ବଲାଙ୍ଗିର : 20 ନଭେମ୍ବର 2026 : ଭାରତ ମହାଦେଶକୁ ଅନେକ ବିଦେଶୀ ଆକ୍ରମଣକାରୀ ସହସହ ବର୍ଷ ଧରି ଗୋଲାମ କରି ରଖିଲା ପରେ ମଧ୍ୟ ଏଠିକାର ମୂଳ ଅଧିବାସୀଙ୍କ ପ୍ରତିରୋଧରେ ଦେଶଛାଡି ଚାଲି ଯିବାକୁ ବାଧ୍ୟ ହୋଇଥିଲେ l
ଅପରପକ୍ଷେ ଦେଶରେ ଜାତିପ୍ରଥା ପ୍ରଚଳନ କରି ବ୍ରାହ୍ମଣ ପାଲଟି ଯାଇଥିବା ମଧ୍ୟ ଏସିଆର ଆର୍ଯ୍ୟନ ଜାତିର ବିଦେଶୀ ଆକ୍ରମଣକାରୀ ମାନେ ହଜାର ହଜାର ବର୍ଷ ହେଲା ଭାରତୀୟଙ୍କୁ ଅତି କ୍ରୁରତାର ସହିତ ଅତ୍ୟାଚାର ଓ ଶୋଷଣ କରିଚାଲିଛନ୍ତି l ତାସତ୍ତ୍ୱେ ଏଠିକାର ମୂଳ ଅଧିବାସୀଙ୍କ ସ୍ଵରାଜୀରେ ଓ ସହଯୋଗରେ ସେମାନେ ଦେଶକୁ ଗୋଲାମ କରି ରଖିଛନ୍ତି l ଯାହାକି ତତ୍କାଳୀନ ବ୍ରିଟିଶ ସରକାରଙ୍କୁ ସେମାନଙ୍କର ଏଭଳିଆ କାର୍ଯ୍ୟପଦ୍ଧତି ଆଶ୍ଚର୍ଯ୍ୟ ଚକିତ କରିଦେଇଥିଲା l
ବ୍ରିଟିଶ ସରକାରଙ୍କ ଦ୍ୱାରା ନିୟୋଜିତ ଅନେକ ଇଂରେଜ ଅଫିସର ଓ ବିଦ୍ୱାନମାନେ ଆର୍ଯ୍ୟନ ଜାତିର ଅନ୍ତର୍ନିହିତ ରଣନୀତି, ଯୋଜନା ଓ କାର୍ଯ୍ୟପଦ୍ଧତି ଉପରେ ଊନବିଂଶ ଏବଂ ବିଂଶ ଶତାବ୍ଦୀରେ ବ୍ୟାପକ ଭାବରେ ଗବେଷଣା କରିଥିଲେ l
ବ୍ରିଟିଶ ସରକାରଙ୍କ ବିଦେଶୀ ଆର୍ଯ୍ୟନ ଜାତିର ବ୍ରାହ୍ମଣବାଦୀଙ୍କ ଉପରେ କରିଥିବା ଗବେଷଣllର ବିଷୟବସ୍ତୁ ଅତି ଜଟିଳ ଓ ବିସ୍ତୃତ ହୋଇଥିଲେ ସୁଦ୍ଧା ଭାରତର ଭବିଷ୍ୟତ ସହିତ ଜଡିତ ରହିଥିବାରୁ ଦେଶ ଓ ବିଦେଶର ପ୍ରତ୍ୟେକ ନାଗରିକ ଜାଣିବାର ନିତାନ୍ତ ଆବଶ୍ୟକତା ରହିଛି l
ତତ୍ସମ୍ବନ୍ଧୀୟ ସବିଶେଷ ତଥ୍ୟ ଆପଣ ମାନଙ୍କୁ ଜାଣିବାକୁ ହେଲେ ନିମ୍ନଲିଖିତ ବିଷୟବସ୍ତୁ ଉପରେ ଆପଣ ମାନଙ୍କୁ ଜାଣିବାକୁ ପଡିବ :
( a ) ବ୍ରିଟିଶ ସରକାରଙ୍କ ତରଫରୁ ଆର୍ଯ୍ୟ ଆକ୍ରମଣ ତତ୍ତ୍ୱ’ (Aryan Invasion Theory) ଉପରେ ଗବେଷଣା କରିଥିବା ପ୍ରମୁଖ ବ୍ରିଟିଶ ଅଫିସର ଓ ବିଦ୍ୱାନଙ୍କ ବିଷୟରେ ତଥା ସେମାନଙ୍କ ଗବେଷଣ କରାଇବାର ଅନ୍ତର୍ନିହିତ ଉଦ୍ଧେଶ୍ୟ ଓ ମିଳିଥିବା ପ୍ରମାଣିକ ତଥ୍ୟ l
( b ) ଭାରତର ଶାସନ କ୍ଷମତା ହାତେଇବା ପାଇଁ ବିଦେଶୀ ଆର୍ଯ୍ୟନ ଜାତିର ବ୍ରାହ୍ମଣବାଦୀ ମାନେ ବ୍ରିଟିଶ ସରକାରଙ୍କ ସହିତ ହାତ ମିଳାଇବା ତଥା ବିଫଳ ହୋଇଯିବାରୁ ପ୍ରତଶୋଧ ପରାୟଣ ହୋଇ ମହାତ୍ମାଗାନ୍ଧୀଙ୍କୁ ହତ୍ୟା କରିବା ତଥା ଦେଶର ଶାସନ କ୍ଷମତା ଢଖଳ କଲାପରେ ବ୍ରାହ୍ମଣବାଦୀଙ୍କ ଅନ୍ତର୍ନିହିତ ଉଦ୍ଧେଶ୍ୟ ଓ ମୂଳଲକ୍ଷ୍ୟ l
ଉପରୋକ୍ତ ବିଷୟବସ୍ତୁ ଉପରେ ବିସ୍ତୃତ ଭାବରେ ନିମ୍ନରେ ଉପସ୍ଥାପିତ କାରାଯାଇଛି l
( 1 ) ବ୍ରିଟିଶ ସରକାରଙ୍କ ଗବେଷଣାର ପ୍ରମାଣିକ ତଥ୍ୟ :
ଇଂରେଜ ଅଫିସର ଓ ବିଦ୍ୱାନମାନେ ଆର୍ଯ୍ୟନ ଜାତି ଉପରେ ଗବେଷଣା କଲାପରେ ନିମ୍ନଲିଖିତ ବିଷୟବସ୍ତୁ ଉପରେ ପ୍ରାମାଣିକ ତଥ୍ୟ ସର୍ବପ୍ରଥମେ ବ୍ରିଟିଶ ସରକାରଙ୍କ ପାଖରେ ଉପସ୍ଥାପନା କରିଥିଲେ l
( a ) ପଶୁପାଳକ ଓ ରଥ ଚାଳକ ଯାଯାବର ଶ୍ରେଣୀୟ ଲୋକ ତୁର୍କମେନିସ୍ଥାନ, କାଜକସ୍ଥାନ, ଉଜବେକିସ୍ଥାନ ଇତ୍ୟାଦି ଅନେକ ଦେଶରୁ ପଳାୟନ କରି ଆସି ମଧ୍ୟ-ଏସିଆରେ ବସବାସ କରି ରହିଥିଲେ l ବର୍ଷାର ଘୋର ଅଭାବ ହେବା କାରଣରୁ ଅଞ୍ଚଳର ଜମି ମରୁଭୂମି ସଦୃଶ ପାଲଟି ଯାଇଥିଲା l
( b ) ସେଠାରେ ବସବାସ କରିବା ସେମାନଙ୍କ ପାଇଁ ସମ୍ଭବପର ହୋଇ ନପାରିବାରୁ ଦେଶଛାଡି ମଧ୍ୟ-ଏସିଆର ( କ ) ଦକ୍ଷିଣାଞ୍ଚଳରେ ରହିଥିବା ଭାରତ ମହାଦେଶ, ନେପାଳ, ଭୁଟାନ, ଶ୍ରୀଲଙ୍କା ( ଖ ) ପଶ୍ଚିମାଞ୍ଚଳରେ ରହିଥିବା ଇରାନ, ସିରିଆ, ତୁର୍କୀ ( ଗ ) ଆଫଗାନିସ୍ତାନ ଓ ମଧ୍ୟ-ଏସିଆ ପାଖରେ ରହିଥିବା ବିଭିନ୍ନ ଦେଶକୁ ପଳାୟନ କରିଥିଲେ l
