୍ରହଣ କରିଥିଲେ ତଥା କଳିଯୁଗର ଶେଷ ଭାଗରେ କଳକି ଅବତାର ଗ୍ରହଣ କରିବେ ବୋଲି ଉପସ୍ଥାପନା କରିବା ପଛରେ ଅସତ୍ୟ ଭଗବାନ ମାନଙ୍କୁ ସତ୍ୟରେ ପରିଣତ କରିବା ପାଈଁ ବ୍ରାହ୍ମନାବାଦୀଙ୍କ ଗଭୀର ଷଡଯନ୍ତ୍ର ରହିଥିଲା l

କଳି ଯୁଗର 8 64 000 ବର୍ଷ ପୂର୍ବେ ରହିଥିବା ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ଓ ବଳରାମ ଜନ୍ମ ଗ୍ରହଣ କରିଥିଲେ l ଦ୍ଵାପର ଯୁଗରେ ପ୍ରଳୟ ଆସି ପୃଥିବୀର ପରିସମlପ୍ତି ଘଟିଲା ପରେ କଳି ଯୁଗର ଆରମ୍ଭ ହୋଇଥିଲା ବୋଲି ଧର୍ମ ନାମରେ ଜନସାଧରଣଙ୍କୁ ଅନେକ ପ୍ରକାରର ବିଭ୍ରାନ୍ତୀକର ତଥ୍ୟ ପରିବେଷଣ କରାଯାଇଥିଲା l

( e ) ବୈଜ୍ଞାନିକ ମାନଙ୍କ ମତରେ 300 000 ବର୍ଷ ପୂର୍ବେ ଆଫ୍ରିକାରେ ସର୍ବପ୍ରଥମେ ବଣ ମଣିଷ ଦେଖିବକୁ ମିଳିଥିଲେ l ବଣ ମଣିଷ ମାନଙ୍କୁ ଚିନ୍ତା କରିବା ଓ ବୁଝି ପରିବା କ୍ଷମତା 70 000 ବର୍ଷତଳେ ମିଳିଥିଲା l ମଣିଷକୁ ଲେଖିବାର କ୍ଷମତା 5000 ବର୍ଶ ତଳେ ମିଳିଥିଲା l

ଦ୍ୱାପର ଯୁଗର ପରିସମାପ୍ତି ଘଟିଲା ପରେ କଳିଯୁଗରେ ବ୍ରାହ୍ମଣ ବାଦୀ ମାନେ ଶ୍ରୀକୃଷ୍ଣ ଓ ବଳାରାମଙ୍କ ଅବତାରର ପ୍ରମୁଖ ବିଷୟବସ୍ତୁ କେମିତି ଜାଣିବାକୁ ପାଇଲେ ଯାହାକି ଏକ ବଡ ପ୍ରଶ୍ନବାଚୀ ହୋଇ ରହିଁଛି :

ଜନ୍ମ ଓ ବାଲ୍ୟକାଳ: ଭାଦ୍ରବ ମାସର କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ମଥୁରା କାରାଗାରରେ ବସୁଦେବ ଓ ଦେବକୀଙ୍କ ଅଷ୍ଟମ ସନ୍ତାନ ଭାବରେ ଶ୍ରୀକୃଷ୍ଣ ଜନ୍ମ ଗ୍ରହଣ କରିଥିଲେ l

ଲୀଳାଭୂମି: ଗୋକୁଳ ଓ ବୃନ୍ଦାବନରେ ପାଳିତ, ଯେଉଁଠାରେ ସେ ପୂତନା, ଅଘାସୁର ଭଳି ରାକ୍ଷସଙ୍କୁ ସଂହାର କରିଥିଲେ l

