ବଲାଙ୍ଗିର : 22 ଏପ୍ରିଲ 2026 : ଭାରତରେ ବ୍ରାହ୍ମଣବାଦର ଗୋଲାମୀରେ ଜନସାଧାରଣଙ୍କୁ ଆବଦ୍ଧ କରି ଜାତିପ୍ରଥାକୁ ପ୍ରଚଳିତ କରି ରଖିବା ପାଇଁ ପର୍ଶୁରାମ ବାହିନୀଙ୍କ ଦ୍ୱାରା ହିନ୍ଦୁ ସମାଜ ଓ ସନାତନ ଧର୍ମ ନାମକୁ ବ୍ୟବହାର କରାଯାଉଛି l
ଭାରତର ସମସ୍ତ ନାଗରିକ ଯଦି ସନାତନ ଧର୍ମୀ ଓ ହିନ୍ଦୁ ସମାଜ ମଧ୍ୟରେ ରହିଛନ୍ତି ତାହେଲେ ଆଜି ମାଧ୍ୟ ସେମାନଙ୍କୁ ପର୍ଶୁରାମ ବାହିନୀ ଦ୍ୱାରା ଜାତିପ୍ରଥା ନାମରେ :
( a ) ଗ୍ରାମାଞ୍ଚଳରେ ରହିଥିବା 95% ପ୍ରତିଶତ ବ୍ରହ୍ମଣବାଦୀଙ୍କ କାଳ୍ପନିକ ଭଗବାନ ମାନଙ୍କ ମଦିର ମାନଙ୍କରେ ଦଳିତ ସମାଜର ଲୋକଙ୍କୁ କାହିଁକି ପ୍ରବେଶ ନିଷେଧ କାରାଯାଇଛି ?
( b ) ସବୁ ଜାତିର ଲୋକଙ୍କ ସହିତ ପୋଖରୀର ଗୋଟିଏ ଗାଧୁଆ ତୁଠରେ ଦଳିତ ସମାଜର ଲୋକଙ୍କୁ ଗାଧୋଇବା ପାଈଁ କାହିଁକି ବାରଣ କରାଯାଉଛି ?
( c ) ସବୁ ଜାତିର ଲୋକେ ବ୍ୟବହାର କରୁଥିବା କୂପ କିମ୍ବା ନଳକୂପରୁ ଦଳିତ ସମାଜର ଲୋକଙ୍କୁ ପାଣି ନେବା ପାଇଁ
କାହିଁକି ବାରଣ କରାଯାଉଛି ?
( d ) ସବୁ ଜାତିର ଲୋକେଙ୍କ ସହିତ ମିଳିତ ହୋଇ ଗୋଟିଏ ଗ୍ରାମରେ ଘର କରି ରହିବା ପାଇଁ କାହିଁକି ବାରଣ କରାଯାଉଛି ?
ଏଭଳିଆ ଅନେକ ପ୍ରକାରର ଅକଥନୀୟ ଅତ୍ୟାଚାର ଦଳିତ ସମାଜର ଲୋକଙ୍କୁ ପର୍ଶୁରାମ ବାହିନୀଙ୍କ ଦ୍ୱାରା ଆଜିର ଦିନରେ ମଧ୍ୟ କରାଯାଉଛି l
ଜାତିପ୍ରଥା ଆଧାରରେ ମାନବ ସମାଜକୁ ଖଣ୍ଡ ବିଖଣ୍ଡିତ କରି ପର୍ଶୁରାମ ବାହିନୀଙ୍କ ଦ୍ୱାରା ଦେଶରେ ବ୍ରାହ୍ମଣବାଦ କିଭଳି ଭାବରେ ସ୍ଥାପନା କରାଯାଇଥିଲା ଯାହାକି ବର୍ତମାନ ପର୍ଯ୍ୟନ୍ତ ବଳବତ୍ତର ହୋଇ ରହିଁଛି ତତ୍ସମ୍ବନ୍ଧୀୟ ସବିଶେଷ ତଥ୍ୟ ନିମ୍ନରେ ଉପସ୍ଥାପନା କାରାଯାଇଛି l
( 1 ) ପର୍ଶୁରାମ ବାହିନୀଙ୍କ ଦ୍ୱାରା ଦେଶରେ ନରସଂହାର କରାଯାଇ ପୁଣିଥରେ କିଭଳି ଭାବରେ ବ୍ରାହ୍ମଣବାଦ ଓ ଜାତିପ୍ରଥାକୁ ପ୍ରଚଳିତ କରାଯାଇଥିଲା ?