( c ) ସିଲ୍କ ରୋଡ଼ରେ ରହିଥିବା ଖାଇବର ପାସ ରାସ୍ତା ଦେଇ ଏମାନେ ରଥ, ଘୋଡା, ତମ୍ବା ଓ କଂସାରେ ତିଆରି କରାଯାଇଥିବା ଅସ୍ତ୍ରଶସ୍ତ୍ର, ବିଭିନ୍ନ ପ୍ରକାରର ପଶୁ, ପକ୍ଷୀ ଓ ଋଗ୍ବେଦ ସାଙ୍ଗରେ ଆଣି ସର୍ବପ୍ରଥମେ 2000-1800 BCE ରେ ସିନ୍ଧୁ ଉପତ୍ୟକାରେ ପହଞ୍ଚିଥିଲେ l
( d ) ସେଠାରେ ରହିଥିବା ଭାରତ ମହାଦେଶର ସର୍ବପୁରାତନ ଇନ୍ଦୁସ ଉପତ୍ୟକା ସଭ୍ୟତା ଉପରେ ଆକ୍ରମଣ କରି ଶାନ୍ତିପ୍ରିୟ ଦେଶର ମୂଳନିବାସୀଙ୍କୁ ବର୍ବରତାର ସହିତ ନରସଂହାର କରିବାରୁ ଲୋକେ ପ୍ରାଣ ଭୟରେ ଦେଶର ଦକ୍ଷିଣାଞ୍ଚଳକୁ (ଦକ୍ଷିଣ ଭାରତ) ପଳାୟନ କରିଥିଲେ l
( e ) ଇନ୍ଦୁସ ଉପତ୍ୟକାକୁ ନିଜ ଅଧୀନକୁ ନେଲାପରେ ଭାରତ ମହାଦେଶର ପୁରାତନ ସଭ୍ୟତା ଓ ସଂସ୍କୃତିକୁ ବିଧ୍ୱଂସ କରିଦେଇଥିଲେ l ସେମାନେ ନିଜକୁ ଆର୍ଯ୍ୟନ ଜାତି ( ସଂସ୍କୃତରେ ଶ୍ରେଷ୍ଠଜାତି ) ଭାବରେ ନାମିତ କରିଥିଲେ l ତାପରବର୍ତ୍ତୀ ସମୟରେ ବୈଦିକ ସଂସ୍କୃତି ଓ ଜାତିପ୍ରଥାକୁ ଦେଶରେ ସର୍ବପ୍ରଥମେ ୧୫୦୦-୧୦୦୦ BCE ରେ ପ୍ରଚଳିତ କରି ବ୍ରାହ୍ମଣ ପାଲଟି ଯାଇଥିଲେ l
( f ) ତଥାକଥିତ ଆର୍ଯ୍ୟନ ଜାତିର ଲୋକେ ଜାତିପ୍ରଥା ଆଧାରରେ ଦେଶରେ ବ୍ରାହ୍ମଣବାଦ ଓ ଜାତିପ୍ରଥାର ପ୍ରଚଳନ କରି ଭାରତ ମହାଦେଶର ମୂଳନିବାସୀ ଲୋକଙ୍କୁ ବିଭିନ୍ନ ଜାତିରେ ଭାଗ ଭାଗ କରିଦେଇ ତାଙ୍କ ଅଧୀନରେ ପରିଚାଳିତ କରିଥିଲେ l
( g ) ତାପରବର୍ତ୍ତୀ ସମୟରେ କାଳ୍ପନିକ ଭଗବାନ ବ୍ରହ୍ମା, ବିଷ୍ନୁ, ମହେଶ୍ୱର, ରାମ, ପର୍ଶୁରାମ, ହନୁମାନ, କୃଷ୍ଣ, ବଳରାମ, ତେତିଶ କୋଟି ଦେବାଦେବୀ ତଥା ବିଷ୍ନୁଙ୍କ ଅବତାର ଇତ୍ୟାଦି ତିଆରି କରି ଦେଶରେ ଲୋକଙ୍କ ମନରେ ଅନ୍ଧବିଶ୍ୱାସ ଓ କୁସଂସ୍କାର ଭରିଦେଇଥିଲେ l
( h ) ଗବେଷଣା କରୁଥିବା ସମସ୍ତ ଇଂରେଜ ଅଫିସର ଓ ବିଦ୍ୱାନମାନଙ୍କ ମତରେ ଭାରତରେ କାଳ୍ପନିକ ଭଗବାନଙ୍କ ନାମରେ ତିଆରି କରାଯାଇଥିବା ଜାତିପ୍ରଥା ତଥା ଅନ୍ଧବିଶ୍ୱାସ ଓ କୁସଂସ୍କାର ବଳରେ ଭାରତ ମହାଦେଶର ପ୍ରକୃତ ଅଧିବାସୀଙ୍କୁ ଧାର୍ମିକ ଗୋଲାମୀରେ ଅବଦ୍ଧ କରି ଦିଆଯାଇଥିଲା l ଯେଉଁଥିପାଇଁ ଦେଶର ମୂଳନିବାସୀ ବାଧ୍ୟହୋଇ ପ୍ରତିବାଦ କରିବା ପରିବର୍ତ୍ତେ ଦାସତ୍ୱ ଗ୍ରହଣ କରିନେଇଥିଲେ l
( 2 ) ସାର୍ ୱିଲିୟମ୍ ଜୋନ୍ସଙ୍କ ଜୀବନୀ, ଗବେଷଣା ଏବଂ ଆର୍ଯ୍ୟ ତତ୍ତ୍ୱ ଉପରେ ତାଙ୍କର ଅବଦାନ :
( a ) ଗବେଷଣା ପାଇଁ କଲିକତାରେ ଏସିଆଟିକ୍ ସୋସାଇଟି ପ୍ରତିଷ୍ଠା :
ବୃତ୍ତିଗତ ପରିଚୟ ଓ ଭାରତକୁ ଆଗମନ: ସାର୍ ୱିଲିୟମ୍ ଜୋନ୍ସ ଜଣେ ପ୍ରଖ୍ୟାତ ବ୍ରିଟିଶ (ଆଙ୍ଗ୍ଲୋ-ୱେଲ୍ସ) ଭାଷାବିତ୍, ଆଇନଜ୍ଞ ଏବଂ ପ୍ରାଚ୍ୟବିଦ୍ୟା ବିଶାରଦ (Orientalist) ଥିଲେ l ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଦ୍ୱାରା କଲିକତାସ୍ଥିତ ସୁପ୍ରିମକୋର୍ଟର ଜଣେ ବିଚାରପତି (Puisne Judge) ଭାବରେ ୧୭୮୩ ମସିହାରେ ନିଯୁକ୍ତ ହୋଇ ଭାରତ ଆସିଥିଲେ।
ଏସିଆଟିକ୍ ସୋସାଇଟି ପ୍ରତିଷ୍ଠା : ଭାରତୀୟ ଇତିହାସ, ସାହିତ୍ୟ ଏବଂ ବିଜ୍ଞାନ ଉପରେ ଗବେଷଣା କରିବା ପାଇଁ ସେ ୧୭୮୪ ମସିହାରେ କଲିକତାରେ ‘ଦି ଏସିଆଟିକ୍ ସୋସାଇଟି ଅଫ୍ ବେଙ୍ଗଲ’ (The Asiatic Society of Bengal) ପ୍ରତିଷ୍ଠା କରିଥିଲେ।
( b ) ଭାଷାଗତ ଗବେଷଣା ଏବଂ ଐତିହାସିକ ଆବିଷ୍କାର:
ସଂସ୍କୃତ ଶିକ୍ଷା: ଭାରତୀୟ ଆଇନ ଓ ଧର୍ମଶାସ୍ତ୍ରକୁ ଭଲଭାବେ ବୁଝିବା ପାଇଁ ସେ ପଣ୍ଡିତ ମାନଙ୍କ ଠାରୁ ଭାରତରେ ସଂସ୍କୃତ ଭାଷା ଶିଖିଥିଲେ।