କାର୍ଯ୍ୟ: କଂସ ବଧ, ମହାଭାରତ ଯୁଦ୍ଧରେ ପାଣ୍ଡବଙ୍କୁ ସହାୟତା ଏବଂ ଗୀତା ଜ୍ଞାନ ପ୍ରଦାନ l

ମଥୁରା କାରାଗାରରେ ବାସୁଦେବଙ୍କ ସପ୍ତମ ପୁତ୍ର ଭାବରେ ବଳରାମ ଦେବକୀଙ୍କ ଗର୍ଭରେ ରହିଥିଲେ l କଂସ ହାତରୁ ରକ୍ଷ୍ୟା କରିବା ପାଈଁ ଦେବୀ ୟୋଗମାୟା ବଳାରାମଙ୍କୁ ଦେବକୀଙ୍କ ଗର୍ଭରୁ ଗୋକୁଳର ରୋହିଣୀଙ୍କ ଗର୍ଭକୁ ସ୍ଥାନାନ୍ତର କରିଦେଇଥିଲେ l ବିଷ୍ଣୁଙ୍କ ବlହନ ସର୍ପ ସେଶନାଗ ବଳାରାମଙ୍କ ରୂପରେ ଅବତାର ଗ୍ରହଣ କରିଥିଲେ l

ଏହା ସହିତ ମଥୁରାର ବିବାଦୀୟ ସ୍ଥଳ ଠାରେ ଭଗବାନ ଶ୍ରୀକୃଷ୍ଣ ଜନ୍ମ ଗ୍ରହଣ କରିଥିଲେ ବୋଲି ଦର୍ଶାଇବା ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ , ନାନ୍ଦୋତ୍ସବ, ଦହିହାଣ୍ଡି, ହୋଲି, ଝୁଲଣ ପୁର୍ଣିମା, ରାଧାଷ୍ଟମୀ, କାର୍ତିକ ପୁର୍ଣିମା ( ରାସ ଲୀଳା ), ଗୋବର୍ଦ୍ଧନ ପୂଜା, ନାମ ସଂକୀର୍ତନ ଇତ୍ୟାଦି ଉତ୍ସବ ପାଳନ କରିବା ଘଟଣା ଗୁଡିକ ବ୍ରାହ୍ମଣବାଡିଙ୍କ ଦ୍ୱାରା କରାଯାଇଥିବା ଏକ ବଡଧରଣର ସାମାଜିକ ପ୍ରତାରଣା l

( 2 ) ମହାଭାରତ ଯୁଦ୍ଧ ଓ ଭାlଗବତ ଗୀତା ଉପସ୍ଥାପନ କରିବା ପଛାରେ ବ୍ରାହ୍ମଣ ବାଦୀଙ୍କ କଣ ଗଭୀର ଷଡଯନ୍ତ୍ର ରହିଥିଲା l

( a ) ଭଗବଦ୍‌ ଗୀତାର ୪ର୍ଥ ଅଧ୍ୟାୟର ୭ମ ଶ୍ଳୋକ ” ଯଦା ଯଦା ହି ଧର୍ମସ୍ୟ” ର ଓଡ଼ିଆ ଅର୍ଥ ହେଉଛି : ଯେତେବେଳେ ଧର୍ମର ଗ୍ଳାନି (ହ୍ରାସ) ଓ ଅଧର୍ମର ଅଭ୍ୟୁତ୍ଥାନ (ବୃଦ୍ଧି) ହୁଏ, ସେତେବେଳେ ପ୍ରଭୁ ସାଧୁଜନଙ୍କ ରକ୍ଷା ଓ ଦୁଷ୍ଟଙ୍କ ବିନାଶ ପାଇଁ ପ୍ରତି ଯୁଗରେ ଅବତାର ଗ୍ରହଣ କରନ୍ତି l

ଶ୍ଳୋକ:

ଯଦା ଯଦା ହି ଧର୍ମସ୍ୟ ଗ୍ଳାନିର୍ଭବତି ଭାରତ ।
ଅଭ୍ୟୁତ୍ଥାନମଧର୍ମସ୍ୟ ତଦାତ୍ମାନଂ ସୃଜାମ୍ୟହମ୍ ॥
ପରିତ୍ରାଣାୟ ସାଧୂନାଂ ବିନାଶାୟ ଚ ଦୁଷ୍କୃତାମ୍ ।
ଧର୍ମସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ ॥

ଓଡ଼ିଆ ଅର୍ଥ:

ଯଦା ଯଦା ହି ଧର୍ମସ୍ୟ ଗ୍ଳାନିର୍ଭବତି ଭାରତ: ହେ ଭାରତ (ଅର୍ଜୁନ), ଯେତେବେଳେ ଧର୍ମର ଅବନତି ହୁଏ।