( a ) ମୌର୍ଯ୍ୟ ରାଜବଂଶର ତୃତୀୟ ସମ୍ରାଟ ଅଶୋକଙ୍କ 268 BCE ରୁ 232 BCE ପର୍ଯ୍ୟନ୍ତ ଦୀର୍ଘ 36 ବର୍ଷର ଶାସନକାଳ ସମୟରେ ମୌର୍ଯ୍ୟ ସାମ୍ରାଜ୍ୟ ପୃଥିବୀର ସବୁଠାରୁ ବୃହତ ଓ ଶକ୍ତିଶାଳୀ ବୁଦ୍ଧଙ୍କର ଦେଶ ପାଲଟି ଯାଇଥିଲା l
ବୁଦ୍ଧଙ୍କ ବିଚାରଧାରାରେ ଅନୁପ୍ରାଣିତ ହୋଇ ସମ୍ରାଟ ଅଶୋକ ମୌର୍ଯ୍ୟ ସାମ୍ରାଜ୍ୟରେ ଜାତିପ୍ରଥା ଓ ଧାର୍ମିକ ଶୋଷଣକୁ ସଂପୂର୍ଣ୍ଣ ଭାବରେ ବିଲୋପ କରିଦେଇଥିଲେ l ସେସମୟରେ ସମଗ୍ର ମୌର୍ଯ୍ୟ ସାମ୍ରାଜ୍ୟର 95% ପ୍ରତିଶତ ନାଗରିକ ମାନଙ୍କ ମଧ୍ୟରେ କେବଳ ବୁଦ୍ଧଧର୍ମର ପ୍ରଚଳନ ରହିଥିଲା l
( b ) ସମ୍ରାଟ ଅଶୋକଙ୍କ ବଂଶଧର ମୋର୍ଯ୍ୟ ରାଜବଂଶର ନବମ ସମ୍ରାଟ ବ୍ରିହାଦ୍ରତ ମୌର୍ଯ୍ୟଙ୍କୁ 185 BCE ରେ ତାଙ୍କର ବ୍ରାହ୍ମଣ ସେନାପତି ପୁଷ୍ୟମିତ୍ର ଶୃଙ୍ଗ ହତ୍ୟା କଲାପରେ ମୌର୍ଯ୍ୟ ସାମ୍ରାଜ୍ୟର ସବୁଦିନ ପାଇଁ ପତନ ଘଟିଥିଲା l ସେସମୟରେ ବୁଦ୍ଧଧର୍ମ ସମଗ୍ର ମୌର୍ଯ୍ୟ ସାମ୍ରାଜ୍ୟକୁ ଆଛାଡିତ କରିସାରିଥିଲା l
ଶୃଙ୍ଗ ସାମ୍ରାଜ୍ୟର ପ୍ରଥମ ସମ୍ରାଟ ଭାବରେ ପୁଷ୍ୟମିତ୍ର ଶୃଙ୍ଗ ଶାସନ ଗାଦିରେ ଅବସ୍ଥାପିତ ହେଲାପରେ ଦେଶରେ ବ୍ରାହ୍ମଣବlଦ ସ୍ଥାପନ କରିବା ପାଇଁ ରାଜ୍ୟର ସମସ୍ତ କ୍ଷମତା ଓ ସୈନ୍ୟବlହିନୀ ବୁଦ୍ଧଧର୍ମକୁ ବିନାଶ କରିଦେବା ପାଇଁ ଲଗାଇ ଦେଇଥିଲେ l