୧୭୮୬ ର ପ୍ରସିଦ୍ଧ ଅଭିଭାଷଣ: ୨ ଫେବୃଆରୀ ୧୭୮୬ରେ ଏସିଆଟିକ୍ ସୋସାଇଟିରେ ଭାଷଣ ଦେଇ ସେ କହିଥିଲେ ଯେ ସଂସ୍କୃତ ଭାଷାର ଗଠନ ଅତ୍ୟନ୍ତ ଚମତ୍କାର ଏବଂ ଏହା ଗ୍ରୀକ୍ ଓ ଲାଟିନ୍ ଭାଷା ଅପେକ୍ଷା ଅଧିକ ସମୃଦ୍ଧ।
ସଂସ୍କୃତ ଭାଷାର ମୂଳ ଉତ୍ସ (Common Source): ସେ ପ୍ରମାଣ କରିଥିଲେ ଯେ ସଂସ୍କୃତ ଭାଷା ସହିତ ଗ୍ରୀକ୍, ଲାଟିନ୍, ଗୋଥିକ୍ ଏବଂ ପାର୍ସୀ ଭାଷାର ଶବ୍ଦ ଓ ବ୍ୟାକରଣ ମଧ୍ୟରେ ଗଭୀର ସାମଞ୍ଜସ୍ୟ ରହିଛି। ଏହି ସମସ୍ତ ଭାଷା କୌଣସି ଏକ ପୁରାତନ ସାଧାରଣ ମୂଳ ଭାଷାରୁ (Proto-Indo-European) ସୃଷ୍ଟି ହୋଇଛି ବୋଲି ସେ ସିଦ୍ଧାନ୍ତ ଦେଇଥିଲେ।
( c ) ଆର୍ଯ୍ୟତତ୍ତ୍ୱ ଏବଂ ଭାରତୀୟ ଇତିହାସ ପ୍ରତି ଦୃଷ୍ଟିକୋଣ:
ଜୋନ୍ସ ମତ ଦେଇଥିଲେ ଯେ ଯଦି ୟୁରୋପୀୟ ଏବଂ ଭାରତୀୟ ଭାଷାଗୁଡ଼ିକର ମୂଳ ଉତ୍ସ ଗୋଟିଏ, ତେବେ ଏହି ଭାଷା କହୁଥିବା ଲୋକମାନଙ୍କର ପୂର୍ବପୁରୁଷ ମଧ୍ୟ ପୁରାକାଳରେ ଗୋଟିଏ ସ୍ଥାନରେ ବାସ କରୁଥିଲେ। ପରବର୍ତ୍ତୀ ସମୟରେ ସେମାନେ ବିଭିନ୍ନ ଦିଗକୁ ବିସ୍ତାରିତ ହୋଇଥିଲେ।
ଯଦିଓ ଜୋନ୍ସ ସିଧାସଳଖ ‘ଆର୍ଯ୍ୟ ଆକ୍ରମଣ’ (Invasion) ଶବ୍ଦର ବ୍ୟବହାର କରିନଥିଲେ, କିନ୍ତୁ ତାଙ୍କର ଭାଷାଗତ ସିଦ୍ଧାନ୍ତକୁ ଆଧାର କରି ପରବର୍ତ୍ତୀ ବ୍ରିଟିଶ ଓ ଜର୍ମାନ ଗବେଷକମାନେ (ଯେପରିକି ମ୍ୟାକ୍ସ ମୁଲର୍) ଦାବି କଲେ ଯେ ୟୁରୋପୀୟ ଏବଂ ଉଚ୍ଚବର୍ଣ୍ଣର ଭାରତୀୟମାନେ ଗୋଟିଏ ‘ଆର୍ଯ୍ୟନ ଜାତି’ର ବଂଶଧର।
ଜୋନ୍ସ ଏବଂ ତାଙ୍କର ଅନୁଗାମୀମାନେ ଭାରତୀୟ ସମାଜକୁ ବାହାରୁ ଆସିଥିବା ଆର୍ଯ୍ୟ ଏବଂ ଏଠାକାର ମୂଳ ନିବାସୀ (ଦ୍ରାବିଡ଼ ବା ଅନାର୍ଯ୍ୟ) ମଧ୍ୟରେ ବିଭକ୍ତ କରି ଦେଖିଥିଲେ। ସେମାନଙ୍କ ମତରେ ଉଚ୍ଚବର୍ଣ୍ଣର ଲୋକମାନେ ବାହାରୁ ଆସି ଭାରତର ମୂଳନିବାସୀଙ୍କୁ ଜାତିପ୍ରଥା ଓ ବ୍ରାହ୍ମଣବାଦର ଧାର୍ମିକ ଗୋଲାମୀରେ ଆବଦ୍ଧ କରିଦେଇଥିଲେ l
ପ୍ରାଚ୍ୟ ଓ ପାଶ୍ଚାତ୍ୟ ମଧ୍ୟରେ ସେତୁ: ସେ କାଳିଦାସଙ୍କ ‘ଅଭିଜ୍ଞାନ ଶାକୁନ୍ତଳମ୍’ ଏବଂ ‘ମନୁସ୍ମୃତି’ ଭଳି ଗ୍ରନ୍ଥର ଇଂରାଜୀ ଅନୁବାଦ କରି ପାଶ୍ଚାତ୍ୟ ଜଗତକୁ ଭାରତୀୟ ବ୍ରାହ୍ମଣବାଦୀ ସଂସ୍କୃତିର ଅମାନବୀୟ ଜାତିପ୍ରଥା ଓ ବ୍ରାହ୍ମଣବାଦର ଅତ୍ୟାଚାରୀ ଓ ଶୋଷଣକାରୀ କାର୍ଯ୍ୟକଳାପ ସହ ପରିଚିତ କରାଇଥିଲେ।
( 3 ) ଫ୍ରେଡରିକ୍ ମ୍ୟାକ୍ସ ମୁଲର୍ (Friedrich Max Müller)
ପରିଚୟ: ସେ ଜନ୍ମରୁ ଜଣେ ଜର୍ମାନ ଥିଲେ, କିନ୍ତୁ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଏବଂ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଅଧୀନରେ କାମ କରୁଥିଲେ। ତାଙ୍କୁ ଆଧୁନିକ ବୈଦିକ ଗବେଷଣାର ପିତା କୁହାଯାଏ।
କାମ ଏବଂ ଗବେଷଣା: ଇଷ୍ଟ ଇଣ୍ଡିଆ କମ୍ପାନୀର ଆର୍ଥିକ ସହାୟତାରେ ସେ ୧୮୪୯ ରୁ 1874 ମସିହା ମଧ୍ୟରେ ଋଗ୍ବେଦର ସମ୍ପାଦନା ଏବଂ ଇଂରାଜୀ ଅନୁବାଦ କରିଥିଲେ l ମ୍ୟାକ୍ସ ମୁଲର୍ ବେଦର ରଚନା କାଳ ପ୍ରାୟ ଖ୍ରୀଷ୍ଟପୂର୍ବ 1200 ରୁ 1500 ମଧ୍ୟରେ ବୋଲି ଆକଳନ କରି ନିମ୍ନଲିଖିତ ପ୍ରମାଣିକ ତଥ୍ୟ ଉପସ୍ଥାପନା କରିଥିଲେ:
ଋଗ୍ବେଦ ଏବଂ ଆଭେସ୍ତା (Avesta): ପ୍ରାଚୀନ ଇରାନୀୟ ଧାର୍ମିକ ଗ୍ରନ୍ଥ ‘ଜେନ୍ଦ ଅଭେସ୍ତା’ ଏବଂ ଭାରତର ‘ଋଗ୍ବେଦ’ର ଭାଷା, ବ୍ୟାକରଣ ଏବଂ ଦେବାଦେବୀଙ୍କ ନାମ (ଯେପରିକି ମିତ୍ର, ବରୁଣ, ଇନ୍ଦ୍ର) ମଧ୍ୟରେ ଅଦ୍ଭୁତ ସମାନତା ରହିଛି। ଏହି ଦୁଇ ଭାଷାଭାଷୀ ଲୋକଙ୍କର ମୂଳ ଉତ୍ସ ମଧ୍ୟ ଏସିଆର ‘ପ୍ରୋଟୋ-ଇଣ୍ଡୋ-ଇରାନୀୟ’ ସମୁଦାୟ ମଧ୍ୟରେ ରହିଥିଲା, ଯେଉଁମାନେ ପରବର୍ତ୍ତୀ ସମୟରେ ବିଭାଜିତ ହୋଇ କିଛି ଇରାନକୁ ଏବଂ କିଛି ଭାରତକୁ (ସିନ୍ଧୁ ଉପତ୍ୟକା ଅଞ୍ଚଳ) ଚାଲିଆସିଥିଲେ।