ଅଭ୍ୟୁତ୍ଥାନମଧର୍ମସ୍ୟ ତଦାତ୍ମାନଂ ସୃଜାମ୍ୟହମ୍: ଏବଂ ଅଧର୍ମର ବୃଦ୍ଧି ଘଟେ, ସେତେବେଳେ ମୁଁ ନିଜକୁ ପ୍ରକଟ କରିଥାଏ (ଅବତାର ନିଏ)।

ପରିତ୍ରାଣାୟ ସାଧୂନାଂ ବିନାଶାୟ ଚ ଦୁଷ୍କୃତାମ୍: ସାଧୁ ବା ସଜ୍ଜନମାନଙ୍କ ରକ୍ଷା କରିବା ପାଇଁ ଏବଂ ପାପୀ ବା ଦୁଷ୍ଟମାନଙ୍କୁ ବିନାଶ କରିବା ପାଇଁ।

ଧର୍ମସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ: ଧର୍ମର ପୁନଃସ୍ଥାପନ ପାଇଁ ମୁଁ ଯୁଗେ ଯୁଗେ ଜନ୍ମ ନେଇଥାଏ।

ମହାଭାରତ ଯୁଦ୍ଧ ସମୟରେ ଅର୍ଜୁନ ନିଜର ଜ୍ଞାତି, କୁଟୁମ୍ବ, ଭାଇ, ବନ୍ଧୁ ଓ ଗୁରୁଜନଙ୍କୁ ନମlରିବା ପାଈଁ କୁରୁକ୍ଷେତ୍ର ଯୁଦ୍ଧ ପଡିଆରେ ଶ୍ରୀକୃଷ୍ଣଙ୍କ ସମ୍ମୁଖରେ ଅସ୍ତ୍ରତ୍ୟାଗ କରି ଦେଇଥିଲେ l ଶ୍ରୀକୃଷ୍ଣ ନିଜର ବିଶ୍ୱରୂପା ଦେଖାଇ ଉପରୋକ୍ତ ଶ୍ଳୋକ ବ୍ୟାଖ୍ୟା କରି ଧର୍ମ ଯୁଦ୍ଧରେ ଅଧର୍ମର ବିନାଶ କରିବା କ୍ଷ୍ୟେତ୍ରୀୟର ଧର୍ମ ବୋଲି ଉପଦେଶ ଦେଲାପରେ ପୁଣିଥରେ ଅସ୍ତ୍ରଧlରଣ କରି କୌରବ ସେନାର ବିନାଶ କରିଥିଲେ ବୋଲି ଭାଗବତ ଗୀତlରେ ଲିପିବଦ୍ଧ ହୋଇ ରହିଁଛି l

( b ) ଭଗବଦ୍‌ ଗୀତାର ୪ର୍ଥ ଅଧ୍ୟାୟର ୭ମ ଶ୍ଳୋକ ” ଯଦା ଯଦା ହି ଧର୍ମସ୍ୟ” ସେସମୟରେ ବ୍ରାହ୍ମଣ ଧର୍ମ ସ୍ଥପନ କରିବାରେ ଶୃଙ୍ଗ ସାମ୍ରାଜ୍ୟ ମୂଳମନ୍ତ୍ର ପାଲଟି ଯାଇଥିଲା l

ବ୍ରାହ୍ମଣବାଦୀଙ୍କ ପରିଭାଷାରେ ଧର୍ମ ହେଉଛି ବ୍ରାହ୍ମଣ ଧର୍ମ ଓ ଅଧର୍ମ ହେଉଛି ବୁଦ୍ଧଧର୍ମ ତେଣୁ ଦେଶରେ ଧର୍ମ ସ୍ଥାପନ କରିବାକୁ ହେଲେ ବୁଦ୍ଧଧର୍ମର ବିନାଶ କରିବାକୁ ପଡିବ ବୋଲି ରାଜଦରବlରରେ ଉପରୋକ୍ତ ଶ୍ଳୋକର ବ୍ୟାଖ୍ୟା କରାଯାଇ ଶୃଙ୍ଗ ସାମ୍ରାଜ୍ୟରେ ଧର୍ମଯୁଦ୍ଧର ଆହ୍ୱାନ ଦିଆଯାଇ ରାଜ୍ୟର ଶାସନ କ୍ଷମତା ଓ ସନ୍ୟାବାହିନୀକୁ ବୁଦ୍ଧଧର୍ମର ବିନାଶ କରିଦେବ l ପାଇଁ ଲଗାଇ ଦିଆଯାଇଥିଲା l