( c ) ସର୍ବପ୍ରଥମେ ବୁଦ୍ଧଧର୍ମ ଠାରୁ ଲୋକଙ୍କ ଧ୍ୟାନ ହଟାଇ ଦେଶରେ ଜାତିପ୍ରଥlର ପ୍ରଚଳନ କରିବା ପାଈଁ କାଳ୍ପନିକ ବିଷୟ ବସ୍ତୁ ଉପରେ ବ୍ରହ୍ମା, ବିଷ୍ନୁ, ମହେଶ୍ୱର ତଥା ଚାରିଯୁଗର ଉପସ୍ଥାପନ କରି ବୁଦ୍ଧଙ୍କୁ ମିଶାଇ ବିଷ୍ଣୁଙ୍କର ଦଶଟି ଅବତlର ଓ ତେତିଶ କୋଟି ଦେବାଦେବୀ,ତିଆରି କରାଯାଇଥିଲା l
ଏହାସହିତ କାଳ୍ପନିକ ଭଗବାନ ମାନଙ୍କୁ ସତ୍ୟରେ ପ୍ରମାଣିତ କରିବା ପାଇଁ କାଳ୍ପନିକ ବିଷୟବସ୍ତୁ ଆଧlରରେ ଭାଗବତ ପୂରଣ, ଭାଗବତ ଗୀତା, , ଵିଷ୍ଣୁ ପୂରlଣ , ପଦ୍ମ ପୂରlଣ, ରାମାୟଣ , ମହାଭାରତ ଓ ଗରୁଡ ପୁରାଣ ଇତ୍ୟାଦିର ସଂରଚନା କରାଯାଇଥିଲା ଯାହାର କୋୖଣସି ସତ୍ୟତା ନାହିଁ l
( c ) ବିଷ୍ଣୁଙ୍କର ନଆଟି କାଳ୍ପନିକ ଅବତାର ମାନଙ୍କ ଉପରେ ଲୋକଙ୍କ ଆସ୍ଥା ଓ ବିଶ୍ୱାସ ତିଆରି କରିବା ପାଈଁ ବ୍ରାହ୍ମଣବାଦୀଙ୍କ ଧର୍ମଶାସ୍ତ୍ର ଅନୁଯାୟୀ ପୃଥିବୀକୁ ଚାରୋଟି ଯୁଗରେ ବିଭକ୍ତ କରାଯାଇଥିଲା l ସତ୍ୟ ଯୁଗ 17 28 000 , ତ୍ରେତୟା ଯୁଗ 12 96 000, ଦ୍ଵାପର ଯୁଗ 8 64 000, କଳି ଯୁଗ 4 32 000 ବର୍ଷ ରହିଲା ପରେ ପୃଥିବୀରେ ପ୍ରଳୟ ଆସି ପ୍ରତ୍ୟେକ ଯୁଗର ପରିସମାପ୍ତି ଘଟିଥାଏ ବୋଲି ଉଲ୍ଲେଖ କରାଯାଇ ଲୋକଙ୍କୁ ପ୍ରତାରଣା କରାଯାଇଥିଲା l
କାଳ୍ପନିକ ବିଷୟବସ୍ତୁ ଆଧରରେ ଭଗବାନ ଵିଷ୍ଣୁ ସତ୍ୟଯୁଗରେ ମତ୍ସ୍ୟ, କୁର୍ମା ( କଚ୍ଛପ ), ବରାହ ଅବତାର ଓ ନରସିମହା ତ୍ରେତୟା ଯୁଗରେ ବାମନ, ପର୍ଶୁରାମ ଓ ରାମ ଅବତାର ଓ ଦ୍ୱାପର ଯୁଗରେ କୃଷ୍ଣା ଓ ବଳରାମ ଅବତାର ଗ୍ରହଣ କରିଥିଲେ ତଥା କଳିଯୁଗର ଶେଷ ଭାଗରେ କଳକି ଅବତାର ଗ୍ରହଣ କରିବେ ବୋଲି ଉପସ୍ଥାପନା କରିବା ପଛରେ ଅସତ୍ୟ ଭଗବାନ ମାନଙ୍କୁ ସତ୍ୟରେ ପରିଣତ କରିବା ପାଈଁ ବ୍ରାହ୍ମନାବାଦୀଙ୍କ ଗଭୀର ଷଡଯନ୍ତ୍ର ରହିଥିଲା l