ସାଂସ୍କୃତିକ ଶବ୍ଦାବଳୀ: ବୈଦିକ ସଂସ୍କୃତରେ ବ୍ୟବହୃତ ହେଉଥିବା ରଥ (Ratha), ଘୋଡ଼ା (Asva) ଏବଂ ସୋମରସ ଭଳି ଶବ୍ଦଗୁଡ଼ିକ ମଧ୍ୟ ଏସିଆର ପ୍ରାଚୀନ ‘ଆଣ୍ଡ୍ରୋନୋଭୋ ସଂସ୍କୃତି’ (Andronovo Culture) ର ପ୍ରତ୍ନତାତ୍ତ୍ୱିକ ଆବିଷ୍କାର ସହ ସମାନତା ରଖେ, ଯେଉଁମାନେ ପ୍ରଥମେ ଘୋଡ଼ା ଚାଳିତ ରଥ ବ୍ୟବହାର କରିବା ଆରମ୍ଭ କରିଥିଲେ।
ଗ୍ରନ୍ଥ ମାନଙ୍କର ଇଂରାଜୀ ଅନୁବାଦ : ସେ ବ୍ରାହ୍ମଣବାଦୀଙ୍କ ପ୍ରାୟ ୫୦ ଖଣ୍ଡ ବିଶିଷ୍ଠ ଗ୍ରନ୍ଥମାନଙ୍କୁ ‘ସାକ୍ରେଡ୍ ବୁକ୍ସ ଅଫ୍ ଦି ଇଷ୍ଟ’ (Sacred Books of the East) ନାମକ ବହିରେ ଇଂରାଜୀ ଭାଷାରେ ସମ୍ପାଦନା ମଧ୍ୟ କରିଥିଲେ। ତାଙ୍କ ପୁସ୍ତକରେ ଉଲ୍ଲେଖ କରିଥିଲେ ଯେ ବୈଦିକ ସଂହିତା ବା ଋଗ୍ବେଦରେ ଦେବରାଜ ଇନ୍ଦ୍ରଙ୍କୁ ପୁରନ୍ଦର ( ଅର୍ଥାତ୍ ଦୁର୍ଗ ବା ନଗର ଭଙ୍ଗକାରୀ ) ବୋଲି କୁହାଯାଇଛି।
ଏହି ଶବ୍ଦକୁ ଆଧାର କରି ମତ ଦେଲେ ଯେ ଇନ୍ଦ୍ରଦେବଙ୍କ ନାମରେ ଆର୍ଯ୍ୟମାନେ ଏହାକୁ ଧର୍ମକାର୍ଯ୍ୟ ଆଖ୍ୟା ଦେଇ ସିନ୍ଧୁ ସଭ୍ୟତାର ଦୁର୍ଗ ଓ ନଗରଗୁଡ଼ିକୁ ଆକ୍ରମଣ କରି ଧ୍ୱଂସ କରିଥିଲେ।
ଆର୍ଯ୍ୟ ତତ୍ତ୍ୱ ପ୍ରତି ଦୃଷ୍ଟିକୋଣ: ମ୍ୟାକ୍ସ ମୁଲର୍ ପ୍ରଥମେ ‘ଆର୍ଯ୍ୟ’ ଶବ୍ଦକୁ କେବଳ ଏକ ଭାଷା ପରିବାର ବଦଳରେ ଏକ ‘ଜାତି’ (Race) ଭାବରେ ପ୍ରଚଳିତ କରାଇଥିଲେ। ସେ ମତ ଦେଇଥିଲେ ଯେ ଖ୍ରୀଷ୍ଟପୂର୍ବ ୨୦୦୦ ରୁ ୧୮୦୦ ପାଖାପାଖି ସମୟରେ କେନ୍ଦ୍ରୀୟ ଏସିଆରୁ ଆର୍ଯ୍ୟମାନେ ଉତ୍ତର-ପଶ୍ଚିମ ଭାରତର ସିନ୍ଧୁ ସଭ୍ୟତାର ଦୁର୍ଗ ଓ ନଗରଗୁଡ଼ିକ ଉପରେ ଆକ୍ରମଣ କରିଥିଲେ ଏବଂ ଏଠାକାର ମୂଳ ନିବାସୀମାନଙ୍କୁ ପରାସ୍ତ କରି ଦକ୍ଷିଣ ଭାରତ ଆଡ଼କୁ ଠେଲି ଦେଇଥିଲେ l
( 4 ) ସାର୍ ହର୍ବର୍ଟ ହୋପ୍ ରିସଲେ (Sir Herbert Hope Risley) :
ପରିଚୟ: ସେ ଜଣେ ବ୍ରିଟିଶ ଆଇ.ସି.ଏସ୍. (ICS) ଅଫିସର, ନୃତତ୍ତ୍ୱବିତ୍ (Anthropologist) ଏବଂ ୧୯୦୧ ମସିହାର ଭାରତୀୟ ଜନଗଣନା କମିଶନର ଥିଲେ।
କାମ ଏବଂ ଗବେଷଣା: ରିସଲେ ଭାରତୀୟ ଜାତି ବ୍ୟବସ୍ଥାକୁ ‘ଆର୍ଯ୍ୟ ଆକ୍ରମଣ ତତ୍ତ୍ୱ’ ସହ ଯୋଡ଼ିବା ପାଇଁ ‘ନାସାଲ ଇଣ୍ଡେକ୍ସ’ (Nasal Index – ନାକର ଆକାର ଓ ମୁଣ୍ଡର ଗଠନ ମାପିବା ପଦ୍ଧତି) ବ୍ୟବହାର କରିଥିଲେ। ୧୮୯୧ରେ ସେ ‘ଦି ଟ୍ରାଇବ୍ସ ଆଣ୍ଡ କାଷ୍ଟସ୍ ଅଫ୍ ବେଙ୍ଗଲ’ (The Tribes and Castes of Bengal) ଏବଂ ୧୯୦୮ରେ ‘ଦି ପିପୁଲ୍ ଅଫ୍ ଇଣ୍ଡିଆ’ (The People of India) ପୁସ୍ତକ ରଚନା କରିଥିଲେ।
ଆର୍ଯ୍ୟ ତତ୍ତ୍ୱ ପ୍ରତି ଦୃଷ୍ଟିକୋଣ: ସେ ଦାବି କରିଥିଲେ ଯେ ଭାରତୀୟମାନଙ୍କର ନାକର ଆକାର ଓ ଶାରୀରିକ ଗଠନ ସେମାନଙ୍କର ସାମାଜିକ ସ୍ଥିତି ସହ ଜଡ଼ିତ। ତାଙ୍କ ମତରେ ଯେଉଁମାନଙ୍କର ନାକ ଲମ୍ବା ଓ ସରୁ (ଉଚ୍ଚବର୍ଣ୍ଣ), ସେମାନେ ବାହାରୁ ଆସିଥିବା ‘ଆର୍ଯ୍ୟ’ ବଂଶଧର। ଅନ୍ୟପଟେ, ଯେଉଁମାନଙ୍କର ନାକ ଚେପଟା ଓ ଓସାରିଆ (ନିମ୍ନବର୍ଣ୍ଣ ଓ ଆଦିବାସୀ), ସେମାନେ ଭାରତର ମୂଳ ନିବାସୀ ‘ଦ୍ରାବିଡ଼’। ୧୯୦୧ ଜନଗଣନାରେ ସେ ଜାତିକୁ ଏହି ଆଧାରରେ ବର୍ଗୀକୃତ କରି ଭାରତୀୟ ସମାଜରେ ବିଭାଜନ ସୃଷ୍ଟି କରିଥିଲେ।
( 5 ) ରବର୍ଟ କାଲ୍ଡୱେଲ୍ (Robert Caldwell) :