ବ୍ରାହ୍ମଣ ଧର୍ମ ପୁନଃ ସ୍ଥାପନ କରିବା ସପକ୍ଷରେ ଧର୍ମଯୁଦ୍ଧ ଲଢ଼ୁଥିନା ବିଭିନ୍ନ ରାଜ୍ୟର ରାଜା ଓ ସେନାଧିକାରୀ ମାନେ ସଦାସର୍ବାଦ ଉପରକ୍ତ ଭlଗବଦ ଗୀତାର ଶ୍ଳୋକକୁ ବ୍ୟାଖ୍ୟା କରି ଯୁଦ୍ଧ ପରିଚାଳନା କରୁଥିଲେ l ବୁଦ୍ଧଧର୍ମ ସପକ୍ଷରେ ରହିଥିବା ରାଜା ଓ ଲକ୍ଷ ଲକ୍ଷ ବୌଦ୍ଧ ଭିକ୍ଷୁ ତଥା ଭିକ୍ଷୁଣି ମାନଙ୍କୁ ନରସଂହାର କରାଯାଇ ଦେଶରେ ବ୍ରାହ୍ମଣ ବାଦର ସ୍ଥାପନ କରାଯାଇଥିଲା ଯାହାକି ବର୍ତମାନ ପର୍ଯ୍ୟନ୍ତ ବଳବତ୍ତର ହୋଇ ରହିଁଛି l

( c ) ଆହୁରି ମଧ୍ୟ ଭଗବଦ୍‌ ଗୀତାର ଉପରୋକ୍ତ ଶ୍ଳୋକ ଆନୁଯାୟୀ କଳିଯୁଗର ଶେଷ ସମୟରେ ଭଗବାନ ଵିଷ୍ଣୁ ପୃଥିବୀରେ କଳକି ଅବତାର ରୂପେ ଜନ୍ମ ଗ୍ରହଣ କରିବେ l ବ୍ରାହ୍ମଣ ଧର୍ମ ପଥରୁ ବିଚ୍ୟୁତ ହୋଇ ଅନ୍ୟ ଧର୍ମ ଗ୍ରହଣ କରିଥିବା ପlପି ମାନଙ୍କୁ କଳକି ଭଗବାନ ନରସଂହାର କରି ପୁଣିଥରେ ଦେଶରେ ବ୍ରାହ୍ମଣବାଦର ସ୍ଥାପନା କରିବେ ବୋଲି ଅନେକ ବ୍ରାହ୍ମଣ ବାଦୀଙ୍କ ଧର୍ମ ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି

ଉପରୋକ୍ତ ସମସ୍ତ ବିଷୟ ବସ୍ତୁକୁ ଗଭୀରତାର ସହିତ ଅନୁଧ୍ୟାନ କଲେ କିଭଳି ଭାବରେ ସେସମୟରେ ବୁଦ୍ଧଧର୍ମ ଠାରୁ ଲୋକଙ୍କ ଧ୍ୟାନ ହଟାଇବା ପାଈଁ କାଳ୍ପନିକ ବିଷୟବସ୍ତୁ ଆଧାରରେ ବିଷ୍ଣୁଙ୍କର ଅଷ୍ଟମ ଅବତlରି ପୁରୁଷ ଭାବରେ ଶ୍ରୀକୃଷ୍ଣ ଓ ବଳାରାମଙ୍କୁ ଉପସ୍ଥାପନ କରାଯାଇଥିଲା ଓ ଭାଗବତ ଗୀତାକୁ ଉଲ୍ଲେଖ କରି ଧର୍ମଯୁଦ୍ଧ ନାମରେ ବୁଦ୍ଧଧର୍ମର ବିନାଶ କରାଯାଇଥିଲା ଆପଣମାନେ ଭଲ ଭାବରେ ଜାଣିପାରିବେ l

MUST READ..

Share this post

Leave a Comment