( d ) ବିଷ୍ଣୁଙ୍କର ଷଷ୍ଠ ଅବତାର ଭାବରେ ପର୍ଶୁରାମ କଳିଯୁଗର 20 ଲକ୍ଷ 24 ହଜାର ବର୍ଷ ତଳେ ତ୍ରେତୟା ଯୁଗରେ ପିତା ରୁଷି ଜମଦଗ୍ନୀ ଓ ମାତା ରେଣୁକାଙ୍କ ପୁତ୍ର ଭାବରେ ଜନ୍ମ ଗ୍ରହଣ କରିଥିଲେ l କ୍ଷେତ୍ରୀୟ ରାଜାମାନେ ଅତ୍ୟାଚାରୀ ଓ ଧର୍ମଦ୍ରୋହୀ ପାଲଟି ଯିବାରୁ ସେମାନଙ୍କୁ ହତ୍ୟା କରି 21 ଥର ପୃଥିବୀକୁ ନିକ୍ଷେତ୍ରୀୟ କରିଥିଲେ l
ପର୍ଶୁରାମ ଘୋର ତପସ୍ୟା କରି ମହାଦେବଙ୍କ ଆଶୀର୍ବାଦରୁ ଅମରତ୍ୱ / ଚିରଞ୍ଜିବି ହୋଇଯାଇଥିଲେ l
ପ୍ରତ୍ୟେକ ଯୁଗରେ ପର୍ଶୁରାମ ଆବିର୍ଭାବ ହୋଇ ପୃଥିବୀରେ ଧର୍ମ ରକ୍ଷ୍ୟା କରିଥାନ୍ତି ଓ କଳିଯୁଗରେ ମଧ୍ୟ ଆବିର୍ଭାବ ହୋଇ ଧର୍ମଦ୍ରୋହୀ ମାନଙ୍କୁ ହତ୍ୟା କରି ଧର୍ମରକ୍ଷ୍ୟା କରିବେ ବୋଲି ବ୍ରାହ୍ମଣ ବାଦୀ ମାନେ ଚାରିଆଡେ ଗୋଷଣl କରିଥିଲେ l
ଦେଶରୁ ବୌଦ୍ଧଧର୍ମକୁ ସମ୍ପୂର୍ଣ୍ଣ ଭାବରେ ବିଲୋପ କରିଦେବା ପାଇଁ ଧର୍ମରକ୍ଷ୍ୟା ନାମରେ ପର୍ଶୁରାମ ବାହିନୀ ଗଠନ କରି ବୌଦ୍ଧବଲମ୍ବୀ ରାଜା ଓ ଲକ୍ଷ ଲକ୍ଷ ବୌଦ୍ଧ ଭିକ୍ଷୁ ଓ ଭିକ୍ଷୁଣି ମାନଙ୍କୁ ଧର୍ମଦ୍ରୋହି ଅlକ୍ଷ୍ୟା ଦେଇ ଅମାନୁଷିକ ଭାବରେ ଅତ୍ୟାଚାର କରାଯାଇ ନରସଂହାର କରାଯାଇଥିଲା l ଦେଶରେ ବ୍ରାହ୍ମଣ ବାଦ ଓ ଜାତିପ୍ରଥାକୁ ପ୍ରଚଳିତ କରିବା ପାଈଁ ସମାଜକୁ ଖଣ୍ଡ ବିଖଣ୍ଡିତ କରି ଦିଆଗଲା ଯାହାକି ବର୍ତମାନ ପର୍ଯ୍ୟନ୍ତ ବଳବତ୍ତର ହୋଇ ରହିଁଛି l