ପରିଚୟ: ସେ ଜଣେ ବ୍ରିଟିଶ ଖ୍ରୀଷ୍ଟିଆନ ମିଶନାରୀ ଏବଂ ଭାଷାବିତ୍ ଥିଲେ, ଯିଏ ଦକ୍ଷିଣ ଭାରତର ତିରୁନେଲଭେଲିରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଥିଲେ।
କାମ ଏବଂ ଗବେଷଣା: ୧୮୫୬ ମସିହାରେ ସେ ‘ଏ କମ୍ପାରେଟିଭ୍ ଗ୍ରାମାର୍ ଅଫ୍ ଦି ଡ୍ରାଭିଡିଆନ୍ ଅର୍ ସାଉଥ୍-ଇଣ୍ଡିଆନ୍ ଫ୍ୟାମିଲି ଅଫ୍ ଲାଙ୍ଗୁଏଜେସ୍’ ନାମକ ଏକ ପ୍ରସିଦ୍ଧ ପୁସ୍ତକ ଲେଖିଥିଲେ। ଏହି ପୁସ୍ତକରେ ସେ ପ୍ରଥମେ ‘ଦ୍ରାବିଡ଼’ (Dravidian) ଭାଷା ପରିବାରର ଧାରଣା ଦେଇଥିଲେ।
ଆର୍ଯ୍ୟ ତତ୍ତ୍ୱ ପ୍ରତି ଦୃଷ୍ଟିକୋଣ: କାଲ୍ଡୱେଲ୍ ମତ ଦେଇଥିଲେ ଯେ ଦକ୍ଷିଣ ଭାରତୀୟ ଭାଷାଗୁଡ଼ିକ (ତାମିଲ, ତେଲୁଗୁ, କନ୍ନଡ଼, ମାଲାୟାଲମ୍) ସଂସ୍କୃତ ଠାରୁ ସମ୍ପୂର୍ଣ୍ଣ ଅଲଗା। ସେ ପ୍ରଚାର କରିଥିଲେ ଯେ ଉତ୍ତର ଭାରତରୁ ଆସିଥିବା ବ୍ରାହ୍ମଣ ବା ଆର୍ଯ୍ୟମାନେ ଦକ୍ଷିଣ ଭାରତର ମୂଳ ନିବାସୀ ଦ୍ରାବିଡ଼ମାନଙ୍କୁ ଶୋଷଣ କରି ନିଜର ସଂସ୍କୃତି ଓ ଜାତି ବ୍ୟବସ୍ଥା ଲଦି ଦେଇଥିଲେ। ଏହି ତତ୍ତ୍ୱ ପରବର୍ତ୍ତୀ ସମୟରେ ଦକ୍ଷିଣ ଭାରତରେ ଆର୍ଯ୍ୟ-ଦ୍ରାବିଡ଼ ରାଜନୈତିକ ବିବାଦର ମୂଳଦୁଆ ପକାଇଥିଲା।
( 6 ) ସାର୍ ମର୍ଟିମର୍ ହ୍ୱିଲର୍ (Sir Mortimer Wheeler) :
ପରିଚୟ: ସେ ଜଣେ ବ୍ରିଟିଶ ସେନା ଅଧିକାରୀ ତଥା ପ୍ରତ୍ନତତ୍ତ୍ୱବିତ୍ (Archaeologist) ଥିଲେ, ଯିଏ ୧୯୪୪ ରୁ ୧୯୪୮ ପର୍ଯ୍ୟନ୍ତ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର (ASI) ମହାନିର୍ଦ୍ଦେଶକ ଥିଲେ।
କାମ ଏବଂ ଗବେଷଣା: ସେ ହରପ୍ପା ଏବଂ ମହେଞ୍ଜୋଦାରୋ ଭଳି ସିନ୍ଧୁ ଉପତ୍ୟକା ସଭ୍ୟତାର ଖନନ କାର୍ଯ୍ୟର ନେତୃତ୍ୱ ନେଇଥିଲେ।
ଆର୍ଯ୍ୟ ତତ୍ତ୍ୱ ପ୍ରତି ଦୃଷ୍ଟିକୋଣ: ମହେଞ୍ଜୋଦାରୋ ଖନନ ସମୟରେ ମିଳିଥିବା ନରକଙ୍କାଳ ମାନଙ୍କୁ ଦେଖି ହ୍ୱିଲର୍ ସିଦ୍ଧାନ୍ତ ଦେଇଥିଲେ ଯେ ସିନ୍ଧୁ ସଭ୍ୟତାର ପତନ କୌଣସି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ନୁହେଁ, ବରଂ ଆର୍ଯ୍ୟମାନଙ୍କର ଭୟଙ୍କର ଆକ୍ରମଣ ଯୋଗୁଁ ହୋଇଥିଲା। ସେ ଋଗ୍ବେଦରେ ବର୍ଣ୍ଣିତ ଦେବତା ‘ଇନ୍ଦ୍ର’ଙ୍କୁ (ପୁରନ୍ଦର ବା ଦୁର୍ଗ ଧ୍ୱଂସକାରୀ) ସିନ୍ଧୁ ସଭ୍ୟତା ଧ୍ୱଂସ କରିବା ପାଇଁ ଦାୟୀ କରିଥିଲେ।
( 7 ) ବ୍ରିଟିଶ ସରକାରଙ୍କ ଏହି ଗବେଷଣାର ମୁଖ୍ୟ ଉଦ୍ଦେଶ୍ୟ:
( a ) ଭାରତୀୟ ସମାଜକୁ ଦୁଇ ଭାଗରେ ବିଭକ୍ତ: ଆର୍ଯ୍ୟନ ଜାତିର ବିଦେଶୀ ଆକ୍ରମଣକାରୀଙ୍କୁ ଦମନ କରିବା ପାଇଁ ଭାରତୀୟ ସମାଜକୁ ଆର୍ଯ୍ୟନ ଜାତି ଓ ମୂଳନିବାସୀ, ଉତ୍ତର ବନାମ ଦକ୍ଷିଣ, ଆର୍ଯ୍ୟ ବନାମ ଦ୍ରାବିଡ଼ ଏବଂ ଉଚ୍ଚବର୍ଣ୍ଣ ବନାମ ନିମ୍ନବର୍ଣ୍ଣରେ ବିଭକ୍ତ କରି ଜନଗଣନା ଆଧାରରେ ଦୁଇ ଭାଗରେ ବିଭକ୍ତ କରିଦେଇଥିଲେ l ବ୍ରିଟିଶ ଶାସନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲେ ବିଦେଶୀ ବ୍ରାହ୍ମଣବାଦୀଙ୍କୁ ଦେଶରୁ ବିତାଡିତ କରିବା ସେମାନଙ୍କର ମୂଳଲକ୍ଷ୍ୟ ରହିଥିଲା।
( b ) ଭାରତର ମୂଳନିବାସୀଙ୍କୁ ସହଯୋଗ ପ୍ରସ୍ତାବ: ସେମାନେ ଦର୍ଶାଇବାକୁ ଚାହୁଁଥିଲେ ଯେ ଭାରତରେ ସର୍ବଦା ବାହାରୁ ଆସିଥିବା ଉନ୍ନତ ଜାତି ଶାସନ କରିଆସିଛନ୍ତି l ବ୍ରିଟିଶ ସରକାରଙ୍କୁ ଭାରତର ମୂଳନିବାସୀ ସହଯୋଗ କଲେ ଭାରତ ମହାଦେଶରୁ ଜାତିପ୍ରଥା ଓ ବ୍ରାହ୍ମଣବାଦ ଗୋଲାମୀକୁ ଉଚ୍ଛେଦ କରି ଦେଶବାସୀଙ୍କୁ ଆର୍ଯ୍ୟନ ଜାତିର ଅତ୍ୟାଚାର ଓ ଶୋଷଣରୁ ମୁକ୍ତ କରିଦିଆଯିବ ବୋଲି ପ୍ରସ୍ତାବ ଦେଇଥିଲେ l
( 8 ) ବିଦେଶୀ ଆର୍ଯ୍ୟନ ଜାତିର ଲୋକେ ବ୍ରିଟିଶ ସରକାରଙ୍କୁ ସହଯୋଗ :
ଭାରତର ମୂଳନିବାସୀ ବ୍ରିଟିଶ ସରକାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ ମାତ୍ର ବିଦେଶୀ ଆର୍ଯ୍ୟନ ଜାତିର ଲୋକେ ସହଯୋଗର ହାତ ବଢ଼ାଇ ଦେଇଥିଲେ l
( a ) ଭାରତର ସ୍ୱାଧୀନତା ସଂଗ୍ରାମରେ ଲକ୍ଷ ଲକ୍ଷ ଭାରତୀୟ ନିଜର ବଳିଦାନ ଦେଇଥିବା ବେଳେ, ତତ୍କାଳୀନ ବିଦେଶୀ ଆର୍ଯ୍ୟନଙ୍କ ଦ୍ୱାରା ପରିଚାଳିତ ବ୍ରାହ୍ମଣବାଦୀ ହିନ୍ଦୁ ଓ ସନାତନୀ ସଂଗଠନ ଗୁଡ଼ିକର ରଣନୀତି ସ୍ୱାଧୀନତା ଆନ୍ଦୋଳନର ମୁଖ୍ୟଧାରାରୁ ଭିନ୍ନ ଥିଲା। ସେମାନଙ୍କର ପ୍ରାଥମିକତା ବ୍ରିଟିଶ ସାମ୍ରାଜ୍ୟବାଦରୁ ମୁକ୍ତି ଅପେକ୍ଷା ଆଭ୍ୟନ୍ତରୀଣ ଧାର୍ମିକ ଓ ସାମାଜିକ ସଂଗଠନ ଉପରେ ଅଧିକ ନିର୍ଭରଶୀଳ ଥିଲା, ଯାହା ଇତିହାସରେ ଏକ ଆଲୋଚ୍ୟ ବିଷୟ ହୋଇ ରହିଛି।
( b ) ସ୍ୱାଧୀନତା ଆନ୍ଦୋଳନର ମୁଖ୍ୟ ଧାରା ବିଶେଷ କରି ମହାତ୍ମା ଗାନ୍ଧୀଙ୍କ ନେତୃତ୍ବରେ ପରିଚାଳିତ ‘ଅସହଯୋଗ ଆନ୍ଦୋଳନ’, ‘ଆଇନ ଅମାନ୍ୟ ଆନ୍ଦୋଳନ’ ଏବଂ ‘ଭାରତ ଛାଡ଼ ଆନ୍ଦୋଳନ’ ସମୟରେ ତତ୍କାଳୀନ ବ୍ରାହ୍ମଣବାଦୀଙ୍କ ନେତୃତ୍ୱରେ ଚାଲିଥିବା କେତେକ ହିନ୍ଦୁ ସଂଗଠନ ପ୍ରତ୍ୟକ୍ଷ ଭାବେ ବ୍ରିଟିଶ ବିରୋଧୀ ସଂଗ୍ରାମକୁ ଆପଣେଇ ନଥିଲେ l
( c ) ୧୯୪୨ ମସିହାର ‘ଭାରତ ଛାଡ଼ ଆନ୍ଦୋଳନ’ ସମୟରେ ଯେତେବେଳେ ସମଗ୍ର ଦେଶ ବ୍ରିଟିଶ ସରକାର ବିରୁଦ୍ଧରେ ରାଜରାସ୍ତାକୁ ଓହ୍ଲାଇଥିଲା, ସେତେବେଳେ ହିନ୍ଦୁ ମହାସଭା ଏବଂ ବ୍ରାହ୍ମଣବାଦୀ ହିନ୍ଦୁ ସଂଗଠନର ନେତୃତ୍ୱ ଏହି ଆନ୍ଦୋଳନରୁ ନିଜ ସଂଗଠନକୁ ଦୂରେଇ ରଖିବାକୁ ଆହ୍ବାନ ଦେଇଥିଲେ।
( 9 ) ବ୍ରିଟିଶ ସରକାରଙ୍କ ସହ ମିଳିତ ସରକାର ଗଠନ ଓ ଦ୍ବିତୀୟ ବିଶ୍ୱଯୁଦ୍ଧକୁ ସମର୍ଥନ :
( a ) ମିଳିତ ସରକାର ଗଠନ: ୧୯୩୯-୧୯୪୦ ମସିହାରେ କଂଗ୍ରେସ ନେତାମାନେ ବ୍ରିଟିଶ ବିରୋଧରେ ପ୍ରତିବାଦ କରି ସରକାରରୁ ଇସ୍ତଫା ଦେଇଥିବା ବେଳେ, ହିନ୍ଦୁ ମହାସଭା ସିନ୍ଧ, ବଙ୍ଗଳା ଏବଂ ଉତ୍ତର-ପଶ୍ଚିମ ସୀମାନ୍ତ ପ୍ରଦେଶରେ ମୁସଲିମ ଲିଗ୍ ସହିତ ମିଶି ମିଳିତ ସରକାର ଗଠନ କରିଥିଲା।
( b ) ସେନାରେ ଭର୍ତ୍ତି ନୀତି: ଦ୍ବିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ରିଟିଶ ସେନାରେ ଭାରତୀୟମାନଙ୍କୁ ଭର୍ତ୍ତି କରିବା ପାଇଁ ବ୍ରାହ୍ମଣବାଦୀ ହିନ୍ଦୁ ସଂଗଠନଗୁଡ଼ିକ ସମର୍ଥନ କରିଥିଲେ, ଯାହା କଂଗ୍ରେସର ବ୍ରିଟିଶ-ବିରୋଧୀ ନୀତିର ବିପରୀତ ଥିଲା।
( 10 ) ସାମ୍ପ୍ରଦାୟିକ ଦଙ୍ଗା ଏବଂ ଘୃଣାର ବାତାବରଣ :
( a ) ଦେଶ ବିଭାଜନ ସମୟରେ ଘଟିଥିବା ସାମ୍ପ୍ରଦାୟିକ ଦଙ୍ଗା ପଛରେ କେବଳ ରାଜନୈତିକ କ୍ଷମତାର ଲଢ଼େଇ ନଥିଲା, ବରଂ ଏହା ଥିଲା ଏକ ସଂଗଠିତ ସାମ୍ପ୍ରଦାୟିକ ମାନସିକତାର ପରିପ୍ରକାଶ। ହିନ୍ଦୁ ମହାସଭା ଏବଂ ବ୍ରାହ୍ମଣବାଦୀ କଟରପନ୍ଥୀ ସଂଗଠନ ଗୁଡ଼ିକ ସ୍ୱାଧୀନତା ପୂର୍ବରୁ ହିନ୍ଦୁ ସମାଜକୁ ଏକତ୍ରିତ କରିବା ନାମରେ ଅନ୍ୟ ସମ୍ପ୍ରଦାୟ ବିରୁଦ୍ଧରେ ଘୃଣା ଏବଂ ଅବିଶ୍ୱାସର ବାତାବରଣ ସୃଷ୍ଟି କରିଥିଲେ।
( b ) ଏହି ସଂଗଠନଗୁଡ଼ିକର ତଥାକଥିତ ‘ସାଂସ୍କୃତିକ ଜାଗରଣ ଆନ୍ଦୋଳନ’ ସାମାଜିକ ସ୍ତରରେ ବିଭାଜନକୁ ଆହୁରି ଗଭୀର କରିଥିଲା। ବ୍ରାହ୍ମଣବାଦୀ ଚିନ୍ତାଧାରାର ପ୍ରଭାବରେ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କୁ ସନ୍ଦେହ ଓ ଶତ୍ରୁତାର ଦୃଷ୍ଟିରେ ଦେଖାଯାଉଥିଲା, ଯାହା ଭାରତର ବିଭାଜନର ପୃଷ୍ଠଭୂମି ପାଲଟିଯାଇଥିଲା ଓ ସେସମୟରେ ଦଙ୍ଗାକୁ ପ୍ରୋତ୍ସାହିତ କରିବାରେ ଏକ ପ୍ରମୁଖ ଅଗ୍ନିସଂଯୋଗ କାରୀ ଭୂମିକା ଗ୍ରହଣ କରିଥିଲା।