( 2 ) ଭାରତୀୟ ସମ୍ବିଧାନରେ ବ୍ରାହ୍ମଣ ବାଦକୁ ସ୍ଥାପନା କରିବା ପର୍ଶୁରାମ ବାହିନୀର କାହିଁକି ମୂଳ ଲକ୍ଷ୍ୟ ପାଲଟି ଯାଇଛି l
( a ) ଭାରତ ବର୍ଷର ବିଭାଜନ ହୋଇ ମଧ୍ୟରାତ୍ର 15 ଅଗଷ୍ଟ 1947 ତାରିଖରେ ଇଂରେଜ ସରକାରଙ୍କ ଠାରୁ ସ୍ଵାଧୀନତା ପାଇଥିଲା l ସେସମୟରେ ଭାରତ ବର୍ଷରେ ଉଗ୍ର ବ୍ରାହ୍ମଣବଦ୍ ରହିଥିଲl l ବ୍ରାହ୍ମଣବାଦି ସଂଗଠନ ଗୁଡ଼ିକ ହିନ୍ଦୁରାଷ୍ଟ୍ର ନାମରେ ଦେଶରେ ପୁଣିଥରେ ବ୍ରାହ୍ମଣବାଦ ସ୍ଥାପନା କରିବା ଲାଗି ଜୋରଦାର ପ୍ରାୟାସ ଆରମ୍ଭ କରି ଦେଇଥିଲେ l
ଏଠାରେ ପ୍ରକାଶ ଥାଉକି ଡା ଆମ୍ବେଦକର ଦଳିତ ସମାଜ ସକାଶେ ସଦାସର୍ବଦା ଲଢ଼ାଇ କରୁଥିଲେ l ଭାରତୀୟ ଜାତୀୟ କଂଗ୍ରେସ ସହିତ କୌଣସି ପ୍ରକାରେ ଜଡ଼ିତ ନଥିଲେ କିମ୍ବା ସଦସ୍ୟତା ମଧ୍ୟ ଗ୍ରହଣ କରିନଥିଲେ l
ମହାତ୍ମା ଗାନ୍ଧୀଙ୍କ ହସ୍ତକ୍ଷେପ ଫଳରେ ପଣ୍ଡିତ ଜବାହlରଲାଲ ନେହେରୁଙ୍କ ସରକାରରେ ଡ଼ ଭୀମରାଓ ଆମ୍ବେଦକର ଦେଶର ପ୍ରଥମ ଆଇନ ମନ୍ତ୍ରୀ ଭାବରେ 15 ଅଗଷ୍ଟ 1947 ମସିହାରେ ଦାୟିତ୍ଵ ଗ୍ରହଣ କରିଥିଲେ l ତାଙ୍କୁ ‘ ସମ୍ବିଧାନ ଡ୍ରାଫ୍ଟିଂ କମିଟିର ‘ ଚେୟାରମେନ ଭାବରେ 29 ଅଗଷ୍ଟ 1947 ତାରିଖରେ ସରକାରଙ୍କ ତରଫରୁ ଦାୟିତ୍ଵ ଅର୍ପଣ କରାଯାଇଥିଲା l
ଏଥିରେ ବ୍ରାହ୍ମଣବାଦୀ ସଂଗଠନ ଗୁଡ଼ିକ ବିକୃତ ମାନସିକତା ରଖି ଉତ୍କ୍ଷିପ୍ତ ହୋଇ ପଡ଼ି 30 ଜାନୁୟାରୀ 1948 ତାରିଖର ସଂଧ୍ୟା ସମୟରେ ବିର୍ଲା ହାଉସ ଠାରେ ମହାତ୍ମା ଗାନ୍ଧୀ ପ୍ରାର୍ଥନା ସଭାକୁ ଆସୁଥିବା ସମୟରେ ନlଥୁରମ ଗୋଦସେ ତାଙ୍କ ଛାତିରେ ଟିନି ରାଉଣ୍ଡ ଗୁଳି କରି ହତ୍ୟା କରିଥିଲେ l