( 11 ) “ହିନ୍ଦୁରାଷ୍ଟ୍ର” ଗଠନର ଅଭିଳାଷ ଏବଂ ବିଭାଜନର ପୃଷ୍ଠଭୂମି :
( a ) ଭାରତୀୟ ସ୍ୱାଧୀନତା ଇତିହାସର ସବୁଠାରୁ କଳା ଏବଂ ମର୍ମନ୍ତୁଦ ଅଧ୍ୟାୟ ହେଉଛି ୧୯୪୭ ମସିହାର ଦେଶ ବିଭାଜନ। ଲୁଇସ୍ ମାଉଣ୍ଟବେଟେନ୍ ୩ ଜୁନ୍ ୧୯୪୭ରେ ଭାରତକୁ ଶୀଘ୍ର ସ୍ୱାଧୀନତା ଦିଆଯିବ ବୋଲି ଘୋଷଣା କରିବା ପରେ, ‘ଇଣ୍ଡିଆନ୍ ଇଣ୍ଡିପେଣ୍ଡେନ୍ସ ଆକ୍ଟ’ ଅନୁସାରେ ୧୫ ଅଗଷ୍ଟ ୧୯୪୭ ରେ ଦେଶ ସ୍ୱାଧୀନ ହେଲା। ମାତ୍ର ସ୍ୱାଧୀନତା ପ୍ରାପ୍ତି ସହିତ ଦେଶର ରାଜନୈତିକ ପରିବେଶରେ ଗମ୍ଭୀର ବିବାଦ ଦେଖାଦେଇଥିଲା।
( b ) ବ୍ରିଟିଶ ସରକାରଙ୍କ ଶାସନକାଳ ସମୟରେ ଆର୍ଯ୍ୟନ ଜାତିର ବ୍ରାହ୍ମଣବାଦୀମାନେ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦେଇଥିବାରୁ ସ୍ୱାଧୀନତା ଘୋଷଣା ପରେ ଦେଶ ସେମାନଙ୍କ ହାତରେ ହସ୍ତାନ୍ତର କରିବା ପାଇଁ ତତ୍କାଳୀନ ଗଭର୍ଣ୍ଣର ଜେନେରାଲଙ୍କ ଉପରେ ଗଭୀର ଚାପ ପ୍ରୟୋଗ କରିଥିଲେ l ମାତ୍ର ମହାତ୍ମା ଗାନ୍ଧୀଙ୍କ ସହଯୋଗ ପାଇପାରି ନଥିବାରୁ ବିଫଳ ହୋଇ ଯାଇଥିଲେ l
( c ) ସେସମୟରେ ବ୍ରାହ୍ମଣବାଦୀ ହିନ୍ଦୁ ସଂଗଠନ ଗୁଡ଼ିକ ଦେଶକୁ ଏକ “ହିନ୍ଦୁରାଷ୍ଟ୍ର” ଭାବରେ ସମ୍ବିଧାନରେ ଲିପିବଦ୍ଧ କରିବାକୁ ଜିଦ୍ ଧରିଥିଲେ। ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସ୍ୱାଧୀନ ଭାରତରେ ପୁଣିଥରେ ସେହି ପୁରୁଣା ବ୍ରାହ୍ମଣବାଦୀ ବ୍ୟବସ୍ଥା, ବର୍ଣ୍ଣାଶ୍ରମ ଏବଂ ଶୋଷଣକାରୀ ସାମାଜିକ ଗଠନକୁ ସମ୍ବିଧାନରେ ପ୍ରତିଷ୍ଠା କରିବା।
( d ) ମାତ୍ର ମୁସଲମାନ ସମ୍ପ୍ରଦାୟ ଏବଂ ଅନ୍ୟାନ୍ୟ ଅଂଶୀଦାର ମାନେ କୌଣସି ପରିସ୍ଥିତିରେ ଏପରି ବ୍ରାହ୍ମଣବାଦୀ ପ୍ରାଧାନ୍ୟ ଓ ଧର୍ମୀୟ ସଂକୀର୍ଣ୍ଣତାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ। ଏହି ଆଦର୍ଶଗତ ଅନ୍ତର୍ବିରୋଧ ଏବଂ କଟରପନ୍ଥୀ ରାଜନୀତି ଅଖଣ୍ଡ ଭାରତର ସ୍ୱପ୍ନକୁ ଚୂନା କରିଦେଇଥିଲା ଏବଂ ଦେଶ ଭାରତ ଓ ପାକିସ୍ତାନ ରୂପେ ବିଭାଜିତ ହୋଇଥିଲା।
( e ) ଏହି ବିଭାଜନ କେବଳ ଭୂଖଣ୍ଡର ଭାଗବଣ୍ଟନ ନଥିଲା, ବରଂ ଏହା ଥିଲା ଅନେକ ଅସହିଷ୍ଣୁତା, ଘୃଣା ଏବଂ ସାମ୍ପ୍ରଦାୟିକ ହିଂସାର ଏକ ବନ୍ୟା, ଯେଉଁଥିରେ ପ୍ରାୟ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ନିରୀହ ଲୋକଙ୍କର ପ୍ରାଣହାନୀ ଘଟିଥିଲା। ଏହି ଭୟଙ୍କର ସାମ୍ପ୍ରଦାୟିକ ଦଙ୍ଗା ଏବଂ ବିଭାଜନ ହେଉଛି କେତେକ କଟରପନ୍ଥୀ ବ୍ରାହ୍ମଣବାଦୀ ହିନ୍ଦୁ ସଂଗଠନର ବିକୃତ ମାନସିକତାର ପ୍ରତିଫଳନର ପରିଣାମ, ଯାହାକି ଇତିହାସରେ ଏକ କଳଙ୍କିତ ଅଧ୍ୟାୟ ଭାବରେ ଲିପିବଦ୍ଧ ହୋଇ ରହିଛି l
( 12 ) ମହାତ୍ମା ଗାନ୍ଧୀଙ୍କ ବିରୋଧ ଏବଂ କଟରପନ୍ଥୀଙ୍କ ପ୍ରତିକ୍ରିୟା :
( a ) ଯେତେବେଳେ ଦେଶବ୍ୟାପୀ ସାମ୍ପ୍ରଦାୟିକ ଦଙ୍ଗାରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଉଥିଲେ, ସେତେବେଳେ ମହାତ୍ମା ଗାନ୍ଧୀ ସାମ୍ପ୍ରଦାୟିକ ସଦଭାବ, ଶାନ୍ତି ଏବଂ ଧର୍ମନିରପେକ୍ଷତା ରକ୍ଷା ପାଇଁ ଆମରଣ ଅନଶନକୁ ଆପଣାଇଥିଲେ। ୧୨ ଜାନୁଆରୀ ୧୯୪୮ ରୁ ସେ ଦିଲ୍ଲୀରେ ଅନଶନ କରି ଦଙ୍ଗାକୁ ସମ୍ପୂର୍ଣ୍ଣ ବନ୍ଦ କରିବାରେ ସଫଳ ହୋଇଥିଲେ। ମାତ୍ର ଏହି ଶାନ୍ତି ପ୍ରୟାସକୁ କଟରପନ୍ଥୀ ବ୍ରାହ୍ମଣବାଦୀ ହିନ୍ଦୁ ସଂଗଠନ ଗୋଷ୍ଠୀ ସହ୍ୟ କରିପାରି ନଥିଲେ।