( b ) ଭାରତୀୟ ସମ୍ବିଧାନକୁ କେନ୍ଦ୍ର ସରକାର 26 ନଭେମ୍ବର 1949 ମସିହାରେ ସ୍ଵିକୃତି ଦେଇଥିଲେ ଓ ଦେଶରେ 26 ଜାନୁୟାରୀ 1950 ମସିହାରେ କାର୍ଯ୍ୟକାରୀ କରାଯାଇଥିଲା l
ସମ୍ବିଧାନରେ ଲେଖାଯାଇଥିବା ଧର୍ମନିରପେକ୍ଷ ରାଷ୍ଟ୍ର ତଥା SC, ST, ଓ OBC ସମାଜକୁ ଦିଆଯାଇଥିବା ଆରକ୍ଷଣକୁ ନିରୋଧ କରି ବ୍ରାହ୍ମଣବlଦୀଙ୍କ ଦ୍ବାରା ସମଗ୍ର ଦେଶରେ ଭାରତୀୟ ସମ୍ବିଧାନକୁ ପୋଡ଼ା ଯାଇଥିଲା l ଏହା ସହିତ ଗୟୀରିକ ପତାକା ବଦଳରେ ତ୍ରିରଙ୍ଗା ପତାକାକୁ ଦେଶର ଜାତୀୟ ପତାକା କରାଯାଇଥିବାରୁ ପତାକାକୁ ମଧ୍ୟ ପରୋକ୍ଷରେ ନିରୋଧ କରାଯାଇଥିଲା l
ବର୍ତ୍ତମାନ ଯେକୌଣସି ପରିସ୍ଥିତିରେ ମଧ୍ୟ ଭରତୀୟ ସମ୍ବିଧାନରୁ ଧର୍ମନିରପେକ୍ଷ ରାଷ୍ଟ୍ର ନାମକୁ ହଟାଇ ଓ ଆରକ୍ଷଣ ବ୍ୟବସ୍ଥକୁ ଉଚ୍ଛେଦ କରି ଦେଶରେ ହିନ୍ଦୁରାଷ୍ଟ୍ର ନାମରେ ବ୍ରାହ୍ମଣବାଦକୁ ସ୍ଥାପନ କରିବାର ଉଦ୍ଧେଶ୍ୟ ସମସ୍ତ ବ୍ରାହ୍ମଣବାଦୀ ସଂଗଠନ ମାନଙ୍କର ମୂଳଲକ୍ଷ୍ୟ ପାଲଟି ଯାଇଛି l
ସେଥିପାଇଁ ଭାରତ ବର୍ଷର ଚାରିଆଡେ ପର୍ଶୁରାମ ବାହିନୀ ଗଠନ କରାଯାଇ ପର୍ଶୁରାମଙ୍କ ବିରାଟକାୟ ପ୍ରତିମୂର୍ତ୍ତି ସ୍ଥାପନା କରାଯାଉଛି l ପର୍ଶୁରାମ ଜୟନ୍ତୀ ପାଳନ ନାମରେ ଅସ୍ତ୍ରଶସ୍ତ୍ର ଧରି ଶୋଭାଯାତ୍ରା ବାହାର କରି ନିଜର ଶକ୍ତି ପ୍ରଦର୍ଶନ କରାଯାଉଛି l