( b ) ଧର୍ମନିରପେକ୍ଷତା ଏବଂ ସମ୍ବିଧାନ ପ୍ରଣୟନ: ମହାତ୍ମା ଗାନ୍ଧୀଙ୍କ ଦୃଢ଼ ହସ୍ତକ୍ଷେପ ତଥା ଦୁରଦୃଷ୍ଟି ନୀତି ଯୋଗୁଁ ଭାରତ ଆର୍ଯ୍ୟନ ଜାତିର ବ୍ରାହ୍ମଣବାଦୀଙ୍କ ସାମ୍ପ୍ରଦାୟିକ ରାଷ୍ଟ୍ର ହେବାରୁ ବଞ୍ଚିଗଲା ଏବଂ ଏହା ଏକ ସର୍ବଧର୍ମ ସମଭାବପୂର୍ଣ୍ଣ ଧର୍ମନିରପେକ୍ଷ (Secular) ରାଷ୍ଟ୍ରରେ ପରିଣତ ହେଲା।
ଏହାବ୍ୟତୀତ, ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସରକାରରେ ଡକ୍ଟର ବି.ଆର୍. ଆମ୍ବେଦକରଙ୍କୁ ଆଇନ ମନ୍ତ୍ରୀ ଭାବେ ନିଯୁକ୍ତ କରାଗଲା ଏବଂ ୨୯ ଅଗଷ୍ଟ ୧୯୪୭ ରେ ତାଙ୍କୁ ସମ୍ବିଧାନ ଡ୍ରାଫ୍ଟିଂ କମିଟିର ଅଧ୍ୟକ୍ଷ ଭାବରେ ଗୁରୁଦାୟିତ୍ୱ ଦିଆଗଲା।
( 13 ) ବିଦେଶୀ ବ୍ରାହ୍ମଣବାଦୀ ଦ୍ୱାରା ଗାନ୍ଧୀଜୀଙ୍କ ହତ୍ୟା :
( a ) ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ହେବା ଏବଂ ଡା. ଆମ୍ବେଦକରଙ୍କୁ ସମ୍ବିଧାନ ପ୍ରଣୟନର ମୁଖ୍ୟ ଦାୟିତ୍ୱ ମିଳିବା ପଛରେ ଗାନ୍ଧୀଜୀଙ୍କ ପ୍ରମୁଖ ଭୂମିକା ରହିଥିବାରୁ କଟରପନ୍ଥୀ ବ୍ରାହ୍ମଣବାଦୀ ହିନ୍ଦୁ ସଂଗଠନ ଗୁଡ଼ିକ ତାଙ୍କ ପ୍ରତି କ୍ରୋଧାନ୍ୱିତ ହୋଇପଡ଼ିଥିଲେ।
( b ) “ହିନ୍ଦୁରାଷ୍ଟ୍ର” ନାମରେ ସମ୍ବିଧାନରେ ବ୍ରାହ୍ମଣବାଦ ସ୍ଥାପନାର ଲକ୍ଷ୍ୟରେ ଗାନ୍ଧୀଜୀ ବାଧା ସୃଷ୍ଟି କରିଥିବାରୁ ଏବଂ ଦେଶରେ ସାମ୍ପ୍ରଦାୟିକ ସଦଭାବ ଓ ଧର୍ମନିରପେକ୍ଷତାକୁ ଦୃଢ଼ ଭାବରେ ସମର୍ଥନ କରୁଥିବାରୁ ସେମାନେ ପ୍ରତିଶୋଧ ପରାୟଣ ହୋଇଯାଇଥିଲେ।
( c ) ଏହାର ପରିଣତି ସ୍ୱରୂପ, ୨୦ ଜାନୁଆରୀ ୧୯୪୮ରେ ବିର୍ଲା ହାଉସ୍ ଠାରେ ଗାନ୍ଧୀଜୀଙ୍କ ପ୍ରାର୍ଥନା ସଭା ଉପରେ ବୋମା ମାଡ଼ କରାଯାଇଥିଲା ଏବଂ ଶେଷରେ ବିଦେଶୀ ଆର୍ଯ୍ୟନ ଜାତିର ବ୍ରାହ୍ମଣବାଦୀ ନାଥୁରାମ ଗୋଡ଼ସେ ଓ ଅନ୍ୟମାନଙ୍କ ଦ୍ୱାରା ୩୦ ଜାନୁଆରୀ ୧୯୪୮ରେ ମହାତ୍ମା ଗାନ୍ଧୀଙ୍କୁ ନିର୍ମମ ଭାବେ ହତ୍ୟା କରାଗଲା। ଭାରତୀୟ ଇତିହାସରେ ଏହି ଦୁଃଖଦ ଘଟଣା ସାମ୍ପ୍ରଦାୟିକ ଅସହିଷ୍ଣୁତା ଓ କଟରପନ୍ଥୀ ଚିନ୍ତାଧାରାର ଏକ କଳା ଅଧ୍ୟାୟ ହୋଇ ରହିଛି।
( 14 ) ବିଦେଶୀ ବ୍ରାହ୍ମଣବାଦୀଙ୍କ ହାତରେ ଦେଶର ଶାସନ କ୍ଷମତା ଓ ସମ୍ବିଧାନ ପ୍ରତି ବିପଦ :
( a ) ଭାରତରେ ହଜାର ହଜାର ବର୍ଷ ହେଲା ବିଦେଶୀ ଆର୍ଯ୍ୟନ ଜାତିର ବ୍ରାହ୍ମଣବାଦୀମାନେ ଦେଶର ମୂଳନିବାସୀଙ୍କୁ ଅତ୍ୟାଚାର ଓ ଶୋଷଣ କରିଆସୁଥିଲେ ସୁଦ୍ଧା ଦେଶର ଶାସନ କ୍ଷମତା ବିଭିନ୍ନ ସମୟରେ ( ଯଥା – ୧୯୯୬, ୧୯୯୮, ୧୯୯୯, ୨୦୧୪, ୨୦୧୯, ଏବଂ ୨୦୨୪ ) ହାତେଇବାରେ ସଫଳତା ପାଇଛନ୍ତି l
( b ) ଭାରତ ମହାଦେଶକୁ ସବୁଦିନ ପାଇଁ ପରାଧୀନ ଓ ଗୋଲାମ କରି ରଖିବା ପାଇଁ ସମ୍ବିଧାନ ଏମାନଙ୍କ ପାଇଁ ପ୍ରତିବନ୍ଧକ ସାଜିଛି l ସମ୍ବିଧାନରେ ପ୍ରାବଧାନ ରହିଥିବା SC, ST, ଓ OBC ସମାଜର ଆରକ୍ଷଣ ଏବଂ ଧର୍ମନିରପେକ୍ଷ ରାଷ୍ଟ୍ର ନାମକୁ ହଟାଇ ହିନ୍ଦୁରାଷ୍ଟ୍ର ନାମରେ ବ୍ରାହ୍ମଣବାଦ ସ୍ଥାପନ କରିବା ଏମାନଙ୍କ ଜୀବନର ମୂଳଲକ୍ଷ୍ୟ ପାଲଟି ଯାଇଛି l
( c ) ଭାରତକୁ ନିଜର ମାତୃଭୂମି ବୋଲି ବିବେଚନା କରୁଥିବା ପ୍ରତ୍ୟେକ ନାଗରିକ ଏଭଳିଆ ଘଡ଼ିସନ୍ଧି ମୁହୂର୍ତ୍ତରେ ଦଳମତ ଓ ଜାତିବର୍ଣ୍ଣ ନିର୍ବିଶେଷରେ ମିଳିତ ହୋଇ ବିଦେଶୀ ଆର୍ଯ୍ୟନ ଜାତିର ବ୍ରାହ୍ମଣବାଦୀଙ୍କ ଦେଶବିରୋଧୀ ଷଡଯନ୍ତ୍ର ବିରୁଦ୍ଧରେ ସ୍ୱର ଉତ୍ତୋଳନ ଓ ପ୍ରତିବାଦ କରିବା ହେଉଛି ସମୟର ଡାକରା l ସମ୍ବିଧାନରେ ପରିବର୍ତ୍ତନ ହୋଇଗଲେ ଭାରତ ପୁଣିଥରେ ପରାଧୀନ ଓ ଗୋଲାମ ହୋଇ ଦେଶର ଭବିଷ୍ୟତ ସବୁଦିନ ପାଇଁ ଅନ୍ଧକାରମୟ ହୋଇଯିବ l